ଆଜି ପୁଣି 9ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 225କୁ ବୃଦ୍ଧି

Published: Aug 5, 2020, 11:13 am IST

ଭୁବନେଶ୍ବର : ଆଜି ରାଜ୍ୟରୁ କରୋନା 9ଜଣଙ୍କ ଜୀବନ ନେଇଛି । ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ, ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42, 59, 53, 63 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 52 ବର୍ଷୀୟ ମହିଳା ରହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 60 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସୁନ୍ଦରଗଡରୁ 55 ବର୍ଷୀୟ ପୁରୁଷ ଓ ଗଜପତିରୁ 27 ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଆଜି କେନ୍ଦୁଝରର ପ୍ରଥମ କରୋନା ମୃତ୍ୟୁ ହୋଇଛି । କେନ୍ଦୁଝରରୁ 21 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 117କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 225କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ହୋଇଛି ।

Related posts