17ଟି ଜିଲ୍ଲାରୁ 146, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jun 9, 2020, 10:27 am IST

ଭୁବନେଶ୍ବର : ଆଜି ଚିହ୍ନଟ 146 ଜଣ ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଓଡ଼ିଶା ଫେରିଥିବା 61 ଜଣ ଏନଡିଆର୍‌ଏଫ୍‌ ଯବାନ୍‌ ରହିଛନ୍ତି । ସେହିପରି ଆଜି 17ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 19 ଜଣ ରହିଥିବାବେଳେ ଗଞ୍ଜାମରୁ 18, ଜଗତସିଂହପୁରର 8, ସୁନ୍ଦରଗଡଓ ବାଲେଶ୍ବର 7, ଦେବଗଡରୁ 5, କଳାହାଣ୍ଡି, ନୟାଗଡ, ମୟୂରଭଞ୍ଜରୁ ତିନି ଜଣ ଲେଖାଏଁ ରହିଥିବାବେଳେ କେନ୍ଦ୍ରାପଡା, କନ୍ଧମାଳ, କଟକ, କେଉଁଝରରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ଯାଜପୁର, ଢେଙ୍କାନାଳ, ବଲାଙ୍ଗିର, ମାଲ୍‌କାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମାଲ୍‌କାନଗିରି ଜିଲ୍ଲା କରୋନାମୁକ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts