ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଏହାର ବୁକିଂ ଆରମ୍ଭ କରିଛି । ତେବେ ଘରୋଇ ଉଡାଣ ପାଇଁ ନୁହେଁ । କେବଳ କିଛି ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଉଡାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ ଏବଂ ସିଙ୍ଗାପୁର ପାଇଁ ଏହି ବୁକିଂ ଆରମ୍ଭ କରାଯାଇଛି । ଏହା ବ୍ୟତିତ ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ନିମନ୍ତେ ମଧ୍ୟ ବୁକିଂ କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ବନ୍ଦେ ଭାରତ ମିଶନରେ 12ଟି ଦେଶରେ ଫସି ରହିଥିବା 14800 ଭାରତୀୟଙ୍କୁ 64ଟି ବିମାନ ଯୋଗେ ଭାରତ ଫେରାଇ ଆଣିବ ଭାରତ ।(ଏଜେନ୍ସି)
Author: Samikhsya Bureau
ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବରେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ 17 ଜଣ ସୁରତ ଫେରନ୍ତା ପଜିଟିଭ୍ ଜଣାପଡିଥିଲେ । ସେହିପରି ଭାବରେ ଗତକାଲି ଏବଂ ଆଜି କରୋନା ଛଇଁଥିବା ଦୁଇଜିଲ୍ଲା ଜଗତସିଂହପୁର ଏବଂ ମୟୁରଭଞ୍ଜକୁ ଗ୍ରୀନ୍ରୁ ଅରେଞ୍ଜ ଜୋନ୍କୁ ପରିବର୍ତ୍ତିତ କରାଯାଇଛି ।
କର୍ଣ୍ଣାଟକ : କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବାବେଳେ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଲକ୍ ଡାଉନ୍ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି, ଡ୍ରାଇଭର , ଧୋବା ଏବଂ ବାରିକ୍ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ୟେଦୁରପ୍ପା ସରକାର ସହାୟତା ଘୋଷଣା କରିଛନ୍ତି । ଲକଡାଉନ୍ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଉପରୋକ୍ତ ସମସ୍ତ ବର୍ଗଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଏହା ସହିତ ରାଜ୍ୟ ସରକାର ଉତ୍ପାଦ ଶୁଳ୍କକୁ 11 ପ୍ରତିଶତ ବୃଦ୍ଧି କରିଛନ୍ତି। ଫୁଲଚାଷୀମାନଙ୍କୁ ହେକ୍ଟର ପିଛା 25,000 ଟଙ୍କା କ୍ଷତିପୂରଣ ଯୋଗାଇଦିଆଯିବ। ସେହିପରି ଧୋବା, ବାରିକ, ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟ 5000 ଟଙ୍କା ଲେଖାଏ ମିଳିବ। ଅପରପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ…
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ଠାରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଜଣେ ଶିଶୁଙ୍କ ସମେତ 9ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେହିପରି ଶତାଧିକ ଅସୁସ୍ଥ ହୋଇଛନ୍ତି । ଜୀବନ ବିକଳରେ କିଛି ଲୋକେ କୂଅକୁ ଡେଇଁ ପଡିଥିବାର ସୂଚନା ରହିଛି । ଗ୍ୟାସ୍ ଲିକ୍ ହେବାର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଏସ୍ଡିଆର୍ଏଫ୍ ଓ ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଯିବେ ବୋଲି ସୂଚନା ରହିଛି । ଗୁରୁବାର ଭୋରରୁ ବିଶାଖାପଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଲିକ୍ ଯୋଗୁଁ ପାଞ୍ଚୋଟି ଗ୍ରାମକୁ ଖାଲି କରି ଦିଆଯାଇଛି ।
ଦେବ ରଞ୍ଜନ ଆଜିର ତାରିଖରେ ସାରା ବିଶ୍ବରେ କରୋନା ଭାଇରସ ହେତୁ ୨୧୫ ଦେଶର ସମୁଦାୟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର । ଆମେ ସେମାନଙ୍କ ଲାଗି ଶୋକପାଳନ କରିବା ସହିତ ଆମେ ଯେ ସେମାନଙ୍କୁ ବଞ୍ଚାଇବାରେ ଅସମର୍ଥ ହେଲୁ ସେଥିଲାଗି ଦୁଃଖ ପ୍ରକାଶ କରିବାର ସମୟ ଆସିଛି । କରୋନା କେବଳ ଯେ ବିଶ୍ୱବ୍ୟାପି ମହାମାରୀରେ ପରିଣତ ହୋଇଛି ତାହା ନୁହେଁ ଏହା ଆମ ସଭ୍ୟତାକୁ ନେଇ ଥିବା ଆମର ଗର୍ବ, ଆମର ବିକାଶକୁ ନେଇ ଥିବା ଆମର ଦାମ୍ଭିକତା, ବିଜ୍ଞାନର ଅଗ୍ରଗତିକୁ ନେଇ ଆତ୍ମସନ୍ତୋଷ, ଗଣତନ୍ତ୍ରକୁ ନେଇଥିବା ଆମର ଅହମିକା ସବୁକୁ ଖର୍ବ କରିଦେଇଛି । କୌଣସି ଅଚାନକ ବିପତ୍ତି ହିଁ ଆମର ପ୍ରସ୍ତୁତିକୁ ଦର୍ଶାଇଥାଏ। କରୋନା ଭାଇରସ ହେତୁ ଅଧିକ ସଂଖ୍ୟାରେ ସାଧାରଣ ଲୋକର ମୃତ୍ୟୁ ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା (ଅ)ପ୍ରସ୍ତୁତିକୁ ଦର୍ଶାଉଛି। ଏହା ସାରା ବିଶ୍ଵର ସମସ୍ୟା। ଆଜି ଭାରତରେ ସେହି…
ନୂଆଦିଲ୍ଲୀ: ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ 212ଟି ଦେଶରେ ବ୍ୟାପିସାରିଛି। ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 94,261ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସୁଦ୍ଧା କରୋନା ଭାଇରସ 2 ଲକ୍ଷ 65 ହଜାର 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 38 ଲକ୍ଷ 21 ହଜାର 668ଜଣ ଲୋକ ସଂକ୍ରମିତ ଅଛନ୍ତି। 12 ଲକ୍ଷ 99 ହଜାର 361 ଜଣ ସୁସ୍ଥ ହୋଇଥିବା ବେଳେ 22 ଲକ୍ଷ 57 ହଜାର 265 ଜଣ ସକ୍ରିୟ ଅଛନ୍ତି। ଆମେରିକାରେ 12 ଲକ୍ଷ 63 ହଜାର 183 ଜଣ ସଂକ୍ରମିତ ଥିବା ବେଳେ 74 ହଜାର 807 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ 2…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 52 ହଜାର 952ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 1783ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦେଶରେ 35 ହଜାର 902 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 15 ହଜାର 267 ଜଣ । ଗତ 24 ଘଣ୍ଟାରେ ଦେଶରେ ପ୍ରାୟ 3500ଟି ନୂଆ ମାମଲା ଆସିଥିବାବେଳେ 90ଜଣଙ୍କର ମୃତ୍ୟୁ ହୋଇଛି । ଗତ ତିନି ମଧ୍ୟରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ମଇ 4 ତାରିଖରେ ଦେଶରେ 41 ହଜାର ସଂକ୍ରମିତ ଥିବାବେଳେ ମେ 7 ତାରିଖରେ ଏହା 53 ହଜାର ପାଖରେ ପହଞ୍ଚିଛି । ତେବେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 16…
ବେଗୁନିଆ, ଓଡିଆ ଫେରନ୍ତାଙ୍କ ପାଇଁ ବେଗୁନିଆ ନିର୍ବାଚନ ମଣ୍ଡଳିରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରଗୁଡିକୁ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୈଧୁରୀ। ତେବେ ସେ ଭୁବନେଶ୍ବର ସାଂସଦ ଅପରାଜିତଙ୍କ ନିର୍ଦ୍ଦେଶରେ ଏବଂ ତାଙ୍କ ପ୍ରତିନିଧି ଭାବେ ଏହି ଗସ୍ତ କରିଛନ୍ତି। ଅନୁ ଗତକାଲି ବେଗୁନିଆ ଏବଂ ବୋଲଗଡର 9ଟି ଗ୍ରାମ ପଞ୍ଚାୟତ ଭ୍ରମଣ କରି ଏହି କେନ୍ଦ୍ରଗୁଡିକ ବୁଲି ଦେଖିଥିଲେ। ତେବେ ଅନୁ ଏହି ଗସ୍ତ ସମୟରେ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିଛନ୍ତି ସତ ହେଲେ ତାଙ୍କ ଗସ୍ତକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାରଙ୍କ କରୋନା ମୁକାବିଲାକୁ କୌଣସି ନେତା ରାଜନୀତିକରଣ କରୁ ନାହିଁନ୍ତି। ବିପଦ ପରିସ୍ଥିତରେ ନେତାମାନେ ଆରୋପ ପ୍ରତିଆରୋପରୁ ନିଜକୁ ଦୂରେଇ ରଖିଛନ୍ତି। ହେଲେ ସାଂସଦ ଅପରାଜିତା ଷଡଙ୍ଗୀ ଅନୁଙ୍କୁ ଏପରି ନିର୍ଦ୍ଦେଶ କିପରି ଦେଲେ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍ ଜଟିଳ ରହିଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବୁଧବାର ଦିନ 428 ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏବେ ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 5000 ଟପିଯାଇଛି । ତେବେ ଦିଲ୍ଲୀରେ ଗୋଟିଏ ଦିନରେ ଅର୍ଥାତ୍ ଗତକାଲି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୁମ୍ବାଇ ଓ ଅହମ୍ମଦାବାଦର ସ୍ଥିତିଠାରୁ ଦିଲ୍ଲୀରେ ଟିକେ ନିୟନ୍ତ୍ରଣରେ ରହିଛି । କିନ୍ତୁ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବ ଭଙ୍ଗ ବିପଦର ସଂକେତ ଦେଉଛି । ସେହିପରି ଦିଲ୍ଲୀରେ କରୋନା ଯୋଗୁଁ 65ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ 54 ଜଣ ପୋଲିସ୍ କର୍ମୀ ସଂକ୍ରମିତ ହୋଇଥିବାବେଳେ ସିଆରପିଏଫ୍ର 155 ଜଣ ଯବାନ ମଧ୍ୟ…
ବିଶାଖାପାଟନମ୍ : ଆନ୍ଧ୍ର ପ୍ରଦେଶର ବିଶାଖାପଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରୁ ଗ୍ୟାସ୍ ଲିକ୍ ମାମଲା ସାମ୍ନାକୁ ଆସିଛି । ଗୁରୁବାର ସକାଳୁ ଏହି ଘଟଣା ଘଟିଥିବାବେଳେ ଏହି ଗ୍ୟାସ୍ ପ୍ରଭାବରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କେଆରଆର୍ ଭେଙ୍କଟପୁର ସ୍ଥିତ ବିଶାଖା ଏଲ୍ଜୀ ପଲିମର୍ ପ୍ଲାଣ୍ଟରୁ ହଠାତ୍ ବିଷାକ୍ତ ଗ୍ୟାସ୍ ଲିଙ୍କ୍ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ୍ କାରଣରୁ ତିନି କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଗ୍ୟାସ୍ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକଙ୍କ ଅବସ୍ଥା ଗମ୍ଭୀର ରହିଛି । ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ ଓ ଶିଶୁ ରହିଛନ୍ତି । 150 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 20 ଜଣଙ୍କର ଅବସ୍ଥା ଗୁରୁତର ରହିଛି । ପରିସ୍ଥିତିକୁ 2000 ଶଯ୍ୟାକୁ ପ୍ରସ୍ତୁତ ରଖାଯାଇଛି । ପ୍ରାୟ…
ଭୁବନେଶ୍ବର : ଆଜି ଚିହ୍ନଟ 20 ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର 17 ଆକ୍ରାନ୍ତ ସୁରତରୁ ଫେରିଥିବାର ସୂଚନା ରହିଛି । ଏହି 17 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି ଓ ବାକି 16 ଜଣ ପୁରୁଷ ରହିଛନ୍ତି ବୋଲି ଜଣାପଡିଛି । ଯୁବତୀଙ୍କ ବୟସ 20 ବର୍ଷ ବୋଲି ସୂଚନା ରହିଥିବାବଳେ ଅନ୍ୟ 16 ଜଣ ପୁରୁଷଙ୍କ ବୟସ ଯଥାକ୍ରମେ 27,27,20,38,29,50, 30, 29,21,43,43, 49,46, 18, 24 ବର୍ଷ ବୋଲି ଜଣାପଡିଛି । ସେହିପରି ମୟୂରଭଞ୍ଜର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନେ ମଧ୍ୟ ସୁରତ ଫେରନ୍ତା । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 21, 36 ଓ 44 ବର୍ଷ ବୋଲି ସୂଚନା ରହିଛି ।
କେଦାର ମିଶ୍ର ଦୁଇ ମାସ ଧରି ଆମକୁ ତାଲା ବନ୍ଦ ଅବସ୍ଥାରେ ରଖାଯାଇଛି, କାରଣ କରୋନା ଜ୍ଵରର ଭୂତାଣୁ କାଳେ ଆମକୁ କବଳିତ କେରିନେବ। ଜୀବନ ଆଉ ଜୀବିକା, ଉଭୟେ ଆଜି ଘର ଭିତରେ ସୀମିତ। ଆମର ଅର୍ଥନୀତି ସେଇ ସ୍ତରକୁ ଯାଇନି ଯେ ଘରେ ବସି ଆମର ଜୀବିକା ଚାଲିବ, କିମ୍ବା ଜୀବିକା ନଷ୍ଟ ହେବାରୁ ତାର କ୍ଷତି ପୂରଣ ସରକାର ଦେବେ। ଆମେରିକା ଓ ୟୁରୋପୀୟ ଦେଶଗୁଡିକ ଲକ ଡାଉନ ସମୟରେ ଜୀବିକା ନଷ୍ଟ ବାବଦକୁ ଲୋକଙ୍କୁ କ୍ଷତିପୂରଣ ଦେଉଛନ୍ତି। ହେଲେ ଭାରତରେ ଠିକ ତାର ଓଲଟ ଚିତ୍ର ଦେଖିବାକୁ ପଡୁଛି। ସରକାର ଅନ୍ୟାନ୍ୟ ଦେଶ ତୁଳନାରେ ଲକଡାଉନକୁ କଡାକଡି ପାଳନ କରୁଛନ୍ତି, ହେଲେ ଲୋକଙ୍କ ଜୀବିକା ପ୍ରସଙ୍ଗରେ ସରକାରଙ୍କର ପାଟି ଶୁଭୁନି। ବରଂ ଲୋକଙ୍କ ଉପରେ ଏବେ ଅର୍ଥନୈତିକ ବୋଝ ଲଦିବାର ପ୍ରକ୍ରିୟା ଭାରତ ସରକାର ଓ ରାଜ୍ୟ ସରକାରମାନେ ଆରମ୍ଭ କରିଛନ୍ତି। ଏହାର ପ୍ରଥମ ପଦକ୍ଷେପ…
ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି ନୂଆ 20ଟି ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରୁ ସୂଚନା ମିଳିଛି । ଆଜି ଚିହ୍ନଟ 20 ମଧ୍ୟରୁ 17ଟି ଗଞ୍ଜାମର ଥିବାବେଳେ ମୟୂରଭଞ୍ଜର ତିନି ଜଣ ରହିଛନ୍ତି । ତିନି ଆକ୍ରାନ୍ତଙ୍କ ସହ କରୋନା ମୟୂରଭଞ୍ଜ ଜିଲ୍ଲା ଛୁଇଁଛି । ପୂର୍ବରୁ 17ଟି ଜିଲ୍ଲାକୁ କରୋନା ବ୍ୟାପି ଥିବାବେଳେ ଆଜି ମୟୂରଭଞ୍ଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଏହା 18କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 205ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 21କୁ ବୃଦ୍ଧି ହୋଇଛି। କାଲି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 185 ଥିଲା, ଆଜି ସକାଳୁ 20ଟି ଆକ୍ରାନ୍ତ ଚିହ୍ନଟ ହୋଇ 205କୁ ବୃଦ୍ଧି ହୋଇଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 61 ଜଣ ସୁସ୍ଥ ହୋଇଥିବାବେଳେ 2 ଜଣ ମୃତ୍ୟୁବରଣ କରିଛନ୍ତି ।…
ଧାନକଉଡା : ପ୍ରଚଣ୍ଡ ରୌଦ୍ରତାପରେ ଚାଲି ଚାଲି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପଶ୍ଚିମବଙ୍ଗର ମାଲଦା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ସହର ଉପକଣ୍ଠ ଜାତୀୟ ରାଜପଥ ଧନକଉଡାରେ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଚାଲି ଚାଲି ୪୭ ଜଣ ଶ୍ରମିକ ଫେରୁଛନ୍ତି ନିଜ ଭିଟାମାଟି ପଶ୍ଚିମବଙ୍ଗର ମାଲଦାକୁ । ଗତ ଏପ୍ରିଲ ୨୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଏକାଦଶ ଦିନରେ ପହଞ୍ଚିଛି ସମ୍ବଲପୁରଠାରେ। ଜାତୀୟ ରାଜପଥର ଧନକଉଡା ଛକଠାରେ ତାଙ୍କୁ ଦେଖି ସ୍ଥାନୀୟ ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି କର୍ମୀମାନେ ସହଯୋଗର ହାତ ବଢ଼େଇଥିଲେ । ଖବର ପାଇ ସମାଜସେବୀ ଦିଲୀପ ପଣ୍ଡା ଓ ତାଙ୍କ ସାଥି ରନ୍ଧା ଖାଦ୍ୟ ପାକେଟ ଧରି ପହଁଚିଲେ ସେ ସ୍ଥାନକୁ । ରନ୍ଧା ଖାଦ୍ୟ ଓ ପାଖରେ ଥିବା ଜୟଗୁରୁ ମନ୍ଦିରର ଜଣେ ସହୃଦୟ ସଦସ୍ୟ ପିଇବା ପାଣି ସେମାନଙ୍କୁ ଯୋଗାଇ ଦେଇଥିଲେ । ଏହାର ସୂଚନା ପାଇଁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କଟକ ଦକ୍ଷିଣ ମଣ୍ଡଳ ଅନ୍ତର୍ଗତ କୁଜଙ୍ଗ ଉପଖଣ୍ଡ ଡ଼ାକନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ କରୋନା ରୋଗ ଜନିତ ରିଲିଫ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। କୁଜଙ୍ଗ ଉପଖଣ୍ଡ ଡ଼ାକବିଭାଗ ନିରୀକ୍ଷକ ସତ୍ୟବ୍ରତ ଗାହାଣଙ୍କ ନେତୃତ୍ୱରେ କୁଜଙ୍ଗ, ମଙ୍ଗରାଜପୁର,ବାଳିଆ,ମଧୂରୀଗଣ୍ଡ ଖମାର,ବିଳାସ ପୁର, ସାମନ୍ତରାପୁର ଆଦି ଅଂଚଳରେ ଦୁସ୍ଥ, ଅସହାୟ ପରିବାର ଏବଂ ବ୍ୟକ୍ତିମାନଙ୍କ ବିଭିନ୍ନ ରାସନ ଏବଂ ବିଶୋଧନ ସାମଗ୍ରୀ ପୁଡ଼ିଆ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ପୋଷ୍ଟମାଷ୍ଟର ହୃଷୀକେଶ ବେହେରା, ଅଭରସିୟର ରମାକାନ୍ତ ପଣ୍ଡା, ପ୍ରୀତେଶ ଧାରୁଆ, ସାମନ୍ତରାପୁର ଶାଖା ପୋଷ୍ଟମାଷ୍ଟର ପ୍ରତାପଚନ୍ଦ୍ର ପରିଡ଼ା, ମଧୁରୀଗଣ୍ଡ ପୋଷ୍ଟମାଷ୍ଟର ରଜେଶ ପ୍ରସାଦ ରାଉତ, ବାଳିଆ ପୋଷ୍ଟମାଷ୍ଟର ରଞ୍ଜନ କୁମାର ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମେ ଅଂଶ ଗ୍ରହଣ କରିଥିଲେ ।
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ନୂତନଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ନବନିଯୁକ୍ତ ତହସିଲଦାର ସ୍ମୃତିପଜ୍ଞା ପ୍ରିୟ ଦର୍ଶିନୀ । ପୂର୍ବରୁ ଏଠାରେ ମାତ୍ର ୫ ମାସ ତହସିଲଦାରଭାବେ କାର୍ଯ୍ୟକରିଥିବା ପ୍ରଭାଷଚନ୍ଦ୍ର ବେହୁରାଙ୍କର ଅଚାନକ ବୈାଦ୍ଧଜିଲ୍ଲାର ହରଭଙ୍ଗା ବ୍ଳକର ବିଡ଼ିଓଭାବେ ବଦଳୀ ହୋଇଯିବାପରେ କୁଜଙ୍ଗ ତହସିଲଦାର ପଦବୀରେ ତିର୍ତ୍ତୋଲର ତହସିଲଦାର ସୁଜାତା ପାତ୍ରଙ୍କୁ ଗତ ମାସ ୨୪ ତରିଖରେ ଭାରପ୍ରାପ୍ତ ତହସିଲଦାର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଆଜି ଅପରାହ୍ନ ସମୟରେ ତିର୍ତ୍ତୋଲ ତହସିଲଦାର ଶ୍ରୀମତୀ ପାତ୍ର ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ଥିଲେ ।
ରମେଶ ମହାନ୍ତି ଜଗତସିଂହପୁର : ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍ -19ର ଜିଲ୍ଲା ନୋଡାଲ୍ ଅଧିକାରୀ ହେମନ୍ତ ଶର୍ମା ଓ ଅତିରିକ୍ତ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ତଥା ମିଶନ ଡାଇରେରକ୍ ଓୟୁଏଚ୍ଏମ୍ ଶ୍ସ ସୁରେଶ ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲାଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାରେ କୋଭିଡ୍ -19 ଜନିତ ପରିସ୍ଥିତିର ସୀମକ୍ଷା କରିଥିଲେ । ପାରାଦ୍ବୀପରେ କୋଭିଡ୍ ହସ୍ପିଟାଲର 55ଟି ବେଡ୍ ରହିଛି । ଏଠାରେ ଆଉ କିଛି ବେଡ୍ ବଢାଇବା ସହିତ ଭେଣ୍ଟିଲେଟର ଓ ହାଇକାପାର୍ସିଟି ଇକ୍ବିପେଣ୍ଟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରମୁଖ ଶାସନ ସଚିବ ଜଗତସିଂହପୁର ବିରିଡି ବ୍ଲକ ଓ ଜଗତସିଂହପୁର ବ୍ଲକ ସ ମ୍ୟୁନିସପାଲିଟିର କିଛି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସରପଞ୍ଚ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହପାତ୍ର ଜିଲ୍ଲାରେ…
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଳା ଗ୍ରାମର ଏକ୍ ନମ୍ବର୍ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଲବଙ୍ଗଲତା ପାଡିଙ୍କ ନାମରେ ବହୁ ଅଭିଯୋଗ ଆସିଛି। ତାଙ୍କ ନାମରେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକାମାନଙ୍କୁ ଦୀର୍ଘ ବର୍ଷ ହେବ ପୁଷ୍ଟିକର ଖାଦ୍ୟ ନ ଦେଇ ବାଟ ମାରଣା କରୁଥିବାର ଅଭିଯୋଗ ରହିବା ସହିତ ସେ ଗର୍ଭବତୀ ମାଁ, ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ଆସିଛି। ଗର୍ଭବତୀ ମା, ଶିଶୁ ,କିଶୋରୀ ବାଳିକା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଦୀର୍ଘ ବର୍ଷ ହେବ ଓଡିଶା ସରକାର ଯୋଗାଇ ଆସୁଛନ୍ତି ହେଲେ ଗ୍ରାମବାସୀ କହିବା ଅନୁସାରେ ସେହି ପୁଷ୍ଟିକର ଖାଦ୍ୟକୁ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ପାଡି ଦୀର୍ଘବର୍ଷ ହବ ବାଟମାରଣା କରି ଆସୁଛନ୍ତି। ଗୋଟିଏ ପଟେ ସରକାର ପୁଷ୍ଟିହୀନତାରୁ ଦୂରକରିବା ପାଇଁ ଗର୍ଭବତୀ ମାଁ, ଶିଶୁ,…
ଚୀନ୍ : ଚୀନ୍ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ୍ ସାରା ଦୁନିଆରେ ତାଣ୍ଡବ ରଚି ଚାଲିଛି । ଅଧିକାଂଶ ଦେଶ ଏହି ମହାମାରୀ କରୋନା ପାଇଁ ଚୀନ ଉପରକୁ ଆଙ୍ଗୁଳି ଉଠାଉଛନ୍ତି । କିନ୍ତୁ ଏହାକୁ ଚାଇନା ଅସ୍ବୀକାର କରିଛି । ଏହା ମଧ୍ୟରେ କରୋନା ରୋଗ ଉପରେ ଗବେଷଣା କରୁଥିବା ଜଣେ ଗବେଷକଙ୍କ ହତ୍ୟାକୁ କରାଯିବା ପରେ କରୋନା ଭାଇରସ୍ ବ୍ୟାପିବାରେ ସହ ଚୀନ୍ର ସମ୍ପର୍କକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ଅନୁସାରେ ପିଟର୍ସବର୍ଗ ମେଡିକାଲ ସେଣ୍ଟରରେ କାମ କରୁଥିବା ଜଣେ ଗବେଷକ ଡାକ୍ତର ଓ୍ବିଙ୍ଗ୍ ଲିଉ କରୋନା ଭାଇରସ୍ ସମ୍ପର୍କରେ ବଡ ଆବିଷ୍କାର କରିଥିଲେ । କିଛି ଦିନ ମଧ୍ୟରେ ସେ ଏହାକୁ ସାର୍ବଜନୀନ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଓ୍ବିଙ୍ଗ୍…
ନୂଆଦିଲ୍ଲୀ : ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତୀଙ୍କୁ ନେଇ ଦିଲ୍ଲୀ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ, ପ୍ରାୟ ଏକ ହଜାର ସଂକ୍ରମିତ ଜମାତୀ ଏବେ ସୁସ୍ଥ ହୋଇଛନ୍ତି । ଏବେ ତାଙ୍କୁ ଘରକୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ ଜମାତୀଙ୍କ ଉପରେ ମୋକଦ୍ଦମା ରହିଛି, ତାଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ କରିପାରିବ । ପ୍ରାୟ ଚାରି ହଜାରରୁ ଅଧିକ ଲୋକଙ୍କୁ ମାର୍ଚ୍ଚ ମାସ ଶେଷ ଆଡକୁ ନିଜାମୁଦ୍ଦିନ ସ୍ଥିତ ମରକଜ ଓ ଅନ୍ୟାନ୍ୟ ଜାଗାରୁ ଚିହ୍ନଟ କରାଯାଇଥିଲା । ଏଥିରୁ ପ୍ରାୟ 1 ହଜାରରୁ ଅଧିକ ଜମାତୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଅଲଗା ଅଲଗା କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ଏବେ ସୁସ୍ଥ ହୋଇଥିବା ଜମାତୀଙ୍କୁ ଘରକୁ ଯିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି । ତବିଲିଗ୍ ଜମାତ ଯୋଗୁଁ…
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଏସ୍ସିବି ମେଡିକାଲ୍ କଲେଜ୍, କଟକର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା 1-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିବା ସହ ଏହାର ପରିଚାଳନାର ସମୀକ୍ଷା କରିଛନ୍ତି । 2-ଗଞ୍ଜାମ ଜିଲ୍ଲାରେ କୋଭିଡ୍-୧୯ ରୋଗୀ ଚିହ୍ନଟ…

