Author: Samikhsya Bureau

ଭୁବନେଶ୍ବର : ଲକଡାଉନ୍‌ କଟକଣା ଭିତରେ ଆଜିଠୁ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଟ୍ରେନ୍‌ ଚାଲିବ। ଆଜି ସକାଳ 10ଟାରୁ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ ହେବ। କାଲି 10ଟା 45ରେ ଏହି ଟ୍ରେନ୍‌ ନୂଆଦିଲ୍ଲୀରେ ପହଞ୍ଚିବ। ସେହିପରି ଆସନ୍ତାକାଲି ସନ୍ଧ୍ୟା 5ଟା 5ରେ ନୂଆଦିଲ୍ଲୀ ଛାଡି ତା‘ପରଦିନ ସନ୍ଧ୍ୟା 5ଟା 25ରେ ଭୁବନେଶ୍ବରରେ ପହଞ୍ଚିବ। ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ ଦିଲ୍ଲୀରୁ ଭୁବନେଶ୍ବର ସମେତ ଦେଶର ପ୍ରମୁଖ ସହରକୁ 15 ଯୋଡା ଟ୍ରେନ୍‌ ଚାଲୁଛି। ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଯାତ୍ରାର 1 ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ପଡିବ। ସେଠାରେ ସ୍ବାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପଶିବାକୁ ଅନୁମତି ଦିଆଯିବ। ସେହିପରି ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Read More

ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତି ଗ୍ରହଣ କରିଛି। ବର୍ତ୍ତମାନ ଏହି ଭୟାବହ ପରିସ୍ଥିତିରେ କରୋନା ସହ ଲଢିବାରେ ସରକାରଙ୍କୁ ସହଯୋଗ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ବୀମାରେ ମଧ୍ୟ ସାମିଲ୍ କରିଛନ୍ତି। କିନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ପରିଗଣିତ କରିଥିଲେ ବି ସରକାରୀ ବିମାରେ ଅନ୍ତର୍ଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି ବୋଲି କହିଛନ୍ତି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ। ଏଥିପାଇଁ ଓଡ଼ିଶା ସରକାରଙ୍କ ସମ୍ମୁଖରେ କିଛି ଦାବି ଉପସ୍ଥାପନା କରିଛନ୍ତି ଏହି ଶିକ୍ଷକ ଗୋଷ୍ଠୀ। ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ବୃଦ୍ଧି କରିବାକୁ ଦାବି କରାଯାଇଛି । ଅଧିକ ସେଣ୍ଟରରେ ଖାତା ମୂଲ୍ୟାୟନ ହେଲେ ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେବ ନାହିଁ। ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ…

Read More

ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: ଓଡିଶାରୁ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଯାଏ ଲମ୍ବିଥିବା ଏକ ବିରାଟ ଆନ୍ତରାଜ୍ୟ  ବାଇକ ଚୋରୀ ରାକେଟର ଠାବ କରିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଥାନା ପୋଲିସ। ଦୀର୍ଘ ଚାରିମାସର ଅପରେସନ ପରେ ଲାଂଜିଗଡ ପୋଲିସକୁ ସଫଳତା ମିଳିଛି। ବାଇକ ଚୋରି ରାକେଟର ମାଷ୍ଟର ମାଇଣ୍ଡ ସମେତ ଦୁଇଜଣ ନାବାଳକ ସହିତ ୧୧ଜଣକୁ ଗିରଫ କରାଯାଇଥିବା ବେଳେ ୩୯ ଗୋଟି ଚୋରୀ ବାଇକ ଜବତ କରାଯାଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୩ ତାରିଖ ୨୦୧୯ ରେ ବିଶ୍ୱନାଥପୁର ଥାନାରେ ସ୍ଥାନୀୟ ବ୍ୟବସାୟୀ ପ୍ରମୋଦ ଗୋଏଲଙ୍କ ହିରୋ ସୁପର ବାଇକ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବିଶ୍ୱନାଥପୁର ଥାନା କେଶ ନଂ ୪୯/୨୦୧୯ ରେ ଏକ ମାମଲା ରୁଜ୍ଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ବେଳେ  ବିଶ୍ୱନାଥପୁରର ଅମିତ କୁମାର (୨୪) ଚୋରୀ କରିଥିବା ପୋଲିସ ଜାଣିବାକୁ ପାଇଥିଲା। ଅମିତକୁ…

Read More

ନୂଆଦିଲ୍ଲୀ, ଓଡିଶା ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତିଷ୍ଠିତ ଶିକ୍ଷା କେନ୍ଦ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନ ବା ସିବିଏସଇ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା। ମନୋଜ ହେଉଛନ୍ତି 1990 ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ। ମନୋଜ ଓଡିଶାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଡେପୁଟେସନରେ ଯାଇ ବର୍ତ୍ତମାନ ଲାଲବାହଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଆଜି କେନ୍ଦ୍ର ସରକାର ଅତିରିକ୍ତ ଶାସନ ସଚିବ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ପୂର୍ବରୁ ଏହି ସିବିଏସସି ଅଧ୍ୟକ୍ଷ ପଦରେ ଥିବା ଅନୀତା କାରୱାଲଙ୍କୁ ବଦଳ କରାଯାଇ ସ୍କୁଲ ଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଆଉ ଜଣେ ଓଡିଶା କ୍ୟାଡର ଆଇଏଏସ ଆରତୀ ଆହୁଜାଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ ଓ…

Read More

ଜଳେଶ୍ବର : ଜଳେଶ୍ବରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରିବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ସମୁଦ୍ର କୂଳରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲିଆପାଳ ବ୍ଲକ ଡଗରା ବେଳାଭୂମିରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯାଇ ପାଣିରେ ବୁଡି ଦୁହିଁଙ୍କ ମୃତ ହୋଇଥିବାର ସୂଚନା ରହିଛି।

Read More

ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ରାତି ୮ଟା ସୁଦ୍ଧା ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ୬୯୧ଜଣ ପ୍ରବାସୀ ଜଗତସିଂହପୁର ଜିଲ୍ଲାରେ ପହଞ୍ଚିଛନ୍ତି। ସୂଚନାନୁଯାୟୀ ଗତ ୮ତାରିଖ ଦିନ ସଂଗୃହୀତ ହୋଇଥିବା ୧୨୪ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ରହିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତେବେ ୯ ଓ ୧୦ ତାରିଖର ରିପୋର୍ଟ ହସ୍ତଗତ ହୋଇନାହିଁ। ଗତକାଲି ପହଞ୍ଚିଥିବା ୬୯୧ ପ୍ରବାସୀଙ୍କ ମଧ୍ୟରୁ ୧୦୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ତିର୍ତ୍ତୋଲ ବ୍ଲକକୁ ୯୦ଜଣ, ଜଗତସିଂହପୁର ବ୍ଲକକୁ ୧୨ ଓ ରଘୁନାଥପୁର ବ୍ଲକକୁ ୧ଜଣଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୩୩୯ ଜଣଙ୍କର ସ୍ୱାବ ସଂଗୃହୀତ ନହୋଇ ବାଲିକୁଦା ବ୍ଲକକୁ ୯୪ଜଣ, କୁଜଙ୍ଗ ଓ ପାରାଦ୍ୱୀପକୁ ୫୧ଜଣ, ନାଉଗାଁ ୯୦,ଏରସମା ୩୯,ବିରିଡି ୩୮ ଓ ରଘୁନାଥପୁର ୨୭ଜଣଙ୍କୁ ସଂପୃକ୍ତ ବ୍ଲକର ସଂଗରୋଧ କେନ୍ଦ୍ରକୁ ପଠାଯାଇଛି। ଏତଦ୍ ବ୍ୟତୀତ ୧୪୯ଜଣ ଏସ୍.ଭି.ଏମ୍ କଲେଜରେ ସଂଗରୋଧରେ ରହିଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାରୁ ୧୬୭୫ ସାମ୍ପଲ୍…

Read More

ନୂଆଦିଲ୍ଲୀ, ଦେଶରେ ଖୁବ ଶିଘ୍ର ଲାଗୁ ହେବ ଲକଡାଉନ 4.0। ଏହି କଥା ସିଧା ଘୋଷଣା କରି ନ ଥିଲେ ମଧ୍ୟ ପରୋକ୍ଷରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର କହିବା କଥା ହେଲା ଯେ, ଏହି ଲକଡାଉନ 4.0 ଏକ ନୂଆ ରୂପରେ ନୂଆ ରଂଗରେ ଆସିବ। ତେବେ ସେ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି। ତେବେ ଲକଡାଉନ 4.0 ସଂପର୍କରେ ମେ 18 ତାରିଖ ପୂର୍ବରୁ ଘୋଷଣା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ବରିଷ୍ଠ ସାମ୍ବାଦିକଙ୍କ ଅନୁସାରେ ଏହି ଲକଡାଉନ 4.0 ଆସନ୍ତା 17 ତାରିଖରେ ଶେଷ ହେଉଛି। ହେଲେ ଦେଶରେ କୋରନାଭାଇରସ ଯେପରି ବଢିବାରେ ଲାଗିଛି ଏଥିରେ ଲକଡାଉନ ସମୟ ବଢିବାର ଆବଶ୍ୟକତା ରହିଛି। ସେହି ଅନୁସାରେ ଏହି ଲକଡାଉନ 4.0 ମେ 31 ତାରିଖ ପର୍ଯ୍ୟନ୍ତ ବଢାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ହେଲେ ଆର୍ଥିକ ନିୟନ୍ତ୍ରଣ ଦୃଷ୍ଟିରୁ ଏହି…

Read More

ଭୁବନେଶ୍ୱର: ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ।  କେନ୍ଦୁଝର ଜିଲ୍ଲାରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରର ହାଟଡିହି ବ୍ଲକ୍‌ର ଢେଙ୍କା ପଞ୍ଚାୟତ ଓ ଧନୁର୍ଜୟପୁର ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତ ସୁରତରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦୁଝରରେ ଏବ ସଂକ୍ରମିତଙ୍କ ସଂଖ୍ୟା 4କୁ ବୃଦ୍ଧି ହୋଇଛି। ତେବେ ଆଜି ସକାଳେ 23ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ 15 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ତିନି ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସନ୍ଧ୍ୟାରେ କେନ୍ଦୁଝରରୁ ଦୁଇ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନକରେ 25 ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ଓଡିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିଏମ୍‌ କେୟାର ଫଣ୍ଡକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସଭାପତି କନକ ବରାଳ, ସମ୍ପାଦିକା ଜାନକୀ ରାଉତ, ଏନ୍‌ବିକେ ମନପ୍ରିୟା ପଲେଇ ଏବଂ ସମସ୍ତ ପଞ୍ଚାୟତ ସିଆରପିଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ 20 ହଜାର ଟଙ୍କା ଏବଂ ପିଏମ୍‌ କେୟାର ଫଣ୍ଡକୁ 15 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କରୋନା ସହାୟତା ନିମନ୍ତେ ଏହି ଅର୍ଥ ରାଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କୁ ଡିଡି ଜରିଆରେ ପ୍ରଦାନ କରାଯାଇଛି।

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧିତ କରି 20 ଲକ୍ଷ କୋଟିର ଏକ ବିଶେଷ ପ୍ୟାକେଜର ଘୋଷଣା କରିଛନ୍ତି । ଏହା ସହିତ ଭାରତକୁ ଆତ୍ମ ନିର୍ଭରଶୀଳ ହେବାକୁ ଗୁରୁତ୍ବାରୋପ କରିଛନ୍ତି । ପାଞ୍ଚୋଟି ସ୍ତମ୍ବ ଉପରେ ଆତ୍ମ ନିର୍ଭର ଭାରତ ସୁଦୃଢ ରହି ପାରିବ ବୋଲି କହିଛନ୍ତି ମୋଦି । ସେହି ପାଞ୍ଚୋଟି ସ୍ତମ୍ବ ବା ପିଲାର୍‌ ହେଉଛି – ଅର୍ଥନୀତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶର ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢାଇବାକୁ ପଡିବ । କେବଳ ଦ୍ରୁତ ଗତି ନୁହେଁ ବରଂ କ୍ବାଣ୍ଟମ୍‌ ଜମ୍ପ୍‌ ଲଗାଇବାକୁ ପଡିବ ବୋଲି କହିଛନ୍ତି ମୋଦି । ଇନ୍‌ଫାଷ୍ଟ୍ରକ୍ଚର (ଭିତ୍ତିଭୂମି) : ଦେଶରେ ଏପରି ଇନ୍‌ଫାଷ୍ଟ୍ରକଚର ବା ଭିତ୍ତିଭୂମି ପ୍ରସ୍ତୁତ ହେବ, ଯାହା ଆଧୁନିକ ହେବା ସହିତ ଦେଶକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସିଷ୍ଟମ (ବ୍ୟବସ୍ଥା…

Read More

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀ ସମ୍ବୋଧିତ କରି ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି। କରୋନା ସଂକଟକୁ ସାମ୍ନା କରିବା ସହିତ ନୂତନ ସଂକଳ୍ପ ସହିତ ଏକ ବିଶେଷ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଏହି ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ୟାକେଜ ଭାରତୀୟ ଜିଡିପିର ପ୍ରାୟ 10 ପ୍ରତିଶତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତକୁ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି ମୋଦି। ସମସ୍ତଙ୍କୁ ଦୃଷ୍ଟିରେ ରଖି ଏହି ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆର୍ଥିକ ପ୍ୟାକେଜ୍‌ ଚାଷୀ, ଉଦ୍ୟୋଗୀ, ମଧ୍ୟବିତ୍ତ ସମସ୍ତଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି। ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ  ଅର୍ଥମନ୍ତ୍ରୀ ଏହି ପ୍ୟାକେଜ୍‌ ସମ୍ପର୍କରେ…

Read More

ଚେନ୍ନାଇ ବିମାନ ବନ୍ଦରରେ କଷ୍ଟମ ଅଧିକାରମାନେ କଲମ୍ବୋ ଏବଂ ମସ୍କଟରୁ ଆସିଥିବା କୋଭିଡ ମୁକାବିଲା ଜିନିଷକୁ ତଜାରଖ କରି କ୍ଲିୟରାନସ ପ୍ରଦାନ କରୁଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 31 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି 31 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 116ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 437ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 116 ଜଣ ସୁସ୍ଥ ହୋଇଥିବା ବେଳେ 3 ଜଣଙ୍କର ପ୍ରାଣହାନି ଘଟିଛି ।

Read More

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ରାଣା ଦଗୁବତୀ ନିଜର ପ୍ରେମ ସମ୍ପର୍କକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବାହୁବଲୀ ଜରିଆରେ ପରିଚୟ ହାସଲ କରିଥିବା ରାଣା ଟ୍ବିଟ୍ଟର ଜରିଆରେ ନିଜ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି । ତେବେ କୌଣସି ଅଭିନେତ୍ରୀଙ୍କୁ ନୁହେଁ ବରଂ ଜଣେ ବ୍ୟବସାୟୀଙ୍କୁ ନିଜର ଜୀବନସାଥୀ ଭାବରେ ବାଛିଛନ୍ତି ରାଣା । ମିହିକା ବଜାଜ ନାମକ ଏହି ମହିଳା ଜଣକ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ପ୍ରତିଷ୍ଠାତା । ସି ସେଡ୍‌ ୟେସ୍‌ ବୋଲି କ୍ୟାପ୍‌ସନ୍‌ ସହିତ ମିହିକା ଏବଂ ନିଜର ଫଟୋ ପୋଷ୍ଟ କରିଛନ୍ତି ରାଣା । ରାଣାଙ୍କ ପୋଷ୍ଟ ପରେ ଅନେକ ଅଭିନେତ୍ରୀ ତାଙ୍କୁ ବଧାଇ ଜଣାଇଛନ୍ତି । ଏପରିକି ରାଣାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତ୍ରିସା ମଧ୍ୟ ରାଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲକ୍‌ଡାଉନ୍‌ ପରେ ଉଭୟଙ୍କ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ରାଣାଙ୍କ ଅଭିନୀତ ଦ୍ବିଭାଷୀ ଫିଲ୍ମ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ପ୍ରବାସୀ ସୁରତ ଫେରନ୍ତା ମହିଳା । 6 ତାରିଖରୁ ସୁରତରୁ ଓଡିଶା ଫେରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିଲେ ଏହି ମହିଳା । ନିଜ ସ୍ଵାମୀ ଡ୍ରାଇଭର଼ ପ୍ରଧାନଙ୍କ ସହିତ ଗୁଡ଼ିଆଳି ଗ୍ରାମର ସନ୍ତୋଷିନୀ ପ୍ରଧାନ (୨୮) ଏହି କେନ୍ଦ୍ରରେ ରହୁଥିଲେ । ଏହି ମହିଳା ଜଣକ ଆଜି ୩.୫୯ ମିନିଟ୍ ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର ସଞ୍ଜୟ କୁମାର ସାହୁ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ ।  ଉଭୟ ନବଜାତକ ଏବଂ ମା ସୁସ୍ଥଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି । ଏହି ପ୍ରସବ ସମୟରେ ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମାଳା, ସରପଞ୍ଚ ପ୍ରତିନିଧି ଦୀପ୍ତି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିଳାପୁତ୍ରର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ବରିଷ୍ଠ କଳାକାର ସଂଘ । ମେ 11 ତାରିଖ ରାତି 10ଟା ସମୟରେ ମାତ୍ର 53 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିତ୍ବ । ଏହି ଅବସରରେ ଶିଳାପୁତ୍ର ଓ ବରିଷ୍ଠ କଳାକାର ସଂଘ ପକ୍ଷରୁ ମୋବାଇଲ୍‌ କନ୍‌ଫରେନ୍ସ ଜରିଆରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା । କଳାକାର ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଅଧ୍ୟାପକ ଚିତ୍ତ ପଟ୍ଟନାୟକ, ଶିଳାପଦ୍ମ ସମ୍ପାଦକ ତପନ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ ବେହେରା, ସୀମାନ୍ତ ନଟରାଜ, ତିରୁପତି ସାହୁ, ନରେନ୍ଦ୍ର ପ୍ରସାଦ ବେହେରା, ଜୟକୃଷ୍ଣ ପଟ୍ଟନାୟକ ଏବଂ ଉମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦିଲ୍ଲୀପ କୁମାର ଚୌଧୁରୀଙ୍କ ପରଲୋକ ସାହିତ୍ୟ ଜଗତ…

Read More

ମୁମ୍ବାଇ : ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ନିଜର କରୋନା ତଥ୍ୟ ଲୁଚାଇ ଅଡୁଆରେ ପଡିଛନ୍ତି । 22 ବର୍ଷୀୟା ଡାକ୍ତର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବେଳେ ମୁମ୍ବାଇରୁ ଭୁଜ୍‌ ଯାତ୍ରା କରି ଅଡୁଆରେ ପଡିଛନ୍ତି । ଜେଜେ ହସ୍ପିଟାଲରେ କାର୍ଯ୍ୟରତ ଏହି ଡାକ୍ତର ଜଣକ ମେ 4 ତାରିଖରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । କରୋନା ପଜିଟିଭ୍‌ ଜଣାପଡଇବା ପରେ ତାଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏହାକୁ ଅବମାନନା କରିବା ସହିତ 5 ତାରିଖରେ ନିଜ ଗାଁ କଚ୍ଛକୁ ଫେରିଥିଲେ । ଏପରିକି କଚ୍ଛ ଫେରିବା ପାଇଁ ସେ ଏକ ନକଲି ଆଇଡି ମଧ୍ୟ ବ୍ୟବହାର କରିଥିଲେ । ଏହି ଘଟଣା ପରେ ମହିଳାଙ୍କ ବିରୋଧରେ ଏପିଡେମିକ୍‌ ଆକ୍ଟ 2005 ଅନୁଯାୟୀ 3ଟି ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Read More

ସିଡ୍‌ନୀ : ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଲକ୍‌ଡାଉନ୍‌ରେ ପରିବାର ସହିତ ସମ୍ପୂର୍ଣ୍ଣ ସମୟ ବିତାଉଛନ୍ତି । ଏହି ସମୟରେ ଏକାଧିକ ଭାରତୀୟ ଗୀତର ଓ୍ବାର୍ଣ୍ଣର ଦମ୍ପତ୍ତି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଓ୍ବାର୍ଣ୍ଣର ପ୍ରଥମେ ଶୀଲା କି ଜଓ୍ବାନୀ ଗୀତରେ ନାଚିଥିବା ବେଳେ ଦ୍ବିତୀୟ ଭିଡିଓରେ ତେଲୁଗୁ ଗୀତ ବୁଟ୍ଟା ବୋମ୍ମାରେ ନାଚିଥିଲେ । ଏପରିକି ଅଲ୍ଲୁ ଅର୍ଜୁନ୍‌ ମଧ୍ୟ ଏହାକୁ ପସନ୍ଦ କରିଥିଲେ । https://www.instagram.com/p/CAFSOiupg-E/?utm_source=ig_embed&utm_campaign=embed_video_watch_again ସେହି ଫିଲ୍ମର ଆଉ ଏକ ଗୀତ ରାମୁଲୋ ରାମୁଲାରେ ପୁଣି ଥରେ ନାଚିଛନ୍ତି ଡେଭିଡ୍‌ ଓ୍ବାର୍ଣ୍ଣର ଏବଂ ପତ୍ନୀ କ୍ୟାଣ୍ଡିସ୍‌ । ଭିଡିଓଟିକୁ ଓ୍ବାର୍ଣ୍ଣର ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓଟିକୁ 2.44 ଲକ୍ଷ ଲାଇକ୍‌ ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଓ୍ବାର୍ଣ୍ଣର ସନରାଇଜର୍ସ ଟିମ୍‌ ମେଟ୍‌ ଭୁବନେଶ୍ବର କୁମାର ଏବଂ ଯୁବରାଜ ସିଂଙ୍କ ସହିତ ଲାଇଭ୍‌ ଚାଟ୍‌ ମଧ୍ୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ପୂର୍ବରୁ ଅନେକ ଆକ୍ରମଣ ଘଟିଛି । ଏପରିକି ଏକ ହତ୍ୟା କାଣ୍ଡ ମଧ୍ୟ ହୋଇଥିବାର ନଜିର ରହିଛି । ଯାହାଫଳରେ ଉକ୍ତ ଅଂଚଳ ସବୁବେଳେ ଅଶାନ୍ତ ବାତାବରଣ ଦେଖାଦେଇଥାଏ । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ବଶିଷ୍ଠ ଜେନା, ବାବୁଲା ଜେନା, ଟୁନା ସେଠି, ଟୁଲୁ ଜେନା, ପ୍ରଭାକର ଜେନା, ଭିକାରି ଜେନା, ସଙ୍ଘବଦ୍ଧ ଭାବରେ କାତି, ଲୁହାଛଡ଼ ଓ ଟାଙ୍ଗିଆରେ ମରଣନ୍ତକ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଉଲ୍ଲେଖଯୋଗ୍ୟ ଯେ,…

Read More

ଲଦାଖ : ଲଦାଖ ନିୟନ୍ତ୍ରଣ ରେଖାର ସୀମା ନିକଟରେ ଚୀନ୍‌ର ବିମାନ ଉଡିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଯୁଦ୍ଧ ବିମାନକୁ ସୀମାନ୍ତକୁ ପଠାଯାଇଛି । ମଙ୍ଗଳବାର ପ୍ରଥମେ ଚୀନ୍‌ ବିମାନ ନିୟନ୍ତ୍ରଣ ରେଖା ନିକଟରେ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଭାରତୀୟ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ଲଦାଖ ସୀମାନ୍ତକୁ ପ୍ରେରଣ କରାଯାଇଥିଲା । ତେବେ ବାୟୁସେନା ପକ୍ଷରୁ ଏହାକୁ ନିୟମିତ ରୁଟିନ୍‌ ବୋଲି ଅଭିହିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ , ତିନି ଦିନ ପୂର୍ବରୁ ସିକ୍କିମ୍‌ ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷର ସେନା ପାସ୍ପର ସହିତ ହାତହାତି ହୋଇଥିଲେ । ଏହି ଘଟଣା ପରେ ପରସ୍ପର ସୀମାରେ ଯୁଦ୍ଧବିମାନ ଉଡାଣକୁ ନେଇ ଯୁଦ୍ଧ ଆଶଙ୍କା ଦେଖାଦେଇଥିବା ବେଳେ ଭାରତୀୟ ବାୟୁସେନା ଏହାକୁ ଖଣ୍ଡନ କରିଛି । ଚୀନ୍‌ ବିମାନ ଗୁଡିକ ଚୀନ୍‌ର ପରିସୀମା ମଧ୍ୟରେ ଉଡୁଥିବା ବେଳେ ଭାରତୀୟ ପରିସୀମା ମଧ୍ୟରେ ଭାରତୀୟ ବିମାନ…

Read More