Author: Samikhsya Bureau

ମୁମ୍ବାଇ : ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ କଂଗ୍ରେସ ଦୁଇ ପ୍ରତ୍ୟାଶୀଙ୍କୁ ଅବତୀର୍ଣ୍ଣ କରାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚିନ୍ତା ବଢାଇଛି। ଏହି ନିର୍ବାଚନରେ ଶିବସେନା ତରଫରୁ ଉଦ୍ଧବ ଠାକ୍‌ରେ ଓ ନିଲମ୍ ଗୋରେ ପ୍ରାର୍ଥୀ ହୋଇଛନ୍ତି। ନିଲମ୍ ଗୋରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ରୂପେ ଅବସ୍ଥାପିତ ହୋଇଛନ୍ତି। ସେହିରି ଏନ୍‌ସିପି ମଧ୍ୟ ଏହି ଦୁଇଟି ଆସନରେ ନିଜ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି  ଚଳାଇଛି। ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ମଧ୍ୟ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରବୀଣ ଦଦକେ, ଗୋପିଚନ୍ଦ୍ର ପଡଲ୍‌କର, ଅଜିତ ଗୋପେଛଡେ ଓ ରଣଜିତ୍‌ ସିଂହ ପାଟିଲ୍‌କୁ ନିଜ ପ୍ରାର୍ଥୀ ରୂପେ ଠିଆ କରାଇଛି। ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମହା ମେଣ୍ଟ ‘ମହାବିକାଶ ଅଘାଡି’ ସରକାରର ଶାସନ ଚାଲିଛି। ଯଦି ଏନ୍‌ସିପି ଏହି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କୁ ଠିଆ କରାଯାଏ ତେବେ 9 ବିଧାନସଭା ପରିଷଦ ଆସନ ପାଇଁ…

Read More

ଗାଙ୍ଗଟକ୍‌ : ସିକ୍କିମ୍‌ ସୀମାରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ଝଗଡା ଲାଗିଛି । ରବିବାର ଲାଗିଥିବା ଏହି ଝଗଡାରେ ଉଭୟ ପକ୍ଷର ପ୍ରାୟ 11 ଜଣ ଯବାନ ଆହତ ହୋଇଛନ୍ତି । ରବିବାର କୌଣସି କାରଣରୁ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ଲାଗିବା କାରଣରୁ 4 ଜଣ ଭାରତୀୟ ଯବାନ ଏବଂ 7 ଜଣ ଚୀନ୍‌ ଯବାନ ଆହତ ହୋଇଛନ୍ତି । ନାକୁ ଲା ନିୟନ୍ତ୍ରଣ ରେଖା ନିକଟରେ ଉଭୟ ପକ୍ଷର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଏହି ଝଗଡା ଆରମ୍ଭ ହୋଇଥିଲା । 5 ହଜାର ମିଟରର ଏହି ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିବା ସହିତ ହାତହାତି ଯାଏଁ କଥା ଯାଇଥିଲା । ପ୍ରାୟ 150ରୁ ଅଧିକ ସେନା ପରସ୍ପର ସହିତ ଲଢେଇ କରିଥିଲେ । ଉଲ୍ଳେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସ୍ଥଳସେନା ମୁଖ୍ୟ ଏମ୍‌…

Read More

ନୂଆଦିଲ୍ଲୀ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ର ହାତ ମୁଣ୍ଡ ଉପରୁ ଚାଲିଗଲେ ମଣିଷ ଅସହାୟ ପାଲଟିଯାଏ। ମା’ ଆଉ ସନ୍ତାନର ସମ୍ପର୍କ ଅନନ୍ୟ। ମା ପାଇଁ ଜଣେ ସନ୍ତାନ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି । ମା’ର ମୃତ୍ୟୁଖବର ସହ୍ୟ କରିନପାରି ଜଣେ ଯୁବତୀ ନିଜ ଜୀବନ ଶେଷ କରିଦେଇଛି । ମିଳିଥିବା ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀର ଏମ୍‌ସ୍‌ଠାରେ 23 ବର୍ଷୀୟ ଜଣେ ଯୁବତୀ ମା’ଙ୍କ ମୃତ୍ୟ ଖବରକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି।  ଯୁବତୀଙ୍କ ମା’ଙ୍କ କ୍ୟାନସରରେ ପୀଡିତ ଥିବାବେଳେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ରହିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ମାଙ୍କ ମୃତ୍ୟୁ ଖବରକୁ ସହ୍ୟ କରି ନପାରି ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଶନିବାର ସକାଳୁ କର୍ମଚାରୀମାନେ ଏମ୍‌ସର ଛାତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର  :  ଆଜି ଏମ୍‌କେସିଜିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଏମ୍‌କେସିଜିରେ ପ୍ରସୂତି ବିଭାଗ ଡାକ୍ତରଙ୍କୁ ରୋଗଙ୍କ ସମ୍ପର୍କୀୟ ଆକ୍ରମଣ କରିଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଥିବାର ସୂଚନା ରହିଛି । ରାଗରେ ଡାକ୍ତରଙ୍କ କାନକୁ କାମୁଡିକୁ ଛିଣ୍ଡାଇଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଲେବର ରୁମ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଡାକ୍ତରଙ୍କୁ ଆକ୍ରମଣ ନେଇ ଏମ୍‌କେସିଜିରେ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ ପ୍ରସୂତି ରୁମ୍‌କୁ ନେଇ ଗଣ୍ଡଗୋଳ ଘଟି ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି କାଣ୍ଡ ଘଟାଇଛନ୍ତି। ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାରିଣୀ ମହାପାତ୍ର। ଡାକ୍ତର ଶଖିଲ ଖାନ ଏମକେସିଜି ମେଡିକାଲର ଲେବର ରୁମରେ କାର୍ଯ୍ୟରତ ଥିବା ବେଳେ ଜୋର ଜବରଦସ୍ତ କିଛି ଲୋକ ରୁମ ଭିତରକୁ ପ୍ରବେଶ କରୁଥିଲେ ଏହାକୁ ନେଇ ପ୍ରଥମେ ବଚସା…

Read More

ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ ବିମାନ ଆସି ମୁମ୍ବାଇରେ ପହଁଞ୍ଚିଛି। ଆଜି ସକାଳେ ଲଣ୍ଡନରୁ 329 ଜଣ ଯାତ୍ରୀ ନେଇ ଏହି ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ଏୟାର ଇଣ୍ଡିଆ ବିମାନ AI-130 ରେ ଏହି ଯାତ୍ରୀମାନେ ଆସିଛନ୍ତି। ବିମାନ ବନ୍ଦରରେ କଡା ପରୀକ୍ଷା କରି ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଛି। ତେବେ ନିୟମ ଅନୁସାରେ ସେମାନେ 14 ଦିନ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ। ସେଥିପାଇଁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହାପରେ ଆଉ ଦୁଇଟି ବିମାନ ବିଦେଶରେ ଫସିଥିବା ଭାରତୀୟମାନଙ୍କୁ ଆଣିବାର ଯୋଜନା ଚାଲିଛି। ଏହି ଦୁଇଟି ସିଙ୍ଗାପୁର ଏବଂ ଫିଲଫାଇନସରୁ ଆସିବ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍‌ ସତ୍ତ୍ବେ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମିଳିଥିବା ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 128 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 3277ଟି ନୂତନ ମାମଲା ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 62 ହଜାର 939ରେ ପହଞ୍ଚିଥିବାବେଳେ 2109ଜଣଙ୍କ ମୃତ୍ୟୁ ହୋଇଛି । 19 ହଜାର 358ଜଣ ସୁସ୍ଥ ହୋଇଛନ୍ତି । କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି : ଦେଶରେ ସର୍ବାଧିକ ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି। ସେହିପରି ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 472, ଦିଲ୍ଲୀରେ 68, ତାମିଲନାଡୁରେ 44, ରାଜସ୍ଥାନରେ 107, ମଧ୍ୟପ୍ରଦେଶରେ…

Read More

ଇନ୍ଦୋର : ଭୋପାଳରେ କରୋନା ଯୋଗୁଁ ପ୍ରଥମ କ୍ଲୀବଲିଙ୍ଗଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସେ କୋଲିପୁର ଅଞ୍ଚଳର ବୋଲି ଜଣାପଡିଛି । ନିଃଶ୍ବାସ ଜନିତ କଷ୍ଟ ଅନୁଭବ କରି ଦୁଇ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଶନିବାର ଦିନ ଭୋପାଳରେ କରୋନା ଯୋଗୁଁ ପ୍ରଥମ ତୃତୀୟ ଲିଙ୍ଗଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମଧ୍ୟପ୍ରଦେଶରେ କରୋନା ମାମଲା ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ବିଭାଗ ଅନୁସାରେ ମିଳିଥିବା ସୂଚନା ଅନୁସାରେ ଗତକାଲି କରୋନା ଜନିତ 11ଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 3,457କୁ ବୃଦ୍ଧି ହୋଇଥିବାବେଳେ ଶନିବାର ଦିନ କରୋନା ଯୋଗୁଁ 29 ଜଣଙ୍କର ମୃତ୍ୟୁ ହୋଇଛି । । ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା 211ରେ ପହଞ୍ଚିଛି । ସେହିପରି ରାଜ୍ୟର ହଟସ୍ପଟ୍‌ ଭାବେ ଚିହ୍ନିତ ଇନ୍ଦୋରରେ ଗତକାଲି 53ଟି କେସ୍‌ ସାମ୍ନାକୁ…

Read More

ଭୁବନେଶ୍ବର :  ଆଜି ଚିହ୍ନଟ ହୋଇଥିବା 58 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 57 ଜଣ ବାହାର ରାଜ୍ୟ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଞ୍ଜାମର ସମସ୍ତ 29 ଓ ମୟୂରଭଞ୍ଜ ଚିହ୍ନଟ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି। ସେହିପରି ବାଲେଶ୍ବରରୁ  ଚିହ୍ନଟ 15 ଆକାନ୍ତଙ୍କ ମଧ୍ୟରୁ 5 ଜଣ କର୍ଣ୍ଣାଟକ ଓ 10 ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିବାବେଳେ ଅନୁଗୁଳରୁ ଚିହ୍ନଟ 13 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣ ସୁରତ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 352ରେ ପହଞ୍ଚିଛି। ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ହୋଇଛି।

Read More

ମଧ୍ୟପ୍ରଦେଶ : ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଘରବାହୁଡା ଜାରି ରଖିଛନ୍ତି ପ୍ରବାସୀ । ତେବେ ଏହି ଘର ବାହୁଡା ସମୟରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁମୁଖରେ ପଡୁଥିବାର ଘଟଣା ଏବେ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ନରସିଂହପୁରର ଜିଲ୍ଲାରୁ ଆଜି ବିଳମ୍ବିତ ରାତ୍ରିରେ ଏକ ଟ୍ରକ୍‌ ଓଲଟିଯିବା ଫଳରେ ପାଞ୍ଚଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ 13 ଜଣ ଶ୍ରମିକ ଗୁରୁତର ରୂପେ ଆହତ ହୋଇଛନ୍ତି । ଏହି ସମସ୍ତ ଶ୍ରମିକମାନେ ହାଇଦ୍ରାବାଦରୁ ଏକ ଆମ୍ବ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶର ଝାନ୍ସୀ ଯାଉଥିବାର ସୂଚନା ରହିଛି । ଲକ୍‌ ଡାଉନ୍‌ ଚାଲିଥିବା ସମୟରେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଦେଶରେ ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକମାନେ ଖାଦ୍ୟ ଓ କାମ ନ ପାଇ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି…

Read More

କେଦାର ମିଶ୍ର ଶୁକ୍ରବାର ଦିନ ଓଡିଶା ସରକାର ଘୋଷଣା କଲେ ଯେ ଶିଳ୍ପସଂସ୍ଥାମାନଙ୍କର ଅନୁରୋଧକୁ ବିଚାର କରି କାରଖାନାମାନଙ୍କରେ ଶ୍ରମିକମାନଙ୍କର ଶ୍ରମ ସମୟକୁ ୮ଘଣ୍ଟାରୁ ୧୨ ଘଣ୍ଟା କୁ ବଢାଇ ଦିଆ ଯାଇଛି। ସେହି ଘୋଷଣା ଭିତରେ ବଡ ଦୟାବାନ ଦେଖାଇ ହେବାକୁ କୁହାଗଲା ଯେ ୬ ଘଣ୍ଟା ପରେ ଶ୍ରମିକମାନଙ୍କୁ ୩୦ ମିନିଟର ବିଶ୍ରାମ ଦିଆଯିବ। ହେଲେ ଏହି ୩୦ ମିନିଟ ୧୨ ଘଣ୍ଟା ଶ୍ରମ ସମୟର ଅନ୍ତର୍ଗତ ନୁହେଁ। ସର୍ବାଧିକ ୧୩ ଘଣ୍ଟା ଜଣେ ଶ୍ରମିକ କାରଖାନାରେ କାମ କରିବ। ଆଗରୁ ଆନ୍ତର୍ଜାତିକ ଶ୍ରମ ସଂଗଠନର ନିର୍ଣ୍ଣୟ ଅନୁସାରେ ଦୈନିକ ସର୍ବାଧିକ ୮ ଘଣ୍ଟା କାମ କରିବାର ନିୟମ ରହିଥିଲା। ଏହି ନିୟମ ସପକ୍ଷରେ କୁହା ଯାଉଛି ଯେ ,କରୋନା ଭୂତାଣୁକୁ ରୋକିବା ଲାଗି ଦେଶରେ ଯେଉଁ ଲକ ଡାଉନ ଚାଲିଛି, ସେଥିରେ ଘଟିଥିବା କ୍ଷତି ଭରଣା କରିବାକୁ ଶ୍ରମିକମାନଙ୍କୁ ଅଧିକ କାମ କରିବାକୁ ପଡିବ। କି ମହାନ…

Read More

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା  ଚିକିତ୍ସାଧିନ ଥିଲେ। ଗତ 5 ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। 2019 ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସଂଖ୍ୟା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ସକାଳୁ ରାଜ୍ୟରେ 58  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଅନୁଗୁଳ ଜିଲ୍ଲାରୁ 13 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 20କୁ ବୃଦ୍ଧି ହୋଇଛି ।  ପୁଣି ଗଞ୍ଜାମ ଜିଲ୍ଲାରୁ 29, ବାଲେଶ୍ବରରୁ 15 ଓ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118କୁ ବୃଦ୍ଧି ହୋଇଥିବାବେଳେ ବାଲେଶ୍ବର 42କୁ ଓ ମୟୂରଭଞ୍ଜ 8କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ 352ରେ ପହଞ୍ଚିଛି।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 352କୁ ଛୁଇଁଛି । ଆଜି ରାଜ୍ୟରେ ଆଉ 58ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ରୋଗୀ 117 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି ।

Read More

ଟିଟିଲାଗଡ : ଟିଟିଲାଗଡ଼ ସହରରେ ଆସନ୍ତା କାଲି ସକାଳ ନଅଟାରୁ ରାତି 12ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ।  ଟିଟିଲାଗଡ ଉପଜିଲ୍ଲାପାଳ ଏହି କର୍ଫ୍ୟୁ ଜାରି କରିଛନ୍ତି । ଆସନ୍ତା କାଲି ମହାରାଷ୍ଟ୍ର ପାନଭିଲରୁ ସ୍ପେଶାଲ୍‌ ଟ୍ରେନ୍‌ ଟିଟିଲାଗଡ ଆସୁଥିବାରୁ ଏହି କର୍ଫ୍ୟୁ ଲଗାଯାଉଛି । ଟିଟିଲାଗଡ ଷ୍ଟେସନରେ ଶତାଧିକ ଶ୍ରମିକ ଓହ୍ଲାଇବା ସମ୍ଭାବନା ରହିଛି । ସମସ୍ତଙ୍କୁ ସୁରୁଖୁରୁରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ପହଞ୍ଚାଇବା ପାଇଁ କର୍ଫ୍ୟୁ ଜାରି କରାଯାଉଛି । କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଗଞ୍ଜାମ ଗସ୍ତରେ ସାତ ଜଣିଆ ଟିମ୍‌ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍‌ରେ ଡବ୍ଲୁଏଚ୍‌ଓର ପ୍ରତିନିଧି, ଆଇସିଏମ୍‌ଆର୍‌ ଓ ଆରଏମ୍‌ଆରସିର ପ୍ରତିନିଧି ସାମିଲ୍‌ ଅଛନ୍ତି । କଣ୍ଟେନମେଣ୍ଟ କଟକଣା, ସର୍ଭେଲାନ୍ସ, ସ୍ବାସ୍ଥ୍ୟ ସମୀକ୍ଷା କରିବେ । ସୁରତ ଫେରନ୍ତାଙ୍କ ପାଇଁ ଗଞ୍ଜାମରେ କରୋନା ମାଡି ଚାଲିଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହି ସାତଜଣିଆ ଟିମ୍ କରୋନା ସ୍ଥିତି ନୀରିକ୍ଷଣ କରିବା ସହ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି

Read More

ମୁମ୍ବାଇ : ଦେଶରେ କରୋନା ଭାଇରସର ମାମଲା ବୃଦ୍ଧି ପାଇବାରେ ଲାଗିଛି । କରୋନା କାରଣରୁ ଲୋକଙ୍କ ମନ ଭିତରେ ମଧ୍ୟ ଭୟ ଓ ସଂଶୟ ବସା ବାନ୍ଧିଛି । ଏହା ମଧ୍ୟରେ ମହାରାଷ୍ଟ୍ରରେ ଜଣେ କରୋନ ସଂକ୍ରମିତ ହସ୍ପିଟାଲରେ ଆତ୍ମହତ୍ୟା କରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ସେଭେନ୍‌ ହିଲ୍ସ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । 60 ବର୍ଷୀୟ ଏହି ଆକ୍ରାନ୍ତ ଜଣକ ହସ୍ପିଟାଲର ନବମ ମହଲାର ଛାତ ଉପରେ ଏକ ଷ୍ଟିଲ୍‌ ଆଙ୍ଗଲ୍‌ରେ ନିଜ ପାଇଜାମାର ଦଉଡିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଯାଞ୍ଚ ପରେ ତାଙ୍କ ମୃତ ଘୋଷଣା କରାଯାଇଥିଲା । ଆକ୍ରାନ୍ତ ଜଣକ ବିକ୍ରୋଲି ଅଞ୍ଚଳର ନିବାସୀ ଥିଲେ ବୋଲି ଜଣାପଡିଛି । ନିକଟରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ,…

Read More

ନୂଆଦିଲ୍ଲୀ : କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ 1500 ସ୍ଵାସ୍ଥ୍ୟସେବା ସହାୟକଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନେ ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ବୋଲି ମନ୍ତ୍ରୀ ନକଭି କହିଛନ୍ତି। ନକଭି କହିଛନ୍ତି ଯେ, ଏହି ସ୍ଵାସ୍ଥ୍ୟସେବା ସହାୟକଙ୍କ ମଧ୍ୟରୁ ଶତକଡା 50 ଭାଗ ହେଉଛନ୍ତି ଝିଅ, ଯେଉଁମାନେ କି ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଉ 2000 ସ୍ୱାସ୍ଥ୍ୟ ସହାୟକଙ୍କୁ ତାଲିମ ଦିଆଯିବ। ଏହି ସ୍ୱାସ୍ଥ୍ୟସେବା ସହାୟକମାନଙ୍କୁ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଵନାମଧନ୍ୟ ହସ୍ପିଟାଲଗୁଡିକରେ ଏକ ବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି । ନକଭି କହିଛନ୍ତି ଯେ, ଦେଶର ବିଭିନ୍ନ ୱାକଫ ବୋର୍ଡଗୁଡିକ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟକ ପାଣ୍ଠିକୁ 51 କୋଟି ଟଙ୍କା ସହାୟତା ଦିଆଯାଇଛି । ଏହାଛଡା ଏହି ୱାକଫ ବୋର୍ଡଗୁଡିକ…

Read More

ନୂଆଦିଲ୍ଲୀ : କୋଭିଡ-19 ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ ଫଳରେ ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଗୁରୁତର ଆହ୍ଵାନ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତ ସରକାରଙ୍କ ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଷ୍ଟ୍ରୀୟ କେମିକଲ୍ସ ଫର୍ଟିଲାଇଜର୍ସ (ଆରସିଏଫ) ଲିମିଟେଡ ଉନ୍ନତ ପ୍ରଦର୍ଶନ କରି ଏନପିକେ ସାର ସୁଫଳା ବିକ୍ରିରେ 2019 ଏପ୍ରିଲ ତୁଳନାରେ 2020 ଏପ୍ରିଲରେ 35.47 ପ୍ରତିଶତ ବୃଦ୍ଧି ହାସଲ କରିଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡ଼ା କୃଷିର ପୋଷକ ଉପାଦାନ ଆବଶ୍ୟକତା ପୂରଣ କରିବା ଲାଗି ଆରସିଏଫକୁ ଅଭିନନ୍ଦନ ଜଣାଇଛନ୍ତି। କୃଷକମାନେ ଏହି ସାର ପାଇବା ଫଳରେ ଅଧିକ ଫସଲ ଅମଳର ଲାଭ ପାଇପାରିବେ। ମନ୍ତ୍ରଣାଳୟର ଅଧୀନ ବିଭିନ୍ନ ସାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କୋଭିଡ-19 ମହାମାରୀର ନିରାକରଣ ଲାଗି ଘୋଷିତ ଲକଡାଉନର ସାମ୍ନା କରୁଥିବା କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି କଠିନ ପରିଶ୍ରମ କରୁଥିବା…

Read More

ଆଗ୍ରା : ଦେଶରେ କରୋନା ସ୍ଥିତି ଜଟିଳ ଥିବାବେଳେ ଉତ୍ତରପ୍ରଦେଶରେ ମଧ୍ୟ କରୋନା ବ୍ୟାପକ ଭାବରେ ପ୍ରଭାବ ବିସ୍ତାର କରିଛି। ରାଜ୍ୟର ସର୍ବାଧିକ ରୋଗୀ ଆଗ୍ରାଠାରୁ ଚିହ୍ନଟ ହୋଇଛି। ଆଜି ଏଠାରେ ଆଜୀବନ ସଜ୍ଜା କାଟୁଥିବା ଜଣେ କଏଦୀଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର କରୋନା ଭାଇରସ୍‌ ଯୋଗୁଁ ଜଣେ କଏଦୀର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। କଏଦୀଙ୍କ ବୟସ 60 ବର୍ଷ ହୋଇଥିବାର ଜଣାପଡିଛି। ଜେଲ ଅଧୀକ୍ଷକ ଏହି ମୃତ୍ୟୁ ନେଇ ସୂଚନା ଦେଇନ୍ତି। କଏଦୀ ଜଣକ ଚିକିତ୍ସିତ ହେବା ପାଇଁ ଏସଏନ୍‌ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଶନିବାର ଦିନ ଦ୍ବିପ୍ରହର ସମୟରେ କଏଦୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। କଏଦୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ କରାଯାଉଛି। କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି। ଆଗ୍ରାରେ ଲକ୍‌ ଡାଉନ୍‌ ଜାରି ରହିଥିବା ସତ୍ତ୍ବେ କରୋନା ମାମଲା ବଢିବାରେ ଲାଗିଛି। ଆଗ୍ରାରେ କରୋନା…

Read More

କଳାହାଣ୍ଡି, କୋଭିଡ ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲାର ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତରେ ଥିବା ମା ମାଣିକେଶ୍ବରୀ ଏସଏଚଜି ପ୍ରସ୍ତୁତ କରୁଛନ୍ତି ମାସ୍କ। ଏହି ମାସ୍କକୁ ତଦାରଖ କରୁଛନ୍ତି ଜିଲ୍ଲାର ପିଡି ଡିଆରଡିଏ, ଲାଞ୍ଜିଗଡ ତହସିଲଦାର ଏବଂ ବିଡିଓ।

Read More

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଜାରି କରିଛନ୍ତି। ଏହି ଲକଡାଉନ ଦ୍ୱାରା ଦେଶର ଆର୍ଥିକ କାରବାର ପ୍ରଭାବିତ ହେବ ଏବଂ ଗରିବ, ଶ୍ରମିକ ଶ୍ରେଣୀର ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ପ୍ୟାକେଜ ଜରିଆରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ସହାୟତା ଯୋଗାଇ ଦେବା ନିମନ୍ତେ ନିର୍ଣ୍ଣୟ ନିଆଯାଇଥିଲା। ଇତିମଧ୍ୟରେ ଦେଶର ୨.୨୦ କୋଟି ନିର୍ମାଣ ଶ୍ରମିକ ଏହି ସହାୟତା ପାଇସାରିଲେଣି। ଏ ବାବଦରେ ୩୪୯୨.୫୭ କୋଟି ଟଙ୍କା ବିତରଣ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନ ବଳରେ ଗଠିତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ…

Read More