ଲକ୍‌ଡାଉନ୍‌ରେ ଫସିଥିବା 38 ପ୍ରବାସୀ ଶିଶୁଙ୍କୁ ଉଦ୍ଧାର କଲା ଗଞ୍ଜାମ ପ୍ରଶାସନ

Published: May 13, 2020, 7:53 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଲକ୍‌ଡାଉନ୍‌ରେ ଫସି ରହିଥିବା 38 ପ୍ରବାସୀ ଶିଶୁଙ୍କୁ ଉଦ୍ଧାର କରିଛି ଗଞ୍ଜାମର କ୍ବିକ୍‌ ରେସ୍‌ପନ୍ସ ଟିମ୍‌ । 1098ର ହେଲ୍ପଲାଇନ୍‌କୁ ଏକ କଲ୍‌ ଆସିବା ପରେ କ୍ବିକ୍‌ ରେସ୍‌ପନ୍ସ ଟିମ୍‌ର ନିର୍ଦ୍ଦେଶକ ସୁଧୀର ସାବତ, ଜିଲ୍ଲା ସଂଯୋଜକ ସାଇ ପ୍ରସାଦ ସାମଲ ଏବଂ ସହକାରୀ ନିର୍ଦ୍ଦେଶକ ସର୍ବେଶ୍ବର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଶିଶୁ ମାନେ ନିଜ ପରିବାର ସହିତ କଲାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜୀ ନିକଟରେ ରହୁଥିଲେ । ରହିବା ପାଇଁ ଘର ନଥିବାରୁ ଏକ ଖାଲି ପଡିଆରେ ସେମାନେ ରହୁଥିଲେ । ଏହା ପରେ କ୍ବିକ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ଉକ୍ତ 37 ଶିଶୁଙ୍କ ସମେତ 22 ଜଣ ବୟସ୍କଙ୍କୁ ଉଦ୍ଧାର କରାଯାଇଥିଲା ।

ସମସ୍ତେ ଛତିଶଗଡର ବଞ୍ଜାରା ସମ୍ପ୍ରଦାୟର ବାସିନ୍ଦା ହୋଇଥିବା ବେଳେ ଲକ୍‌ଡାଉନ୍‌ କାରଣରୁ ଗଞ୍ଜାମରେ ଫସି ରହିଥିଲେ । ଏହାପରେ ସ୍ଥାନୀୟ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପକ୍ଷରୁ ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ଛତ୍ରପୁର ବିଡିଓଙ୍କୁ ସେମାନଙ୍କ ରହିବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯିବା ପରେ ସେ ତୁରନ୍ତ ସେମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଏମ୍‌ ନରସିମୁଲୁ ରେଡ୍ଡୀ ଏହି ପ୍ରବାସୀଙ୍କ ପାଇଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିବାର ବ୍ୟବସ୍ଥା କରିଥିଲେ ।

Related posts