ରଞ୍ଜିତ ପଣ୍ଡା କୁଜଙ୍ଗ: କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି । ଲୋକ ବାହାରକୁ ବାହାରି ପାରୁ ନଥିବା ବେଳେ ଖାଦ୍ୟ ବିନା ଭୋକ ଉପାସରେ ପାରାଦ୍ଵୀପ ଭଳି ସହର ଓ ବଜାର ଘାଟରେ ଅନେକ ଭୀକାରି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ପାରାଦ୍ବୀପରେ ଥିବା ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ସ୍ବେଚ୍ଛାସେବୀ ସଂଗଠନ ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଅଞ୍ଚଳରେ ଥିବା ନିରାଶ୍ରୟ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଉକ୍ତ ସହରରେ ରହୁଥିବା ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କ ସହିତ ରିକ୍ସା ଓ ଟ୍ରଲି ଚାଳକ ଏବଂ ମାନସିକ ଅନଗ୍ରସର ଲୋକଙ୍କୁ ରନ୍ଧା ଖାଦ୍ୟ ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ପକ୍ଷରୁ ଯୋଗାଉଛନ୍ତି । ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ଏବଂ ସ୍ବଚ୍ଛତା ଉପରେ…
Author: Samikhsya Bureau
କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ୍ରେ ଆଜି 4ଟି ଭୟାବହ ବିସ୍ଫୋରଣ ଘଟିଛି । ମାତ୍ର 90 ମିନିଟ୍ର ବ୍ୟବଧାନ ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । କାବୁଲ୍ର ଟାହିଆ ମସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ସକାଳ 7.45ରୁ 9ଟା ମଧ୍ୟରେ ଏହି 4ଟି ବିସ୍ଫୋରଣ ଘଟିଥିଲା । ନ୍ୟାସନାଲ ଡିରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି (ଏନ୍ଡିଏସ୍) ଏବଂ ସରକାରୀ ଗାଡି ଗୁଡିକ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହିବି ଆହତ କିମ୍ବା ମୃତାହତ ହୋଇନାହାନ୍ତି । ଟାହିଆ ମସ୍କାନ ବ୍ୟତିତ ଚାହାରାହି, କମ୍ବର ଏବଂ ହୁଥ୍କିଲ୍ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ । (ଏଜେନ୍ସି)
ନୂଆଦିଲ୍ଲୀ : ବନ୍ଦ ରହିଥିବା ସମସ୍ତ ଘରୋଇ କ୍ଲିନିକ୍, ପାଥୋଲ୍ୟାବ୍ ଖୋଲିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ଚିଠି। ଡାକ୍ତର, ପାରାମେଡିକାଲ୍ ଷ୍ଟାପ୍ଙ୍କ ପାଇଁ କଟକଣା ନ କରିବାକୁ ଚିଠି। ଏମାନଙ୍କ ଯାତାୟତରେ କୌଣସି ପ୍ରତିବନ୍ଧକ ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ସହ ସାଧାରଣ ହସ୍ପିଟାଲର ଡାକ୍ତର ଓ ଷ୍ଟାଫ୍ଙ୍କ ପାଇଁ କୋହଳ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସଫେଇ କର୍ମଚାରୀ ଓ ଆମ୍ବୁଲାନ୍ସକୁ ବାଟରେ ନ ରୋକିବା ପାଇଁ ପରାମର୍ଶ ଦିଆଯାଇଛି
ଶ୍ରୀକାନ୍ତ ମହାନ୍ତି କୌଣସି ପୂର୍ବପ୍ରସ୍ତୁତି ନ କରି କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖ ମଧ୍ୟ ରାତିରେ କୋରନା ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ସାରା ଦେଶରେ ଅଚାନକ ଲକ-ଡାଉନ ଘୋଷଣା କଲେ।ମାତ୍ର ଚାରି ଘଣ୍ଟାର ସମୟ ମଧ୍ୟରେ ପ୍ରସ୍ତୁତି ହେବା ପାଇଁ ଦେଶବାସୀଙ୍କୁ କୁହାଗଲା ଓ ଏହି ତଲାବନ୍ଦୀ ସମୟରେ ଘରେ ବସି ଟିଭି ରେ ରାମାୟଣ,ମହାଭାରତ ଧାରାବାହିକ ଦେଖି ଉପଭୋଗ କରିବା ପାଇଁ ସରକାରଙ୍କ ତରଫରୁ ପରାମର୍ଶ ଦିଆଗଲା।ଅଥଚ ଖାଦ୍ୟ ଏବଂ ଆୟର ଗ୍ୟାରେଣ୍ଟି ନ କରି ଦେଶର ଶ୍ରମଜୀବୀ ମଣିଷଙ୍କୁ ଅଚାନକ ଅନିଶ୍ଚିତତା ଓ ରୋଜଗାରହୀନ ଅବସ୍ଥା କୁ ଠେଲି ଦିଆଗଲା ।ଏହା ସହ କୋଟି କୋଟି ପ୍ରବାସୀ ଶ୍ରମିକଙ୍କୁ ବଂଚିବାର ସମସ୍ତ ରାସ୍ତାକୁ ବନ୍ଦ କରି ଭୋକ ଉପାସରେ ରଖି ଜୀବନ ଧାରଣ କରିବାର ସର୍ବନିମ୍ନ ଗ୍ୟାରେଣ୍ଟିକୁ ରାତାରାତି ଛଡେଇ ନିଆଗଲା । ବଞ୍ଚି ରହିବାର ଅନ୍ୟ ଉପାୟ ନପାଇ ସାରା ଦେଶରେ ଲକ୍ଷ ଲକ୍ଷ…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଦେଶରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ଶରୀରରେ କୌଣସି ଫ୍ଲୁ ଜନିତ ଲକ୍ଷଣ ଦେଖାଯାଉନଥିବାବେଳେ କିଛି ରୋଗୀଙ୍କ ଶରୀରରେ ବହୁତ କମ୍ ଲକ୍ଷଣ ଦେଖାଯାଉଛି। ସ୍ବୂଳ୍ପ ଲକ୍ଷଣ ଥିବା ଲୋକଙ୍କୁ କେନ୍ଦ୍ର ସରକାର ହୋମ ଆଇସୋଲେସନରେ ରହିବାକୁ ଅନୁମତି ଦେଇଛନ୍ତି। ତେବେ ହୋମ୍ ଆଇସୋଲେସନ୍ରେ ରହିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ସରେ କିଛି ସଂଶୋଧନ ଅଣାଯାଇଛି। ଜଣେ ବ୍ୟକ୍ତିଙ୍କୁ 17 ଦିନ ଯାଏ ହୋମ ଆଇସୋଲେସନରେ ରହିବାକୁ ପଡିବ। ସେହିପରି ରୋଗୀକୁ ସର୍ବଦା ଟ୍ରିପଲ୍ ଲେୟାର ମାସ୍କ ପିନ୍ଧିବାକୁ ପଡିବ ବୋଲି କୁହାଯାଇଛି । ପ୍ରତି 8 ଘଣ୍ଟାରେ ମାସ୍କ ବଦଳାଇବାକୁ ପଡିବ। ମୋବାଇଲରେ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ସହ ଏହା ସବୁବେଳେ ଆକ୍ଟିଭ୍ ରହିବ ବୋଲି କୁହାଯାଇଛି। ସଂପୃକ୍ତ ବ୍ୟକ୍ତି ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ…
ଗୁରୁପଦ ବୋରା କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଖୁଆ ଗ୍ରାମରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳରେ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର କୈଳାସ ପରିଡା ଏବଂ ତାଙ୍କ ପୁଅକୁ ସେହି ଗ୍ରାମର ବାବାଜୀ ପରିଡା ଏବଂ ତାଙ୍କର ଦୁଇ ପୁଅ ଧାରୁଆ ଭୁଜାଲିରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏହି ଆକ୍ରମଣରେ କୈଳାସ ପରିଡା ଓ ତାଙ୍କ ପୁଅ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ପାଟକୁରା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୈଳାଶଙ୍କ କହିବା ମୁତାବକ ଦୀର୍ଘଦିନ ଧରି ବାବାଜି ପରିଡାଙ୍କ ତାଙ୍କର ଜମିବାଡି଼କୁ ନେଇ ମାମଲା କୋର୍ଟରେ ଚାଲୁଥିଲା ଓ ମାମଲାର ରାୟ ତାଙ୍କ ସପକ୍ଷରେ ଆସିଥିଲା। ଏହାକୁ ନେଇ ବାବାଜୀ ତାଙ୍କୁ ବାରମ୍ବାର ଧମକ ଦେଉଥିଲେ। ଜମିରେ ଘର କରିବାକୁ…
ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ଭାଇରସ୍ ଯୋଗୁଁ ଦୁଇ ହଜାର 206ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା 67 ହଜାର 152ରେ ପହଞ୍ଚିଛି। ସେଥିରୁ 44 ହଜାର 29 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 20 ହଜାର 917 ଜଣ। ବିଗତ ଚବିଶ ଘଣ୍ଟା ମଧ୍ୟରେ 4 ହଜାର 214 ଜଣ ଆକ୍ରାନ୍ତ ହୋଇଥିବାବେଳେ 97 ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 22 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ରହିଥିବାବେଳେ 832ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ 493, ମଧ୍ୟପ୍ରଦେଶରେ 215, ରାଜସ୍ଥାନରେ 107, ଦିଲ୍ଲୀରେ 73, ଉତ୍ତରପ୍ରଦେଶରେ 74, ଆନ୍ଧ୍ରପ୍ରଦେଶରେ 45, ପଶ୍ଚିମବଙ୍ଗରେ 185, ତାମିଲନାଡୁରେ 47, ତେଲେଙ୍ଗାନାରେ 30, କର୍ଣ୍ଣାଟକ 31, ପଞ୍ଜାବରେ…
କରୋନା ସହ ମୁକାବିଲା ପାଇଁ ଦେଶରେ ଜାରି ରହିଥିବା ଲକ୍ ଡାଉନ୍ ମଧ୍ୟରେ ରେଳ ମନ୍ତ୍ରାଳୟ ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ମେ 12 ତାରିଖରେ 15ଟି ଟ୍ରେନ୍ 15ଟି ସହରକୁ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଆଜି ଅପରାହ୍ନ 4 ଘଟିକାଠାରୁ ରିଜର୍ଭେସନ୍ ଟିକେଟ ବୁକିଂ କରିପାରିବେ । ଏଥିପାଇଁ ରେଳବିଭାଗ ତରଫରୁ ଗାଇଡ୍ଲାଇନ୍ସ ଜାରି ମଧ୍ୟ କରିଛି । ଯାତ୍ରୀମାନଙ୍କୁ ରେଳଷ୍ଟେସନକୁ ଏକ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ । ଏହା ସହିତ ଏସ୍ କୋଚ୍ରେ କମ୍ବଳ , ଚାଦର ଓ ଟାଓ୍ବେଲ୍ ଆଦି ମିଳିବ ନାହିଁ ବୋଲି ସୂଚନା ରହିଛି । କିଛି କଟକଣା ସହିତ ରେଳ ସେବା ପୁଣି ଆରମ୍ଭ ହେବ । ଯାତ୍ରୀମାନେ ଟ୍ରେନକୁ ଚଢ଼ିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଇବାକୁ ହେବ। ସୁସ୍ଥ ଥିବା ବ୍ୟକ୍ତି କେବଳ ଟ୍ରେନ ଭିତରକୁ ପ୍ରବେଶ କରିପାରିବେ। କରୋନା…
କଟକ : ପ୍ରବାସୀଙ୍କୁ ନେଇ ଓଡ଼ିଶାର ଚିନ୍ତା ବଢୁଥିବାବେଳେ ପୁଣି ଥରେ ଅଧା ବାଟରେ ପ୍ରବାସୀ ବସ୍ ଛାଡି ଫେରାର୍ ହୋଇଛି। 15 ପ୍ରବାସୀଙ୍କୁ ଅଧା ରାସ୍ତାରେ ଛାଡି ପଳାଇଛି ବସ୍। କଟକ ଓ ଓମ୍ପି ଛକରେ ଏହି ପ୍ରବାସୀଙ୍କୁ ଛାଡି ଦେଇ ବସ୍ଟି କେନ୍ଦ୍ରାପଡା ଯାଇଛି। ନିଜ ଖର୍ଚ୍ଚରେ ତାମିଲନାଡୁ କାଞ୍ଚିପୁରମ୍ରୁ ଆସିଥିଲେ 30 ପ୍ରବାସୀ। ଏହି ବସ୍ରେ ଜଗତସିଂହପୁରର 15 ଓ କେନ୍ଦ୍ରାପଡାର 15 ପ୍ରବାସୀ ଥିଲେ। ଓଏମ୍ପି ଛକରୁ ଚାଲି ଚାଲି ଜଗତସିଂହପୁର ଅଭିମୁଖେ 15 ପ୍ରବାସୀ ଯାଉଥିବାର ଜଣାପଡିଛି ।
କେଦାର ମିଶ୍ର ଭୁବନେଶ୍ୱର ସହରର ଜୟଦେବ ବିହାରରୁ ଚନ୍ଦ୍ରଶେଖର ପୁର ଅଞ୍ଚଳ, ତାରି ଭିତରେ ଓଡିଶାର ସବୁଠୁ ନାମୀ ଓ ଦାମୀ ହୋଟେଲର ଅବସ୍ଥିତି। ସବୁଠୁ ବେଶୀ ଆଲୋକିତ ଲାଗୁଥିବା ଏ ହୋଟେଲ ସବୁ ଆଜି ଖାଁ ଖାଁ ଓ ନିତାନ୍ତ ଏକୁଟିଆ। ଏବେ ବାହାଘର ଓ ବ୍ରତଘରର ସବୁଠୁ ବଡ ଋତୁ। ହେଲେ କେଉଁଠି କିଛି ନାହିଁ। ଆଗକୁ ଆହୁରି କେତେ ସାମାଜିକ ପର୍ବ ପର୍ବାଣି। ସେଥିରେ ରାଜ୍ୟର ସବୁ ହୋଟେଲ ଖାଲି। କାରଣ ଅବଶ୍ୟ କରୋନା ପାଇଁ ଲକ ଡାଉନ। ପରିସ୍ଥିତି ସ୍ଵାଭାବିକ ଥିଲେ ଆଜିର ତାରିଖରେ ହୁଏତ ପୁରୀ ସହରରେ ଜୁନ ମାସ ପାଇଁ କୌଣସି ହୋଟେଲ ବୁକ କରିବା ସବୁଠୁ ଅସମ୍ଭବ ବ୍ୟାପାର ହୋଇଥାନ୍ତା। ରଥଯାତ୍ରା ସମୟରେ ପୁରୀ ସହରରେ ଛୋଟ ଠୁ ବଡ, ସବୁ ହୋଟେଲରେ କୋଠରୀଟିଏ ପାଇବା ସବୁଠୁ କଠିନ କାମ। ଅଥଚ ଆଜି ସବୁ ହୋଟେଲ ଖାଁ ଖାଁ। ଓଡିଶାର ପ୍ରାୟ…
ଭୁବନେଶ୍ବର : ରାଜ୍ୟରେ ପୁଣି 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାର 12, ସୁନ୍ଦରଗଡରେ 1, କେନ୍ଦ୍ରାପଡାରେ 1 ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 391କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 137ରେ ପହଞ୍ଚିଥିବାବେଳେ କେନ୍ଦ୍ରାପଡାରେ 9 ଓ ସୁନ୍ଦରଗଡ14କୁ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ 83 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି ବୌଦ୍ଧ ଓ କନ୍ଧମାଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲା ଏବେ 21କୁ ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ କରୋନା ସଂକଟକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ 3.0 ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ 3 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏପ୍ରିଲ୍ 28 ରେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନର ଅବଧିକୁ 17 ମଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ମେ‘ 17 ପରେ କରୋନା ସହ ଦେଶ କିପରି ଲଢେଇ କରିବ ତାହା ସମ୍ପର୍କରେ ଚର୍ଚ୍ଚା ହେବ । କରୋନର ସ୍ଥିତି ସଙ୍ଗୀନ୍ ଥିବା ସମୟରେ ଆଗାମୀ ରଣନୀତି…
ନୂଆଦିଲ୍ଲୀ: କୋଭିଡ୍-୧୯ ଆଣ୍ଟିବଡି ଟେଷ୍ଟ ଲାଗି ଭାରତରେ ତିଆରି ହେଲା ସ୍ୱଦେଶୀ ଟେଷ୍ଟ କିଟ୍। ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି ପକ୍ଷରୁ ଏହି ଟେଷ୍ଟ କିଟକୁ ସଫଳତାର ସହ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।ଆଣ୍ଟି ସାର୍ସ କୋଭ୍ ଟୁ ହ୍ୟୁମାନ୍ ଆଜିଜି ଏଲିସା ଟେଷ୍ଟ କିଟ୍ କରୋନା ଭୂତାଣୁର ଚିହ୍ନଟ କରିପାରିବ। ଭାରତରେ କରୋନା ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବାରୁ ଏହି କିଟ୍ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି କିଟ୍ ଜରିଆରେ ଅଢେଇ ଘଣ୍ଟାରେ 90ଟି ନମୁନା ପରୀକ୍ଷଣ ହୋଇପାରିବ ବୋଲି ସୂଚନା ରହିଛି । ମାତ୍ର ଏକ ମାସରୁ କମ୍ ସମୟ ମଧ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ଏହି କିଟ୍ ସାହାଯ୍ୟରେ ଶରୀରରେ ଥିବା ସାର୍ସ – ସିଓବି-2ରୋଧୀ ଆଣ୍ଟିବଡିର ଉପସ୍ଥିତି ସମ୍ପର୍କରେ ସୂଚନା…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : କରୋନା ମହାମାରୀ ସହିତ ସମଗ୍ର ବିଶ୍ୱ ବର୍ତ୍ତମାନ ଲଢେଇ କରୁଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡ଼ିଆ ମାନେ ଫସି ରହିଛନ୍ତି। ଏଭଳି ସ୍ଥିତିରେ ଓଡିଶା ସରକାର ପ୍ରବାସୀ ଓଡିଆମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ସୁରତରୁ ଓଡିଶା ଫେରୁଛନ୍ତି। ସେମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ଓଡିଆମାନେ କ୍ୱାରେନଟାଇନରେ ରହିବା ବ୍ୟବସ୍ଥା ହୋଇଛି । ତେବେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ସୁରତ ଫେରନ୍ତାମାନଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି କ୍ରମରେ ଆଜି କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟରେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିଡିଓ କନଫେରସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ…
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ନେତା ଡ. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାର ସୂଚନା ରହିଛି। ରବିବାର ରାତ୍ରିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ଚିକିତ୍ସା କରୁଥିବାବେଳେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର।
ରଞ୍ଜିତ୍ କୁମାର ପଣ୍ଡା କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳଠାରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ଏକ ଆଇ ଟ୍ବେଣ୍ଟି କାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳ ରାସ୍ତା ପାର୍ଶ୍ବରେ ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଏହି ଗାଡିଟିକୁ ଛାଡି ପଳାୟନ କରିଛନ୍ତି। ତେବେ ଏହି ଗାଡିଟିକୁ ଜଙ୍ଗଲିଆ ରାସ୍ତାରେ ଛାଡି ଦୁର୍ବୃତ୍ତମାନେ ପଳାୟନ କରିଥିବାବେଳେ ଅପରପକ୍ଷରେ ଜନୈକ ବ୍ୟକ୍ତି ଏହି ଗାଡିଟି ତାଙ୍କର ବୋଲି ଦାବି କରିଛନ୍ତି। ଗାଡି ଚୋରି ହୋଇଥିବାର ନେଇ ସେ ଦୁଇ ଦିନ ଆଗରୁ କୁଜଙ୍ଗ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। କିନ୍ତୁ ଗାଡି ଚୋରି ନେଇ କୁଜଙ୍ଗ ଥାନାରେ କୌଣସି ଲିଖିତ ପ୍ରମାଣ ନଥିବାବେଳେ ଗାଡି ଚୋରିକୁ ନେଇ ଫୋନ୍ ଯୋଗେ ଅଭିଯୋଗ କରିଥିବାର କହିଛନ୍ତି କୁଜଙ୍ଗ ଥାନା ଅଧିକାରୀ…
ଭୁବନେଶ୍ବର, ଓଡିଶାରେ ବିଭିନ୍ନ ସ୍ଥାନରେ ଫସିରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ସେମାନଙ୍କୁ ରାଜ୍ୟ ଶ୍ରମ ବିଭାଗର ଅଧିକାରୀମାନେ ଉଦ୍ଧାର କରି ନିଜ ରାଜ୍ୟକୁ ଛାଡିବା ପାଇଁ ଉଦ୍ୟମ କରୁଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ରାଜସ୍ଥାନର 74 ଜଣ ଶ୍ରମିକଙ୍କୁ ଦୁଇଟି ବସରେ ତାଙ୍କ ରାଜ୍ୟକୁ ପଠାଯାଇଛି। ଯିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବସକୁ ସାନିଟାଇଜେସନ ମଧ୍ୟ କରାଯାଇଛି। ଏଥିସହିତ ସେମାନଙ୍କର ରାସ୍ତାରେ ଆବଶ୍ୟକତା ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ଭୁବନେଶ୍ବର ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରମ ବିଭାଗ ତରଫରୁ କୋଲକାତା, ରାଜସ୍ଥାନ ଏବଂ ବିହାର ପରି ରାଜ୍ୟକୁ ବସ ଯୋଗେ ଶ୍ରମିକଙ୍କୁ ପଠାଯାଇଛି।
ଅନୁଗୁଳୁ : ଅନୁଗୁଳ ମଝିକା ନିକଟରେ ଟ୍ରେନ୍ ଅଟକାଇଛନ୍ତି ପ୍ରବାସୀ ଶ୍ରମିକ। ଚେନ୍ ପୁଲିଂ କରି ଖସି ଯିବାକୁ ଟ୍ରେନ୍ ଅଟକାଇଥିବାର ଅଭିଯୋଗ ହୋଇଛି। ଏନେଇ ସାତ ଜଣଙ୍କୁ ଅଟକ ରଖି କ୍ବାରେଣ୍ଟିନ୍ କେନ୍ଦ୍ରକୁ ନେଇଛି ଜିଲ୍ଲା ପ୍ରଶାସନ । ଆଉ କିଛି ପ୍ରବାସୀ ଲୁଚି ପଳାଇଥିବା ସନ୍ଦେହ ରହିଥିବାରୁ ଏନେଇ ପୋଲିସ୍ ତନାଘନା ଜାରି ରଖିଛି । ରାଜ୍ୟର କରୋନା ମାନଚିତ୍ରରେ ଅନୁଗୁଳ ଜିଲ୍ଲା ଆଜି ଯୋଡ଼ିହୋଇଛି। ଆଜି ସକାଳେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକକାଳୀନ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାବେଳେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇ ଏବେ ଏହା 15ରେ ପହଞ୍ଚିଛି । ଜିଲ୍ଲାରେ ଏକକାଳୀନ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି ଅନୁଗୁଳ ଜିଲ୍ଲାପାଳ । ଏହି ଜିଲ୍ଲାକୁ ରେଡ୍ ଜୋନ୍ର ଘୋଷଣା କରିବା ସହ ରେଡ୍ ଜୋନ ଭଳି…
ନୂଆଦିଲ୍ଲୀ, ବର୍ତ୍ତମାନ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନରେ ଆସୁଥିବା ପ୍ରବାସୀମାନଙ୍କୁ ଆରଏସଏସ ତରଫରୁ ପ୍ରଦାନ କରାଯାଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ। ଏପରିକି ପାଣି ପ୍ୟାକେଟ ମଧ୍ୟ ସେମାନଙ୍କ ବଗିରେ ଏହି ସ୍ବୟଂ ସେବକମାନେ ରଖୁଛନ୍ତି।
ଭୁବନେଶ୍ବର : ମେ 12ରୁ ପାସେଞ୍ଜର ଟ୍ରେନ୍ ଯାତ୍ରା ନେଇ ରେଲ୍ଓ୍ବେ ଯୋଜନା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ 15 ଯୋଡା ଟ୍ରେନ୍ ଯାତ୍ରା ଆରମ୍ଭ କରିବ। ଏ ସମସ୍ତ ଟ୍ରେନ୍ ସ୍ପେଶାଲ ଟ୍ରେନ୍ ରୂପେ ଭୁବନେଶ୍ବର ସମେତ ଦେଶର ଅଲଗା ଅଲଗା 15ଟି ସ୍ଥାନକୁ ଏହି ଟ୍ରେନ୍ ଯାତ୍ରା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଅଧିକ ଟ୍ରେନ୍ ଯାତ୍ରା କରିବ । ଦିଲ୍ଲୀ, ମୁମ୍ବାଇ, ରାଞ୍ଚି ଓ ପାଟନା ପାଇ ସ୍ପତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଟୁଇଟ୍ କରି ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ନୂଆ ଦିଲ୍ଲୀରୁ 15ଟି ସହରକୁ ଟ୍ରେନ୍ ଯାତ୍ରା କରିବ। ଦିଲ୍ଲୀରୁ ବାଙ୍ଗାଲୋର ପାଇଁ ମଧ୍ୟ 12 ମଇଠାରୁ ଟ୍ରେନ୍ ଚାଲିବା ନେଇ ପ୍ରସ୍ତୁତି ଚାଲିଛି। ସେହିପରି ଏହି ଟ୍ରେନରେ ଯାତ୍ରା କରିବା ପାଇଁ କାଲି ଅପରାହ୍ନ 4ଟାରୁ ରିଜର୍ଭେସନ୍ ସୁବିଧା ମିଳିବା ନେଇ ସୂଚନା…
ଉତ୍ତରପ୍ରଦେଶ : କରୋନା ଭାଇରସ୍ କାରଣରୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଗରିବ ତଥା ଶ୍ରମିକମାନେ। ଏବେ ଉତ୍ତରପ୍ରଦେଶର ମହୋବାରେ ୟୁପି-ମଧ୍ୟପ୍ରଦେଶ ବର୍ଡରଠାରେ ପ୍ରାୟ ପାଞ୍ଚ ହଜାର ଶ୍ରମିକମାନେ ଫସି ଯାଇଛନ୍ତି । ନିଜ ଘରକୁ ଯିବା ପାଇଁ ଅନ୍ୟ ରାଜ୍ୟରୁ ଚାଲି ଚାଲି ଆସି ଏବେ ଏହି ଶ୍ରମିକମାନ ଏଠାରେ ପହଞ୍ଚିଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ଉତ୍ତରପ୍ରଦେଶରେ ମହୋବା ଜିଲ୍ଲାର ମଧ୍ୟପ୍ରଦେଶ ସୀମାଠାରେ ଏକ ହୃଦୟ ଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୁଜୁରାତ, ମହାରାଷ୍ଟ୍ରର ଆସିଥିବା ଅନେକ ଶ୍ରମିକ ଫସି ଯାଇଛନ୍ତି । ଲକ୍ ଡାଉନ୍ କାରଣରୁ ଏହି ଶ୍ରମିକମାନେ ନାଚାର ହୋଇପଡିଛନ୍ତି । ପ୍ରବଳ ଗ୍ରୀଷ୍ମ ସତ୍ତ୍ବେ ସେମାନେ ଖୋଲା ଆକାଶ ତଳେ ବସି ରହିଛନ୍ତି । ଏହି ଶ୍ରମିକମାନେ ମହିଳା ଓ…

