ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର ଡେଇଁଲା, ମୃତ୍ୟୁ ସଂଖ୍ୟା 25 ଶହ ଟପିଲା

Published: May 14, 2020, 10:29 am IST

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ପ୍ରକୋପ ଜାରି ରଖିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  78 ହଜାର ପାର ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 25 ଶହ ଟପିଛି ।

ଗତ 24 ଘଣ୍ଟାରେ ଦେଶରେ 3722 ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ 134 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।  ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 78 ହଜାର 003ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ 2549 ଜଣଙ୍କ ମୃତ୍ୟୁ ଘଟିଛି ।  ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 26,235ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 49, 219 ସକ୍ରିୟ ଅଛନ୍ତି।

ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର ରହିଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 975କୁ ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶରେ 232, ଗୁଜୁରାଟରେ 566, ଦିଲ୍ଲୀରେ 106, ତାମିଲନାଡୁରେ 64, ତେଲେଙ୍ଗାନାରେ 34, ଆନ୍ଧ୍ରପ୍ରଦେଶରେ 47, କର୍ଣ୍ଣାଟକରେ 33, ଉତ୍ତରପ୍ରଦେଶରେ 83, ପଞ୍ଜାବରେ 32, ପଶ୍ଚିମବଙ୍ଗରେ 207, ରାଜସ୍ଥାନରେ 121, ଜମ୍ମୁକାଶ୍ମୀରର 11, ହରିୟାଣାରେ 11, କେରଳରେ 4, ଝାଡଖଣ୍ଡରେ 3, ବିହାରରେ 7, ଓଡ଼ିଶାରେ 3, ହିମାଚଳ ପ୍ରଦେଶରେ 2, ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts