Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ ସଂଗୀତରେ ‘ରିମିକ୍ସ ରାଗ’
ବିଶେଷ ଖବର

ଭାରତୀୟ ସଂଗୀତରେ ‘ରିମିକ୍ସ ରାଗ’

May 14, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ବିଜନ କୁମାର ମହାପାତ୍ର

ପୁଣି ଥରେ ରିମିକ୍ସ ଗୀତକୁ ନେଇ ସୃଷ୍ଟି ହୋଇଛି ବିବାଦ। ରିମିକ୍ସ ଗୀତର ଆବଶ୍ୟକତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ୨୦୦୬ରେ ରିଲିଜ ହୋଇଥିବା ରାକେଶ ଓମପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଦିଲ୍ଲୀ -୬ର ଏକ ଲୋକପ୍ରିୟ ଓ ସୁପରହିଟ ଗୀତ ‘ମସକଲୀ’ ର ରିମିକ୍ସ କରାଯାଇଛି । କଂପୋଜର ତାନିଷ୍କ ବାଗଚୀ, ଏ. ଆର ରହମନଙ୍କ ନିର୍ଦ୍ଦେଶିତ ଅରିଜିନାଲ ମସକଲୀ ଗୀତର ରିମିକ୍ସ କରିଛନ୍ତି। କଥା ହେଲା, ଅରିଜିନାଲ ଗୀତର ସ୍ରଷ୍ଟା ରହମନ ମସକଲୀ ଗୀତର ରିମିକ୍ସ ଭର୍ସନକୁ ପସନ୍ଦ କରି ନ ଥିଲେ। ଏକ ଟ୍ୱିଟ୍ ଜରିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ରହମନ। ରିମିକ୍ସ ପରିବର୍ତ୍ତେ ଅରିଜିନାଲ ମସକଲୀ ଗୀତକୁ ଉପଭୋଗ କରିବା ପାଇଁ ସଂଗୀତ ପ୍ରେମୀଙ୍କୁ କହିଛନ୍ତି ରହମନ। ରହମନଙ୍କ ତୀବ୍ର ଅସନ୍ତୋଷରୁ ସ୍ପଷ୍ଟ ହେଉଛି ଯେ, ସେ ତାଙ୍କ ଗୀତର ରିମିକ୍ସ ସପକ୍ଷରେ ନୁହନ୍ତି। ମୋଜାର୍ଟ ଅଫ ମାଡ୍ରାସଙ୍କ ଅନେକ ହିଟ ଗୀତର ରିମେକ ବା ରିମିକ୍ସ ହୋଇଛି।

୨୦୧୭ରେ ରିଲିଜ ହୋଇଥିବା ଓକେ ଜାନୁ ଫିଲ୍ମରେ ବମ୍ବେ ଫିଲ୍ମର ‘ହମ୍ମା ହମ୍ମା’ ରିମିକ୍ସକୁ ଛାଡି ଦେଲେ ସେ ତାଙ୍କର ଆଉ କୌଣସି ଗୀତର ରିମିକ୍ସ ଭର୍ସନକୁ ପସନ୍ଦ କରିନାହାନ୍ତି ବୋଲି ରହମନ କିଛି ମାସ ତଳେ କହିଥିଲେ। ରହମନଙ୍କ ପରେ ପରେ ମସକଲୀ ଗୀତର ରଚୟିତା ପ୍ରସୁନ ଯୋଶୀ ଓ ଗାୟକ ମୋହିତ ଚୌହାନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନିର୍ମାତା ଓ ନିର୍ଦ୍ଦେଶକ ମସକଲୀ ଗୀତର ବିକୃତ ରିମେକକୁ ବିରୋଧ କରିଛନ୍ତି । ଆଉ କେତେଦିନ ଏଭଳି ବିକୃତ ରିମିକ୍ସ ଗୀତର ଧାରା ଚାଲିଥିବ ବୋଲି ପ୍ରଶ୍ନ ଉଠିଛି ।

ପ୍ରଥମ ଥର ପାଇଁ ରିମିକ୍ସ ଗୀତକୁ ବିରୋଧ କରାଯାଇନାହିଁ । ଗତବର୍ଷ ସଂଗୀତ ନିର୍ଦ୍ଦେଶକ ଯୋଡି ବିଶାଲ –ଶେଖରଙ୍କ ମଧ୍ୟରୁ ବିଶାଲ ଦଦଲାନି ସେମାନଙ୍କ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ କିଛି ଲୋକପ୍ରିୟ ହିନ୍ଦି ଫିଲ୍ମ ଗୀତର ରିମିକ୍ସକୁ ଜୋରଦାର ବିରୋଧ କରିଥଲେ। ଏପରିକି ରିମିକ୍ସ କରୁଥବା କଂପୋଜରଙ୍କୁ ଶାଗୁଣା ଭାବେ ଅଭିହିତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ ବିଶାଲ ଦଦଲାନି।

ଖୋଦ୍ ବିଶାଲ- ଶେଖର ଯୋଡି ବି କିଛି ଫିଲ୍ମ ପାଇଁ ଅତୀତର ଲୋକପ୍ରିୟ ଫିଲ୍ମ ଗୀତଗୁଡିକର ରିମିକ୍ସ କରିଥିଲେ। ହେଲେ ଏଥିପାଇଁ ସେମାନେ ଅରିଜିନାଲ ଗୀତର ସଂଗୀତ ନିର୍ଦ୍ଦେଶକଙ୍କ ଅନୁମତି ଆଣିଥିଲେ। ଏହାଛଡା ମହାନ ସଂଗୀତ ନିର୍ଦ୍ଦେଶକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେମାନେ କିଛି ଗୀତ ରିମିକ୍ସ କରିଥିଲେ ବୋଲି ବିଶାଲ ଯୁକ୍ତି ଦର୍ଶାଇଥିଲେ । ଅନ୍ତତଃ ରିମିକ୍ସ ଗୀତର କଂପୋଜର ଓ ରିମିକ୍ସ ଗୀତକୁ ପ୍ରୋତ୍ସାହିତ କରୁଥିବା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକମାନେ ଅରିଜିନାଲ୍ କଂପୋଜରଙ୍କୁ ଆବଶ୍ୟକୀୟ ଶ୍ରେୟ ଓ ପାରିଶ୍ରମିକ ଦେବା କଥା ବୋଲି ଯୁକ୍ତି ବାଢିଥିଲେ ବିଶାଲ। ବିଶାଲଙ୍କ ଏହି ଯୁକ୍ତିରେ ଯଥାର୍ଥତା ଥିଲା ବୋଲି ମନେ ହୁଏ । ଗୋଟିଏ କଳାକାର ଅକ୍ଲାନ୍ତ ପରିଶ୍ରମର ଫଳକୁ ପାଥେୟ କରି ଆଉ ଜଣେ କଳାକାର କାହିଁକି ଅନାୟାସରେ ସଫଳତାର ସିଡି ଚଢିବ ? ରିମିକ୍ସ ଗୀତ ବିରୋଧରେ ସମୟେ ସମୟେ ସ୍ୱର ଉଠୁଥିଲେ ମଧ୍ୟ ଏହି ଧାରା ବନ୍ଦ ହେଉନାହିଁ ।

ଆଜିକାଲିର ଅଧିକାଂଶ ଫିଲ୍ମରେ ପ୍ରାୟତଃ ଗୋଟିଏ ରିମିକ୍ସ ଗୀତ ରହୁଛି । ଆଉ ଅଧିକାଂଶ କ୍ଷେତ୍ରରେ ଏହି ରିମିକ୍ସ ଗୀତ ହିଁ ସଂପୃକ୍ତ ଫିଲ୍ମର ଟ୍ରେଲର ଭାବେ କାମ କରିଥାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରିମିକ୍ସ ଗୀତ ହିଁ ସଂପୃକ୍ତ ଫିଲ୍ମର ମୁଖ୍ୟ ଗୀତ ହୋଇଥାଏ । ଜଣେ ରିମିକ୍ସ କଂପୋଜର ପାଇଁ ଏ.ଆର ରହମନଙ୍କ ଭଳି ଦକ୍ଷ ସଂଗୀତ ନିର୍ଦ୍ଦେଶକଙ୍କ ପ୍ରତିଭା ଆବଶ୍ୟକ ନାହିଁ । ଅତି ସହଜ, ସରଳ ଭାବେ ଯେ କେହି କଂପୋଜର ଗୋଟିଏ ହିଟ୍‌ ଗୀତର ରିମିକ୍ସ କରିପାରିବ। ବଡ କଥା ହେଲା ରିମିକ୍ସ ଗୀତର ବି ଏକ ନିର୍ଦ୍ଦିଷ୍ଟ ଶ୍ରୋତା ରହିଛନ୍ତି । ଆଜିକାଲିର ଯୁବପିଢି ରିମିକ୍ସ ଗୀତ ପ୍ରତି ଅଧିକ ଆକର୍ଷିତ ହେଉଥିବା ଦେଖାଯାଉଛି । କଂପ୍ୟୁଟର ଓ ମୋବାଇଲ୍ ଫୋନରେ ଭିଡିଓ ଦେଖିବାକୁ ଅଧିକ ପସନ୍ଦ କରୁଥିବା ଯୁବପିଢିଙ୍କୁ ଆକର୍ଷିତ କରେ ହିଟ୍ ଗୀତର ଆଧୁନିକ ରିପ୍ୟାକେ ଭର୍ସନ। ୟୁ ଟ୍ୟୁବ୍ ଦର୍ଶକ ପରିସଂଖ୍ୟନରୁ ମଧ୍ୟ ଏହା ପ୍ରମାଣିତ ହୋଇଛି । ଗୋଟିଏ,ଦୁଇଟି ଉଦାହରଣ ଏଠାରେ ଦିଆଯାଇପାରେ ।

୧୯୮୮ର ହିନ୍ଦି ଫିଲ୍ମ ତେଜାବର ସୁପରହିଟ୍ ‘ଏକ, ଦୋ ,ତିନ’ ଗୀତକୁ ୬ ବର୍ଷ ତଳେ ୟୁ ଟ୍ୟୁବ୍‌ରେ ପୋଷ୍ଟ କରାଯାଇଥିଲା । ମାଧୁରୀ ଦୀକ୍ଷିତଙ୍କ ନାଚପାଇଁ ମଧ୍ୟ ପ୍ରସିଦ୍ଧ ଏହି ଗୀତ ୟ୍ୟୁ ଟ୍ୟୁବ୍ ରେ ପୋଷ୍ଟ ହେଲାପରଠାରୁ ପ୍ରାୟ ୧୦ କୋଟି ଥର ଦେଖାଯାଇଛି । କିନ୍ତୁ ଏହି ବାଗୀ-୨ ଫିଲ୍ମ ପାଇଁ ଏହି ଗୀତର ରିମିକ୍ସ ଭର୍ସନକୁ ଏହାଠାରୁ ଅଧିକ ଥର ୟୁ ଟ୍ୟୁବରେ ଦେଖାଯାଇଛି । ଯଦିଓ ରିମିକ୍ସ ଭର୍ସନ, ଅରିଜିନାଲ୍ ଗୀତର ମ୍ୟାଜିକ ଦୋହରାଇପାରି ନଥିଲା। ସେହିପରି ବିଶାଲ-ଶେଖରଙ୍କ ସଂଗୀତ ନିଦ୍ଦେର୍ଶନାରେ ପ୍ରସ୍ତୁତ ମୁସାଫିର ଫିଲ୍ମର ଲୋକପ୍ରିୟ ସାକି ସାକି ଗୀତର ରିମିକ୍ସ ଭର୍ସନକୁ ୟୁ ଟ୍ୟୁବରେ ଅଧିକ ଦର୍ଶକ ଦେଖିଛନ୍ତି । ଅରିଜିନାଲ୍‌ ପରିବର୍ତ୍ତେ ରିମିକ୍ସ ଗୀତ ପ୍ରତି ଯୁବପିଢିଙ୍କ ଚାହିଦା ଏଥିରୁ ପ୍ରମାଣିତ ହେଉଛି । ଅରିଜିନାଲ ହିଟ୍ ଗୀତକୁ ରିମିକ୍ସ କରାଯାଇ ଜୋରଦାର୍ ମାକେର୍ଟିଂ ମଧ୍ୟ କରାଯାଉଛି ।

ଯାହାଫଳରେ ରିମିକ୍ସ ଗୀତ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଅଧିକ ଶ୍ରୋତାଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରୁଛି। ରିମିକ୍ସ ଗୀତର ଗୁଣାତ୍ମକ ମାନକୁ ପଚାରେ କିଏ ? କିନ୍ତୁ ଏହାର ଅର୍ଥ ନୁହେଁ ଯେ ସବୁ ଫିଲ୍ମର ରିମିକ୍ସ ଗୀତ ଗ୍ରହଣୀୟ ହେଉଛି। ଆଜିକାଲିର ଅଧିକାଂଶ ଯୁବ କଂପୋଜର ପୁରୁଣା ହିଟ୍ ଫିଲ୍ମ ଗୀତର ରିମିକ୍ସ କରି ପ୍ରସିଦ୍ଧି ହାସଲ କରିବାକୁ ଚାହୁଁଛନ୍ତି । କିଛି ପ୍ରସିଦ୍ଧ ବି ହୋଇଛନ୍ତି । କିନ୍ତୁ ରିମିକ୍ସ ସଂଗୀତ ଯେ ଦୀର୍ଘସ୍ଥାୟୀ ନୁହେଁ , ତାହା ବାରମ୍ବାର ପ୍ରମାଣିତ ହୋଇଛି। ବିଡମ୍ବନାର କଥା ହେଲା ଯେ, ମୌଳିକ ସଂଗୀତ ସୃଷ୍ଟି ପାଇଁ ଆଜିକାଲି ପ୍ରତିଭାବାନ ସଂଗୀତ ନିର୍ଦ୍ଦେଶକଙ୍କ ଅଭାବ ରହିଛି। ଏପରିକି ଯୁବ ସଂଗୀତ ନିଦ୍ଦେର୍ଶକଙ୍କଠାରୁ ଗୁଣାତ୍ମକ ସଂଗୀତ ଆଦାୟ କରିବା ପାଇଁ ଉଦ୍ୟମୀ ନିର୍ମାତା, ନିର୍ଦ୍ଦେଶକମାନେ ବି ନାହାନ୍ତି । ସମସ୍ତେ ସର୍ଟକଟ୍‌ ରାସ୍ତା ହିଁ ଦେଖୁଛନ୍ତି। ଅଧିକାଂଶ ସଂଗୀତ ନିର୍ଦ୍ଦେଶକ ହୁଏତ ଅନ୍ୟ ଦେଶ ବା ଭାଷାରୁ ସଂଗୀତ ସ୍ୱର ଚୋରି କରିବେ । ନ ହେଲେ ହିଟ୍ ଗୀତର ବିକୃତ ରିମିକ୍ସ କରିବେ। ସ୍ୱର ନକଲ ବା ଚୋରି କରିବା ଧାରା ତ ଆଗରୁ ବି ଥିଲା ଓ ରହିଛି । ତେବେ, ପୁରୁଣା ଗୀତର ରିମିକ୍ସ କରିବା ଅଭ୍ୟାସ ସୂଚାଉଛି ଯେ, ସଂଗୀତ ଜଗତରେ ସୃଜନଶୀଳତାର ଘୋର ଅଭାବ ରହିଛି ।

ପୁରୁଣା ହିଟ୍ ଗୀତର ରିମିକ୍ସ ଧାରା ବିଂଶ ଶତାବ୍ଦୀର ନବେ ଦଶକରେ ଆରମ୍ଭ ହୋଇଥିଲା । ‘ସୟାଁ ଦିଲ୍ ମେ ଆନା ରେ’ , ‘କଲିୟୋଁ କି ଚମନ’ ଭଳି ଗୀତର ରିମିକ୍ସ ଭର୍ସନ ବେଶ ଲୋକପ୍ରିୟ ହୋଇପାରିଥିଲା । ଜବାନି ଦିବାନି ଫିଲ୍ମର ସବୁ ଗୀତ କୌଣସି ନା କୌଣସି କଳାକାରଙ୍କ ଦ୍ୱାରା ରିମିକ୍ସ ହୋଇଥିଲା । ଦିଓାର ଫିଲ୍ମର ଲୋକପ୍ରିୟ ‘କେହେ ଦୁଁ ତୁମହେ’ ଗୀତର ମଧ୍ୟ ଏକାଧିକ ରିମିକ୍ସ ଭର୍ସନ ବାହାରିଛି ।

ସୋନୁ ନିଗମ ଓ ସୁନିଧି ଚୌହ୍ୱାନଙ୍କ ପରି ଲୋକପ୍ରିୟ ଗାୟକ ଗାୟିକାମାନେ ମଧ୍ୟ ଅତୀତରେ ରିମିକ୍ସ ଗୀତର ମୋହରୁ ବର୍ତ୍ତିପାରିନାହାନ୍ତି। ଶିବାନୀ କଶ୍ୟପ, ନେହା କକ୍କର, ବାଦଶାହ, କନିକା କପୁର ରିମିକ୍ସ ଗୀତର ସଫଳ ଗାୟକ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ । କିନ୍ତୁ ଏମାନେ ଗାଇଥିବା ସବୁ ରିମିକ ଗୀତ ଆଦୃତ ହୋଇନାହିଁ । ମ୍ୟୁଜିକ କଂପାନିଗୁଡିକର ବ୍ୟବସାୟୀକରଣ ମନୋବୃତ୍ତି ଓ ଆଜିକାଲିର କିଛି ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଚାପ ଯୋଗୁଁ ସଂଗୀତ ଜଗତରେ ରିମିକ୍ସ ଗୀତର ସଂଖ୍ୟା ଅପେକ୍ଷାକୃତ ବଢିବାରେ ଲାଗିଛି । ଅଧିକାଂଶ ରିମିକ୍ସ ଗୀତ ଖାମଖିଆଲ ଭାବେ କରାଯାଉଛି । କିଛି ରିମିକ୍‌ସ ଗୀତରେ ଅରିଜିନାଲ ଗୀତର ସ୍ୱର ଓ ମୁଖଡା ଅବିକଳ ଥାଏ। କିନ୍ତୁ ଅନ୍ତରାର ସ୍ୱର ଥାଏ ଭିନ୍ନ । ଏ ଧରଣର ରିମିକ୍ସ ଗୀତ ଫିକା ପଡିଯାଏ । କେବଳ ଯେ ବଲିଉଡ ନୁହେଁ, ଆଂଚଳିକ ସଂଗୀତରେ ମଧ୍ୟ ରିମିକ୍ସ ଗୀତର ଧାରା ଚାଲିଛି । ବିଡମ୍ବନାର ବିଷୟ ଯେ, ଭାରତ ଭଳି ଏକ ସଂଗୀତ ସମୃଦ୍ଧ ଦେଶରେ ସ୍ୱର ଚୋରି ବା ନକଲ ଏବଂ ରିମିକ୍ସି ବଢିବାରେ ଲାଗିଛି । ଏଭଳି ଅବସ୍ଥାକୁ ସୃଜନଶୀଳତା ଦେବାଳିଆ ବୋଲି କହିଲେ ଭୁଲ୍ ହେବ ନାହିଁ ।

ଚାଣକ୍ୟ ନଗର, ଲାଂଜିପଲ୍ଲୀ

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Latest News

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026

CJPର ଆନ୍ଦୋଳନକୁ AAP ଓ ବାମପନ୍ଥୀ ଦଳଙ୍କ ସମର୍ଥନ, ଦୂରେଇ ରହିଲା କଂଗ୍ରେସ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.