ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ 20 ଜଣ ଛୋଟ ପିଲା ସୁସ୍ଥ : ସୁବ୍ରତ ବାଗ୍‌ଚୀ

Published: May 15, 2020, 6:53 pm IST

ଭୁବନେଶ୍ବର :  ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌ ସମ୍ପର୍କରେ ସୂଚନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କୋଭିଡ୍‌-19 ଓଡ଼ିଶାର ମୁଖପାତ୍ର ସୁବତ୍ର ବାଗ୍‌ଚୀ। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ 20 ଜଣ ଛୋଟ ପିଲା ସୁସ୍ଥ ହୋଇଛନ୍ତି । 14 ବର୍ଷରୁ କମ୍‌ ବୟସ୍କ ସମସ୍ତ 20 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ବାଗ୍‌ଚୀ । ସମସ୍ତ 20 ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବାର କହିଛନ୍ତି ବାଗ୍‌ଚୀ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି। ଆଜି ରାଜ୍ୟରୁ 8 ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 672ରେ ପହଞ୍ଚିଥିବାବେଳେ 503ଟି ସକ୍ରିୟ ମାମଲା ରହିଛି ।

Related posts