ଆଜି ଚିହ୍ନଟ 48 ଆକ୍ରାନ୍ତଙ୍କ ମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର, ଆଉ ଜଣେ ଗିରଫ ଅଭିଯୁକ୍ତ

Published: May 18, 2020, 11:18 am IST

ଆଜି ଚିହ୍ନଟ 48 ଜଣଙ୍କମଧ୍ୟରୁ  47 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର ଓ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଉ ଜଣେ ଆକ୍ରାନ୍ତ ପୁରୀର ହୋଇଥିବାବେଳେ ସେ ଜେଲ୍‌ରେ ରହିଥିଲେ ।

ଯାଜପୁରର ସମସ୍ତ 16 ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା। 7 ଜଣ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଜଣେ ତେଲେଙ୍ଗାନା, ଚାରି ଜଣ ଆନ୍ଧ୍ର, ଚାରି ଜଣ ଅହମ୍ମଦାବାଦ ଫେରନ୍ତା। ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ ହୋଇଥିବା 15 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ସୁରତ ଫେରନ୍ତା ଓ ଜଣେ ବେଙ୍ଗାଲୁରୁ ଫେରନ୍ତା।

କେନ୍ଦ୍ରାପଡାରୁ ସମସ୍ତ ତିନି ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ନୟାଗଡର ସମସ୍ତ ତିନି ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା, ବଲାଙ୍ଗିରର ଦୁଇ ଆକ୍ରାନ୍ତ ସୁରତ ଫେରନ୍ତା, କନ୍ଧମାଳର ଦୁଇ ଫେରନ୍ତା ତାମିଲନାଡୁ ଫେରନ୍ତା।  ବୌଦ୍ଧ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। କଟକ ଚିହ୍ନଟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା।

ପୁରୀର ଚିହ୍ନଟ ଚାରି ଆକ୍ରାନ୍ତ ମଧ୍ୟରୁ ଦୁଇ ଜଣ ତାମିଲନାଡୁରୁ ଫେରିଥିବାବେଳେ ଜଣେ ଆନ୍ଧ୍ର ଓ ଜଣେ ସ୍ଥାନୀୟ ଯୁବକ ରହିଛନ୍ତି।   ସେ ଜେଲ୍‌ରେ ରହିଥିଲେ। ପୁରୀ କୁମ୍ଭାରପଡା ଥାନାରେ ଏହି ଅଭିଯୁକ୍ତ ଜଣକ ରହିଥିବାବେଳେ ଏବେ ସମ୍ପୃକ୍ତ ଥାନାକୁ ସାନିଟାଇଜ୍‌ କରାଯିବା ସହିତ କୁମ୍ଭାରପଡା ଥାନା ଅଧିକାରୀଙ୍କ ସମେତ 30 ଜଣ କର୍ମଚାରୀ ଏବେ କ୍ବାରେଣ୍ଟିନ୍‌ରେ ପଠାଯାଇଛି। ଛିନତାଇ ଅଭିଯୋଗରେ  ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯାଇଥିଲା । ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

Related posts