ଜିଓରେ ୬,୫୯୮ କୋଟି ଟଙ୍କା ନିବେଶ କରିବ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌

Published: May 18, 2020, 7:53 pm IST

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଭାରତର ପ୍ରମୁଖ ଡିଜିଟାଲ୍ ସେବା ପ୍ଲାଟ୍‌ଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୬,୫୯୮ କୋଟି ଟଙ୍କା ନିବେଶ କରାଯିବା ନେଇ ଘୋଷଣା କରାଯାଇଛି। ଏହି ନିବେଶ ଫଳରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ ଜିଓର ୧.୩୪ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି। ଏହି ପୁଞ୍ଜିନିବେଶ ସହିତ ଜିଓ ପ୍ଲାଟଫର୍ମସ୍ ଗତ ଚାରି ସପ୍ତାହରୁ କମ୍ ସମୟ ମଧ୍ୟରେ ୬୭,୧୯୪.୭୫ କୋଟି ଟଙ୍କାର ନିବେଶ ହାସଲ କରିପାରିଛି । ଯାହା ମଧ୍ୟରେ ରହିଛି ବୈଷୟିକ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ନିବେଶକ ଫେସ୍‌ବୁକ୍‌, ସିଲଭର୍ ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟ୍‌ଲାଣ୍ଟିକ୍ ସାମିଲ ରହିଛନ୍ତି।

ଜେନେରାଲ୍ ଆଟ୍‌ଲାଣ୍ଟିକ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିବୃଦ୍ଧି ଇକ୍ୱିଟି ନିବେଶକାରୀ ସଂସ୍ଥା। ଟେକ୍ନୋଲୋଜି, ଉପଭୋକ୍ତା, ଆର୍ଥିକ ସେବା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜିନିବେଶରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ୪୦ ବର୍ଷର ସଫଳ ଇତିହାସ ରହିଛି। ଏୟାର ବିଏନ୍‌ବି, ଆଲିବାବା, ଆଣ୍ଟ ଫାଇନାନ୍ସିଆଲ୍‌, ବକ୍ସ, ବାଇଟ୍ ଡ୍ୟାନ୍ସ, ଫେସ୍‌ବୁକ୍‌, ସ୍ଲାକ୍‌, ସ୍ନାପ୍‌ଚାଟ୍‌, ଉବର୍ ଇତ୍ୟାଦି କମ୍ପାନୀରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ ନିବେଶ କରିଛି।

Related posts