ପାରଳାଖେମୁଣ୍ଡି : ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଶ୍ରମିକଙ୍କମୃତ୍ୟୁ ହୋଇଥିବାର ସୂଚନା ମିଳିଛି। କାଶୀନଗର ବ୍ଲକ ଅଲଡା ଗାଁରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ହୋଇଥିବାର ସୂଚନା ରହିଛି। ମୃତକ ଜଣକ ଦୁଇ ଦିନ ତଳେ ବିଶାଖାପାଟଣାରୁ ଫେରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି। ଶ୍ରମିକଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା।
Author: Samikhsya Bureau
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣେ ଏରସମାର ଓ ଆଉ ଜଣେ କୁଜଙ୍ଗର ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦୁହେଁ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି । ଦୁହିଁଙ୍କର କୌଣସି ଲକ୍ଷଣ ନଥିବାବେଳେ ପ୍ରବାସରୁ ଫେରିଥିବା ହେତୁ 17 ତାରିଖରେ ତାଙ୍କର ସାମ୍ପଲ୍ ପରୀକ୍ଷା ନିଆଯାଇଥିଲା । ମେ 17ତାରିଖରେ ସଂଗୃହିତ ହୋଇଥିବା ୧୭୫ ସ୍ୱାବ ରିପୋର୍ଟ ମଧ୍ୟରୁ ଏହି 2ଟି ପଜିଟିଭ୍ ବ୍ୟତିତ ଅନ୍ୟ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ମେ 18 ତାରିଖ ଦିନ ସଂଗୃହିତ ସମସ୍ତ 139 ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ 19 ତାରିଖ ଦିନ 168ଟି ସ୍ୱାବ ସଂଗୃହିତ ହୋଇଛି । ଜିଲ୍ଲାରୁ ଚିହ୍ନଟ ଏହି ଦୁଇଜଣଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସୂଚନା…
ଭୁବନେଶ୍ବର : ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । କରୋନା ପରିପ୍ରେକ୍ଷୀରେ ଘରୋଇ ବିମାନ ପାଇଁ ଏଏଆଇର ଏସ୍ଓପି ଜାରି କରିଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଟ୍ୟାକ୍ସି/ଅନ୍ୟ ପରିବହନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଏଏଆଇର ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ବ ରକ୍ଷା କରି ଗାଡି ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଫିକ୍ ପୋଲିସ୍ ଓ ସିଆଇଏସ୍ଏଫ୍ ଦ୍ବାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ। ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ କରିବେ । ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ନ କଲେ ପ୍ରବେଶ ମନା । 14ବର୍ଷରୁ କମ୍ ପିଲାଙ୍କୁ ଆରୋଗ୍ୟ ସେତୁରେ ନାଁ ପଞ୍ଜୀକରଣ ମନା । ପ୍ରବେଶ ଦ୍ବାରରେ ଥର୍ମାଲ ସ୍କ୍ରିନିଂ…
ଜଳେଶ୍ବର : କରୋନା ପାଇଁ ସାରା ଦେଶରେ ଲାଗୁ ରହିଛି ଲକ୍ ଡାଉନ୍ । ଏବେ ଦେଶରେ ଲକ୍ ଡାଉନ୍ 4.0 ଜାରି ରହିଥିବାବେଳେ ଏବେ ଯାତାୟତକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ବାହୁଡିଛନ୍ତି । କିନ୍ତୁ ଏହି ଫେରିବା ବାଟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଜି ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଓଲଟିଥିବାର ଖବର ଆସିଛି । ଲକ୍ଷ୍ମଣନାଥ ଗେଟ୍ ପାଖରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିଛି । ପ୍ରବାସୀ ଶ୍ରମିକଙ୍କ ବସ୍ ଓଲଟି ଚାରି ଗୁରୁତର, ବର୍ତ୍ତିଲେ 46 । ବସ୍ଟି କେରଳରୁ 50 ଶ୍ରମିକଙ୍କୁ ଧରି କୋଲକାତା ଯାଉଥିଲା । ଚାରି ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କଲା ପୋଲିସ୍ । ଅଗ୍ନିଶମ ବାହିନୀ ଦ୍ବାରା ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ 51ଟି ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବାର ରାଜ୍ୟ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତରଫରୁ ସୂଚନା ମିଳିଛି । ନୂତନ 51ଙ୍କ ମଧ୍ୟରେ ଗଞ୍ଜାମରୁ ଚାରି, ଯାଜପୁରରୁ 5, କଟକରୁ 9, ଜଗତସିଂହପୁରରୁ 2, ପୁରୀରୁ ଜଣେ, ନୟାଗଡରୁ 11,ଅନୁଗୁଳରେ 2, ସମ୍ବଲପୁରରେ 2, ମାଲକାନଗିରିରୁ 1, କଳାହାଣ୍ଡିରେ 11 ଓ ମୟୂରଭଞ୍ଜରୁ 3 ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ସେହିପରି ଆଜି ଜଣକର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି । ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେଲେ ଆକ୍ରାନ୍ତ ଗଞ୍ଜାମ- 317 ଯାଜପୁର – 179 କଟକ- 45 ଜଗତସିଂହପୁର -30 ନୟାଗଡରେ 21 ଅନୁଗୁଳ – 19 ସମ୍ବଲପୁର – 5…
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଯୋଗୁଁ ମୃତକଙ୍କ ସଂଖ୍ୟା 3 ହଜାର 435କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ଅନୁସାରେ ଦେଶରେ କରୋନା ଯୋଗୁଁ 1 ଲକ୍ଷ 12 ହଜାର 624 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 63 ହଜାର 624 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 45 ହଜାର 299 ଜଣ । ଗତ 24 ଘଣ୍ଟା ମଧ୍ୟରେ କେବଳ 5 ହଜାର 611 ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ 140 ଜଣଙ୍କର ମୃତ୍ୟୁ ଘଟିଛି । କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 39 ହଜାର 297 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 1391 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 749, ମଧ୍ୟପ୍ରଦେଶରେ 267, ପଶ୍ଚିମବଙ୍ଗରେ 253, ରାଜସ୍ଥାନ 147, ଦିଲ୍ଲୀରେ 176, ଆନ୍ଧ୍ରପ୍ରଦେଶ 53,…
ଭୁବନେଶ୍ବର : ରାଜ୍ୟରେ ପୁଣି ଆଉ ଜଣକର ମୁଣ୍ଡ ନେଇଛି କରୋନା । ଆଜି କରୋନା ଯୋଗୁଁ ରାଜ୍ୟରେ ଜଣକର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । 85 ବର୍ଷୀୟ ବୃଦ୍ଧ ଜଣକ ସୁରତ ଫେରନ୍ତା ଥିଲେ । ବୃଦ୍ଧଙ୍କର ଉଚ୍ଚ ରକ୍ତଚାପ ସହ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ । ପୂର୍ବରୁ ରାଜ୍ୟରେ ଖୋର୍ଦ୍ଧାରୁ ତିନି ଓ ଗଞ୍ଜାମରୁ 2 ଓ କଟକରୁ ଜଣକର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ ଆଜି 51 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1103କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ସକ୍ରିୟ ରୋଗୀ 753 ରହିଥିବାବେଳେ ସୁସ୍ଥ ହୋଇଛନ୍ତି…
କେଦାର ମିଶ୍ର କରୋନା ପରବର୍ତ୍ତୀ ପୃଥିବୀର ରାଜନୀତି ଓ କୂଟନୈତିକ ସମ୍ପର୍କ କେମିତି ହେବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି। ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କରୋନା ସଂକ୍ରମଣରେ ସର୍ବାଧିକ କ୍ଷତି ଆମେରିକାର ହୋଇଛି। ଆମେରିକାର ସ୍ଥାନୀୟ ରାଜନୀତି ସହିତ ବିଶ୍ଵ ରାଜନୀତିର ଗଭୀର ସମ୍ପର୍କ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ନିଜ ସ୍ଥିତି ବଜାୟ ରଖିବାକୁ ଏବେ ଡୋନାଲ୍ଡ ଟ୍ରମ୍ଫ ନିରନ୍ତର ଭାବରେ ଚୀନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରଥମେ ମାନସିକ ଓ ଏବେ ଆର୍ଥିକ ଭାବରେ ଚୀନ ଉପରେ ଟ୍ରମ୍ଫ ପ୍ରଶାସନର ଆକ୍ରମଣ ଅବ୍ୟାହତ ରହିଛି। ତେବେ ଏହି ମାନସିକ ଯୁଦ୍ଧ ଏକ ବାସ୍ତବ ଯୁଦ୍ଧର ସ୍ୱରୂପ ପାଇ ପାରିବ କି? ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ…
ନୂଆଦିଲ୍ଲୀ : ଚୀନ୍ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର 213ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍ କରିସାରିଥିବାବେଳେ ମୃତ୍ୟୁ ସଂଖ୍ୟା 3, 29, 731ରେ ପହଞ୍ଚିଛି । ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ୍ ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 15,91,991 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 94 ହଜାର 994ରେ ପହଞ୍ଚିଛି । ସେହିପରି ରୁଷ୍ରେ 3,08,705 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,972ରେ ପହଞ୍ଚିଛି । କରୋନା ମୃତ୍ୟୁ ସଂଖ୍ୟାରେ ଆମେରିକା ପ୍ରଥମ ଥିବାବେଳେ ଦ୍ବିତୀୟରେ ୟୁକେ ରହିଛି । ଏଠାରେ 2,48, 293 ଜଣ ସଂକ୍ରମିତ ହୋଇଥିବାବେଳେ 35,704 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହା ତଳକୁ…
ଭୁବନେଶ୍ବର : ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଆମ୍ଫାନ୍ ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି । ସୁପର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇଛି ଆମ୍ଫାନ୍ । ପଶ୍ଚିମବଙ୍ଗ ଉପକୂଳ ପାଇଁ ସାଇକ୍ଲୋନିଂ ଓ୍ବାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଆଡକୁ ଗତିଶୀଳ କରୁଛି । ଗତ 6 ଘଣ୍ଟା ଧରି ଘଣ୍ଟାକୁ 30 କିମି ବେଗରେ ଗତି କରୁଛି ଆମ୍ଫାନ୍ । ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର 210 କିମି ଦୂରରେ ରହିଛି ଆମ୍ପନ୍ । ସେହିପରି ପଶ୍ଚିମବଙ୍ଗ ଦୀଘାଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ 340 କିମି ଦୂରରେ ରହିଛି ଆମ୍ଫାନ୍ । ସେହିପରି ସାଗର ଦ୍ବୀପଠୁ 300 କିମି ଦୂରରେ ଓ ବାଂଲାଦେଶର ଖେପୁପରାଠୁ 260 କିମି ଦୂରରେ ରହିଛି…
ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍ 1ରୁ ରେଲଓ୍ବେ ପକ୍ଷରୁ 200ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ 10ଟାରୁ ଅନ୍ ଲାଇନ୍ରେ ଟିକେଟ ବୁକିଂ ଆରମ୍ଭ ହେବ। ଏସ୍, ନନ୍-ଏସି ଓ ଜେନେରାଲ୍ କ୍ଲାସ୍ କୋଚ୍ ପାଇଁ ରିଜର୍ଭେସନ ରହିବ। ଏହାବ୍ୟତୀତ ଆରଏସି ଏବଂ ଓ୍ବେଟିଂ ଲିଷ୍ଟ୍ ପ୍ରସ୍ତୁତ ହେବ। କିନ୍ତୁ ଓ୍ବେଟିଂ ଲିଷ୍ଟ୍ ଟିକେଟଧାରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଜେନେରାଲ୍ କ୍ଲାସ୍ରେ ସେକେଣ୍ଡ ସିଟିଂ ଫେୟାର ଚାର୍ଜ କରାଯିବ। ଆଗୁଆ ରିଜର୍ଭେସନ୍ ପାଇଁ ସର୍ବାଧିକ 30 ଦିନ ସମୟ ରହିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ସହ ପରାମର୍ଶ ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍ 1ରୁ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ଚାଲିବ 12 ଯୋଡା ଟ୍ରେନ୍। ଏହି 12 ଯୋଡା ଟ୍ରେନ୍ ମଧ୍ୟରେ ଭୁବନେଶ୍ବର –ମୁମ୍ବାଇ…
ଭୁବନେଶ୍ବର, କିଛି ସମୟ ପାଇଁ ଆସିଲା ଅମ୍ପାନ। ଓଡିଶାରେ କେତେକ ଜିଲ୍ଲାରେ କଲା କିଛି କ୍ଷୟକ୍ଷତି। ଏହାପରେ ସେସବୁ ଭଙ୍ଗା ଘର, ରାସ୍ତା ଓ ପରିବେଶକୁ ସଜାଡିବା କାମରେ ଲାଗିଛନ୍ତି ଆମର ସୁରକ୍ଷା ବାହିନୀ। ଏମାନେ ହେଲେ ଏନଡିଆରଏଫ, ଓଡ୍ରାଫ, ଓଡିଶା ପୋଲିସ ବାହିନୀ ଏବଂ ଅଗ୍ନିଶମ ବାହିନୀ ପ୍ରମୁଖ। ବାତ୍ୟା ଚାଲିଥିବା ବେଳେ ମଧ୍ୟ ଏମାନେ କାମରେ ଲାଗିଥିଲେ। ଗୋଟିଏ ପଟେ କରୋନା ଅନ୍ୟପଟେ ବାତ୍ୟା ଏପରି ପରିସ୍ଥିତିରେ କାମ କରୁଥିବା ବେଳେ କେତେକ ବିଶେଷ ମୂହୁର୍ତ୍ତର ଫଟୋ।
ପୁରୀ, ଅମ୍ଫାନ ବାତ୍ୟା ଶେଷରେ ଓଡିଶା ଛାଡିଛି। ହେଲେ ଏଥର ଏହି ବାତ୍ୟା ରାଜ୍ୟରେ କିଛି କ୍ଷୟକ୍ଷତି କରିପାରି ନାହିଁ। ବିଶେଷ କରି ଜଗନ୍ନାଥ ଧାମ ପୁରୀରେ କୌଣସି କ୍ଷତି ଘଟି ନାହିଁ। ହେଲେ ଏହି ବାତ୍ୟା ପରେ ପରେ ଶ୍ରୀମନ୍ଦିରର ଦୃଶ୍ୟ ଯେ କେହି ଦେଖିବ ବିମୋହିତ ହୋଇପଡିବ। କାରଣ ଆଜି ସଂଧ୍ୟାରେ ଶ୍ରୀମନ୍ଦିର ଆକାଶରେ ମେଘ ଭିତରେ ପରିଲକ୍ଷିତ ହୋଇଥିଲା ଲାଲ ବର୍ଣ୍ଣ ଆଲୋକ। ଲାଗୁଥିଲା ସତେ ଯେପରି ଶ୍ରୀମନ୍ଦିରକୁ ବାତ୍ୟାରୁ ରକ୍ଷା କରିବା ପାଇଁ ପ୍ରକୃତି ଏକ ଲାଲ ଚାଦର ଘୋଡେଇ ଦେଇଛି। କରୋନା ପାଇଁ ବର୍ତ୍ତମାନ ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ସମାଗମ ନାହିଁ। ହେଲେ ସ୍ଥାନୀୟ ଲୋକଙ୍କର ସମାଗମ ପୁରୀ ବଡଦାଣ୍ଡରେ ରହିଛି। ଆଜି ବାତ୍ୟା ପାଇଁ ବଡଦାଣ୍ଡରେ ମଧ୍ୟ ଗହଳି ଚହଳି ନ ଥିଲା। ହେଲେ ଯେଉଁ କେତେଜଣ ଦେଖଣାହାରୀ ଥିଲେ ସେମାନେ ଶ୍ରୀମନ୍ଦିରର ଏପରି ରୂପ ଦେଖି ବିମୋହିତ ହୋଇଯାଇଥିଲେ।
ବାରିପଦା, ଅମ୍ଫାନ ବାତ୍ୟାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାହାର ପ୍ରକୋପ ଦେଖାଇ ଫେରିଯାଇଛି। ଏଙି ସମୟରେ ବାତ୍ୟା ମୟୁରଭଂଜ ଜିଲ୍ଲାର ମଧ୍ୟ କିଛି କ୍ଷୟକ୍ଷତି କରିଦେଇଛି। ଜିଲ୍ଲାର ଶରତ ଥାନା ଅଧିକାରୀମାନେ ରାସ୍ତାରେ ଉପୁଡିପଡିଥିବା ଗଛଗୁଡିକୁ ସଫା କରିବା କାମରେ ଲାଗିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆତ୍ମ ନିର୍ଭର ଭାରତର ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ୨୦ହଜାର କୋଟିର ଘୋଷଣା କରାଯାଇଛି। ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ମାଛଚାଷୀ ଏବଂ ମତ୍ସ୍ୟଚାଷ ସହଜଡ଼ିତ ଉଦ୍ୟୋଗୀମାନେ। ଏହି ଯୋଜନା ଦ୍ବାରା ୫ ବର୍ଷରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ସହ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ୧ଲକ୍ଷ କୋଟିରେ ପହଁଚିବା ସମ୍ଭାବନା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଛ ଚାଷ ଜାରି ରହିଛି। ଏହାଦ୍ୱାରା ବହୁସଂଖ୍ୟକ ମାଛଚାଷୀ ଉପକୃତ ହେଉଛନ୍ତି। ଜିଲ୍ଲାର ୫ଟି ବ୍ଲକକୁ କିଛିଦିନ ପୂର୍ବରୁ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ କୃଷି ଗବେଷଣା ପରିଷଦ (ଆଇସିଏମଆର) ଅନ୍ତର୍ଗତ କେନ୍ଦ୍ରୀୟ ମଧୁରଜଳ…
ନୂଆଦିଲ୍ଲୀ : ଲକ୍ଡାଉନ୍ କାରଣରୁ ଦେଶବ୍ୟାପୀ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭାରତୀୟ ରେଳବାଇ। ବିଗତ ୧୯ ଦିନ ମଧ୍ୟରେ ରେଳବାଇ ପକ୍ଷରୁ ୨୧ ଲକ୍ଷ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି । ୧୫୯୫ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ସୁବିଧା ମଧ୍ୟ କରାଯାଇଛି । ରେଳବାଇର ଏହି ସୁବିଧା କାରଣରୁ ୧୯ ମେ ସୁଦ୍ଧା ପ୍ରାୟ ୨୧ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାରେ ସଫଳ ହୋଇଛନ୍ତି। ଟ୍ରେନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କୁ ଭଲ ଭାବେ ସ୍କ୍ରିନିଂ କରାଯାଉଛି। ଯାତ୍ରା ସମୟରେ ଯାତ୍ରୀଙ୍କୁ ମାଗଣାରେ ଭୋଜନ ଏବଂ ପିଇବା ପାଣି ଯୋଗାଇ ଦିଆଯାଉଛି। (ଏଜେନ୍ସି)
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୩୫୦ ଜଣ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୯,୧୭୪ରେ ପହଞ୍ଚିଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୩୮.୭୩ ପ୍ରତିଶତ ରହିଛି। ଆରୋଗ୍ୟ ହାର ନିୟମିତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଦେଶରେ ୫୮,୮୦୨ ସକ୍ରିୟ ସଂକ୍ରମିତ ଅଛନ୍ତି। ଏମାନେ ସମସ୍ତେ ସକ୍ରିୟ ଡାକ୍ତରୀ ଚିକିତ୍ସାରେ ରହିଛନ୍ତି। ଏଥିମଧ୍ୟରୁ ମାତ୍ର ଆନୁମାନିକ ୨.୯% ରୋଗୀ ଆଇସିୟୁରେ ଅଛନ୍ତି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୦.୨ ପ୍ରତିଶତ ମୃତ୍ୟୁହାର ରହିଛି। ଏହା ତୁଳନାରେ ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର ୪.୧ ପ୍ରତିଶତ ରହିଛି।
ଗୁରୁପଦ ବେରା କେନ୍ଦ୍ରାପଡା: ଆମ୍ବୁଲାନ୍ସ ନ ପହଞ୍ଚି ପାରିବାରୁ ଦମକଳ ଗାଡିରେ ହସ୍ପିଟାଲ ଯିବା ସମୟରେ ପ୍ରସବ କରିଛନ୍ତି ମହିଳା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଜହଁରା ଗ୍ରାମର ଜାନକି ସେଠୀଙ୍କର ବୁଧବାର ପୂର୍ବାହ୍ନରେ ପ୍ରସବବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ଶାଶୁ ଘର ଲୋକେ ୧୦୮ ନମ୍ବରକୁ ଫୋନ କରିଥିଲେ ମଧ୍ୟ ନମ୍ବର ବ୍ୟସ୍ତ ରହିଥିଲା। ଅନ୍ୟ କୌଣସି ଉପାୟ ନପାଇ ଅଗ୍ନିଶମ ବିଭାଗକୁ ଫୋନ୍ କରିବାରୁ ଉକ୍ତ ମହିଳାଙ୍କୁ ଦମକଳ ଗାଡି ଜରିଆରେ ହସ୍ପିଟାଲ ନିଆଯାଇଥିଲା। ତେବେ ରାସ୍ତାରେ ଗଛ ପଡିଯାଇଥିବାରୁ ରାସ୍ତା ସଫା କରି ନେବା ସମୟରେ ମହିଳାଙ୍କ ପ୍ରସବ ହୋଇଥିଲା। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମହିଳାଙ୍କୁ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଉଭୟ ମା ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଅଗ୍ନିଶମ ବିଭାଗର ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କ ସହ ନିଜ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲ । ଭଉଣୀ ଘରେ ଭାର ଦେଇ ଫେରିବା ବେଳକୁ ଖଲ୍ଲିକୋଟ ବ୍ଲକର ପଥିରିନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଭୁବନେଶ୍ବର : ବାତ୍ୟା ଆମ୍ପାନ୍ ମୁକାବିଲା ସମୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ 60ଟି ପ୍ରସବ କରାଯାଇଛି । ସମସ୍ତ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ 218 ଜଣ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । 19 ତାରିଖ ଦିନ 177 ଜଣ ଏବଂ 20 ତାରିଖ ଦିନ 41 ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଦିନ 43ଟି ପ୍ରସବ କରାଯାଇଥିବା ବେଳେ 20 ତାରିଖ ଦିନ 17ଟି ପ୍ରସବ କରାଯାଇଥିଲା । ସମୁଦାୟ 60ଟି ପ୍ରସବ ମଧ୍ୟରୁ 6ଟି ସିଜରିଆନ୍ ପ୍ରସବ କରାଯାଇଥିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଲକ୍ଷ୍ନୌ : ପୁଣି ଥରେ କଂଗ୍ରେସର ମିଛ ଧରାପଡିଛି । 1000 ବସ୍ ପ୍ରେରଣକୁ ନେଇ ମିଥ୍ୟା ଖବର କାରଣରୁ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କୁ ଗିରଫ କରାଯାଇଛି । ବୁଧବାର ଲାଲୁଙ୍କୁ ଜାମିନ ମିଳିବା ପରେ ପୁନର୍ବାର ଗିରଫ କରାଯାଇଛି । ଏଡି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଲାଲୁଙ୍କୁ ଜାମିନ ମିଳିବା ପରେ ତାଙ୍କ ଲକ୍ଷ୍ନୌ ପୋଲିସ୍ ପକ୍ଷରୁ ପୁନର୍ବାର ଗିରଫ କରାଯାଇଛି । ଲାଲୁଙ୍କୁ 20 ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଜରିଆରେ ଜାମିନ ମିଳିଥିବା ବେଳେ ଆଗ୍ରାରେ ମଙ୍ଗଳବାର ସନ୍ଧ୍ୟାରେ ଦିଆଯାଇଥିବା ଧାରଣା କାରଣରୁ ଅଜୟ ଲାଲୁଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

