ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବଢାଯାଇଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି। ନୂତନ ଗାଇଡ୍ଲାଇନ୍ ଅନୁଯାୟୀ କରୋନା ହଟ୍ସ୍ପଟ ଗୁଡିକରେ ପୂର୍ବବତ ନିୟମ କଡାକଡି ରହିବ। ଏହି ସମୟରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି। ସେହିଭଳି ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ବସ୍ ସେବା ଚାଲୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହା ରାଜ୍ୟର ଇଚ୍ଛାଧୀନ ବ୍ୟାପାର ରହିବ ବୋଲି ସ୍ପଷ୍ଟ କରାଯାଇଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଘରକୁ ପାର୍ସଲ୍ ଏବଂ ହୋମ୍ ଡେଲିଭରୀ ଜାରି ରହିବ। ଏହି ସମୟରେ ସମସ୍ତ ସ୍କୁଲ୍, କଲେଜ୍, ଜିମ୍, ସ୍ବିମିଂପୁଲ୍, ସପିଂ ମଲ୍ ଏବଂ ସିନେମା ହଲ୍କୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଧାର୍ମିକ…
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଗୋଲାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ ମୁଖ୍ୟ ଅତିଥି ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଗୋଲାମୁଣ୍ଡା ଥାନା ଅଧିକାରୀ ଚତୁର୍ଭୁଜ ନାୟକ ସମେତ ଏସ ଏ କେ, ସୋସିଆଲ ୱେଲ୍ ଫେୟର, ସ୍ବାମୀ ବିବେକାନନ୍ଦ ଯୁବକ ସଂଘ, ଜିଲ୍ଲା ପରିଷଦ ସଭ୍ୟ ଏବଂ ତିନୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ସାମାଜିକ ଦୂରତା ବଜାୟ ରଖାଯାଇ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ରକ୍ତଦାନ ଶିବିରରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ଏସଏକେର ନବୀନ…
ନୂଆଦିଲ୍ଲୀ: ଆଜି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ସମାପ୍ତ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ଅବଧି ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟର ଏହି ଲକ୍ଡାଉନ୍କୁ ମେ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ତେବେ ଏହାର ଗାଇଡ୍ ଲାଇନ୍ ଜାରି କରାଯାଇନାହିଁ। ଗୃହ ସଚିବ ରାଜୀବ ଗୌବା ସମସ୍ତ ରାଜ୍ୟର ସଚିବଙ୍କ ସହିତ ଆଲୋଚନା କରିବା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ବିସ୍ତୃତ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି ଜଣାପଡିଛି। (ଏଜେନ୍ସି)
ଭୁବନେଶ୍ୱର,୧୫/୫: କରୋନା ଯୁଦ୍ଧରେ ସାମିଲ ଥିବା ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମ୍ସି କର୍ମଚାରୀଙ୍କୁ ଆଜି ମାଉସି’ମା ଛକ ନିକଟ ଦିନବନ୍ଧୁ ଭିଲ୍ଲାଠାରେ ଦିନବନ୍ଧୁ ଭିଲ୍ଲା ୱେଲଫାୟାର ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏସିପି ବିଷ୍ଣୁ ଚରଣ ପାତ୍ର, ଏସିପି ଟ୍ରାଫିକ୍ ଶାଶ୍ୱତ ପଣ୍ଡା, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଡ଼ଃ ପ୍ରଜ୍ଞା ମହାନ୍ତି, ଡ଼ଃ ରାଧା ଦଳେଇ, ଡ଼ଃ ରଂଜିତା ମହାନ୍ତି, ଡ଼ଃ ଏସ୍ ପଣ୍ଡା, ବ୍ୟାଙ୍କ କର୍ମଚାରୀ ସଂଗ୍ରାମ ସାହୁ, ମିହିର ତ୍ରିପାଠୀ, ସୁଶାନ୍ତ ନାୟକ, ହୁଲାସ ସାମନ୍ତରାୟ, ଅନ୍ୟ ପୋଲିସ କର୍ମଚାରୀ ଓ ବିଏମ୍ସି କର୍ମଚାରୀଙ୍କୁ ପୁଷ୍ପ ପକାଯାଇ ଉତରୀୟ ପ୍ରଦାନ କରଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହାକୁ ପ୍ରସନ୍ନ କୁମାର ଚୌଧୁରୀ, ଗଦାଧର ଦାସ, ଦୁର୍ଗା ପ୍ରସାଦ ସାହୁ, ଶଶୀ ଭୂଷଣ ଦାସ, ରାଜ ମିଶ୍ର, ଧିରଜ ମହାପାତ୍ର, ମନୋରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳଣା କରିଥିଲେ ।
ବରେଲୀ : ଲକ୍ଡାଉନ୍ କାରଣରୁ ପତ୍ନୀ ବାପଘରେ ଥିବାରୁ ନିଜର ସମ୍ପର୍କୀୟ ଭଉଣୀକୁ ବିବାହ କରିଛନ୍ତି ଯୁବକ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀରେ । ନସୀମ୍ ନାମକ ଏହି ମହିଳା ଜଣକ 2013 ମସିହାରେ ନଇମ୍ ମନସୁରୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ତିନି ସନ୍ତାନ ରହିଥିବା ବେଳେ ମାର୍ଚ୍ଚ 19 ତାରିଖରେ ନସୀମ୍ ନିଜ ବାପଘରକୁ ଯାଇଥିଲେ । ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିବାରୁ ନସୀମ୍ ଘରକୁ ଫେରିପାରିନଥିଲେ । ଏହାପରେ ନଇମ୍ ନିଜର ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ ନସୀମ୍ ଏହାର ବିରୋଧ କରିବା ସହିତ ଫରହତ୍ ନକ୍ଭୀଙ୍କ ମେରା ହକ୍ର ସହାୟତା ଲୋଡିଥିଲେ । ଏହି ମାମଲାକୁ ନେଇ ପୋଲିସ୍ ନିକଟରେ ମାମଲା ରୁଜୁ କରିବାର ସୂଚନା ଦେଇଛନ୍ତି ପ୍ରଥମ ପତ୍ନୀ । (ଏଜେନ୍ସି)
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁଧାବି, ନାଇଜେରିଆ, କାତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ରହିଥିବା ଓଡିଆଙ୍କୁ ଆଣିବା ପାଇଁ ବୈଜୟନ୍ତ ପଣ୍ଡା ଉଦ୍ୟମ କରୁଛନ୍ତି । ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ ପଣ୍ଡା । ସୂଚନାଯୋଗ୍ୟ ଯେ, ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକିର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଇଥୋପିଆରେ ଫସି ରହିଥିଲେ । ଭାରତ ଫେରାଇ ଆଣିବାକୁ ପ୍ରଫେସର ଦାସ ଶ୍ରୀ ପଣ୍ଡାଙ୍କୁ ଇମେଲ୍ ଯୋଗେ ଅନୁରୋଧ କରିଥିଲେ । ସେହିପରି ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଭବାନୀ ଶଙ୍କର ମିଶ୍ର ଆମେରିକାରେ ଫସି ରହିଥିବାବେଳେ, କୋଲକତାର ଶ୍ଵେତା ମହାବର ଓ କଟକ ଦରଘାବଜାର ଅଞ୍ଚଳର ସିକୋଲ ମୁରଲି…
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆତଙ୍କ ସୁଷ୍ଟି କରିଥିବା ବେଳେ ନରସିଂହପୁର ପୋଲିସ ତରଫରୁ ଏହାକୁ କଡା ମୁକାବିଲା କରିଯାଉଥିବା ବେଳେ କିଛି ଅମାନିଆ କିନ୍ତୁ ଆଇନକୁ ଆଖିଠାର ମାରି ଖୁଲମ ଖୁଲା ରାସ୍ତାରେ ବୁଲୁଛନ୍ତି । ପ୍ରକାଶ ଥାଉକି ନରସିଂହପୁର ବ୍ଲକର ହାଟ ଛକ ଠାରେ ଏଭଳି କିଛି ଅସାମାଜିକ ଲୁଟେରା ମାତିଛନ୍ତି । ୧୫ ଦିନ ମଧ୍ୟରେ ହାଟ ଛକରେ ପ୍ରାୟ ୫ଟି ଦୋକାନରୁ ଚୋରି ହୋଇଛି। ନିଶା କାରବାରରେ ବୃଦ୍ଧି କାରଣରୁ ଏପରି ଘଟଣା ଘଟୁଥିବା କୁହାଯାଉଛି। ତେବେ ପୋଲିସ୍ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।
ଭୁବନେଶ୍ବର : ରାଜ୍ୟରେ ଆଉ 24 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି 24 ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 220 ଜଣ ସୁସ୍ଥ ହୋଇଛନ୍ତି । 24 ଜଣଙ୍କ ମଧ୍ୟରୋ ଗଞ୍ଜାମରୁ 19 ଜଣ, ଯାଜପୁରରୁ 3 ଜଣ ଏବଂ ବାଲେଶ୍ବରରୁ 2ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 827 ରହିଥିବା ବେଳେ ତନ୍ମଧ୍ୟରୁ 220 ଜଣ ସୁସ୍ଥ ହୋଇଛନ୍ତି ଏବଂ 4 ଜଣ ପ୍ରାଣ ହରାଇଛନ୍ତି ।
ବବ୍ଲୁ ସାହୁ ଗୋଲାମୁଣ୍ଡା : ଛତିଶଗଡ଼ରେ ଟ୍ରକ ଚାପାରେ ଦୁଇ ଓଡ଼ିଆ ଶ୍ରମିକ ମୃତ । କରୋନା ଯୋଗୁଁ ଲକଡାଉନ ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକର କୁହୁରା ଗ୍ରାମରେ ଦୁଇ ଶ୍ରମିକ ବୈଷ୍ଣବ ପୁଟେଲ (25) ଓ ଭୁପିନ୍ଦର ପୁଟେଲ (35) ନିଜ ଗ୍ରାମର ତିନି ଜଣଙ୍କ ସହିତ ମୁମ୍ବାଇରୁ ଟ୍ରକ ଯୋଗେ ଆସିଥିଲେ । ଛତିଶଗଡ଼ ମହାସମୁନ୍ଦ୍ର ଠାରେ ଗତକାଲି ରାତ୍ର ୯ ଘଣ୍ଟା ସମୟରେ ରାସ୍ତାପାର ହେଉଥିବା ବେଳେ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପରିବାର ଲୋକେ ମହାସମୁନ୍ଦ୍ର ପହଂଚିଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।
କନ୍ଦର୍ପ ବେହେରା ରେଢାଖୋଲ : ରବିବାର ରାଜ୍ୟର 22 ତମ ଜିଲ୍ଲା ଭାବରେ ସମ୍ବଲପୁରକୁ କରୋନା ଛୁଇଁଥିବା ବେଳେ ରେଢାଖୋଲରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍ର ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତି କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବାହାର ରାଜ୍ୟରୁ ଫେରିଥିବା ବେଳେ ଲୁହାପଙ୍କ ପଞ୍ଚାୟୟତର ହାଇସ୍କୁଲରେ କ୍ବାରେଣ୍ଟାଇନ୍ରେ ରହିଥିଲେ । ସ୍ବାବ୍ ପରୀକ୍ଷଣ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସମ୍ବଲପୁର ଅଞ୍ଚଳରେ ଆଦୌ କରୋନା ଆକ୍ରାନ୍ତ ନଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଚିଲିକା ଛୁଇଁଛି କରୋନା । ରବିବାର ଚିହ୍ନଟ 91 ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ ଦୁଇ ଜଣ ଚିଲିକା ବ୍ଲକର ରହିଛନ୍ତି । ଦୁଇ ଆକ୍ରାନ୍ତ ହାଟବରଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଇନଡା ଏବଂ ସିଙ୍ଗେଶ୍ବର ପଞ୍ଚାୟତ ଅନ୍ତର୍ଗତ ଘିଅଖୋଲା ଗ୍ରାମର ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ସୁରଟ ଫେରନ୍ତା ଏବଂ ସେମାନେ କ୍ବାରେଣ୍ଟାଇନ୍ରେ ରହିଥିଲେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ରଞ୍ଜିତ ପଣ୍ଡା କୁଜଙ୍ଗ : ସ୍ୱେଛାସେବୀ ଅନୁଷ୍ଠାନ ହର୍ଷା ଟ୍ରଷ୍ଟ ପକ୍ଷରୁ ଆଜି କଟକ-ପାରାଦୀପ ରାଜ୍ୟ ରାଜପଥର ସନ୍ତରା ଛକଠାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଥଚାରୀ, ବାଇକ୍ ଆରୋହୀ, ହାଲକା ଓ ଭାରୀଯାନ ଚାଳକ ଓ ଯାତ୍ରୀ ମାନଙ୍କୁ ମାସ୍କ, ସାନିଟାଇଜର ବଂଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଟିମ ଲିଡ଼ର ପରେଶ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଥାନାର ଏସ୍ ଆଇ ଶୁବ୍ରଜିତ ଦାସ, ମଙ୍ଗରାଜପୁର ସରପଂଚ ପୂର୍ଣ୍ଣୀମା ତ୍ରିପାଠୀ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ସମସ୍ତ ସଦସ୍ୟ, କର୍ମକର୍ତ୍ତା ତଥା କୁଜଙ୍ଗ ଥାନାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ପ୍ରକଳ୍ପ ନିର୍ବାହୀ ସାଶ୍ୱତୀ ଦାଶ, ସୁଧାଂଶୁ ବେହେରା, ଅଶୋକ ରାଉତ, ସ୍ୱର୍ଣ୍ଣଲତା ପ୍ରଧାନ, ସିଏସ୍ପି ସୂର୍ଯ୍ୟକାନ୍ତ…
ଭୁବନେଶ୍ବର : ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆମ୍ଫାନ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏକ ପ୍ରେସ୍ ମିଟ୍ରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ଜେନା ଏହି ସୂଚନା ଦଇଛନ୍ତି । ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ 980 କିଲୋମିଟର ଦୂରରେ ରହିଛି ଆମ୍ଫାନ । ଏହା ଘଣ୍ଟା ପ୍ରତି 6 କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା 20 ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ । ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା…
ଭୁବନେଶ୍ବର : କରୋନା ପାଇଁ ବନ୍ଦ ଥିବା ମୋ ସାଇକେଲ୍ ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି । ସୋମବାର ଠାରୁ ପୁଣି ‘ମୋ ସାଇକେଲ’ ସେବା ଆରମ୍ଭ ହେବାକୁ ଯାଉଛି । ଜୁନ୍ 30 ତାରିଖ ଯାଏ ଏହାକୁ ମାଗଣା ଚଲାଇ ହେବ । ରାଇଡ୍ର ପ୍ରଥମ ଅଧ ଘଣ୍ଟା ମାଗଣା ରହିବ । ଦିନକ ଭିତରେ ଯେତେ ଥର ଚାହିଁବେ ଏହାକୁ ବ୍ୟବହାର କରିପାରିବେ ବୋଲି ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ 300ଟି ସାଇକେଲକୁ ନେଇ ଏହି ସେବା ଆରମ୍ଭ କରାଯିବ । 50ଟି ପବ୍ଲିକ୍ ବାଇସାଇକେଲ ସେୟାରିଂ ଷ୍ଟେସନରେ ଏହା ଉପଲବ୍ଧ ହେବ । ସବୁ ସାଇକେଲକୁ ସାନିଟାଇଜ୍ କରାଯାଇଛି । ସାଇକେଲ ଚଲାଉଥିବା ଲୋକେ ମାସ୍କ ଓ ଗ୍ଲୋଭସ୍ ବ୍ୟବହାର କରିବାକୁ ସିଆରୟୁଟିର ଜିଏମ୍ ଦୀପ୍ତି ମହାପାତ୍ର କହିଛନ୍ତି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜଣେ ସିଆରପିଏଫ୍ ଯବାନ ନିଜ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଏହି ଯବାନ ଜଣକ ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଉକ୍ତ କନେଷ୍ଟବଳଙ୍କ ନାମ ବିନୋଦ କୁମାର ଯାଦବ(41) । ବିନୋଦ ନିଜ ପତ୍ନୀ ବିମଳା(36), ପୁଅ ସନ୍ଦୀପ(14) ଏବଂ ଝିଅ ସିମ୍ରନ୍ (12)କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପଡିଲାରେ ନିଜ ବାସଭବନରେ ବିନୋଦ ଏହି କାଣ୍ଡ ଘଟାଇଛନ୍ତି । ସାମ୍ନା କ୍ବାର୍ଟରରେ ରହୁଥିବା ଜଣେ ମହିଳାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅସଦାଚରଣ କରିବା ଅଭିଯୋଗରେ ବିନୋଦଙ୍କୁ ସମନ କରାଯାଇଥିଲା । ଆସନ୍ତା ଶୁକ୍ରବାର ତାଙ୍କୁ ହାଜର ହେବାକୁ ଥିବା ବେଳେ ସେ ମାନସିକ ଚାପରେ ଏପରି କରିଛନ୍ତି…
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ 7.35 ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ 5.94 ଲକ୍ଷ କୋଟି, ତୃତୀୟ ଦିନରେ 3.16 ଲକ୍ଷ କୋଟି ଏବଂ ଚତୁର୍ଥ ଦିନର ପ୍ୟାକେଜ୍ରେ 1.63 ଲକ୍ଷ କୋଟିର ଘୋଷଣା କରାଯାଇଥିଲା । ଅନ୍ତିମ ଦିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୀତାରମଣ ବର୍ଣ୍ଣନା କରିଥିଲେ । ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ଜନଧନ ଆକାଉଣ୍ଟକୁ…
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସ୍ବାସ୍ଥ୍ୟସେବା ପାଇଁ 15 ହଜାର କୋଟି ଘୋଷଣା କରାଯାଇଥିବା ବେଳେ ତନ୍ମଧ୍ୟରୁ ରାଜ୍ୟ ମାନଙ୍କୁ 4 ହଜାର କୋଟି ପ୍ରଦାନ କରାଯାଇଛି । 3750 କୋଟିର ଜରୁରୀକାଳୀନ ସାଗ୍ରୀ କିଣାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଲାବ୍ ଏବଂ ଟେଷ୍ଟିଂ ପାଇଁ 550 କୋଟି ଟଙ୍କା ବିନିଯୋଗ କରାଯାଇଛି । ମହାମାରୀ ମୁକାବିଲା…
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ 7.35 ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ 5.94 ଲକ୍ଷ କୋଟି, ତୃତୀୟ ଦିନରେ 3.16 ଲକ୍ଷ କୋଟି ଏବଂ ଚତୁର୍ଥ ଦିନର ପ୍ୟାକେଜ୍ରେ 1.63 ଲକ୍ଷ କୋଟିର ଘୋଷଣା କରାଯାଇଥିଲା । ଅନ୍ତିମ ଦିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୀତାରମଣ ବର୍ଣ୍ଣନା କରିଥିଲେ । ଲକ୍ଡାଉନ୍ ପରବର୍ତ୍ତୀ ସମୟରେ ଜନଧନ ଆକାଉଣ୍ଟକୁ…
ଭୁବନେଶ୍ବର : ଆଜି ସକାଳୁ ରାଜ୍ୟରେ 91 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟକା 800 ଅତିକ୍ରମ କରିଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 828ରେ ପହଞ୍ଚିଥିବା ବେଳେ 5 ଜଣଙ୍କର ପ୍ରାଣହାନି ଘଟିଛି। ନୂତନ ଜିଲ୍ଲା ଭାବରେ ସମ୍ବଲପୁର ଏହି ତାଲିକାରେ ସାମିଲ ହୋଇଥିବା ବେଳେ ରାଜ୍ୟର 22 ତମ ଜିଲ୍ଲାକୁ ଛୁଇଁଛି କରୋନା। ଭଦ୍ରକ ଜିଲ୍ଲାରେ ରବିବାର ଦିନ 28 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 74ରେ ପହଞ୍ଚିଛି। ଏହା ମଧ୍ୟରୁ 21 ଜଣ ସୁସ୍ଥ ହୋଇଥିବା ବେଳେ 53 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ବାଲେଶ୍ବରରୁ 17 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 119ରେ ପହଞ୍ଚିଛି। ଏହା ମଧ୍ୟରୁ 22 ଜଣ ସୁସ୍ଥ ହୋଇଥିବା ବେଳେ 97 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆଜି 15 ଜଣ…
ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି । ବିଗତ 24 ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟାରେ 90269 ବୃଦ୍ଧି ଘଟିବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4.63 ମିଲିୟନ୍ରେ ପହଞ୍ଚିଛି । ସେହିପରି 3073 ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 11 ହଜାର ଅତିକ୍ରମ କରିଛି । (ଏଜେନ୍ସି)
ଭୁବନେଶ୍ବର: ରାଜ୍ୟରେ ଆଜି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି। ୯୧ ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ୯୧ ଜଣଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟିନ୍ରେ ରହିଥିବା ବେଳେ ଅନ୍ୟମାନେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୨୮, ବାଲେଶ୍ବରରୁ ୧୭, ଗଞ୍ଜାମରୁ ୧୫, କଟକରୁ ୧୨, ପୁରୀରୁ ୭ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, ସମ୍ବଲପୁର ଏବଂସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ସମ୍ବଲପୁରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ଦୁଇ ଜଣ କରୋନା ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି। ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି। ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୩୮…

