କଟକ : ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବାଏକ ବସ୍ ଦୁଘର୍ଟଣାଗ୍ରସ୍ତ ହୋଇଛି । ଏଥିରେ 10ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କଟକ ଜିଲ୍ଲା ଟାଙ୍ଗୀ ପାଖରେ ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗସ୍ତ ହୋଇଛି । ତାମିଲନାଡୁରୁ ଭଦ୍ରକ ଯାଉଥିବା ବସ୍ ଟି 16 ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକକୁ ବସ୍ ଧକ୍କା ଦେଇଥିଲା । ବସ୍ର ଆଗ ସିଟ୍ରେ ବସିଥିବା 10 ଜଣ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ୍ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।
Author: Samikhsya Bureau
ସୋର : ବାଲେଶ୍ବର ଜିଲ୍ଲାର ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖନ୍ତପଡା ଭଳିଆପାଟଣାରେ ଟ୍ରକକୁ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେବା ଫଳରେ ପଛ ଟ୍ରକରେ ବସିଥିବା ପ୍ରବାସୀ ଶ୍ରମିକଙ୍କ ମୃତ ହୋଇଛି । ସେହିପରି ଆଗ ଟ୍ରକ୍ର ଡ୍ରାଇଭରଙ୍କ ଗୁରତର ହୋଇଛନ୍ତି । ତେବେ ମୃତ ପ୍ରବାସୀଙ୍କ ପରିଚୟ ମିଳିପାରିନାହିଁ । ସେହିପରି ପଣପଣା ନିକଟରେ ପ୍ରବାସୀଙ୍କୁ ଛାଡି ଫେରିଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତାରେ ଛାଡି ଭୁବନେଶ୍ବର ଫେରୁଥିବା ବେଳେ ଟ୍ରକ ସହ ଧକ୍କା । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ବସ୍ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି ।
ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ କଟକଣା ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏକ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥି ସହିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ଲାଗୁ କରାଯିବା ସହ ଏହା ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ । ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ନିଜ ନିଜର ରେଡ, ଅରେଞ୍ଜ ଓ ଗ୍ରୀନ ଜୋନଗୁଡିକର ଚିହ୍ନଟ ଓ ନିର୍ଦ୍ଧାରଣ କରିପାରିବେ । ଏହିସବୁ ଜୋନ ମଧ୍ୟରେ ଥିବା କଣ୍ଟେନମେଣ୍ଟ ଓ ବଫର ଜୋନର ଚିହ୍ନଟକରଣ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଇଲାକାର ବୈଷୟିକ ପରିସ୍ଥିତିକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ଦ୍ଧାରଣ କିମ୍ବା ପୁନଃ ନିର୍ଦ୍ଧାରଣ ହେବ । କଣ୍ଟେନମେଣ୍ଟ ଜୋନ ଭିତରେ ପୂର୍ବଭଳି କଡା କଟକଣା ଜାରି ରହିବ । ସେସବୁ ଅଞ୍ଚଳରେ…
ନୂଆଦିଲ୍ଲୀ : ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଆମ୍ଫାନକୁ ସାମନା କରିବା ଲାଗି ନିଆଯିବାକୁ ଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି । ଏନଡିଆରଏଫର ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଘଟଣାସ୍ଥଳରେ ୨୫ଟି ଟିମ ମୁତୟନ ହୋଇଥିବା ବେଳେ ଆହୁରି ୧୨ଟି ଟିମକୁ ସଜାଗ ରଖାଯାଇଛି । ଏନଡିଆରଏଫର ଆହୁରି ୨୪ଟି ଟିମ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ସିହ୍ନା, କ୍ୟାବିନେଟ ସଚିବ ରାଜୀବ ଗୌବା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । (ପିଆଇବି)
ଭୁବନେଶ୍ବର : ଆସନ୍ତା ଦୁଇ ଦିନ ପାଇଁ ବନ୍ଦ ରହିବ ରଥ ନିର୍ମାଣ କାମ । ବାତ୍ୟା ଆମ୍ଫାନ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ଦୁଇ ଦିନ ପାଇଁ କାମ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା 19 ଏବଂ 20 ତାରିଖରେ ରଥ ନିର୍ମାଣ କାମ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ବର୍ଷାରେ ରଥଖଳା ସେବକଙ୍କ ଦ୍ବାରା କାମ କରିବା ସମ୍ଭବ ହୋଇପାରିବନି ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବର : ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସରକାରୀ ଅଫିସ୍ରେ କାର୍ଯ୍ୟ ସ୍ବାଭାବିକ ହେବାକୁ ଯାଉଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସମସ୍ତ କର୍ମଚାରୀ ପୂର୍ବଭଳି ଅଫିସ୍ ଯିବେ ବେୋଲି ବିଜ୍ଞପ୍ତିରେ କୁହାଯାଇଛି । ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଥଣ୍ଡା ଜ୍ବର ଲକ୍ଷଣ ଥିଲେ କର୍ମଚାରୀ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ର କର୍ମଚାରୀ ମଧ୍ୟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କୁହାଯାଇଛି ।
ଭୁବନେଶ୍ବର : ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟର ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅନେକ ଲୋକ ମୁଠାଏ ଖାଇବାକୁ ପାଉନାହନ୍ତି । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛି ଖୁସନସୀବ୍ ଫାଉଣ୍ଡେସନ୍ । ଦିନ ମଜୁରିଆ ଏବଂ ବିଭିନ୍ନ ବସ୍ତି ମାନଙ୍କରେ ଖାଇବାକୁ ପାଉନଥିବା ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢାଉଛି ଏହି ସଙ୍ଗଠନ । ଏହି ସଙ୍ଗଠନର ସଦସ୍ୟ ମାନେ ନିଜ ପକେଟ ଖର୍ଚ୍ଚରୁ କାଟି ଦୈନିକ 350 ପ୍ୟାକେଟ୍ ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି । ବିଗତ ତିନିଦିନ ଧରି ନୟାପଲ୍ଲୀର ଦୁର୍ଗା ମଣ୍ଡପ ନିକଟରେ ଦୈନିକ ରନ୍ଧାଖାଦ୍ୟ ସହିତ ରାସନ ପ୍ୟାକେଟ୍ ପ୍ରଦାନ କରୁଛନ୍ତି । ଖୁସନସିବ୍ ଫାଉଣ୍ଡେସନ୍ର ମୁଖ୍ୟ ସାଗର କୁମାର ସାହୁଙ୍କ ନେତୃତ୍ବରେ ନୀତେଶ କୁମାର, ସ୍ବୟମ୍, ଅନୁପମ, ଜିତେନ୍ଦ୍ର ଏବଂ ଆଦର୍ଶ ବିଭିନ୍ନ ବୃଦ୍ଧାଶ୍ରମ ଭ୍ରମଣ କରି ରନ୍ଧାଖାଦ୍ୟ ପ୍ରଦାନ କରୁଥିବା ଜଣାପଡିଛି ।
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଟିକେଟ ଖର୍ଚ୍ଚ ପ୍ରଦାନ କରିବେ । ତେବେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 85 ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା 15 ପ୍ରତିଶତ ଅର୍ଥ ପୈଠ କରାଯାଇଥାଏ । ତେବେ ଯଦି ପ୍ରବାସୀ ମାନେ ଅବସ୍ଥାନ କରିଥିବା ରାଜ୍ୟ ସରକାର ଟିକେଟ୍ ଖର୍ଚ୍ଚ ଦେବାକୁ ରାଜି ନହୁଅନ୍ତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକଙ୍କ କ୍ବାରେଣ୍ଟିନ୍ ପାଉଣାରୁ ଏହି ଅର୍ଥ କଟାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବ୍ଲକର ବିଭିନ୍ନ କ୍ୱାରେଣ୍ଟିନ ସେଣ୍ଟର ପରିଦର୍ଶନ କରିବା ସହିତ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବିଧାୟିକା । ଏହି କ୍ରମରେ ବିଧାୟିକ ଚିଙ୍ଗୁଡ଼ିଖୋଲ, ଚନ୍ଦନପୁର, ଏସ.ଛଚିନା, ବୁରୁଝରି, ସୁମଣ୍ଡଳ, ଶାଙ୍କୁଡ଼ା, ଷଣ୍ଢମୂଳ, ଅଙ୍ଗାରଗାଁ , କୁମ୍ଭାରଗାଁ, ତାଳସର, ବଡଖଇରଖମା, ଓଡିଶା ଆଦର୍ଶ ବିଦ୍ୟାଳୟ, ବେଗୁନିଆପଡା ଖଣ୍ଡିଆନଈ, ମର୍ଦ୍ଧକୋଟ ଆଦି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ, ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ କାମକୁ ପ୍ରଶଂସା କରିଥିଲେ ବିଧାୟିକା । ସଂଗରୋଧ ଗୃହରେ ଥିବା ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଦିଆଯାଉଥିବା ଖାଦ୍ୟ ଓ ସମସ୍ତ ବ୍ୟବସ୍ଥାର ତଦାରଖ…
ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ଓ ଭାରତର ପ୍ରମୁଖ ଡିଜିଟାଲ୍ ସେବା ପ୍ଲାଟ୍ଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍ଲାଣ୍ଟିକ୍ ପକ୍ଷରୁ ଜିଓ ପ୍ଲାଟଫର୍ମସ୍ରେ ୬,୫୯୮ କୋଟି ଟଙ୍କା ନିବେଶ କରାଯିବା ନେଇ ଘୋଷଣା କରାଯାଇଛି। ଏହି ନିବେଶ ଫଳରେ ଜେନେରାଲ୍ ଆଟ୍ଲାଣ୍ଟିକ୍ ଜିଓର ୧.୩୪ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି। ଏହି ପୁଞ୍ଜିନିବେଶ ସହିତ ଜିଓ ପ୍ଲାଟଫର୍ମସ୍ ଗତ ଚାରି ସପ୍ତାହରୁ କମ୍ ସମୟ ମଧ୍ୟରେ ୬୭,୧୯୪.୭୫ କୋଟି ଟଙ୍କାର ନିବେଶ ହାସଲ କରିପାରିଛି । ଯାହା ମଧ୍ୟରେ ରହିଛି ବୈଷୟିକ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ନିବେଶକ ଫେସ୍ବୁକ୍, ସିଲଭର୍ ଲେକ୍, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟ୍ଲାଣ୍ଟିକ୍ ସାମିଲ ରହିଛନ୍ତି। ଜେନେରାଲ୍ ଆଟ୍ଲାଣ୍ଟିକ୍ ହେଉଛି ବିଶ୍ୱର ଅଗ୍ରଣୀ ଅଭିବୃଦ୍ଧି ଇକ୍ୱିଟି ନିବେଶକାରୀ ସଂସ୍ଥା। ଟେକ୍ନୋଲୋଜି, ଉପଭୋକ୍ତା, ଆର୍ଥିକ…
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ଏବଂ ଆଜି ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୬୮୫ଜଣ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ ୪୪ଜଣ, ଜଗତସିଂହପୁର ବ୍ଲକକୁ ୮୬ଜଣ, ଜଗତସିଂହପୁର ପୈାର ପରିଷଦକୁ ୭ଜଣ, ବାଲିକୁଦା ବ୍ଲକକୁ ୧୦୩ଜଣ, କୁଜଙ୍ଗ ବ୍ଲକକୁ ୭୭ଜଣ, ଏରସମା ବ୍ଲକକୁ ୧୩୧ ଜଣ, ତିର୍ତୋଲ ବ୍ଲକକୁ ୧୪୫ ଜଣ, ରଘୁନାଥପୁର ବ୍ଲକକୁ ୬୬ଜଣ, ବିରିଡି ବ୍ଲକକୁ ୨୬ଜଣଙ୍କୁ ପଠାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା ଏବଂ ରହଣୀର ସୁବନ୍ଦୋବସ୍ତ କରାଯାଇଛି । ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଛି । ମେ ୧୪ ତାରିଖରେ ସଂଗୃହିତ ୧୩୨ ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୧୨୨ଟିର ରିପୋର୍ଟ ନେଗେଟିଭ୍…
ସଞ୍ଜୟ କୁମାର କର ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଛି । ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଧରାପଡିଛି ଏହି ବିରଳ ପ୍ରଜାତିର ମାଛ l ସ୍ଥାନୀୟ କଣ୍ଟିକୁଳ ପୋଖରୀକୁ ମାଛ ମାରି ଯାଇଥିବା କିଛି ଗ୍ରାମବାସୀଙ୍କ ଜାଲରେ ପଡିଥିବା ଏହି ମାଛକୁ ମୟୂର ମାଛ ବୋଲି କୁହାଯାଉଛି । ଧରାପଡିଥିବା ମାଛଟିର ଓଜନ ପ୍ରାୟ ୧ କେଜି ରହିଛି । ଏହି ବିରଳ ପ୍ରଜାତିର ମାଛଟି କେତେକ ଦୂରାରୋଗ୍ୟ ଔଷଧ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ମତ ରଖିଛନ୍ତି ।
ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଅମ୍ଫାନ୍ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ଏସ୍ଆରସି ପ୍ରଦୀପ୍ ଜେନାଙ୍କ ପକ୍ଷରୁ ଏକ ପ୍ରେସ୍ମିଟ୍ କରାଯାଇ ଏହି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ନିରନ୍ତର ଯୋଗାଯୋଗ ଜାରି ରହିଛି । ଏହା ସହିତ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି 4 ପ୍ରଶାସନିକ ଅଧିକାରୀ ଉକ୍ତ ଜିଲ୍ଲା ମାନଙ୍କରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ଏହା ସହିତ ରାଜ୍ୟ ସରକାର ବାତ୍ୟାକୁ ନେଇ ସରକାର ନିଜର ପୂର୍ବ…
ଭୁବନେଶ୍ବର : ଲକ୍ଡାଉନ୍ କାରଣରୁ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଘୋଷଣା କରାଯାଉଥିଲେ ମଧ୍ୟ ଏହା ସେମାନଙ୍କ ନିକଟରେ ଅପହଞ୍ଚ । ଏପରି ସ୍ଥିତିରେ ଭୁବନେଶ୍ବରରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍ କପିଲ୍ ଜୋହରୀ । ଖଣ୍ଡଗିରିରେ ଫସି ରହିଥିବା ମରାଠୀ ଶ୍ରମିକଙ୍କୁ ରାସନ୍ ପ୍ୟାକେଟ ପ୍ରଦାନ କରିଛନ୍ତି ଶ୍ରୀ ଜୋହରି । ଡିଫେନ୍ସ ସିକ୍ୟୁରିଟି କର୍ପସ୍ ଏବଂ ଓଏମ୍ୟୁ ଡିଆରଡିଓ ଏହି ମହତ କାର୍ଯ୍ୟରେ ଜୋହରୀଙ୍କ ସହାୟତା କରିଥିଲେ । ଏହା ବ୍ୟତିତ ବୁଲା ପଶୁପକ୍ଷୀଙ୍କ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଛନ୍ତି ଜୋହରୀ । ୟୁନିଟ୍-1 ସ୍ଥିତ ଗୋଶାଳାରେ ଗାଇଙ୍କ ଖାଦ୍ୟ ପ୍ରଦାନ କରିଥିବା ବେଳେ ଶିଖରଚଣ୍ଡୀ ମନ୍ଦିର ପରିସରରେ ବୁଲୁଥିବା ପଶୁପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରିଥିଲେ । ଭୀମଟାଙ୍ଗିରେ ରହିଥିବା ଅନ୍ୟ ଏକ…
ଭୁବନେଶ୍ବର : ମାଡି ଆସୁଥିବା ବାତ୍ୟା ଆମ୍ଫାନର ମୁକାବିଲା ପାଇଁ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାମୁଦ୍ରିକ ଝଡ ଆମ୍ଫାନ୍ ବର୍ତ୍ତମାନ ପାରାଦ୍ବୀପରୁ 770 କିମି ଦୂରରେ ରହିଥିବା ବେଳେ 20 ତାରିଖ ଅପରାହ୍ନ ସୁଦ୍ଧା ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ ।
ଭୁବନେଶ୍ବର : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏକ ପ୍ରେସ୍ମିଟ୍ ଜରିଆରେ ଲକ୍ଡାଉନ୍ 4.0ର ଗାଇଡ୍ଲାଇନ୍କୁ ସ୍ପଷ୍ଟ କରିଛନ୍ତି । ଲକ୍ଡାଉନ୍କର ଗାଇଡ୍ଲାଇନ୍ ପୂର୍ବରୁ ରାଜ୍ୟରେ କରୋନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ । ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 71.27 ଜଣ ଆକ୍ରାନ୍ତ ହେଉଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର 19.04 ରହିଛି । ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 170 ଜଣଙ୍କ ଟେଷ୍ଟିଂ କରାଯାଉଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର 202 ରହିଛି । ସେହିପରି ମୃତ୍ୟୁହାରରେ ରାଜ୍ୟ 0.46 ରହିଛି ଯାହାକି ସର୍ବନିମ୍ନ ଏହି ସମୟରେ ଭାରତର ମୃତ୍ୟୁହାର 3.9 ରହିଛି । ଭାରତରେ 23.95 ଟେଷ୍ଟିଂରେ ଗୋଟିଏ ପଜିଟିଭ୍ ଆସୁଥିବା ବେଳେ ଓଡିଶାରେ ଏହି ହାର 109 ରହିଛି । ଏହା ମଧ୍ୟରେ ଦେଶରେ ସମୁଦାୟ 23…
ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି 20 ଆକ୍ରାନ୍ତ । ଆଜି ସକାଳେ କରୋନା ମୁକ୍ତ ଘୋଷିତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ପୁଣି 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 20 ଆକ୍ରାନ୍ତଙ୍କ ମଧ୍ୟରୁ 19ଜଣ ନାଉଗାଁ ବ୍ଲକ୍ର ହୋଇଥିବା ବେଳେ କୁଜଙ୍ଗରୁ ଜଣେ ଚିହ୍ନଟ ହେଇଛନ୍ତି । କୁଜଙ୍ଗର ପଣ୍ଡୁଆ ପଞ୍ଚାୟତରୁ ଚିହ୍ନଟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 896ରେ ପହଞ୍ଚିଛି । ସୁମଦାୟ 896 ଆକ୍ରାନ୍ତଙ୍କ ମଧ୍ୟରୁ 277 ଜଣ ସୁସ୍ଥ ହୋଇଥିବା ବେଳେ 4 ଜଣଙ୍କର ଦେହାନ୍ତ ଘଟିଛି ।
ଭୁବନେଶ୍ବର : ଆଜି ସନ୍ଧ୍ୟାରୁ ବାଲେଶ୍ବର ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାତ୍ୟା ଆମ୍ଫାନ୍ ପାଇଁ 20 ତାରିଖ ଯାଏଁ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ବାହାରେ ରହୁଥିବା ତଥା ପ୍ରବାସୀଙ୍କ ଉପରେ କଟକଣା ଲଗାଯାଇଛି । ଫଳରେ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ମାନେ ବର୍ତ୍ତମାନ ବାଲେଶ୍ବରକୁ ଫେରିପାରିବେ ନାହିଁ । ବାତ୍ୟା ଆମ୍ଫାନ୍ ପାରାଦୀପର ଦକ୍ଷିଣକୁ 780 କିମି ଦୂରରେ ଅଛି ‘ଆମ୍ଫାନ୍’ । ମେ’ ୨୦ରେ ଅମ୍ପନ୍ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ସମୟରେ ସତର୍କ ରହିବା ସହିତ ଭୟଭୀତ ନହେବା ପାଇଁ ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି ।
ଭୁବନେଶ୍ବର : ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ହେବା ସହିତ ଆଜିଠାରୁ ଲାଗୁ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଏହି ଅବସରରେ କମିଶନରେଟ ପୋଲିସ୍ ପକ୍ଷରୁ ଭୁବନେଶ୍ବରରେ ରାତ୍ରିକାଳୀନ 12 ଘଣ୍ଟିଆ କର୍ଫ୍ୟୁ ଜାରି କରାଯିବାର ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏହି 12 ଘଣ୍ଟା ଭିତରେ ସମସ୍ତ ଚଳାଚଳ ବନ୍ଦ ରଖାଯିବ । କେବଳ ଜରୁରୀ କାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ସେବା ଚାଲିବ ନାହିଁ ବୋଲି କୁହାଯାଇଛି । ଆସନ୍ତା ମେ 31 ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆଦିଲ୍ଲୀ : ଦେଶବ୍ୟାପୀ ଜରୁରୀକାଳୀନ ସାମଗ୍ରୀ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଛି । ଏପରି ଏକ ଚୋରାଚାଲାଣ ରୋକିବାରେ ସଫଳ ହୋଇଛି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ପୋଲିସ୍ । ରାଞ୍ଚିରୁ ଚୋରା ଚାଲାଣ କରାଯାଉଥିବା ସମୟରେ 31 କିଗ୍ରା ଅଫିମ ଜବତ କରାଯିବା ସହିତ ଚାରି ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି ଝାରଖଣ୍ଡ ପୋଲିସ୍ । ଝାରଖଣ୍ଡ ଅବକାରୀ ବିଭାଗ ଅଧିକାରୀ କମଲ ମଲହୋତ୍ରାଙ୍କ ନେତୃତ୍ବରେ ଚଢାଉ କରାଯାଇ ଫତେପୁର ସ୍ଥିତ ଜାତୀୟ ରାଜପଥରୁ 31 କିଗ୍ରା ଅଫିମ ଜବତ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତ ମନୋଜ ଡାଙ୍ଗିକୁ ଗିରଫ କରାଯାଇଛି । ପରେ ଡାଙ୍ଗିଠାରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ଚଢାଉ କରାଯାଇ 126 କିଗ୍ରାର ଗଞ୍ଜେଇ ଏବଂ ଅନ୍ୟାନ୍ୟା ନିଶା ଦ୍ରବ୍ୟ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

