ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 3ହଜାର 720 ଛୁଇଁଲା

Published: May 23, 2020, 9:51 am IST

 

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂତନ 6654ଟି ମାମଲା ଆସିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 137 ଜଣ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦେଶରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ 25 ହଜାର 101 ଜଣ ସଂକ୍ରମିତ ହୋଇଥିବାବେଳେ 3720 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 51 ହଜାର 784 ଜଣ ସୁସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1517ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 802, ମଧ୍ୟପ୍ରଦେଶରେ 272, ପଶ୍ଚିମବଙ୍ଗରେ 265, ରାଜସ୍ଥାନରେ 153, ଦିଲ୍ଲୀରେ 208, ଉତ୍ତରପ୍ରଦେଶରେ 152, ଆନ୍ଧ୍ରପ୍ରଦେଶରେ 55, ତାମିଲନାଡୁରେ 98, ତେଲେଙ୍ଗାନାରେ 45, କର୍ଣ୍ଣାଟକରେ 41, ପଞ୍ଜାବରେ 39, ଜମ୍ମୁକାଶ୍ମରୀରରେ 20, ହରିୟାଣାରେ 16, ବିହାରରେ 11, କେରଳରେ 4, ଝାଡଖଣ୍ଡରେ 3, ଓଡ଼ିଶାରେ 7, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 3, ଆସାମରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି ।

Related posts