ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା

Published: May 23, 2020, 11:48 am IST

ଭୁବନେଶ୍ବର : ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ । ଆହୁରି 2ରୁ3 ଡିଗ୍ରୀ ବଢିବ ତାପମାତ୍ରା । 40ଡିଗ୍ରୀରୁ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ହେବ । ବଲାଙ୍ଗିର, ସୋନପୁର, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ବୌଦ୍ଧରେ ବି ପାରଦ 40 ଡିଗ୍ରୀ ଡେଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ 3 ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବା ସହିତ ତାତି ଓ ଅସହ୍ୟ ଗୁଳୁଗୁଳି ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ବାସ ସୂଚନା ଦେଇଛନ୍ତି । ଗତକାଲି ରାଜ୍ୟର 12ଟି ସହରର ତାପମାତ୍ରା 41 ଡିଗ୍ରୀ ଉଫରେ ରହିଥିଲା ।  ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡରେ 45 ଡିଗ୍ରୀ ଟପିଥିଲା ।

Related posts