ରାଜ୍ୟରେ ଆଉ 62 ଆକ୍ରାନ୍ତ ସୁସ୍ଥ

Published: May 23, 2020, 5:13 pm IST

ଭୁବନେଶ୍ବର : ରାଜ୍ୟରେ ଆଉ 62 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 41 ଜଣ, ବାଲେଶ୍ବରରୁ 15 ଜଣ, ରାଉରକେଲାରୁ 2 ଜଣ ଏବଂ ଭଦ୍ରକ, ଯାଜପୁର ଏବଂ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହେଇଛନ୍ତି । ଏହା ବ୍ୟତିରେକ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । 62 ଜଣଙ୍କୁ ମିଶାଇ ରାଜ୍ୟର ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 498ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ସମୁଦାୟ 1269 ଆକ୍ରାନ୍ତ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 764 ରହିଛି ।

Related posts