25ରୁ ଘରୋଇ ବିମାନ ଉଡାଣ ଆରମ୍ଭ

Published: May 20, 2020, 5:18 pm IST

ନୂଆଦିଲ୍ଲୀ : ଚଳିତ ମାସ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିମାନ ଉଡାଣ । ତେବେ କେବଳ ଘରୋଇ ବିମାନର ଉଡାଣ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ସୂଚନା ଦେଇଛନ୍ତି । ସମସ୍ତ ବିମାନ ବନ୍ଦର ଏବଂ ବିମାନ ଚଳାଚଳ କମ୍ପାନୀକୁ 25 ତାରିଖରେ ଉଡାଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଏହି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ବିମାନ ଚଳାଚଳ ହେବା ସହିତ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯିବ । (ଏଜେନ୍ସି)

Related posts