ଆଜିଠାରୁ ଦିଲ୍ଲୀରେ ଖୋଲିଲା ପାର୍କ : ନିୟମ ଓ ସର୍ତ୍ତ ଅନୁସାରେ ମିଳିଲା ପ୍ରବେଶ ଅନୁମତି

Published: May 21, 2020, 12:21 pm IST

ନୂଆଦିଲ୍ଲୀ : ପ୍ରାୟ 2 ମାସ ପରେ ଦିଲ୍ଲୀରେ ପାର୍କ ଖୋଲିବାକୁ ଅନୁମତି ମିଳିଛି। ଲକଡାଉନ୍‌ 4,.0ରେ ରହିଥିବା କିଛି କୋହଳ କଟକଣାକୁ ଆଧାରେ ଦିଲ୍ଲୀରେ ପାର୍କ ଓ ଗାର୍ଡେନ୍‌ ଖୋଲିବା ନେଇ ଆଦେଶ ଜାରି ହୋଇଛି। ତେବେ କିଛି ସର୍ତ୍ତ ମୁତାବକ ପାର୍କ ଖୋଲିବାକୁ ଅନୁମତି ମିଳିଛି । ପାର୍କ ଖୋଲିବା ସମୟ ମଧ୍ୟ ନିର୍ଘଣ୍ଟ କରାଯାଇଛି। ସକାଳ 7ଟାରୁ ସକାଳ 10ଟା ପର୍ଯ୍ୟନ୍ତ ଖୋଲା ହୋଇପାରିବ ସେହିପରି ଅପରାହ୍ନ ତିନିଟା 30ରୁ 6.30 ପର୍ଯ୍ୟନ୍ତ ପାର୍କ ଖୋଲାଯିବ ବୋଲି ସୂଚନା ରହିଛି।

ତେବେ ଏହି ସମୟ ମଧ୍ୟରେ ପାର୍କରେ କେବଳ ଜଗିଂ ଓ ମର୍ଣ୍ଣିଂଓ୍ବାର୍କ କରାଯାଇପାରିବ। ଓପନ୍‌ ଜିମ୍‌ ବା ଯୋଗ କରିବା ପାଇଁ ଅନୁମତି ମିଳିପାରିନାହିଁ। ସେହିପରି ପାର୍କ ମଧ୍ୟକୁ 65 ବର୍ଷର ଅଧିକ ବୟସ୍କ  10 ବର୍ଷରୁ କମ୍‌ ବୟସ୍କ ପ୍ରବେଶ କରିପାରିବେନି ବୋଲି ନିୟମ କରାଯାଇଛି।

ଦିଲ୍ଲୀର ପ୍ରସିଦ୍ଧ ଲୋଧି ଗାର୍ଡେନ୍‌, ତାଲକୋଟରା ଗାର୍ଡେନ୍‌ ଓ ନେହେରୁ ପାର୍କ ସହିତ ଅନ୍ୟାନ୍ୟ ପାର୍କ ମଧ୍ୟ ଖୋଲାଯାଇଛି। ଆଜି ପାର୍କ ଗୁଡିକରେ ଗହଳ ଚହଳ ଦେଖିବାକୁ ମିଳିଥିଲା । (ଏଜେନ୍ସି)

Related posts