ଏମିଲି ବ୍ରଣ୍ଟ ବାୟୋପିକ୍‌ରେ ନଜର ଆସିବେ ଏହି ‘ସେକ୍ସ ଏଜୁକେସନ୍‌’ ଅଭିନେତ୍ରୀ

Published: May 22, 2020, 7:58 pm IST

ନ୍ୟୁୟର୍କ : ପ୍ରଖ୍ୟାତ ଲେଖିକା ଏବଂ କବି ଏମିଲି ବ୍ଲଣ୍ଟଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ଏମ୍ମା ମ୍ୟାକ୍କେ । ଏମ୍ମା ପୂର୍ବରୁ ନେଟ୍‌ଫ୍ଲିକ୍ସର ଓ୍ବେବ୍‌ ସିରିଜ୍‌ ‘ସେକ୍ସ ଏଜୁକେସନ୍‌’ରେ ମେଭ୍‌ ଚରିତ୍ରରେ ନଜର ଆସିଥିଲେ । ଅଭିନେତ୍ରୀ ଫ୍ରାନ୍ସେସ୍‌ ଓ କନ୍ନର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମରେ ବ୍ଲଣ୍ଟଙ୍କ ଉପନ୍ୟାସ ଏବଂ ଏହାକୁ ନେଇ ଦେଖା ଦେଇଥିବା ବିବାଦକୁ ଦେଖିବାକୁ ମିଳିବ ବୋଲି କନ୍ନର ସ୍ପଷ୍ଟ କରିଛନ୍ତି । ଏହା ସହିତ ଏହି ଫିଲ୍ମରେ ଜୋ ଅଲଓ୍ବିନ୍‌, ଫିଓନ୍‌ ହ୍ବାଇଟ୍‌ହେଡ୍‌ ଏବଂ ଏମିଲି ବିଚାମ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । 2021ରେ ବ୍ରିଟେନ୍‌ର ୟୋର୍କସାୟାରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । (ଏଜେନ୍ସି)

Related posts