Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡପରଦାକୁ ଫେରିଲେ ବିଗ୍‌ ବି :ଲକ୍‌ଡାଉନ୍‌ ମଧ୍ୟରେ ଗୁଲାବୋ-ସୀତାବୋର ଟ୍ରେଲର ରିଲିଜ୍‌
ଆଜିର ଖବର

ବଡପରଦାକୁ ଫେରିଲେ ବିଗ୍‌ ବି :ଲକ୍‌ଡାଉନ୍‌ ମଧ୍ୟରେ ଗୁଲାବୋ-ସୀତାବୋର ଟ୍ରେଲର ରିଲିଜ୍‌

May 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କରୋନା ଭାଇରସ୍‌ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତ ଥିଏଟର ବନ୍ଦ ରଖାଯାଇଛି । ଏହାଦ୍ବାରା ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରୀ ଗଭୀର ଭାବରେ ପ୍ରଭାବିତ । ଥିଏଟର ବନ୍ଦ କାରଣରୁ ସିନେମା ରିଲିଜ୍‌ ହୋଇପାରୁନଥିବା ବେଳେ ଏହା ଓଟିଟି ପ୍ଲାଟ୍‌ଫର୍ମ ଗୁଡିକୁ ଫାଇଦା ଦେଉଛି । ଏହି ଅବସରରେ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି ବଲିଉଡ୍‌ ଶେହନ୍‌ଶାହ ଅମିତାଭ ବଚ୍ଚନଙ୍କ ଅଭିନୀତ ଗୁଲାବୋ ସୀତାବୋ । ସୁଜିତ ସର୍କାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାବ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଲକ୍ଷ୍ନୌରେ ସୁଟିଂ ହୋଇଥିବା ବେଳେ ଜଣେ ଘରମାଲିକ ଏବଂ ଭଡାଟିଆର କାହାଣୀକୁ ଫିଲ୍ମରେ ଦେଖିଆଯାଇଛି ।

ଅମିତାଭ ବଚ୍ଚନ ଏକ ପୁରୁଣା କୋଠାର ମାଲିକ ରହିଥିବା ବେଳେ ଆୟୁଷ୍ମାନ ଭଡାଟିଆ ରହିଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ସମସ୍ୟାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ତେବେ ଫିଲ୍ମଟି ଥିଏଟରରେ ରିଲିଜ୍‌ ନହୋଇ ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ । ଆସନ୍ତା ଜୁନ୍‌ 12 ତାରିଖରେ ଆମାଜନ୍‌ ପ୍ରାଇମ୍‌ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ଜୁହି ଚତୁର୍ବେଦୀ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ଆୟୁଷ୍ମାନଙ୍କ ସହିତ ଏହା ସୁଜିତଙ୍କ ଦ୍ବିତୀୟ ଫିଲ୍ମ ହୋଇଥିବା ବେଳେ ଅମିତାଭଙ୍କ ସହିତ ଏହା ତାଙ୍କର ତୃତୀୟ ଫିଲ୍ମ । (ଏଜେନ୍ସି)

amitabhbachhan ayushmankhurana OTT
Share. Facebook Twitter LinkedIn Email WhatsApp Copy Link

Related Posts

ଥାନା ଆଗରୁ ଯୁବକଙ୍କୁ ଅପହରଣ

May 6, 2026

ଥରେ ଦଳର ପୋଷ୍ଟର ବୟ, କିନ୍ତୁ ଏବେ…: ​​ଅନ୍ନାମଲାଇଙ୍କ ଅନୁପସ୍ଥିତି ବିଜେପି ଉପରେ ଗମ୍ଭୀର ପ୍ରଶ୍ନ

May 6, 2026

ଏଣିକି ଚିଲିକା ହ୍ରଦରେ ବାଧ୍ୟତାମୂଳକ ହେବ ଜୀବନ ରକ୍ଷାକାରି ଜ୍ୟାକେଟ ଏବଂ ଭାସମାନ ବଳୟ

May 6, 2026

ତାମିଲନାଡୁରେ ବିଜୟଙ୍କ ପାଇଁ AIADMK ରେ ଫାଟ!: TVK ସମର୍ଥନରେ ପ୍ରାୟ ୩୦ ବିଧାୟକ

May 6, 2026
Latest News

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ଥାନା ଆଗରୁ ଯୁବକଙ୍କୁ ଅପହରଣ

May 6, 2026

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ନବୀନ

May 6, 2026

ଥରେ ଦଳର ପୋଷ୍ଟର ବୟ, କିନ୍ତୁ ଏବେ…: ​​ଅନ୍ନାମଲାଇଙ୍କ ଅନୁପସ୍ଥିତି ବିଜେପି ଉପରେ ଗମ୍ଭୀର ପ୍ରଶ୍ନ

May 6, 2026

ଏଣିକି ଚିଲିକା ହ୍ରଦରେ ବାଧ୍ୟତାମୂଳକ ହେବ ଜୀବନ ରକ୍ଷାକାରି ଜ୍ୟାକେଟ ଏବଂ ଭାସମାନ ବଳୟ

May 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.