ବରଗଡ ଛୁଇଁଲା କରୋନା

Published: May 24, 2020, 8:09 am IST

ବରଗଡ : ବରଗଡକୁ ପ୍ରଥମ ଥର ପାଇଁ କରୋନା ଛୁଇଁଛି । ବରଗଡରୁ ପ୍ରଥମ କରୋନା ରୋଗୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ ସହରରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ । ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । ବରଗଡକୁ ମିଶାଇ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 27କୁ ବୃଦ୍ଧି ହୋଇଛି । ଗତକାଲି ଗଜପତି ଓ ନବରଙ୍ଗପୁରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବେଳେ ଆଜି ବରଗଡରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରୁ ହିଁ ଚିହ୍ନଟ ହୋଇଛନ୍ତି ।

Related posts