ଆଜିଠାରୁ ରାଜଧାନୀରେ ଖୋଲିଲା ପାର୍କ

Published: May 24, 2020, 8:49 am IST

ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ପରୀକ୍ଷାମୂଳକ ଭାବେ କିଛି ପ୍ରମୁଖ ପାର୍କ ଖୋଲିଛି । ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ଆଜିଠୁ ଖୋଲିଛି । ସକାଳ 7ରୁ ଦିନ 10, ଅପରାହ୍ନ 4ରୁ ସନ୍ଧ୍ୟା 6ଟା ଯାଏଁ ପାର୍କ ଖୋଲା ହେଉଛି । ପାର୍କରେ ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପାର୍କରେ ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।  କରୋନା ପାଇଁ ମାର୍ଚ୍ଚ 22 ତାରିଖରୁ ରାଜଧାନୀର ସମସ୍ତ ପାର୍କକୁ ବନ୍ଦ କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ପାର୍କକୁ ସର୍ତ୍ତମୂଳକ ଖୋଲିବା ନେଇ ଅନୁମତି ମିଳିଛି । ସେଠାରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିଲା । ଦିଲ୍ଲୀଠାରେ 60 ବର୍ଷରୁ ଉର୍ଦ୍ଧ୍ବ ଓ 10 ବର୍ଷ ବୟସ୍କରୁ କମ୍‌ ବୟସ୍କଙ୍କୁ ଅନୁମତି ଦିଆଯାଇନାହିଁ ।

Related posts