ଟ୍ୟାକ୍ସି, ଅଟୋ, ବସ୍‌କୁ 24 ଘଣ୍ଟିଆ ପରିବହନ ଅନୁମତି

Published: May 24, 2020, 1:10 pm IST

ଭୁବନେଶ୍ବର : 24 ଘଣ୍ଟିଆ ପରିବହନ ପାଇଁ ଅନୁମତି ମିଳିଛି।  ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବିମାନ ବନ୍ଦର ଯିବାକୁ ଗାଡ଼ି କଟକଣା ନାହିଁ । ଟ୍ୟାକ୍ସି, ଅଟୋ, ବସ୍‌ ଯିବାଆସିବା କରିବାକୁ 24 ଘଣ୍ଟିଆ ଅନୁମତି ମିଳିଛି। ସନ୍ଧ୍ୟା 7ଟାରୁ ସକାଳ 7ଟା ଯାଏଁ କୌଣସି କଟକଣା ରହିବନି ବୋଲି ସୂଚନା ରହିଛି। ଯାତ୍ରୀ ଯିବା ଆସିବାରେ କୌଣସି ବାଧା ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି।

ସେହିପରି  ଏସ୍‌ଆରସି କାଲିଠାରୁ ରାଜ୍ୟରେ ବସ୍‌ ଗଡିବା ନେଇ ଏସ୍‌ଆରସିଙ୍କ ସୂଚନା ପରେ ପ୍ରତିକ୍ରିୟା ଦେଇଛି ଘରୋଇ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବସ୍‌ ଗଡିବା ନେଇ ସଂଘ ପକ୍ଷରୁ ସରକାରଙ୍କ ସହ ବୈଠକ ହେବ। ବୈଠକ ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ସୂଚନା ରହିଛି।

Related posts