ଗତ 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 6535 ନୂତନ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା 4167କୁ ବୃଦ୍ଧି

Published: May 26, 2020, 10:05 am IST

ନୂଆଦିଲ୍ଲୀ :ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ କାୟା ବିସ୍ତାର କରିଛି । ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ମୃତକଙ୍କ ସଂଖ୍ୟା 4 ହଜାର 167କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନା ଭାଇରସରେ 1 ଲକ୍ଷ 45 ହଜାର 380 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 80 ହଜାର 722 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 60 ହଜାର 490 ଜଣ ।

ବିଗତ 24 ଘଣ୍ଟା ମଧ୍ୟରେ କେବଳ 6 ହଜାର 535 ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ 146 ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 52 ହଜାର 667 ଜଣ ଆକ୍ରାନ୍ତ ହୋଇଥିବାବେଳେ 1695ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 888, ମଧ୍ୟପ୍ରଦେଶରେ 300, ଓ ପଶ୍ଚିମବଙ୍ଗରେ 278  ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନରେ 167, ଦିଲ୍ଲୀରେ 276 ଓ ତାମିଲନାଡୁରେ 118୮, ଉତ୍ତରପ୍ରଦେଶରେ 169, ଆନ୍ଧ୍ରପ୍ରଦେଶରେ 56, ବିହାରରେ 13, କର୍ଣ୍ଣାଟକରେ 44, ପଞ୍ଜାବରେ 40, ତେଲେଙ୍ଗାନାରେ 56, ଜମ୍ମୁ ଓ କାଶ୍ମୀରରେ 23, ହରିୟାଣାରେ 16, କେରଳରେ 6, ଆସାମରେ 4, ଓଡ଼ିଶାରେ 7, ଝାଡଖଣ୍ଡରେ 4, ଉତ୍ତରାଖଣ୍ଡରେ 4,ଚଣ୍ଡୀଗଡରେ 4, ହିମାଚଳ ପ୍ରଦେଶରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ଘଟିଛି ।

Related posts