Author: Samikhsya Bureau

ପୁରୀ, ରଥଯାତ୍ରା ହେବ କି ନ ହେବ ସେ ନେଇ ବେଶ୍ କିଛିଦିନ ଧରି ଚାଲିଲା ଦ୍ବନ୍ଦ।ଏହି ଦ୍ବନ୍ଦ ଭିତରେ ରଥକାମ ନିର୍ଦ୍ଧାରିତ ସମୟ ଭିତରେ ଆରମ୍ଭ ହୋଇପାରିଲା ନାହିଁ। ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ  ବର୍ତ୍ତମାନ ରଥକାମ ଦ୍ରୁତ ଗତିରେ ଚାଲିଛି। ଆଜି ରଥକାମ ଯେଉଁ ପର୍ଯ୍ୟାୟରେ ପହଁଚିବା କଥା ତାହାଠାରୁ ଆଗରେ କାମ ଚାଲିଛି।

Read More

ନୂଆଦିଲ୍ଲୀ : ଆସନ୍ତା 10 ଦିନ ମଧ୍ୟରେ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବ । ଶନିବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ । ଜୁନ୍‌ 2 ପରଠାରୁ ସାଧାରଣ ଟ୍ରେନ୍‌ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବାର ନିଷ୍ପତ୍ତି ନିଆଯାଇଛି । ମେ 1 ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସିଆଲ ସେବା ଦ୍ବାରା ବର୍ତ୍ତମାନ ସୁଦ୍ଧା ଦେଶରେ 36 ଲକ୍ଷ ପ୍ରବାସୀ ଉପକୃତ ହୋଇଛନ୍ତି । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର 80 ପ୍ରତିଶତ ଉତ୍ତର ପ୍ରଦେଶ ଏବଂ ବିହାର ଦ୍ବାରା ବ୍ୟବହୃତ ହୋଇଛି ବୋଲି ଯାଦବ ମତ ଦେଇଛନ୍ତି । ସେହିପରି ଅନ୍‌ଲାଇନ୍‌ରେ ଲୋକ ଟିକେଟ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଦେଶ ବ୍ୟାପୀ 1000ରୁ ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିବା ନେଇ ଯାଦବ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ପାଟନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହନ୍ତି । ବିହାରର ଏକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଏଭଳି ଏକ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । 18 ବର୍ଷୀୟ ଯୁବତୀ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟର ବାହାରେ ବୁଲୁଥିବା ବେଳେ 6 ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ବିହାରର ରୋହତାସ୍‌ରେ ଏହି ଘଟଣା ଘଟିଛି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । 6 ଯୁବକଙ୍କ ମଧ୍ୟରୁ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ବେଳେ ନିଜ ଗ୍ରାମର ଅନ୍ୟ 4 ଜଣଙ୍କୁ ସେମାନେ ଫୋନ୍‌ କରି ଡକାଇଥିଲେ । ଛ ଅଭିଯୁକ୍ତ ବିଜୟ ଯାଦବ, ସୁରେଶ ଯାଦବ, ମୁକେଶ ଯାଦବ, ଚଞ୍ଚଲ ଯାଦବ, ଅମିତ ପାଶ୍ବାନ ଏବଂ ଚୁଲି ପାଶ୍ବାନଙ୍କୁ ଏହି ଘଟଣା ପରେ ଗିରଫ କରାଯାଇଥିବା ନେଇ ରୋହତାସ ଏସ୍‌ପି ସତ୍ୟବୀର ସିଂ ସୂଚନା ଦେଇଛନ୍ତି । ଡାକ୍ତରୀ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରବାସୀ ଶ୍ରମିକ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସୁଥିବା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେସନରେ ନ ରହିବାରୁ ଚିଲିକାରେ ଚେନ୍‌ ଟାଣି ଓହ୍ଲାଇଥିଲେ ପ୍ରବାସୀ ଶ୍ରମିକ। ପ୍ରାୟ ୪୨୦ ରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ୍‌ରୁ ଓହ୍ଲାଇଥିବା ବେଳେ ଜିଆର୍‌ପି ପୋଲିସ୍‌ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରାୟ ୭୦୦ ଶ୍ରମିକ ଆସିଥିବା ବେଳେ ଚିଲିକାରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ନମ୍ବର ୦୭୨୩୪ର ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଗୁଣ୍ଟୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିଲା। ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୦୦ ରୁ ଅଧିକ ପ୍ରବାସୀ ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ୧୦ ଏବଂ କଳାହାଣ୍ଡିର ୧୦ ଜଣ ପ୍ରବାସୀ ରହିଥିଲେ। ଏହି ଘଟଣା ନେଇ ଆରପିଏଫ୍‌ ପକ୍ଷରୁ ଗଞ୍ଜାମ ପ୍ରଶାସନକୁ ଜଣାଇବା ପରେ ଖଲ୍ଲିକୋଟ ତହସିଲଦାର ପହଞ୍ଚି ଶ୍ରମିକଙ୍କୁ ସ୍ଥାନାନ୍ତର…

Read More

ଭୁବନେଶ୍ବର : ଓଡିଶା ଦେଇ ଗତି କରିଥିବା ସାମୁଦ୍ରିକ ଝଡ ଆମ୍ପାନ୍‌ର କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାପାଳ ମାନଙ୍କ ପକ୍ଷରୁ ପଠାଯାଇଥିବା ରିପୋର୍ଟ ଆଧାରରେ ଓଡିଶା ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇଛି । ଓଡିଶାର 10ଟି ଜିଲ୍ଲା ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 4 ଟି ଜିଲ୍ଲା ଗଭୀର ଭାବରେ ପ୍ରଭାବିତ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଆାଂଶିକ ଭାବରେ ପ୍ରଭାବିତ ହୋଇଛି । ଉପରଲିଖିତ 10 ଜିଲ୍ଲାର 92ଟି ବ୍ଲକ୍‌ର 1558 ଗ୍ରାମ ପଞ୍ଚାୟତ ଏବଂ 9883ଟି ଗ୍ରାମ ପ୍ରଭାବିତ ହୋଇଛି । ସେହିପରି 22ଟି ନଗର ପାଳିକା ଓ ପୌରପାଳିକାର 272ଟି ଓ୍ବାର୍ଡ ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ବାତ୍ୟା ଦ୍ବାରା 44 ଲକ୍ଷ 44 ହଜାର 896…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 62 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 41 ଜଣ, ବାଲେଶ୍ବରରୁ 15 ଜଣ, ରାଉରକେଲାରୁ 2 ଜଣ ଏବଂ ଭଦ୍ରକ, ଯାଜପୁର ଏବଂ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହେଇଛନ୍ତି । ଏହା ବ୍ୟତିରେକ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ମଧ୍ୟ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । 62 ଜଣଙ୍କୁ ମିଶାଇ ରାଜ୍ୟର ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 498ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ସମୁଦାୟ 1269 ଆକ୍ରାନ୍ତ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 764 ରହିଛି ।

Read More

ଭୁବନେଶ୍ବର : ଆସନ୍ତା କାଲିଠାରୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ । 24 ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । ତେବେ କୌଣସି କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇନାହାନ୍ତି । ସ୍ପେଶାଲ କୋଭିଡ଼ ଫି ଲଗାଇ ମଦର ଦର ବଢ଼ାଇଛନ୍ତି ସରକାର । ସମସ୍ତ ପ୍ରକାର ମଦର ଦର 50 ପ୍ରତିଶତ ବୃଦ୍ଧି କରାଯାଇଛି । ଏହାସହ ରିଟେଲର ଚାହିଁଲେ ମଦ ନିଜେ ହୋମ ଡ଼େଲିକରି କରିପାରିବେ ନଚେତ ଫୁଡ଼ ଡ଼େଲିଭରି ସଂସ୍ଥାର ମଧ୍ୟ ସେମାନେ ସହଯୋଗ ନେଇପାରିବେ । ମଦ ବିକ୍ରିରୁ ମିଳିବାକୁ ଥିବା ଅତିରିକ୍ତ ରାଜସ୍ବ କୋଭିଡ୍‌ ମୁକାବିଲାରେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି ।

Read More

କୋଲକାତା, ଗତ ଅମ୍ଫାନ ବାତ୍ୟାରେ ଯେପରି ବର୍ଷା ହେଲା ସେଥିରେ ଅନେକ କ୍ଷୟକ୍ଷତି ଘଟିଯାଇଛି। ସେହିପରି ବହି ଦୋକାନୀମାନେ ମଧ୍ୟ ଏହି କ୍ଷତିର ସମ୍ମୁଖୀନ ହୋଇଛନ୍ତି। କାରଣ ଲଗାତର ବର୍ଷା ଯୋଗୁଁ ଛୋଟଛୋଟ ବହି ଦୋକାନରେ ପାଣି ପଶିଯାଇଛି। ଏପରି ପରିସ୍ଥିତିରେ କୋଲକାତାର ଏକ ବହି ଦୋକାନୀ ବର୍ଷା ଛାଡିଯିବା ପରେ ଓଦା ବହିକୁ ଶୁଖାଉଛନ୍ତି।

Read More

କନ୍ଦର୍ପ ବେହରା ରେଢାଖୋଲ: ଆଜି ନାକଟିଦେଉଳ ବ୍ଲକର ବାଟଗାଁରେ ଜଣେ ମହିଳା ପତ୍ର ତୋଳାଳିିଙ୍କୁ ହାତୀ ଦଳି ଦେଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ନାକ୍‌ଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ବେଠିଆବେନି ଗ୍ରାମରେ ଜଣେ ମହିଳା ପତ୍ର ତୋଳି ଯାଇଥିବା ବେଳେ ଜଙ୍ଗଲରେ ହାତୀ ସାମ୍ନାରେ ପଡିଯାଇଥିଲେ। ହାତୀଟି ଦଳିଦେଇ ସେଠାରୁ ଜଙ୍ଗଲ ଆଡକୁ ପଳାଇଥିବା ଖବର ହସ୍ତଗତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଦମୟନ୍ତୀ ଦେହୁରୀ (୬୫)। ବହୁ ସମୟ ଧରି ସେ ଘରକୁ ନ ଆସିବାରୁ ଖୋଜାଖୋଜି ପରେ ତାଙ୍କର ମୃତ ଦେହ ପରିବାର ଲୋକେ ପାଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଦେହ ନିକଟରେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ପହଂଚି ନ ଥିବାର ସୂଚନା ହସ୍ତଗତ ହୋଇଛି। ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ପୋଲିସ୍‌ ଆସିଲେ ଶବ ପାଖକୁ ଯାଇ ସେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଧର୍ମଗଡ଼ ଥାନା ଅନ୍ତର୍ଗତ ବଗାଡ ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଧର୍ମଗଡ଼ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସମେତ ସ୍ଵେଚ୍ଛାସେବୀ ସଂଗଠନ ଏସ ଏ କେ, ସ୍ଥାନୀୟ ବଗାଡ ପଞ୍ଚାୟତର ସରପଞ୍ଚ ଏବଂ ପି ଇ ଓ ତଥା ଅନ୍ୟ ତିନି ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଏସଏକେ ର ଜିଲ୍ଲା ଉପ ସଭାପତି ମହେଶ୍ୱର…

Read More

ନୂଆଦିଲ୍ଳୀ : ଶ୍ରୀଲଙ୍କା ଏବଂ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫଳତାର ସହିତ କରୋନା ମୁକାବିଲା ପାଇଁ ଉଭୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଉଭୟ ନେତୃବୃନ୍ଦଙ୍କ ସହିତ କଥା ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କେ ଜୁଗନାଉଥଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଛନ୍ତି ମୋଦି । ଆପଣଙ୍କ ନେତୃତ୍ବରେ ଶ୍ରୀଲଙ୍କା କରୋନାର ସଠିକ୍‌ ମୁକାବିଲା କରୁଛି । ତେଣୁ ଆପଣଙ୍କୁ ଧନ୍ୟବାଦ ବୋଲି ମୋଦି ରାଜପକ୍ଷାଙ୍କୁ କହିଥିଲେ । ମରିସସ୍‌ ଏବଂ ଭାରତର ସଂସ୍କୃତି ଏବଂ ସଭ୍ୟତା ଏକ ପ୍ରକାରର । ଆପଣଙ୍କ ନେତୃତ୍ବରେ କରୋନାର ସଠିକ୍‌ ମୁକାବିଲା ଜାରି ରହିଥିବା ବେଳେ ମିତ୍ରରାଷ୍ଟ୍ର ଭାବରେ ଭାରତ ସର୍ବଦା ସହଯୋଗ ପାଇଁ ଆଗଭର ବୋଲି ମରିସସ୍‌ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ମୋଦି । ରାଜପକ୍ଷାଙ୍କ ସହିତ ବାର୍ତ୍ତାଳାପ…

Read More

ବଲ୍ଲିଆ : ଫୋନ୍‌ରେ କଥା ହେଉଥିବା ବେଳେ ମା ଗାଳି କରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ବଲିଆ ଅନ୍ତର୍ଗତ ମଝାଉଁ ଗ୍ରାମର ଏହି ନାବାଳିକା ଜଣକ ଫୋନ୍‌ରେ କଥା ହେଉଥିବା ବେଳେ ମା ତାଙ୍କୁ ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଯୁବତୀ ଜଣକ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଯୁବତୀଙ୍କ ନାମ ଆଶା ପାଶ୍ବାନ(16) । ଶୁକ୍ରବାର ଆଶା ଜଣେ ଯୁବକଙ୍କ ସହିତ ଫୋନ୍‌ରେ କଥା ହେଉଥିବା ବେଳେ ମା ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଆଶା ଶୁକ୍ରବାର ରାତିରେ ଆତ୍ମହତ୍ୟାର ପଥ ବାଛିନେଇଥିଲେ । ପୋଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ଦେଶରେ କରୋନା ସଙ୍କଟ ସମୟରେ ଦେଶବାସୀଙ୍କୁ କ୍ରିକେଟର ଏବଂ ଫିଲ୍ମତାରକାଙ୍କ ପକ୍ଷରୁ ସହାୟତାର ହାତ ବଢାଯାଇଥିଲା । ଏହି ତାଲିକାରେ ଦୁଇ ଯୁବ କ୍ରିକେଟର ସାମିଲ ହେବା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇ କ୍ରିକେଟର ହେଉଛନ୍ତି ସର୍ଫରାଜ ଖାନ୍‌ ଏବଂ ଯଶସ୍ବୀ ଜୟସ୍ବାଲ । ସର୍ଫରାଜ୍‌ ଚଳିତ ବର୍ଷ ଇଦ୍‌ ପାଳନ ନକରି ପ୍ରବାସୀଙ୍କୁ ସହାୟତା କରିବାର ନିଷ୍ପତ୍ତି ନେଇଥିବା ବେଳେ ଜୟସ୍ବାଲ ମଧ୍ୟ ସମାନ ଭାବରେ ପ୍ରବାସୀଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି । ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଖାଦ୍ୟ ଏବଂ ପାଣି ବୋତଲର ବ୍ୟବସ୍ଥା କରୁଛନ୍ତି ସର୍ଫରାଜ୍‌ । ଇଦ୍‌ରେ କପଡା ଏବଂ ଭୋଜନରେ ଅଯଥାରେ ଖର୍ଚ୍ଚ ହୋଇଥାଏ । ଏହି ଅଯଥା ଖର୍ଚ୍ଚ ନକରି ଅସହାୟ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କିଙ୍ଗସ୍‌ ଇଲେଭେନ୍‌ କ୍ରିକେଟର ସର୍ଫରାଜ । ସର୍ଫରାଜ ଏବଂ ଯଶସ୍ବୀଙ୍କ ଏହି ବଦାନ୍ୟତାକୁ ସୋସିଆଲ…

Read More

ଭୁବନେଶ୍ବର : ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନାକୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା । 29 ଏବଂ 30ରେ ଗରାବଡୁ ନିଯୋଗର ସମସ୍ତ ସେବକଙ୍କ କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ଜଣାପଡିଛି । ଏହାସହ ଅନ୍ୟ 10ଟି ନିଯୋଗର ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ରଥ ଖଳା ସେବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ନାନ ପୂର୍ଣ୍ଣିମା ନୀତି ପାଇଁ ସେବାୟତଙ୍କ ତାଲିକା ଦେବାକୁ ମଧ୍ୟ କୁହାଯାଇଛି । ମେ 25 ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଟେଷ୍ଟ ପରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :ଆଜି ବ୍ରହ୍ମପୁର କିନ୍ନର ମହାସଂଘ ତଥା ସାକ୍ଷୀ ତରଫରୁ ଓଡିଶା ବାହାରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଛି । କରୋନା ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ମାନେ ନିରୁପାୟ ହୋଇ ଚାଲି ଚାଲି ନିଜ ରାଜ୍ୟ କୁ ଫେରୁଛନ୍ତି ଏହାକୁ ଆଖି ଆଗରେ ରଖି ବ୍ରହ୍ମପୁରର ଅନେକ ସଙ୍ଘଠନ ସାହାଯ୍ୟ କରିବାକୁ ଆଗକୁ ଆସିଛି । ଏହି ପ୍ରବାସୀ ମାନଙ୍କୁ ଆଜି ବ୍ରହ୍ମପୁର କିନ୍ନର ମହାସଂଘ ସାକ୍ଷୀ ତରଫରୁ ଜାତୀୟ ରାଜପଥରେ  ପ୍ରାୟ 300 ଜଣଙ୍କୁ ରନ୍ଧା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବୀଟି ସାହୁଙ୍କ ସମେତ ଶାନ୍ତି, ବର୍ଷା, ଆରତୀ, ବାସନ୍ତୀ, ପ୍ରୀତି, ରଞ୍ଜିତା, ବାବୁଲା, ଲଭ୍‌ଲି, ଭୂମିକା କିନ୍ନର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରବାସୀ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ସହ ମାକ୍ସ ଓ ସାନିଟାଇସନ…

Read More

ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍‌ କାରଣରୁ ପୂରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏବେ ଦେଶରେ ଲକ୍‌ଡାଉନର ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି। ଏହା ମଧ୍ୟରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଲକ୍‌ ଡାଉନ୍‌ରୁ ନିରାଶ ହୋଇ ଜଣେ ଯୁବକ ବେଙ୍ଗାଲୁରୁ ଯିବା ପାଇଁ ଯାଉଥିଲେ। ଏଥିପାଇଁ ସେ ସରକାରୀ ବସ୍‌ ଚୋରି କରି ବେଙ୍ଗାଲୁରୁ ଯିବାକୁ ବାହାରିଥିଲେ। କିନ୍ତୁ ରାସ୍ତାରେ ସେ ଧରାପଡି ଯାଇଥିଲେ। ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ଜଣେ ଯୁବକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଧର୍ମାବରମ୍‌ ଆରଟିସି ବସ୍‌ ଡିପୋରୁ ସରକାରୀ ବସ୍‌ ଚୋରାଇ ଗୁଟୁରୁ ହୋଇ ବେଙ୍ଗାଲୁରୁ ଆଡକୁ ଯାଉଥିଲେ। ଠିକ୍‌ ସେଠାରେ ଦୁଇ ରାଜ୍ୟର ସୀମା ଉପରେ ସେ ଧରାପଡିଯାଇଥିଲେ। ରାଜ୍ୟ ସଡକ ପରିବହନ ନିଗମର ବସ୍‌ (ଏପି 02 ଜେଡ୍‌ 0552) ଧର୍ମାବରମ୍‌ ଆରଟିସି ବସ୍‌ ଡିପୋଠାରେ ରହିଥିଲା। କିନ୍ତୁ ପରିବହନ କର୍ମଚାରୀମାନେ ଯୁବକଙ୍କୁ ବସ୍‌ଟି ନେଇଯାଉଥିବାର ଦେଖି ଦେଇଥିଲେ।…

Read More

କେନ୍ଦୁଝର ପାଟଣା : ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଆଇଆଇସି ସନ୍ଧ୍ୟାରାଣୀ ଯୁବକଙ୍କୁ ବାଡ଼ିରେ ପିଟିବା ସହ ଗୋଇଠା ପରେ ଗୋଇଠା ମାରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏସ୍‌ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ବି ଜବାବ ମାଗିଥିଲେ । ଏସ୍‌ପିଙ୍କଠାରୁ ଏହାର ଜବାବ ମାଗିବା ସହ କ୍ଷତିପୂରଣ ଦେବାକୁ କହିଥିଲେ । କ୍ଷତିପୂରଣ ବାବଦକୁ 10 ହଜାର ଟଙ୍କା ଆଇଆଇସିଙ୍କ ଦରମାରୁ କାଟିବାକୁ କହିଥିଲେ ।

Read More

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ ପାଇଁ ଜାରି ହୋଇଥିବା ଲକ୍‌ ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତରପ୍ରଦେଶର ବାନ୍ଧା ଜିଲ୍ଲାର କମାସିନ ଥାନା ଅନ୍ତର୍ଗତ ମୁସିଓ୍ବା ଗ୍ରାମରେ ଜଣେ ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଶ୍ରମିକ ଜଣକ ମୁମ୍ବାଇରୁ ଫେରିଥିବାବେଳେ ଆଇସୋଲେସନ୍‌ରେ ରହିଥିବାବେ ସମୟରେ ଫାଶୀ ଲଗାଇଛନ୍ତି। ଶ୍ରମିକ ଜଣକ ପାଞ୍ଚ ଦିନ ପୂର୍ବରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ମୁମ୍ବାଇରୁ ଫେରିଥିବାବେଳେ ଘରେ ଆଇସୋଲେସନ୍‌ରେ ରହିଥିଲେ । ଯୁବକ ଜଣକ  ମୁମ୍ବାଇରେ ଏକ ଷ୍ଟିଲ୍‌ କାରଖାନାରେ କାମ କରୁଥିଲେ। କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ କାରଖାନା ବନ୍ଦ ହୋଇଯିବା ପରେ ସେ ଘରକୁ ଫେରିଥିଲେ। ତାଙ୍କ ପିତା ମଧ୍ୟ ଗୁଜୁରାଟରେ ଏ ପର୍ଯ୍ୟନ୍ତ ଫସି ରହିଛନ୍ତି। ତେବେ ଯୁବକ ଜଣକ କେଉଁ କାରଣର ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। (ଏଜେନ୍ସି)

Read More

ଯାଜପୁର : ପାଣିକୋଇଲି ନିକଟ ବୈତରଣୀ ନଦୀରେ ଭାସିଗଲା 5ଟି ଟ୍ରକ୍‌ । ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅଧୀନ ଲିଙ୍ଗେଶ୍ବର ଘାଟରେ ଆଜି 5ଟି ହାଇଓ୍ବ ଗାଡି ବୁଡି ଯାଇଛି । ଏହି ଗାଡିଗୁଡିକ ବାଲି ନେବା ପାଇଁ ଘାଟ ମଧ୍ୟରେ ପଶିଥିବାବେଳେ ହଠାତ୍‌ ଚେକ୍‌ ପୋଷ୍ଟରୁ ପାଣି ଛାଡି ଦିଆଯାଇଥିଲା । ଫଳରେ ଗାଡିଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଥିଲେ । ତେବେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ତେବେ ଲକ୍‌ ଡାଉନ୍‌ ସମୟରେ ନିଷିଦ୍ଧାଞ୍ଚଳରେ କାହା ଅନୁମତିରେ ବାଲି ଉଠାଣ ଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Read More

ଭୁବନେଶ୍ବର : ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ । ଆହୁରି 2ରୁ3 ଡିଗ୍ରୀ ବଢିବ ତାପମାତ୍ରା । 40ଡିଗ୍ରୀରୁ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ହେବ । ବଲାଙ୍ଗିର, ସୋନପୁର, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ବୌଦ୍ଧରେ ବି ପାରଦ 40 ଡିଗ୍ରୀ ଡେଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ 3 ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବା ସହିତ ତାତି ଓ ଅସହ୍ୟ ଗୁଳୁଗୁଳି ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର ବିଶ୍ବାସ ସୂଚନା ଦେଇଛନ୍ତି । ଗତକାଲି ରାଜ୍ୟର 12ଟି ସହରର ତାପମାତ୍ରା 41 ଡିଗ୍ରୀ ଉଫରେ ରହିଥିଲା ।  ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡରେ 45 ଡିଗ୍ରୀ ଟପିଥିଲା ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 80 ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1269କୁ ବୃଦ୍ଧି ହୋଇଛି ।ଗଞ୍ଜାମରୁ 19,  ଯାଜପୁରରୁ 14, ବାଲେଶ୍ବରୁ 3, ପୁରୀରୁ 17, କଟକରୁ ଜଣେ, ସୁନ୍ଦରଗଡ ରୁ 5, ନୟାଗଡ ରୁ 5, ବଲାଙ୍ଗିରରୁ 1, ମାଲକାନଗିରିରୁ 5, କନ୍ଧମାଳରୁ 2, ଝାରସୁଗୁଡାରୁ 3, ଗଜପତିରୁ 4 ଓ ନବରଙ୍ଗପୁରରୁ ଜଣେ ରହିଛନ୍ତି । ନୂତନ 80 ଆକ୍ରାନ୍ତଙ୍କ ମଧ୍ୟରୁ   କ୍ଵାରେଣ୍ଟିନରୁ 71 ଜଣ ଚିହ୍ନଟ ହୋଇଥିବାବେକେ 2 ଜଣ ହୋମ କ୍ଵାରେଣ୍ଟିନ ଓ 7 ଜଣ ଲୋକାଲ କେସ ରହିଛି। ସେହିପରି ଆଜି 2ଟି ଜିଲ୍ଲାକୁ କୋରନା ବ୍ୟାପିଛି। ଗଜପତି ଓ  ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତିରୁ 4 ଜଣ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ଜଣେ…

Read More