ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି କରାଯାଇଛି । ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହା ସହିତ ଲକଡାଉନ କାରଣରୁ ଯେଉଁ କାଗଜପତ୍ରର ବୈଧତା ସମ୍ପ୍ରସାରିତ ହୋଇପାରିନାହିଁ କିମ୍ବା ଏଥିପାଇଁ ଅନୁମତି ମିଳିନାହିଁ ଏବଂ ଏଗୁଡ଼ିକର ବୈଧତା ଶେଷ ହୋଇଯାଇଛି ଏହାକୁ ଜୁଲାଇ ମାସ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ସମୟରେ କାଗଜପତ୍ରର ଚେକିଂ କରାଯିବ ନାହିଁ ଏବଂ କୌଣସି ଫାଇନ୍ ମଧ୍ୟ ଆଦାୟ କରାଯିବ ନାହିଁ । (ପିଆଇବି)
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜେଇ ଚୋରାଚାଲାଣ କରୁଥବା ଅଭିଯୋଗରେ ବଡ଼ବଜାର ପୋଲିସ୍ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୫ କିଲୋ ଗଂଜେଇ ସହ ଏକ ପଲସର ଗାଡ଼ି ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ପ୍ରହ୍ଲାଦ ନଗରର ସୁଦାମ ଡ଼ାକୁଆ (୨୪) ଏକ ପଲ୍ସର ବାଇକ୍ରେ ମୋହନାରୁ ଗଂଜେଇ ଧରି ଆସୁଥିଲା । ଫାଷ୍ଟଗେଟ୍ ନିକଟରେ ପୋଲିସ୍ର ଚେକିଂ ଜୋର୍ଦାର ଥିବାରୁ ସେ ପୁରୁଣା ବ୍ରହ୍ମପୁରକୁ ବାହାରୁଥିବା ଗଳାବାଟ ଓମ୍ନଗର ଦେଇ ସହରରେ ପ୍ରବେଶ କରୁଥିଲା । ଏନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ବଡ଼ବଜାର ପୋଲିସ୍ ତାକୁ ଅଟକାଇ ସେ ଧରିଥିବା ବ୍ୟାଗରୁ ୨୫ କିଲୋ ଗଂଜେଇ ଜବତ କରିଥିଲେ । ଏନେଇ ବଡ଼ବଜାର ଥାନାରେ ୧୧୮/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଦାମକୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ପ୍ରବାସୀଙ୍କ ଆଗମନ ଲାଗି ରହିଥିବାବେଳେ ପୂର୍ବରୁ ଜଗନ୍ନାଥପୁର ଷ୍ଟେସନରେ ଟ୍ରେନ ରହୁଥିବାବେଳେ ବର୍ତ୍ତମାନ ବ୍ରହ୍ମପୁର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଗଂଜାମ ଜିଲ୍ଲା ପ୍ରବାସୀମାନେ ଓହ୍ଲାଇ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଉଛନ୍ତି । ଆଜି ବ୍ରହ୍ମପୁରକୁ ୯ଟି ଟ୍ରେନ ଆସିବାକୁ ଥିବାବେଳେ ଖବରଲେଖା ହେବା ପର୍ଯ୍ୟନ୍ତ ୪ଟି ଟ୍ରେନ ବ୍ରହ୍ମପୁରରେ ପହଞ୍ଚିଛି । ପ୍ରଥମ ଟ୍ରେନଟି ତାମିଲନାଡ଼ୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବାବେଳେ ଏଥିରେ ଗଂଜାମ ଜିଲ୍ଲାର ୬୩୬ ଜଣ ଅଛନ୍ତି । ସେହିପରି ଦ୍ୱିତୀୟ ଟ୍ରେନରେ ସୁରତରୁ ୧୬୩୫ ଜଣ ଆସିଥିବାବେଳେ ଏଥିରେ ଗଂଜାମ ଜିଲ୍ଲାର ୧୫୭୭ ଅଛନ୍ତି ତୃତୀୟ ଟେନଟି ମଧ୍ୟ ସୁରାଟରୁ ଆସିଥିବାବେଳେ ଏଥିରେ ୧୭୪୮ ଯାତ୍ରୀଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାର ୧୬୯୭ ଜଣ ଅଛନ୍ତି । ଚତୁର୍ଥ ଟ୍ରେନଟିରେ ୧୫୮୫ ଜଣ ପ୍ରବାସୀ ଓଡ଼ିଆ ରହିଥିବାବେଳେ ଗଂଜାମ ଜିଲ୍ଲାର ୧୫୩୪ ଜଣ ଅଛନ୍ତି । ସମୁଦାୟ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମହାନଗର ନିଗମ ଅନ୍ତର୍ଗତ ବଡ଼ବଜାର ଅଂଚଳର ଶଙ୍କରପୁର ସାହିରୁ ପୂର୍ବରୁ ଘୋଷଣା କରାଯାଇଥିବା କଣ୍ଟେନ୍ମେଣ୍ଟ ଜୋନ୍କୁ ଉଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଏହି ସାହିରେ କିଛି କରୋନା ପଜିଟିଭ୍ ମାମଲା ବାହାରିବା ଯୋଗୁଁ ମହାନଗର ନିଗମ ପକ୍ଷରୁ 15 ତାରିଖରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଏହାପରେ ସାହିର ଦ୍ୱାର ଦେଶକୁ ଅବରୁଦ୍ଧ କରି ରଖାଯାଇଥିଲା । ବର୍ତ୍ତମାନ ପ୍ରାଥମିକ ସଂସ୍ପର୍ଶ ବ୍ୟକ୍ତି ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କୌଣସି ସଂକ୍ରମଣର ଭୟ ନଥିବାରୁ ମହାନଗର ନିଗମ ପକ୍ଷରୁ ଏହି ଅଂଚଳରୁ କଣ୍ଟେନମେଣ୍ଟ ଜୋନ୍ ତାଲିକାରୁ ବାଦ୍ ଦିଆଯାଇଥିବା ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବରରୁ ଛାଡିଛି ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍ । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍ଟି ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରିଛି । ରାଜ୍ୟର 13ଟି ଜିଲ୍ଲାରେ କାମ କରୁଥିବା ଛତିଶଗଡର ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଟ୍ରେନ୍ ଯୋଗେ ପଠାଯାଇଛି । କୋରାପୁଟ, ଜଗତସିଂହପୁର, ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର, ବାଲେଶ୍ବର, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ,ଅନୁଗୋଳ ଏବଂ ଖୋର୍ଦ୍ଧାରେ କାର୍ଯ୍ୟରତ ପ୍ରବାସୀ ମାନଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ ଅଣାଯାଇ ନନ୍ଦନକାନନ ନିକଟସ୍ଥ ରେଳଷ୍ଟେସନ୍ରୁ ପଠାଯାଇଥିଲା । ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ଏବଂ ତାଙ୍କର ପିଲାଙ୍କୁ ଡାକ୍ତରୀ ପରୀକ୍ଷଣ କରାଯିବା ସହିତ ଷ୍ଟାମ୍ପିଂ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବକୁ ପାଳନ କରି ସମସ୍ତ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯାଇଥିଲା । ଅପରାହ୍ନ 4ଟାରେ ପ୍ରାୟ 1 ହଜାର ଶ୍ରମିକ 08425…
ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସ୍ବାମୀ । ଏହା ସହିତ ସମାନ ଟ୍ବିଟ୍ରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହିତ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଡିଏଙ୍ଗକୁ ମିଳୁଥିବା ଖବରର ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଡିଏଙ୍ଗ ଭାରତର ପ୍ରୟାସକୁ ସମାଲୋଚନା କରିବା ସହିତ ସ୍ବାମୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ସ୍ବାମୀ ଏହାକୁ ଖଣ୍ଡନ କରିବା ସହିତ ସେ ସଂସଦରେ କିମ୍ବା ସଂସଦ ବାହାରେ କୌଣସି ସମ୍ପ୍ରଦାୟ ବିରୋଧୀ ବୟାନ ଦେଇନାହାନ୍ତି ବୋଲି ସ୍ବାମୀ ମତ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଦିନକୁ ଦିନ ମଦୁଆ ଏବଂ ଜୁଆଡିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ଗ୍ରାମର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁରେ ବିଗତ କିଛିଦିନ ହେବ ଦେଶୀ ମଦ କାରବାର ଏବଂ ଜୁଆଖେଳ ଅହେତୁକ ଭାବରେ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ବୋରିଗାଁର ୩୦ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରିଥିଲେ। ପ୍ରତ୍ୟେକ ମହିଳା ସ୍ବୟଂସହାୟକ ଗୋଷ୍ଠୀରୁ ଦୁଇ ଜଣ ଲେଖାଏଁ ସଦସ୍ୟା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଅସାମାଜିକ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିବାରୁ ଅଞ୍ଚଳର ମହିଳା ମାନେ ନାନା ପ୍ରକାର ଘରୋଇ ହିଂସାର ଶିକାର ହେଉଛନ୍ତି। ଏଭଳି ହିଂସାକାଣ୍ଡର ବିରୋଧ କରିବା ସହିତ ସାମାଜିକ ଦୂରତ୍ବର ପାଳନ କରି ମହିଳାଙ୍କ ପକ୍ଷରୁ…
ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ପ୍ରବାସୀଙ୍କ ପକ୍ଷରୁ ଚେନ୍ ପୁଲିଂ କରାଯାଇଛି । ଗତକାଲି ଚିଲିକାରେ ଚେନ୍ ପୁଲିଂ କରାଯାଇଥିବା ବେଳେ ଆଜି ଛତ୍ରପୁରରେ ଚେନ୍ ପୁଲିଂ କରି ଟ୍ରେନ୍ରୁ ଡିଆଁ ମାରିଛନ୍ତି ପ୍ରବାସୀ । ଏହି ଘଟଣା ପରେ ଆରପିଏଫ୍ ପକ୍ଷରୁ 60 ଜଣ ପ୍ରବାସୀଙ୍କୁ ଅଟକ ରଖି କ୍ବାରେଣ୍ଟିନ୍ ସେଣ୍ଟର ନିଆଯାଇଛି । ଟ୍ରେନ୍ଟି ଜଗନ୍ନାଥପୁର ଏବଂ ବ୍ରହ୍ମପୁରରେ ନ ରହିବାରୁ ଛତ୍ରପୁର ପୂର୍ବରୁ ଚେନ୍ ପୁଲିଂ କରିଥିଲେ ପ୍ରବାସୀ । ପାଖାପାଖି 100 ଜଣ ପ୍ରବାସୀ ଓହ୍ଲାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମତ ଦେଇଥିବା ବେଳେ ପ୍ରାୟ 60 ଜଣଙ୍କୁ ଆରପିଏଫ୍ ପକ୍ଷରୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବର : ତତଲା କଡେଇ ଉପରେ ବସିଛି ରାଜ୍ୟ । ରବିବାର ରାଜ୍ୟର 14ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଓଡିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 45.8 ଡିଗ୍ରୀ ରହିଛି । ଏହା ତଳକୁ ତାଳଚେରରେ 44.3 ଡିଗ୍ରୀ, ଭବାନୀପାଟଣା 44.0 ଡିଗ୍ରୀ, ବଲାଙ୍ଗୀର 44.0 ଡିଗ୍ରୀ ଏବଂ ମାଲକାନଗିରିରେ 43.1 ଡିଗ୍ରୀ ତାପମାତ୍ରା ରହିଛି । କଟକରେ ତାପମାତ୍ରା 35 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା 34.7 ଡିଗ୍ରୀ ରହିଛି । ସେହିପରି ପାରାଦୀପରେ ସର୍ବନିମ୍ନ ତାପମାତ୍ରା 32.2 ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ 10ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମୁକାବିଲା କ୍ଷେତ୍ରରେ କୁଜଙ୍ଗ ଅଂଚଳରେ ଉଲ୍ଲେଖନୀୟଭାବେ କାର୍ଯ୍ୟ କରିଥିବା ବିଭିନ୍ନ କରୋନା ଯୋଦ୍ଧା ମାନଙ୍କୁ ଆଜି ଉତ୍କଳୀୟମ ଫାଉଣ୍ଡେନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ରାଜୀବଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ତହସିଲଦାର ସୁଶ୍ରୀ ସ୍ମତିପ୍ରଜ୍ଞା ପ୍ରିୟଦର୍ଶିନୀ, କୁଜଙ୍ଗ ବିଡ଼ିଓ ଡ଼ଃ. ପୂଜା ଲେଙ୍କା, କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ କୁଜଙ୍ଗ ଏବଂ ପାରାଦୀପ ଅଂଚଳର ମୁଦ୍ରଣ ଏବଂ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ମାନିତ କରିଥିଲେ । ସାମ୍ବାଦିକ ଦୁଷ୍ମନ୍ତ ମାଝୀ, ବିଭୂତିଭୂଷଣ ଦାସ, ରଞ୍ଜିତ କୁମାର ପଣ୍ଡା, ପ୍ରଳୟ ମହାପାତ୍ର, ଲାଲା ବିରେନ ରାୟ, ନାରାୟଣ ସାହୁ, ଜ୍ଞାନେଞ୍ଜୟ ମହାନ୍ତି, ରଶ୍ମୀରଞ୍ଜନ ରାଉତରାୟ, ପ୍ରଶାନ୍ତ ସ୍ୱାଇଁ, ବବୃବାହାନ ରାଉତ, ସିଦ୍ଧେଶ୍ୱର ସ୍ୱାଇଁ ପ୍ରମୁଖ ସାମ୍ବାଦିକ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । କରୋନା ମୁକାବିଲା ସହିତ ଜନ…
ଭୁବନେଶ୍ବର : କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ସନ୍ତାନ ପ୍ରସବ କରିଛନ୍ତି ମହିଳା । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୂଚନା ଅନୁଯାୟୀ, ତାମିଲନାଡୁ ରାଜ୍ୟର କିଝିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ଟ୍ରେନରେ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନ୍କୁ ଟିଟିଲାଗଡ଼ ରେଳଷ୍ଟେସନରେ କିଛି ଘଣ୍ଟା ଧରି ଅଟକାଇ ଦିଆଯାଇଥିଲା । ଷ୍ଟେସନ ମ୍ୟାନେଜର ଖବର ପାଇବା ପରେ ଟିଟିଲାଗଡ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଷ୍ଟେସନରେ ପହଞ୍ଚି ମହିଳା ଓ ନବ ଜନ୍ମିତ ଶିଶୁଟିକୁ ଟିଟିଲାଗଡ ହସ୍ପିଟାଲକୁ ନେଇଥିଲେ । ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ…
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : କଳାହାଣ୍ଡି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପିଏମ କେୟାର୍ସ ଫଣ୍ଡ ଓ ସିଏମଆରଏଫକୁ ୨ଲକ୍ଷ ୬୮ ହଜାର ୧୧୮ ଟଙ୍କାର ସହଯୋଗ ରାଶି ପୈଠ କରାଯାଇଥିବା ନେଇ କଳାହାଣ୍ଡି ଜିଲ୍ଲା କୋର୍ଟ ସିରସ୍ତାଦାର ଏବଂ କଳାହାଣ୍ଡି ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦିଲିପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସାଂପ୍ରତିକ ପରିସ୍ଥିତିରେ ସମଗ୍ର ଦେଶ କୋଭିଡ-୧୯ ସହ ଲଢୁଥିବା ବେଳେ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । ସମସ୍ତେ ଘରେ ରହିବା ସହିତ ସରକାରୀ ବିଧି ବ୍ୟବସ୍ଥାକୁ ଅନୁସରଣ କରି ଚଳିବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ଓଡିଶା ନ୍ୟାୟିକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସଂପାଦକ ଏବଂ ଅଖିଳ ଭାରତୀୟ ନ୍ୟାୟୀକ…
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ କଳାହାଣ୍ଡି ସିଡିଏମଓ ଏହି ଘୋଷଣା କରିଛନ୍ତି । ଦୁଇ ଆକ୍ରାନ୍ତ ହେଉଛନ୍ତି ମା ଏବଂ ଝିଅ । ଉଭୟଙ୍କ ବୟସ ଯଥାକ୍ରମେ 44 ଏବଂ 19 ବୋଲି ଜଣାପଡିଛି । ଉଭୟ 12 ତାରିଖରେ ପଶ୍ଚିମବଙ୍ଗରୁ ସମ୍ବଲପୁର ଦେଇ ଭବାନୀପାଟଣା ଆସିବା ପରେ ଜୁନାଗଡ ସ୍ଥିତ ଏକ ହୋଟେଲରେ ପେଡ୍ କ୍ବାରେଣ୍ଟିନ୍ରେ ରହିଥିଲେ । ଉଭୟ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 15ରେ ପହଞ୍ଚିଛି । ଏହା ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ 13 ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।
ଭୁବନେଶ୍ବର : ଆମ୍ପାନର ପ୍ରକୋପ ଶେଷ ହେବା ପରେ ରାଜ୍ୟ ବର୍ତ୍ତମାନ ତତଲା କଡେଇରେ ରହିଛି । ଉପରକୁ ଉଠିଛି ପାରଦ । ଏ ନେଇ 5 ଟି ସହରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ସୂର୍ୟ୍ୟଙ୍କ ପ୍ରକୋପ ଅଧିକ ରହିଛି । ଆଜି ଟିଟିଲାଗଡ଼ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା ସହର ପାଇଁ ଏହି ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ଦିନ ଧରି ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର ରହିଛି । ଗତକାଲି ଟିଟିଲାଗଡର ତାପମାତ୍ରା 45.5 ଡିଗ୍ରୀ ରହିଥିଲା । ଆସନ୍ତା 10 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବର : ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡ୍ଲାଇନ୍ ଅନୁଯାୟୀ ବିଦେଶ ଫେରନ୍ତାଙ୍କୁ ଏକ ଅଣ୍ଡରଟେକିଂ ପ୍ରଦାନ କରିବାକୁ ପଡିବ । ଏହା ସହିତ ସମସ୍ତ ବିଦେଶ ଫେରନ୍ତାଙ୍କ ପାଇଁ ଆମରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ ବାଧ୍ୟତାମୂଳକ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆଜି ସକାଳୁ କ୍ବାରେଣ୍ଟିନ୍ ନିୟମରେ ପରିବର୍ତ୍ତନ କରିଥିଲେ । (ଏଜେନ୍ସି)
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ଜଣେ ସାଧୁଙ୍କ ହତ୍ୟା ହୋଇଛି । ଲିଙ୍ଗାୟତ ସମ୍ପ୍ରଦାୟର ଜନୈକ ସାଧୁଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି । ସାଧୁଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଆଶ୍ରମରୁ ନେବାକୁ ଚେଷ୍ଟା କରିବା ସମୟରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଶନିବାର ରାତି 12ଟାରୁ 12.30 ମଧ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ହତ୍ୟା ଅଭିଯୁକ୍ତଙ୍କ ନାମ ସାଇନାଥ ବୋଲି ଜଣାପଡିଛି । ସେହିପରି ସାଇନାଥଙ୍କ ସହଯୋଗୀ ଭଗବାନ ରାମ ସିନ୍ଦେଙ୍କ ମୃତ ଦେହ ସ୍ଥାନୀୟ ଜିଲ୍ଲା ପରିଷଦ ସ୍କୁଲରୁ ଉଦ୍ଧାର କରାଯାଇଛି । ରବିବାର ସକାଳୁ ଦ୍ବିତୀୟ ମୃତଦେହ ଉଦ୍ଧାର ହେବା ପରେ ଏହି ଘଟଣା ପଛରେ ଅନ୍ୟକିଛି ଯୋଜନା ରହିଥିବା ନେଇ ପୋଲିସ୍ ଅନୁମାନ ଲଗାଇଛି । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 53 ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 550ରେ ପହଞ୍ଚିଛି । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 780ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 30, ଯାଜପୁର 18, ଖୋର୍ଦ୍ଧାରୁ 3 ଏବଂ କେନ୍ଦୁଝରରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ବିଗତ ତିନି ଦିନ ଧରି ଆକ୍ରାନ୍ତ ଏବଂ ସୁସ୍ଥ ଅନୁପାତ ବୃଦ୍ଧି ପାଇବା ରାଜ୍ୟ ପାଇଁ ଶୁଭସଙ୍କେତ । ଉଲ୍ଳେଖଯୋଗ୍ୟ ଯେ, ଆଜି ସକାଳୁ 67 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶଠାରେ କରୋନା ରୋଗୀ ମୋବାଇଲ୍ ରଖିପାରିବେ ନାହିଁ ବୋଲି କଟକଣା ଜାରି ହେବା ପରେ ସାମଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୋବାଇଲରେ କଟକଣା ଲଗାଇବା ପରିବର୍ତ୍ତେ ସାନିଟାଇଜେସନ୍କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଅଖିଳେଶ ଯାଦବ ଟୁଇଟ୍ କରି କହିଛନ୍ତି ଯେ, ଯଦି ମୋବାଇଲ୍ ଯୋଗୁଁ ସଂକ୍ରମଣ ବ୍ୟାପୁଛି, ତେବେ ଦେଶରେ ଏହା ପୂରା ବ୍ୟାନ୍ କରାଯିବା ଉଚିତ୍। ହସ୍ପିଟାଲର ଦୁର୍ବ୍ୟବସ୍ଥା ତଥା ଦୁର୍ଦ୍ଦଶା ଲୋକଙ୍କ ପାଖରେ ନ ପହଞ୍ଚିବା ପାଇଁ ଏଥିପାଇଁ ପ୍ରତିବନ୍ଧକ ଲଗାଯାଇଛି। ମୋବାଇଲ୍କୁ ବ୍ୟାନ୍ ନ କରିଏହାକୁ ସାନିଟାଇଜେସନ୍ କରିବା ଉଚିତ୍ ବୋଲି କହିଛନ୍ତି ଅଖିଳେଶ। ଉତ୍ତର ପ୍ରଦେଶର ଡିଜି (ମେଡିକାଲ) କେକେ ଗୁପ୍ତା କରେନା ସଂକ୍ରମିତ ରୋଗୀଙ୍କୁ ପାଖରେ ମୋବାଇଲ ନରଖିବାକୁ ପରାମର୍ଶ ଦେଇଛନ୍ତି। କରୋନା ରୋଗୀ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି ସେ କଟକଣା ଜାରି…
ଭୁବନେଶ୍ବର : 24 ଘଣ୍ଟିଆ ପରିବହନ ପାଇଁ ଅନୁମତି ମିଳିଛି। ଷ୍ଟେସନ, ବସ୍ଷ୍ଟାଣ୍ଡ ଓ ବିମାନ ବନ୍ଦର ଯିବାକୁ ଗାଡ଼ି କଟକଣା ନାହିଁ । ଟ୍ୟାକ୍ସି, ଅଟୋ, ବସ୍ ଯିବାଆସିବା କରିବାକୁ 24 ଘଣ୍ଟିଆ ଅନୁମତି ମିଳିଛି। ସନ୍ଧ୍ୟା 7ଟାରୁ ସକାଳ 7ଟା ଯାଏଁ କୌଣସି କଟକଣା ରହିବନି ବୋଲି ସୂଚନା ରହିଛି। ଯାତ୍ରୀ ଯିବା ଆସିବାରେ କୌଣସି ବାଧା ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି। ସେହିପରି ଏସ୍ଆରସି କାଲିଠାରୁ ରାଜ୍ୟରେ ବସ୍ ଗଡିବା ନେଇ ଏସ୍ଆରସିଙ୍କ ସୂଚନା ପରେ ପ୍ରତିକ୍ରିୟା ଦେଇଛି ଘରୋଇ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବସ୍ ଗଡିବା ନେଇ ସଂଘ ପକ୍ଷରୁ ସରକାରଙ୍କ ସହ ବୈଠକ ହେବ। ବୈଠକ ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ସୂଚନା ରହିଛି।
ଭୁବନେଶ୍ବର : କରୋନା ମୁକାବିଲାକୁ ନେଇ ଏସ୍ଆରସି ପ୍ରଦୀପ ଜେନା ପ୍ରେସ୍ମିଟ୍ କରିଛନ୍ତି। ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର। ପ୍ରବାସୀଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଅଧିକରୁ ଅଧିକ ଯାତ୍ରୀ ଆସୁଛନ୍ତି। ଅନ୍ୟ ରାଜ୍ୟରୁ ପ୍ରବାସୀ ଆସିଲେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କହିଛନ୍ତି ଏସ୍ଆରସି। ଆଜି ତେଲେଙ୍ଗାନାରୁ 12ଟି ଟ୍ରେନ୍ରେ 20 ହଜାରରୁ ଅଧିକ ଯାତ୍ରୀ ଆସୁଛନ୍ତି। ରାଜ୍ୟ ବାହାରୁ କେହି ଆସିଲେ ପଞ୍ଚାୟତକୁ ତଥ୍ୟ ଦିଅନ୍ତୁ ବୋଲି କହିଛନ୍ତି ଏସ୍ଆରସି । ସେହିପରି ସହରରେ ଯଦି କେହି ପ୍ରବାସୀ ଆସୁଛନ୍ତି, ତେବେ ସେହି ଅଞ୍ଚଳର ଲୋକମାନେ ତାଙ୍କ ସମ୍ପର୍କରେ ନିକଟସ୍ଥ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ତଥ୍ୟ ଦିଅନ୍ତୁ । ଆଜି ତେଲଙ୍ଗାନାରୁ ୧୨ଟି…

