Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ୟାଙ୍କ ଖାତାର ସର୍ବନିମ୍ନ ଜମା ରାଶି ବୃଦ୍ଧି କଲେ ଘରୋଇ ବ୍ୟାଙ୍କ, ସର୍ବାଧିକ ଆଇସିଆଇସିଆଇ
ଜାତୀୟ ଖବର

ବ୍ୟାଙ୍କ ଖାତାର ସର୍ବନିମ୍ନ ଜମା ରାଶି ବୃଦ୍ଧି କଲେ ଘରୋଇ ବ୍ୟାଙ୍କ, ସର୍ବାଧିକ ଆଇସିଆଇସିଆଇ

August 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ୟାଙ୍କ ଖାତାର ସର୍ବନିମ୍ନ ଜମା
ବ୍ୟାଙ୍କ ଖାତାର ସର୍ବନିମ୍ନ ଜମା ରାଶି ବୃଦ୍ଧି କଲେ ଘରୋଇ ବ୍ୟାଙ୍କ, ସର୍ବାଧିକ ଆଇସିଆଇସିଆଇ

ନୂଆଦିଲ୍ଲୀ: କେତେକ ଭାରତୀୟ ବ୍ୟାଙ୍କ ସେମାନଙ୍କ ସେଭିଙ୍ଗସ ବ୍ୟାଙ୍କ ଖାତା ଜମା ରାଶି ବୃଦ୍ଧି କରିଛନ୍ତି। ଯାହାକି ସାଧାରଣ ଗ୍ରାହକଙ୍କୁ ବଡ ଧକ୍କା ଦେଇଛି। ଏପରି ବୃଦ୍ଧିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଜମାରାଶି ସର୍ବାଧିକ ବୃଦ୍ଧି କରିଛି ଘରୋଇ ଆଇସିଆଇସିଆଇ ବ୍ୟାଙ୍କ। ଏହି ବ୍ୟାଙ୍କରସେଭିଙ୍ଗସ ଆକାଉଣ୍ଟରେ  ଆପଣଙ୍କୁ ସର୍ବନିମ୍ନ 50 ହଜାର ଟଙ୍କା ଜମା ରଖିବାକୁ ପଡିବ।

ପୂର୍ବରୁ ଏହି ବ୍ୟାଙ୍କ ଖାତାରେ 10 ହଜାର ସର୍ବନିମ୍ନ ଜମା ରାଶି ଧ୍ୟାର୍ଯ୍ୟ କରିଥିଲା। ହେଲେ ହଠାତ ଏହା 50 ହଜାରକୁ ବୃଦ୍ଧି କରିଦେଇଛି। ଏଣିକି ଆଇସିଆଇସିଆଇ ରେ ଯଦି ସେଭିଙ୍ଗସ ଖାତା ଅଛି ତେବେ ଆପଣଙ୍କୁ ସେଥିରେ 50 ହଜାର ଟଙ୍କା ଜମା ରଖିବାକୁ ପଡିବ। ଯଦି ଏହି ସର୍ବନିମ୍ନ ରାଶି ଆପଣଙ୍କ ଖାତାରେ ନ ରଖିବେ ତେବେ ଆପଣଙ୍କୁ ଜରିମାନ ଦେବାକୁ ପଡିବ। ଯାହା ଆପଣଙ୍କ ଜମାରାଶିରୁ ବ୍ୟାଙ୍କ କାଟି ନେବ।

ତେବେ ଆଇସିଆଇସିଆଇ ବ୍ୟାଙ୍କ ଏହି 50 ହଜାର ଟଙ୍କା କେବଳ ସହର ବା ମେଟ୍ରୋ ସିଟି ପାଇଁ ଲାଗୁ କରିଛି। ଯଦି ଆପଣ ଗ୍ରାମାଞ୍ଚଳ ବା ଅର୍ଦ୍ଧ ସହରାଞ୍ଚଳରେ ଜମାଖାତା ରଖିଛନ୍ତି ତେବେ ଜମା ରାଶି କମ ରହିବ। ଏହି ଅଞ୍ଚଳଗୁଡିକ ପାଇଁ ଜମା ଖାତାରେ 25 ହଜାର ଟଙ୍କା ରଖିବାକୁ ବାଧ୍ୟ କରାଯାଇଛି। ପୂର୍ବରୁ ଏହି ଅର୍ଦ୍ଧ ସହରାଞ୍ଚଳ ଗ୍ରାହକମାନେ ଜମାଖାତାରେ ସର୍ବନିମ୍ନ 5 ହଜାର ଟଙ୍କା ରଖୁଥିଲେ। ବର୍ତ୍ତମାନ ତାହା 25 ହଜାର ଟଙ୍କା କରି ଦିଆଯାଇଛି।

ଏହାପରେ ଆକ୍ସିସ ବ୍ୟାଙ୍କ ମଧ୍ୟ ଏହାର ଜମା ରାଶି ବୃଦ୍ଧି କରିଦେଇଛି। ବ୍ୟାଙ୍କ ୱେବସାଇଟ ଅନୁସାରେ ଯଦି ଆପଣ ଆକ୍ସିସ ବ୍ୟାଙ୍କରେ ଜମାଖାତା ଅଛି ତେବେ ଆପଣଙ୍କୁ ଅତି କମରେ 12 ହଜାର ଟଙ୍କା ରଖିବାକୁ ପଡିବ। ପୂର୍ବରୁ ଏହି ବ୍ୟାଙ୍କ 5 ହଜାର ଟଙ୍କା ସର୍ବ ନିମ୍ନରାଶି ଧାର୍ଯ୍ୟ କରିଥିଲା। ତେବେ ଜାଣନ୍ତୁ ବର୍ତ୍ତମାନ କେଉଁ ବ୍ୟାଙ୍କ କେତେ ଟଙ୍କା ଜମାରାଶି ଧାର୍ଯ୍ୟ କରିଛନ୍ତି।

  • ଆଇସିଆଇସିଆଇ ବ୍ୟାଙ୍କ – ୫୦,୦୦୦ ଟଙ୍କା
  • ଆକ୍ସିସ୍ ବ୍ୟାଙ୍କ – ୧୨,୦୦୦ ଟଙ୍କା
  • କୋଟାକ୍ ବ୍ୟାଙ୍କ – ୧୦,୦୦୦ ଟଙ୍କା
  • ଏଚଡିଏଫସି ବ୍ୟାଙ୍କ – ୧୦,୦୦୦ ଟଙ୍କା
  • ଆଇଡିଏଫସି ଫାଷ୍ଟ ବ୍ୟାଙ୍କ – ୧୦,୦୦୦ ଟଙ୍କା
  • ଏୟୁ ବ୍ୟାଙ୍କ – ୧୦,୦୦୦ ଟଙ୍କା
  • ବନ୍ଧନ ବ୍ୟାଙ୍କ – ୫,୦୦୦ ଟଙ୍କା
  • ବ୍ୟାଙ୍କ ଅଫ୍ ବରୋଦା – ୨,୦୦୦ ଟଙ୍କା
  • ପିଏନବି – ୨,୦୦୦ ଟଙ୍କା
  • ୟୁନିଅନ୍ ବ୍ୟାଙ୍କ – ୧,୦୦୦ ଟଙ୍କା
  • କାନାରା ବ୍ୟାଙ୍କ –  ୧,୦୦୦ ଟଙ୍କା
  • ଇଣ୍ଡିଆନ୍ ବ୍ୟାଙ୍କ –  ୧,୦୦୦ ଟଙ୍କା
  • ଏସବିଆଇ –  ୦ ଟଙ୍କା
  • ବ୍ୟାଙ୍କ ଅଫ୍ ଇଣ୍ଡିଆ – ୦ ଟଙ୍କା

ତେବେ ଜାତୀୟ ବ୍ୟାଙ୍କଗୁଡିକ ସେମାନଙ୍କର ଜମାରାଶି ଉପରେ କୌଣସି ଅଧିକ ରାଶି ବୃଦ୍ଧି କରି ନାହାଁନ୍ତି। ଭାରତର ସର୍ବ ବୃହତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜମାରାଶି ପରିମାଣ ଶୂନ କରିଛି। ଅର୍ଥାତ ଆପଣ ଏହି ବ୍ୟାଙ୍କରେ ଖାତା ଖୋଲିଲେ କୌଣସି ରାଶି ରଖିବା ବାଧ୍ୟ ନୁହେଁ। ସେହିପରି ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ଶୂନ ରାଶିରେ ତାଙ୍କର ଜମାଖାତା ଚାଲିପାରିବ। ଅନ୍ୟାନ୍ୟ ବ୍ୟାଙ୍କଗୁଡିକର ଜମାରାଶି ପରିମାଣ ବହୁତ କମ ରହିଛି। ଏହି ବ୍ୟାଙ୍କଗୁଡିକର ଜମାରାଶି ପୂର୍ବରୁ ଯାହାଥିଲା ବର୍ତ୍ତମାନ ତାହା ସେମିତି ରଖାଯାଇଛି।

ବର୍ତ୍ତମାନ ଆଇସିଆଇସି ବ୍ୟାଙ୍କ ତାହାର ଜମାରାଶି 5 ଗୁଣା ବୃଦ୍ଧି କରିଥିବାରୁ ବିଭିନ୍ନ ମହଲରେ ସମାଲୋଚିତ ହେବାରେ ଲାଗିଛି। ଏହା ବ୍ୟାଙ୍କ ଗ୍ରାହକମାନଙ୍କୁ ଶୋଷଣ ନୀତି ବୋଲି କୁହାଯାଇଛି। କେନ୍ଦ୍ର ସରକାର ବ୍ୟାଙ୍କରେ ବିନା କୌଣସି ଦେୟରେ ଆକାଉଣ୍ଟ ଖୋଲିବାକୁ କହୁଥିବା ବେଳେ ଆଇସିଆଇସି ବ୍ୟାଙ୍କର ଏହି ନୀତିକୁ ନିନ୍ଦା କରାଯାଉଛି। ଗ୍ରାହକମାନେ ଏଣିକି ଏହି ବ୍ୟାଙ୍କରୁ ମୁହଁ ଫେରାଇ ନେବେ ବୋଲି ଅନୁମାନ କରାଯାଇଛି।

Read More- Rare Airway Surgery at SUM Hospital Restores Breath to Cancer Survivor
ICICI BANK ଜମା ରାଶି
Share. Facebook Twitter LinkedIn Email WhatsApp Copy Link

Related Posts

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026

“ଜ୍ଞାନେଶ କୁମାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କ ଅମ୍ପାୟାର”: ରାହୁଲ ଗାନ୍ଧୀ

September 26, 2026

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.