Author: Samikhsya Bureau

କେଦାର ମିଶ୍ର ଭାରତରେ ଆନ୍ତଃ-ରାଜ୍ୟ ଯାତ୍ରା ପାଇଁ ସଙ୍ଗରୋଧ ବା କୁଆରେଣ୍ଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇ ପାରିବ କି? ଏ ପ୍ରଶ୍ନ ପଚାରିବା ପୂର୍ବରୁ, ଆଉ ଏକ ପ୍ରଶ୍ନ ଉଠିବ, ଏହା ଆବଶ୍ୟକ କି? କରୋନା ସଂକ୍ରମଣ କୁ ରୋକିବା ଲାଗି ଅନନ୍ତ କାଳ ପର୍ୟନ୍ତ ଆମେ ଲୋକଙ୍କୁ ଗୃହବନ୍ଦୀ, ସହରବନ୍ଦୀ ବା ରାଜ୍ୟବନ୍ଦୀ କରି ପାରିବା କି? କର୍ଣ୍ଣାଟକ ସରକାର ଗୋଟେ ନିର୍ଦ୍ଦେଶନାମା ଦେଇଛନ୍ତି, ଯେଉଁଥିରେ କୁହା ଯାଇଛି ଯେ ତାଙ୍କ ରାଜ୍ୟକୁ ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର କିମ୍ବା କେରଳରୁ କେହି ଆସି ପାରିବେ ନାହିଁ। ଯଦି ଆସିବେ ତାହେଲେ  ତାଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ। ଇତି ମଧ୍ୟରେ ଓଡିଶା ସରକାର ମଧ୍ୟ ଓଡିଶା ଆସୁଥିବା ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ନିୟମ ଜାରି କରିଛନ୍ତି। ବିଭିନ୍ନ ରାଜ୍ୟର ସଙ୍ଗରୋଧ ବ୍ୟବସ୍ଥା ଦେଖିଲେ, ଆମକୁ ଗୋଟେ ସିଦ୍ଧାନ୍ତରେ ପହଞ୍ଚିବାକୁ ପଡିବ ଯେ, ଦେଶ ଭିତରେ ଏବେ ଅନେକ ପ୍ରବାସୀ…

Read More

ଭୁବନେଶ୍ବର : ଆଜିଠାରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ । ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାଟ୍ରିକ ଖାତା ଦେଖା ହେବ ପାଇଁ ନିର୍ଦ୍ଦେଶ । କରୋନା ଓ ବାତ୍ୟା ଅମ୍ଫାନ୍ ପାଇଁ ମାଟ୍ରିକ ଖାତା ମୂଲ୍ୟାୟନ ବିଳମ୍ବ ହୋଇଛି । ତେଣୁ ଆଜିଠୁ ଖାତା ଦେଖା ଆରମ୍ଭ ହୋଇଛି। ଥର୍ମାଲ ସ୍କ୍ରିନିଂ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମୂଲ୍ୟାୟନ କେନ୍ଦ୍ରକୁ ଛଡାଯାଉଛି ।  ତେବେ କୋଭିଡ୍-19 ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

Read More

ଭୁବନେଶ୍ବର : ଆଜିଠୁ ଭୁବନେଶ୍ଵର-କଟକରେ ଗଡିଲା ‘ମୋ ବସ୍‌’। କରୋନା ମୁକାବିଲା ଲକ୍‌ ଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍‌’ ଆଜିଠାରୁ ରାଜ୍ୟରେ ପୁଣି ଗଡିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର 7ଟି ରୁଟରେ ମୋ ବସ୍ ଚାଲିବ। ମୋ ବସ୍‌ ଗଡ଼ିବାକୁ ଥିବା 7ଟି ରୁଟ୍‌ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ। ତେବେ ଏସବୁ ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ହିଁ ଚଳାଚଳ କରିବ। ସମସ୍ତ ବସ୍ ସକାଳ 7ଟାରୁ ସଂଧ୍ୟା 7ଟା ଯାଏଁ ଯିବା ଆସିବା କରିବ। ତେବେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାଛଡ଼ା ବସରେ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ।  ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ। ସିଟ୍ ସଂଖ୍ୟକ ଯାତ୍ରୀ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି :  କଳାହାଣ୍ଡି ଜିଲ୍ଲା କୋଭିଡ ହସପିଟାଲରେ ପ୍ରଥମ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ତାମିଲ ନାଡୁରୁ ଗତ ୨୧.୦୫.୨୦୨୦ ଦିନ କଳାହାଣ୍ଡି ଫେରିଥିବା ଜଣେ ୩୫ ବର୍ଷିୟ ଯୁବକକୁ ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଗତ ୨୪.୦୫. ୨୦୨୦ ରବିବାର ଦିନ ସେ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିବାରୁ ଆରଆରଟି ପକ୍ଷରୁ ପରୀକ୍ଷା କରାଯାଇ କୋଭିଡ ହସପିଟାଲ ସ୍ଥାନାନ୍ତରିତ କରାଯିବା ନେଇ ପରାମର୍ଶ ଦିଆଯାଇଥିଲା । ତଦନୁସାରେ ଉକ୍ତ ଯୁବକକୁ ରବିବାର ଦିନ ହିଁ ବାନେ୍ଦାପଲାସ୍ଥ କଳାହାଣ୍ଡି କୋଭିଡ ହସପିଟାଲକୁ ଦିନ ୧୨.୧୫ ରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ସନ୍ଦିଗ୍ଧ ରୋଗୀ ଭାବରେ ସ୍ୱତନ୍ତ୍ର ରୁମରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା ।…

Read More

ଭଦ୍ରକ : କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ପ୍ରବାସୀ ମାନେ ତାତିଛନ୍ତି । ଆଜି ଭୋର୍‌ ସକାଳୁ ପ୍ରବାସ ଫେରନ୍ତାମାନେ 16 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଦୁଇ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ । ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଭଦ୍ରକ ସ୍ବୟଂଶାସିତ କଲେଜର କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ କରାଯାଇଛି । ଏଠାରେ ବହୁ ସଂଖ୍ୟାରେ ପ୍ରବାସ ଫେରନ୍ତାଙ୍କୁ ରଖାଯାଇଛି । ପ୍ରବାସ ଫେରନ୍ତାଙ୍କ ଅଭିଯୋଗ ଅନୁସାରେ ଏହି କ୍ବାରେଣ୍ଟିନ୍‌ ସେଣ୍ଟରରେ ଘୋର ଅବ୍ୟବସ୍ଥା ଦେଖାଯାଇଛି । ଖାଇବା, ଶୋଇବା, ପାନୀୟଜଳ ବ୍ୟବସ୍ଥା ଅତି ନିମ୍ନମାନର । ପ୍ରବାସ ଫେରନ୍ତାଙ୍କୁ ଏଠାରେ ବହୁ କଷ୍ଟ ସହ୍ୟ କରିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପ୍ରବାସୀ ଫେରନ୍ତା ଆଜି ସକାଳୁ ଜାତୀୟ ରାଜପଥକୁ ଅବରୋଧ କରିବା ପରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଟ୍ରକ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଜଣ ଘରକୁ ବୋମାମାଡ କରାଯାଇଥିଲା । ଏଥିରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଁର ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବିଳମ୍ବିତ ରାତିରେ ୮ରୁ ୧୦ ଦୁର୍ବୃତ୍ତ ଆସିଥିଲେ। ଲୁଟ୍‌ପାଟ୍ କରିବା ସହ ବୋମାମାଡ କରିଥିଲେ। ଘରେ ପଶି ଲୁଟ୍ କରିବା ପରେ ସେମାନେ ଫେରାର ହୋଇଯାଇଥିବା ବେଳେ କେତେ କଣ ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି ।

Read More

ହାଇଦ୍ରାବାଦ : ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ 9 ଜଣଙ୍କୁ ହତ୍ୟା କରିଛି ଜଣେ ଯୁବକ । ବିହାରର ଏହି ଯୁବକ ଜଣକ ତେଲେଙ୍ଗାନାରେ ଏହି କାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଓ୍ବାରାଙ୍ଗଲ ଜିଲ୍ଲାର ଗୋରେକୁଣ୍ଟା ଗ୍ରାମରେ ଏହି ଘଟଣା ଘଟିଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବକୁ ଗିରଫ କରାଯାଇଛି । ଯୁବକ ଜଣଙ୍କ ଜଣେ ମହିଳାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ମହିଳା ଜଣଙ୍କ ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ଟ୍ରେନ୍‌ରୁ ଠେଲି ହତ୍ୟା କରିଥିଲେ ଯୁବକ । ଏହାପରେ ଏହି ହତ୍ୟାକୁ ଲୁଚାଇବାକୁ ଯାଇ ଆହୁରି 9 ଜଣଙ୍କୁ ହତ୍ୟା କରିଥିଲେ । ପଶ୍ଚିମବଙ୍ଗର ମକ୍‌ସୁଦ୍‌ ନିଜ ପରିବାର ସହିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମକ୍‌ସୁଦ୍‌ଙ୍କ ଝିଆରୀ ରଫିକା ସହିତ ସଞ୍ଜୟର ପ୍ରେମ ସମ୍ପର୍କ ଥିଲା । ଉଭୟ ଲିଭ୍‌ଇନ୍‌ରେ ରହିଥିବା ବେଳେ ରଫିକା ବିବାହ ପାଇଁ…

Read More

ଭୁବନେଶ୍ବର : ଜାମସେଦପୁରର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ଆଜି ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। କେନ୍ଦ୍ରାପଡାର ବଲୁରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ, 1972ରେ ଏସ୍‌ସିବି ମେଡିକାଲ କଲେଜରୁ ଡାକ୍ତରୀ ପାଶ୍‌ କରିଥିଲେ । ସେ ଟାଟାନଗରରେ ଗରିବ ଲୋକଙ୍କୁ କମ୍‌ ଦେୟରେ ବା ମାଗଣା ଚିକିତ୍ସା କରୁଥିଲେ। ରାଉତଙ୍କ ବଡ ଝିଅ ସୁଜାତା ରାଉତ କାର୍ତ୍ତିକେୟନ୍‌ ଆଇଏଏସ , ବର୍ତ୍ତମାନ ମିଶନ ଶକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ସେ ହେଉଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନଙ୍କର ଶ୍ବଶୁର।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : କରୋନା ସଂକଟକାଳ ଏବଂ ଗ୍ରୀଷ୍ମଋତୁ ପ୍ରଭାବରୁ ରକ୍ତର ଅଭାବ ଦୂର କରିବା ପାଇଁ ଆଜି ବ୍ରହ୍ମପୁର ଟାଉନ୍ ଥାନା ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଥାନା ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଥାନାର ପ୍ରାୟ ୧୫ ଜଣ କର୍ମଚାରୀ ରକ୍ତଦାନ କରିଥିଲେ । ପ୍ରଥମେ ଆଇଆଇସି ସୁରେଶ କୁମାର ତ୍ରିପାଠୀ ରକ୍ତଦାନ କରିବା ପରେ ଅନ୍ୟ ୧୪ ଜଣ କର୍ମଚାରୀ ରକ୍ତଦାନ କରିଥିଲେ । ଏନେଇ ଏକ ରକ୍ତ ସଂଗୃହୀତ ଭ୍ୟାନର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇଥିଲା । ଏହା ସହ ଅଂଚଳର କିଛି ଉତ୍ସାହୀ ଯୁବକ ମଧ୍ୟ ରକ୍ତଦାନ କରି ମହତ୍ କାର୍ଯ୍ୟ କରିଥିଲେ । ସମୁଦାୟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଥାନା ପକ୍ଷରୁ ଆୟୋଜିତ ଏଭଳି ମହତ୍ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସଂପ୍ରତି ଦେଶ ତଥା ବିଶ୍ୱରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଲକ୍‌ଡ଼ାଉନ୍ ଚାଲିଥିବା ସମୟରେ ରାଜ୍ୟରେ ଯେପରି କୌଣସି ଲୋକ ଭୋକରେ ନରୁହେ ସେଥିପାଇଁ ଅନେକ ସଂସ୍ଥା ଆଗେଇ ଆସିଛନ୍ତି । କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗଠିତ ହାପି ୱିଙ୍ଗସ୍ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ସମୟରେ ଖାଦ୍ୟ ବଣ୍ଟନ କରୁଛି । ବୃଦ୍ଧ, ଗରିବ, ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରୁଛନ୍ତି ସଂସ୍ଥାର ସ୍ବେଚ୍ଛାସେବୀ । ବ୍ରହ୍ମପୁର ସହରର ରେଳଷ୍ଟେସନ ନିକଟ, ଉତ୍ତରେଶ୍ୱର ମନ୍ଦିର ନିକଟରେ ପ୍ରତ୍ୟେହ ରବିବାର ଦିନ ଏହି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଅନ୍ୟୁନ 50 ଜଣଙ୍କୁ ଏଠାରୁ ଖାଦ୍ୟ ବଣ୍ଟନ କରାଯାଉଥିବା କଥା ସଂଗଠନର ସଭ୍ୟ ଶ୍ରୀଧର ମିଶ୍ର ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦିନେଶ, ଲଗ୍ନଜୀତା, ଅର୍ପିତା, ଜ୍ୟୋତିର୍ମୟୀ, ଆଶିଷ, ମୀନକେତନ, ସ୍ୱାଗତିକା, ସୋମନାଥ, ରାଜେନ୍ଦ୍ର ପ୍ରମୁଖ ସ୍ବେଚ୍ଛାସେବୀ ଭାବରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୪୬ତମ ପୁଣ୍ୟତିଥି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ବହୁମୁଖୀ ସଂଘ ତରଫରୁ ପାଳିତ ହୋଇଯାଇଛି । ଏମ୍‌କେସିଜି ମେଡ଼ିକାଲ୍ କଲେଜ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦିଆଯିବା ସହ ତାଙ୍କ ସ୍ମୃତି ଆଚରଣ କରାଯାଇଥିଲା ସେ ଜଣେ ଦେଶପ୍ରେମୀ, ତ୍ୟାଗୀ ବ୍ୟକ୍ତିଥିଲେ । କାର୍ଯ୍ୟକ୍ରମରେ ସଂଘର ସଭାପତି ରାମକୁମାର ପାତ୍ର, ପ୍ରହ୍ଲାଦ ପାଣିଗ୍ରାହୀ, ଅଶୋକ ନିମାଇଁ, ଭଗବାନ ଭୂୟାଁ, କେଶବ ପାଢ଼ୀ, ସନ୍ତୋଷ ସବାତ, ଆଲୋକ ଚୌଧୁରୀ, ମଧୁ ସାହୁ, କିରଣ ସାହୁ, ଟୁଟୁ ନାୟକ, ମହେଶ୍ୱର ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଟୋକିଓ : ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ ପ୍ରତ୍ୟାହର କରିନେଇଛି ଜାପାନ । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ଅନେକ ସ୍ଥାନରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଥିବା ବେଳେ ଟୋକିଓ ସମେତ ଅନ୍ୟ ଚାରି ସହରରେ ଏହି କଟକଣା ବଳବତ୍ତର ରହିଥିଲଶ । ମାତ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଏବଂ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକ୍‌ଡାଉନ୍‌ କଟକଣା ଉଠଇଛନ୍ତି ଆବେ । ସୋମବାର ଦିନ ଟୋକିଓ, କାନାଗାଓ୍ବା, ଚିବା, ସାଇଟାମା ଏବଂ ହୋକାଇଡୋରୁ ଏହି କଟକଣା ଉଠାଇ ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ମାସର ପ୍ରାରମ୍ଭରେ ଜାପାନର୍‌ ଅର୍ଦ୍ଧାଧିକ ସହରରେ ଏହି କଟକଣାକୁ କୋହଳ କରାଯାଇଥିଲା । ଜାପାନରେ କରୋନା ଦ୍ବାରା 16600 ଲୋକ ଆକ୍ରାନ୍ତ ହୋଇଥିବା ବେଳେ 850 ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆମ୍ପାନ ମହାବାତ୍ୟାରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଅଘଟଣରେ ଦୁଃଖ ପ୍ରକାଶ କରି ମହୁବା ଗୁଜୁରାଟର ସନ୍ଥ ଶ୍ରୀ ମୋରାରୀ ବାପୁ ଶୋକ ସନ୍ତପ୍ତ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି । ସନ୍ଥ ଶ୍ରୀ ମୁରାରୀ ବାପୁ ଆମ୍ପାନ ମହାବାତ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସ୍ୱଳ୍ପ ଆର୍ଥିକ ସହାୟତା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମାଣିତ୍ରି ଗାଁରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ସିନ୍ଧୁ ସାମଲଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସନ୍ଥ ଶ୍ରୀ ମୁରାରୀ ବାପୁଙ୍କ ଅନୁଗତ ତଥା ପ୍ରତିନିଧି ସ୍ୱରୁପ ନାୟକ ମାଣିତ୍ରି ଗାଁରେ ପହଞ୍ଚି ମୃତ ସିନ୍ଧୁ ସାମଲଙ୍କ ପରିବାରକୁ ସମବେଦନା ଜଣାଇବା ସହାୟତା ରାଶି ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।…

Read More

ବିଶାଖାପଟ୍ଟନମ୍‌ : ବିଶାଖାପଟ୍ଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ଏକ ବଡ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏଲ୍‌ଜି ପଲିମର ପରିସରକୁ ସମ୍ପୂର୍ଣ୍ଣ ଭାବରେ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ମାଲିକ ମାନଙ୍କର ବିଦେଶ ଗସ୍ତ ଉପରେ ରୋକ୍‌ ଲଗାଇଛନ୍ତି ହାଇକୋର୍ଟ । ଘଟଣାର ତଦନ୍ତ ପାଇଁ ନିଯୁକ୍ତ କମିଟି ବ୍ୟତିତ ଅନ୍ୟ କେହି ବି କମ୍ପାନୀ ପରିସରକୁ ପ୍ରବେଶ କରିପାରିବେ ନାହିଁ । ଏହା ସହିତ କମ୍ପାନୀର ମାଲିକ ମାନଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି । ସୋମବାର ହାଇକୋର୍ଟଙ୍କ ରାୟରେ ସମସ୍ତ ନିର୍ଦ୍ଦେଶକ ଏବଂ ପ୍ରମୋଟର ନିଜର ପାସପୋର୍ଟ କୋର୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, 7 ତାରିଖରେ ଘଟିଥିବା ଏହି ଭୟାବହ ଦୁର୍ଘଟଣାରେ ଜଣେ ନାବାଳକଙ୍କ ସମେତ 12 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହି ଘଟଣାରେ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ…

Read More

ନୂଆଦିଲ୍ଲୀ : ଏକ ନୂତନ ଫିଚର୍‌ ଲଞ୍ଚ କରିଛି ହ୍ବାଟ୍‌ସଆପ୍‌ । ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପରେ‌ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଭଳି ନୂଆ ବୈଶିଷ୍ଟ୍ୟ ଆସିଛି । ଏବେ ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ଆପଣଙ୍କୁ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ । କେବଳ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଦେଲେ ହିଁ ନୂଆ ନମ୍ବର ସେଭ୍‌ ହୋଇଯିବ । ଏହି ନୂତନ ବୈଶିଷ୍ଟ୍ୟ ହ୍ଵାଟ୍ସଆପ୍‌ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ର ଲାଟେଷ୍ଟ ବୀଟା ଭର୍ସନ୍‌ରେ ଦେଉଛି । ଖୁବ୍‌ଶୀଘ୍ର ସାଧାରଣ ଭର୍ସନ୍‌ରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Read More

ଲକ୍ଷ୍ନୌ : ଗିରଫ ଧମକ ଶୁଣି ପ୍ରାଣ ହରାଇଛନ୍ତି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି । ଉତ୍ତରପ୍ରଦେଶର ଆଲିଗଡରେ ଏହିପରି ଏକ ଅଭାବନୀୟ ଘଟଣା ଘଟିଛି । ଏହି ବ୍ୟକ୍ତି ଜଣକ ହୃଦରୋଗୀ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ଗିରଫ ଧମକ ଶୁଣି ବ୍ୟକ୍ତି ଜଣକ ପ୍ରାଣ ହରାଇଥିଲେ । ରବିବାର ଦିନ 12.30 ମିନିଟ୍‌ ସମୟରେ ଏହି ଘଟଣା ଘଟିଥିଲା । ନାରାୟଣ ବର୍ଷଣେ ନାମକ ଏହି ବ୍ୟକ୍ତି ଜଣକ ଘର ବାହାରେ ସାଙ୍ଗ ମାନଙ୍କ ସହିତ ଲୁଡୋ ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା । ପ୍ୟାଟ୍ରୋଲିଂରେ ରହିଥିବା ପୋଲିସ୍‌ ତାଙ୍କୁ ଲୁଡୋ ଖେଳିବାକୁ ବାରଣ କରିବା ସହିତ ଭବିଷ୍ୟତରେ ଏଭଳି କଲେ ଗିରଫ କରିବା ପାଇଁ ଧମକ ଦେଇଥିଲେ । ଏହାପରେ ଭୟରେ ଉକ୍ତ ସ୍ଥାନରୁ ଉଠିବା ସହିତ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ବର୍ଷଣେ । ଏହି ଘଟଣା ପରେ ମୃତକଙ୍କ ସ୍ତ୍ରୀ ଆଶା ପୋଲିସ୍‌କୁ ଦୋଷ ଦେଇଛନ୍ତି…

Read More

ଓ୍ବେଲିଂଟନ୍‌ : ଏକ କମ୍ପାନୀକୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାତ୍ର 1 ଡଲାରରେ କିଣିଛନ୍ତି । ଅବିଶ୍ବାସ ହେଲେ ମଧ୍ୟ ସତ । ସୋମବାର ଏହି ଘୋଷଣା କରିଛି ଅଷ୍ଟ୍ରେଲିଆର ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ । ନାଇନ୍‌ ଏଣ୍ଟରଟେନ୍‌ମେଣ୍ଟ ଦ୍ବାରା ପରିଚାଳିତ ଖବର ବିତରଣ କମ୍ପାନୀ ଷ୍ଟଫ୍‌ ପ୍ରିଣ୍ଟସ୍‌କୁ ବିକ୍ରି କରିବାର ନିଷ୍ପତ୍ତି ନେଇଛି ମ୍ୟାନେଜମେଣ୍ଟ । ଷ୍ଟଫ୍‌ ପ୍ରିଣ୍ଟସ୍‌ର ସିଇଓ ରହିଥିବା ସିନିଆଡ୍‌ ବାଉଚର୍‌ଙ୍କୁ ଏହି କମ୍ପାନୀ ବିକ୍ରୟ କରାଯିବା ନେଇ ଘୋଷଣା କରାଯାଇଛି । ଚଳି ମାସ ଶେଷ ସୁଦ୍ଧା ମାତ୍ର 1 ଡଲାର ବିନିମୟରେ କମ୍ପାନୀ ବାଉଚରଙ୍କ ନାମରେ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ, ଷ୍ଟଫ୍‌ ପ୍ରିଣ୍ଟସ୍‌ରେ 400 ସାମ୍ବାଦିକଙ୍କ ସମେତ 900 ଜଣ କାର୍ଯ୍ୟ କରନ୍ତି । କରୋନା ଲକ୍‌ଡାଉନ୍‌ ପୂର୍ବରୁ ଏହି କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ଲକ୍‌ଡାଉନ୍‌ ସମୟରେ ଏହା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇ ପଡିଥିଲା । ତେବେ ସମ୍ପୂର୍ଣ୍ଣ କମ୍ପାନୀ…

Read More

ଭୁବନେଶ୍ବର : ଆସନ୍ତା କାଲିଠୁ ଗଡିବ ମୋ ବସ୍‌ । କଟକ-ଭୁବନେଶ୍ବର ମଧ୍ୟରେ 7ଟି ରୁଟ୍‌ରେ ଏହି ବସ୍‌ ଚଳାଚଳ ଆରମ୍ଭ ହେବ । ପ୍ରାରମ୍ଭିକ ଭାବରେ କେବଳ ଅଣ ଶୀତତାପ ନିୟନ୍ତ୍ରିତ ବସ୍‌ ଗୁଡିକୁ ଚଳାଇବାର ନିଷ୍ପତ୍ତି ନେଇଛନ୍ତି ସରକାର । ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ୍‌-ସମ୍‌, ମାଷ୍ଟରକ୍ୟାଣ୍ଟିନ୍‌-ଏମ୍ସ,,ମାଷ୍ଟରକ୍ୟାଣ୍ଟିନ୍‌-ସିଡିଏ, ମାଷ୍ଟରକ୍ୟାଣ୍ଟିନ୍‌- ଖୋର୍ଦ୍ଧା ଏବଂ ଡୁମ୍‌ଡୁମା-ମଞ୍ଚେଶ୍ବର ମଧ୍ୟରେ ଏହି ବସ୍‌ ଗୁଡିକ ଚାଲିବ ବୋଲି ଜଣାପଡିଛି । କେବଳ ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି ସେବା ଚାଲିବ । ଏହା ସହିତ ମାସ୍କ ପିନ୍ଧିଥିବା ଲୋକଙ୍କୁ ବସ୍‌ରେ ଉଠାଯିବ ଏବଂ ଯାତ୍ରୀ ଆବଶ୍ୟକ ମୂଲ୍ୟର ଖୁଚୁରା ପ୍ରଦାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Read More

ସୋନୀପତ : ଲକ୍‌ଡାଉନ୍‌ ସମୟରେ ସାଧାରଣ ଜନତା ଘରେ ରହୁଥିବା ବେଳେ ଜନ ପ୍ରତିନିଧି କିନ୍ତୁ ଏହାର ଓଲଟା କାର୍ଯ୍ୟ କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ସହିତ ତିଓ୍ବାରୀ କ୍ରିକେଟ ମଧ୍ୟ ଖେଳିଛନ୍ତି । କରୋନା ଭାଇରସ୍‌ କାରଣରୁ ଦିଲ୍ଲୀ-ହରିୟାଣା ସୀମା ସିଲ୍‌ ହୋଇଥିଲେ ମଧ୍ୟ ତିଓ୍ବାରୀ ସୋମବାର ସୋନୀପତରେ ପହଞ୍ଚିଥିଲେ । ଏହି ସମୟରେ ବିନା ମାସ୍କରେ କ୍ରିକେଟ୍‌ ଖେଳିବା ସହିତ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରି ଏକାଧିକ ବ୍ୟକ୍ତିଙ୍କୁ ଭେଟିଥିଲେ । ଏହା ସହିତ ବିନା ମାସ୍କରେ ଗୀତ ଗାଇବା ସହିତ ବିଭିନ୍ନ ବ୍ୟକ୍ତିଙ୍କ ସହିତ ସେଲ୍‌ଫି ନେଇଥିଲେ ତିଓ୍ବାରୀ । ତେବେ ତିଓ୍ବାରୀଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ତିଓ୍ବାରୀ କହିଛନ୍ତି ସେ, ସଦାସର୍ବଦା ସାମାଜିକ ଦୂରତ୍ବ ନିୟମର ପାଳନ କରିଥାନ୍ତି । ସୋନୀପତର ଶେଖ୍‌ପୁରାର…

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦିଲ୍ଲୀରେ ଅଟକି ରହିଥିବା 5 ବର୍ଷୀୟ ଶିଶୁ ଶେଷରେ ନିଜ ମାକୁ ଭେଟିଛି । ବିମାନ ଯାତ୍ରା ଆରମ୍ଭ ହେବା ପରେ ଏହି 5 ବର୍ଷୀୟ ଶିଶୁ ଜଣକ ଏକୁଟିଆ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା କରିଥିଲା । 5 ବର୍ଷୀୟ ଏହି ଶିଶୁର ନାମ ଭିହାନ୍‌ । ନିଜ ଜେଜେ ବାପା ଏବଂ ଜେଜେ ମାଙ୍କୁ ଭେଟିବାକୁ ଆସିଥିବା ଭିହାନ୍‌ ଲକ୍‌ଡାଉନ୍‌ କାରଣରୁ ଆଉ ବେଙ୍ଗାଲୁରୁ ଫେରି ପାରିନଥିଲେ । ଭିହାନ୍‌ ବେଙ୍ଗାଲୁରୁରେ ପହଞ୍ଚିବା ପରେ ବେଙ୍ଗାଲୁରୁ ବିମାନ ବନ୍ଦର ପକ୍ଷରୁ ’ଓ୍ବେଲ୍‌କମ୍‌ ହୋମ୍‌ ଭିହାନ୍‌ ଶର୍ମା’ ଟ୍ବିଟ କରାଯାଇଥିଲା । ଏକ ନୀଳ ରଙ୍ଗର ଜ୍ୟାକେଟ୍‌ ଏବଂ ମାସ୍କ ପିନ୍ଧିଥିବା ଭିହାନ୍ ସ୍ବତନ୍ତ୍ର ଶ୍ରେଣୀର ଯାତ୍ରୀ ଭାବରେ ଏକ ପ୍ଲାକାର୍ଡ ଧରି ବେଙ୍ଗାଲୁରୁ ବିମାନ ବନ୍ଦରରେ ଓହ୍ଲାଇଥିଲା । ବିମାନବନ୍ଦରରେ ଭିହାନ୍‌କୁ ଅପେକ୍ଷା କରି ରହିଥିଲେ ମା ମଞ୍ଜୀସ୍‌ ଶର୍ମା । ଏହାପରେ ନିଜ…

Read More

ଲକ୍ଷ୍ନୌ : ଜୋରରେ ପାଟି କରିବାରୁ ଦୁଇ ଝିଅଙ୍କୁ ପିଟି ପିଟି ହତ୍ୟା କରିଛି ବାପା । ଉତ୍ତର ପ୍ରଦେଶରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ଝିଅଙ୍କ ବୟସ ଯଥାକ୍ରମେ 5 ବର୍ଷ ଏବଂ ଦୁଇ ବର୍ଷ । ଉତ୍ତରପ୍ରଦେଶର ବାନେଥୁ ଜିଲ୍ଲାର ସନ୍ତ କବୀର ନଗର ଗ୍ରାମରେ ଏହି ଘଟଣା ଘଟିଛି । ରବିବାର ରାତିରେ ଦୁଇ ଝିଅ ଖେଳୁଥିବା ସମୟରେ ଜୋର୍‌ରେ ପାଟି କରୁଥିବା କାରଣରୁ ଉତ୍‌କ୍ଷିପ୍ତ ପିତା ଦୁଇ ଝିଅଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପରେ ଉକ୍ତ ଗ୍ରାମରେ କୌଣସି ବି ପରିବାର ଇଦ୍‌ ନପାଳିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜୈନୁଲ୍‌ ଆବଦିନ୍ ନିଜ ପତ୍ନୀ ସାହିଦାଙ୍କୁ ଦେଢ ବର୍ଷ ତଳେ ଛାଡପତ୍ର ଦେଇଥିଲେ । ଏହା ପରେ ଦୁଇ ଝିଅ ମୋସିବା(5) ଏବଂ ଆଲସିବା(2) ଆବଦିନଙ୍କ ସହିତ ରହୁଥିଲେ । ରବିବାର ରାତିରେ କୌଣସି କାରଣରୁ…

Read More