Author: Samikhsya Bureau

ବାଙ୍କୀ: କରବରଠାରେ ଏକ ମାଲବାହୀ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ତେବେ ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ହେଲପର୍‌ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ବାଙ୍କୀରୁ କଟକ ଯାଉଥିବାବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟିବା ପରେ ଗୋଟିଏ ଘରେ ପିଟି ହୋଇଯାଇଥିଲା । ତେବେ ଏହି ଘରର ପରିବାର ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରିବାର ଲୋକେ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାସ୍ଥଳେର ଉତ୍ତେଜନା ସୃଷ୍ଟି ହୋଇଥିବାର ସୂଚନା ରହିଛି ।

Read More

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରୁ ଆଉ ଚାରି ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଚାରି ଜଣ ଯାକ ବିସ୍ରା ଓ ଲାଠିକଟା ବ୍ଲକର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ।  ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ର ଫେରନ୍ତା ରହିଥିବାବେଳେ ଦୁଇଜଣ ଚେନ୍ନାଇ ଫେରନ୍ତା ରହିଛନ୍ତି । ଏବେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 37କୁ ବୃଦ୍ଧି ହୋଇଥିବାବେଳେ 25 ଜଣ ସୁସ୍ଥ ହୋଇଛନ୍ତି ।

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଆକ୍ରାନ୍ତ ଜଣକ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା କ୍ୱାରେଣ୍ଟାଇନ୍ ସେଣ୍ଟରରୁ  ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଗୁଜୁରାଟ ଫେରନ୍ତା ବୋଲି ଜଣାପଡିଛି। ତାଙ୍କୁ ଭୁବନେଶ୍ବର କିମସ୍ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗତ 19 ତାରିଖରେ ତିର୍ତ୍ତୋଲ୍‌ ବ୍ଲକର 5ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ ସେଥିମଧ୍ୟରୁ 4ଟି ନେଗେଟିଭ୍‌ ଆସିଥିବାବେଳେ ଗୋଟିଏ ପଜିଟିଭ ଆସିଛି ।  ସୂଚନାଯୋଗ୍ୟ, ଜିଲ୍ଲାରେ ଏବେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 31କୁ ବୃଦ୍ଧି ହୋଇଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାରେ 26ଟି ସକ୍ରିୟ ମାମଲା ରହିଛି ।

Read More

ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ପରୀକ୍ଷାମୂଳକ ଭାବେ କିଛି ପ୍ରମୁଖ ପାର୍କ ଖୋଲିଛି । ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ଆଜିଠୁ ଖୋଲିଛି । ସକାଳ 7ରୁ ଦିନ 10, ଅପରାହ୍ନ 4ରୁ ସନ୍ଧ୍ୟା 6ଟା ଯାଏଁ ପାର୍କ ଖୋଲା ହେଉଛି । ପାର୍କରେ ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପାର୍କରେ ଛେପ ପକାଇବା, ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।  କରୋନା ପାଇଁ ମାର୍ଚ୍ଚ 22 ତାରିଖରୁ ରାଜଧାନୀର ସମସ୍ତ ପାର୍କକୁ ବନ୍ଦ କରାଯାଇଥିଲା । ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ପାର୍କକୁ ସର୍ତ୍ତମୂଳକ ଖୋଲିବା ନେଇ ଅନୁମତି ମିଳିଛି । ସେଠାରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିଲା । ଦିଲ୍ଲୀଠାରେ 60 ବର୍ଷରୁ ଉର୍ଦ୍ଧ୍ବ ଓ 10 ବର୍ଷ ବୟସ୍କରୁ କମ୍‌ ବୟସ୍କଙ୍କୁ…

Read More

ବଲାଙ୍ଗିର :ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଭିତରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାମ ରାଧା କର ହୋଇଥିବାବେଳେ ତାଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଜଡା ଗାଁରେ ବୋଲି ଜଣାପଡିଛି। ଟ୍ରେନ୍‌ଟି ବିଶାଖାପାଟଣାରୁ ବଲାଙ୍ଗିର ଷ୍ଟେସନ୍‌ରେ ପହଞ୍ଚିବା ପରେ ଟ୍ରେନରୁ ଶବ ଉଦ୍ଧାର କରାଯାଇଛି । ଆଜି ଭୋର 4ଟା 50ରେ ବଲାଙ୍ଗିର ଷ୍ଟେସନରେ ଏହି ପ୍ରବାସୀ ଟ୍ରେନ୍‌ଟି ଲାଗିଛି । ଏହି ଘଟଣାରେ ଜିଆର୍‌ପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମହିଳା ଜଣକ ନିଜ ଭିଟାମାଟିକୁ ଫେରୁଥିବାବେଳେ ଟ୍ରେନ୍‌ ଭିତରେ ତାଙ୍କର ମୃତ୍ୟୁ ଘଟିଛି। ଛାତି ଯନ୍ତ୍ରଣାରୁ ଟ୍ରେନ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସମ୍ପର୍କୀୟ ସୂଚନା ଦେଇଛନ୍ତି ।

Read More

ଭୁବନେଶ୍ୱର: ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସ୍ବିଗି ଓ ଜମାଟୋକୁ ଅନଲାଇନ୍‌ ମଦ ଡେଲିଭରୀ ପାଇଁ ଅନୁମତି ପ୍ରଦାନକରାଯାଇଛି । ମଦ ଉପରେ ଅତିରିକ୍ତ କୋଭିଡ୍-19 ଟ୍ୟାକ୍ସ ଲଗାଇଛନ୍ତି। ମଦ ମୂଲ୍ୟ ଅନୁସାରେ 50 ପ୍ରତିଶତ କୋଭିଡ୍‌ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ଫି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲଗାଯିବ ବୋଲି ସୂଚନା ରହିଛି । ଅନ୍‌ ଓ ଅଫ୍‌ ଲାଇସେନ୍ସପ୍ରାପ୍ତ ଦୋକାନ ଅର୍ଡର ପାଇ ଡିସପ୍ଲେ ରଖିବେ । ଡିସ୍‌ପ୍ଲେରେ ଫୋନ୍‌ ନମ୍ବର, ହ୍ବାଟସ୍‌ଆପ୍‌ ନମ୍ବର ଏବଂ ଇମେଲ୍‌ଆଇଡି ରହିବ । ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ । ଓଏସ୍‌ବିସି ଓ୍ବେବସାଇଟ୍‌…

Read More

ବରଗଡ : ବରଗଡକୁ ପ୍ରଥମ ଥର ପାଇଁ କରୋନା ଛୁଇଁଛି । ବରଗଡରୁ ପ୍ରଥମ କରୋନା ରୋଗୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ ସହରରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ । ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । ବରଗଡକୁ ମିଶାଇ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା 27କୁ ବୃଦ୍ଧି ହୋଇଛି । ଗତକାଲି ଗଜପତି ଓ ନବରଙ୍ଗପୁରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବେଳେ ଆଜି ବରଗଡରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରୁ ହିଁ ଚିହ୍ନଟ ହୋଇଛନ୍ତି ।

Read More

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ 7 କରୋନା ଆକ୍ରାନ୍ତ ଚିହ୍ନଟ। 7 ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଆଗଲପୁର ଓ ସଇଁତଳା ବ୍ଲକର 2 ଜଣ ଲେଖାଏଁ ରହିଥିବା ବେଳେ ଲୋଇସିଂହା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ 7 ଜଣ ପୁରୁଷ ଓ ସମସ୍ତେ ବାହାର ରାଜ୍ୟ ଫେରନ୍ତା ରହିଛନ୍ତି । ସମସ୍ତେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିଲେ । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 16କୁ ବୃଦ୍ଧି ହୋଇଛି ।

Read More

ନୂଆଦିଲ୍ଲୀ : ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଆଇପିଏଲ୍‌କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ ଖେଳ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର 25ରୁ ନଭେମ୍ବର 1 ମଧ୍ୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବିସିସିଆଇର ଜନୈକ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । କ୍ରିକେଟ୍‌ ମ୍ୟାଚ୍‌ର ସର୍ବାଧିକ ଅର୍ଥ ପ୍ରସାରଣ ରାଇଟ୍‌ସରୁ ମିଳିଥାଏ । ଷ୍ଟାଡିୟମ୍‌ ଟିକେଟ୍‌ ବିକ୍ରି ଅର୍ଥକୁ ନେଇ ବିସିସିଆଇ ଚିନ୍ତିତ ନୁହେଁ । ତେବେ ଦର୍ଶକଙ୍କ ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ମହାମାରୀ ସମୟରେ ବିସିସିଆଇ କ୍ରିକେଟ ସମ୍ପର୍କରେ ଚିନ୍ତା କରୁନାହିଁ । ଏହି ମହାମାରୀ ପରସ୍ଥିତିରୁ ଦେଶ ବାହାରିବା ପରେ ଆଇପିଏଲ୍‌…

Read More

କାନପୁର : ବିବାହ କରିବା ପାଇଁ ପୁଅ ଘର ଲୋକ ସର୍ବଦା ଝିଅ ଘରକୁ ଯାଇଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବତୀ ବିବାହ କରିବା ପାଇଁ 80 କିମି ରାସ୍ତା ଚାଲଚାଲି ଅତିକ୍ରମ କରିବା ପରେ ଶେଷରେ ବିବାହ କରିଛନ୍ତି । କାନପୁରର ଏହି ଯୁବତୀ ଜଣକ ବିବାହ କରିବା ପାଇଁ କନୌଜ ପର୍ଯ୍ୟନ୍ତ ଚାଲଚାଲି ଯାଇଥିଲେ । ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ମେ 4ରେ ବାହାଘର ସ୍ଥିର ହୋଇଥିଲା । ମାତ୍ର ଲକ୍‌ଡାଉନ୍‌ କାରଣରୁ ବିବାହ ଅଟକି ଯାଇଥିଲା । ନିକଟରେ ଲକ୍‌ଡାଉନ୍‌ କଟକଣା ଉଠିବାର କୌଣସି ସମ୍ଭାବନା ନ ଦେଖାଯିବାରୁ ଯୁବତୀ ଜଣକ ବାଧ୍ୟ ହୋଇ ଘରୁ ପାଦ କାଢିଥିଲେ । ଉଲ୍ଲେଖଯୋଗ୍ୟ ଯେ, କାନପୁରର ଲକ୍ଷ୍ମଣ ତିଲକ ଗ୍ରାମର ଗୋଲ୍ଡିଙ୍କ ବିବାହ କନୌଜର ବୀରେନ୍ଦ୍ରଙ୍କ ସହିତ ସ୍ଥିର ହୋଇଥିଲା । ଲକ୍‌ଡାଉନ୍‌ କାରଣରୁ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର : ଚୀନ୍‌, ଜାପାନ ଏବଂ ଦକ୍ଷିଣ କୋରିଆରେ ରହିଥିବା ଓଡିଆଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦେଶ ମାନଙ୍କରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟର ପ୍ରତିନିଧି ହେବା ପାଇଁ ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି । ପ୍ରବାସୀ ମାନେ ବାହାର ଦେଶରେ ଓଡିଶାର ପରିଚୟକୁ ତିଆରି କରିପାରିବେ ଏବଂ ଗ୍ଲୋବାଲ୍‌ ଆଇଡିଆ ମାଧ୍ୟମରେ ଓଡିଶାକୁ ପୁଞ୍ଜିନିବେଶର ପେଣ୍ଠସ୍ଥଳୀ ଭାବରେ ବିକଶିତ କରିପାରିବେ । ଓଡିଶାରେ ଅମାପ ଖଣିଜ ସମ୍ପଦ ରହିଥିବା ବେଳେ ପ୍ରବାସୀ ମାନେ ଏହାର ସୁଯୋଗ ନେବା ଉଚିତ୍‌ । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଆଗକୁ ନେବାଲାଗି ରାଜ୍ୟରେ ପୁଞ୍ଜିନିବେଶ ବଢାଇ ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ପ୍ରବାସୀ ମାନେ ବିଶ୍ବ ଆଇଡିଆର ସମ୍ବଳକୁ ଉପଯୋଗ କରି ଓଡିଶାକୁ ଆଗାମୀ ଦିନରେ ଆଗକୁ ନେବା ଉଚିତ୍‌ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡିଆ…

Read More

ବାର୍ସେଲୋନା : ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୁଣିଥରେ ନିଜ ପ୍ରିୟ ଫୁଟବଲରଙ୍କୁ ପଡିଆରେ ଦେଖିପାରିବେ ଦର୍ଶକ । ଆସନ୍ତା ଜୁନ୍‌ 8 ତାରିଖରୁ ସ୍ପେନ୍‌ରେ ଆରମ୍ଭ ହେବାକୁ ଯାଉଛି ଲାଲିଗା । ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶନିବାର ଏହି ଘୋଷଣା କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ଲକ୍‌ଡାଉନ୍‌କୁ କୋହଳ କରାଯାଉଛି । ପୂର୍ବରୁ ଲା ଲିଗା ସଭାପତି ଜାଭିୟର୍‌ ଟେବାସ୍‌ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରିଥିଲେ । ତେବେ ମ୍ୟାଚ୍‌ ଖେଳାଗଲେ ମଧ୍ୟ ସାମାଜିକ ଦୂରତ୍ବ ନିୟମ ବଜାୟ ରହିବ ବୋଲି ଟେବାସ୍‌ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲା ଲିଗାରେ ଲିଓନେଲ୍‌ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା 58 ପଏଣ୍ଟ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ରିଅଲ ମାଦ୍ରିଦ୍‌ ଦୁଇ ନମ୍ବର ସ୍ଥାନରେ ରହିଛି । ଉଭୟ ଦଳ ମଧ୍ୟରେ ମାତ୍ର ଦୁଇ ପଏଣ୍ଟର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ଗେଟ୍ ବଜାର ଠାରେ ଆର୍‌ଜେ ଫ୍ୟାନ୍‌ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର କରାଯାଇଛି । କରୋନା ଭୁତାଣୁ ଜନିତ କଟକଣା କାରଣରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ କାରଣରୁ ରୋଗୀଙ୍କ ସୁବିଧା ପାଇଁ ଆର୍ ଜେ ଫେନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ସାନଖେମୁଣ୍ଡି ବିଧାୟକଙ୍କ ପିତା ତଥା ସମାଜସେବୀ ଅରକ୍ଷିତ ଜେନା ଉଦ୍‌ଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିରରେ 115 ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ଅରକ୍ଷିତ ଜେନା ଓ ପିଣ୍ଟୁ ଜେନା ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ପିଣ୍ଟୁ ଜେନା, ଶିବ ପ୍ରସାଦ ପ୍ରଧାନ,ଦଣ୍ଡ ମହାରଣା,ଅଜିତ୍ ରାଉଳ,ଅବନୀ ଶତପଥୀ, କ୍ରିଷ୍ଣା ଜେନା,ଦେବାଶିଷ ମହାନ୍ତି, ପ୍ରଭାକର ତ୍ରିପାଠୀ,…

Read More

ଭୁବନେଶ୍ବର : ତତଲା କଡେଇ ଉପରେ ବସିଛି ରାଜ୍ୟ । ଶନିବାର ରାଜ୍ୟର 13ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଓଡିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 45.5 ଡିଗ୍ରୀ ରହିଛି । ଏହା ତଳକୁ ଭବାନୀପାଟଣା 44.2 ଡିଗ୍ରୀ, ତାଳଚେର 43.8 ଡିଗ୍ରୀ, ବଲାଙ୍ଗୀର 43.5 ଡିଗ୍ରୀ ଏବଂ ମାଲକାନଗିରିରେ 43 ଡିଗ୍ରୀ ତାପମାତ୍ରା ରହିଛି । କଟକ ଏବଂ ଭୁବନେଶ୍ବରରେ ତାପମାତ୍ରା 35.4 ଡିଗ୍ରୀ ରହିଥିବା ବେଳେ ପାରାଦୀପରେ ସର୍ବନିମ୍ନ ତାପମାତ୍ରା 32.5 ଡିଗ୍ରୀ ରେକର୍ଡ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଅଷ୍ଟ୍ରେଲିୟ ସ୍ପିନର ବ୍ରାଡ୍‌ ହଗ୍‌ ନିଜର ଟେଷ୍ଟ ଏକାଦଶ ଘୋଷଣା କରିଛନ୍ତି । ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଦଳରେ ନଥିବାରୁ ଏହାକୁ ନେଇ କୋହଲି ଫ୍ୟାନ୍‌ ମାନେ ଅସନ୍ତୋଷ ଜାହିର କରିଛନ୍ତି । ବର୍ତ୍ତମାନର ଟେଷ୍ଟ ଖେଳୁଥିବା ଖେଳାଳିଙ୍କୁ ନେଇ ହଗ୍‌ ନିଜର ତାଲିକା ପ୍ରକାଶ କରିଛନ୍ତି । ତେବେ କୋହଲିଙ୍କୁ ବାଦ ଦେବା ନେଇ ହଗ୍‌ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ନିଜର ଅନ୍ତିମ 15 ଇନିଂସରେ କୋହଲି ମାତ୍ର 4ଟି ମ୍ୟାଚ୍‌ରେ 30ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି, ତେଣୁ ମୁଁ କୋହଲିଙ୍କୁ ବାଦ ଦେଇଛି ବୋଲି ହଗ୍‌ ପ୍ରକାଶ କରିଛନ୍ତି । ଭାରତର 4 ଜଣ ଖେଳାଳି ହଗ୍‌ଙ୍କ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କୁ ଓପ୍ନର ଭାବରେ ରଖିଥିବା ବେଳେ ଆଜିଙ୍କ୍ୟ ରାହାଣେ ଏବଂ ମହମ୍ମଦ ସାମି ମଧ୍ୟ ଏହି ଦଳରେ…

Read More

କଟକ, ଜିଲ୍ଲାର ପ୍ରତିଷ୍ଠିତ ବ୍ୟବସାୟୀ ଅବିନାଶ ଖେମକାଙ୍କ ତରଫରୁ କଟକ ଟାଙ୍ଗୀ ଜାତୀୟ ରାଜପଥରେ ପ୍ରଦାନ କରାଯାଉଛି ମାଗଣା ଖାଦ୍ୟ ପଦାର୍ଥ।

Read More

ପୁରୀ, ରଥଯାତ୍ରା ହେବ କି ନ ହେବ ସେ ନେଇ ବେଶ୍ କିଛିଦିନ ଧରି ଚାଲିଲା ଦ୍ବନ୍ଦ।ଏହି ଦ୍ବନ୍ଦ ଭିତରେ ରଥକାମ ନିର୍ଦ୍ଧାରିତ ସମୟ ଭିତରେ ଆରମ୍ଭ ହୋଇପାରିଲା ନାହିଁ। ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ  ବର୍ତ୍ତମାନ ରଥକାମ ଦ୍ରୁତ ଗତିରେ ଚାଲିଛି। ଆଜି ରଥକାମ ଯେଉଁ ପର୍ଯ୍ୟାୟରେ ପହଁଚିବା କଥା ତାହାଠାରୁ ଆଗରେ କାମ ଚାଲିଛି।

Read More

ନୂଆଦିଲ୍ଲୀ : ଆସନ୍ତା 10 ଦିନ ମଧ୍ୟରେ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବ । ଶନିବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ । ଜୁନ୍‌ 2 ପରଠାରୁ ସାଧାରଣ ଟ୍ରେନ୍‌ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବାର ନିଷ୍ପତ୍ତି ନିଆଯାଇଛି । ମେ 1 ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସିଆଲ ସେବା ଦ୍ବାରା ବର୍ତ୍ତମାନ ସୁଦ୍ଧା ଦେଶରେ 36 ଲକ୍ଷ ପ୍ରବାସୀ ଉପକୃତ ହୋଇଛନ୍ତି । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର 80 ପ୍ରତିଶତ ଉତ୍ତର ପ୍ରଦେଶ ଏବଂ ବିହାର ଦ୍ବାରା ବ୍ୟବହୃତ ହୋଇଛି ବୋଲି ଯାଦବ ମତ ଦେଇଛନ୍ତି । ସେହିପରି ଅନ୍‌ଲାଇନ୍‌ରେ ଲୋକ ଟିକେଟ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଦେଶ ବ୍ୟାପୀ 1000ରୁ ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିବା ନେଇ ଯାଦବ ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ପାଟନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହନ୍ତି । ବିହାରର ଏକ କ୍ବାରେଣ୍ଟିନ୍‌ ସେଣ୍ଟରରେ ଏଭଳି ଏକ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । 18 ବର୍ଷୀୟ ଯୁବତୀ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟର ବାହାରେ ବୁଲୁଥିବା ବେଳେ 6 ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ବିହାରର ରୋହତାସ୍‌ରେ ଏହି ଘଟଣା ଘଟିଛି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । 6 ଯୁବକଙ୍କ ମଧ୍ୟରୁ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ବେଳେ ନିଜ ଗ୍ରାମର ଅନ୍ୟ 4 ଜଣଙ୍କୁ ସେମାନେ ଫୋନ୍‌ କରି ଡକାଇଥିଲେ । ଛ ଅଭିଯୁକ୍ତ ବିଜୟ ଯାଦବ, ସୁରେଶ ଯାଦବ, ମୁକେଶ ଯାଦବ, ଚଞ୍ଚଲ ଯାଦବ, ଅମିତ ପାଶ୍ବାନ ଏବଂ ଚୁଲି ପାଶ୍ବାନଙ୍କୁ ଏହି ଘଟଣା ପରେ ଗିରଫ କରାଯାଇଥିବା ନେଇ ରୋହତାସ ଏସ୍‌ପି ସତ୍ୟବୀର ସିଂ ସୂଚନା ଦେଇଛନ୍ତି । ଡାକ୍ତରୀ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରବାସୀ ଶ୍ରମିକ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସୁଥିବା ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେସନରେ ନ ରହିବାରୁ ଚିଲିକାରେ ଚେନ୍‌ ଟାଣି ଓହ୍ଲାଇଥିଲେ ପ୍ରବାସୀ ଶ୍ରମିକ। ପ୍ରାୟ ୪୨୦ ରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ୍‌ରୁ ଓହ୍ଲାଇଥିବା ବେଳେ ଜିଆର୍‌ପି ପୋଲିସ୍‌ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରାୟ ୭୦୦ ଶ୍ରମିକ ଆସିଥିବା ବେଳେ ଚିଲିକାରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ନମ୍ବର ୦୭୨୩୪ର ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଗୁଣ୍ଟୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିଲା। ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୦୦ ରୁ ଅଧିକ ପ୍ରବାସୀ ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ୧୦ ଏବଂ କଳାହାଣ୍ଡିର ୧୦ ଜଣ ପ୍ରବାସୀ ରହିଥିଲେ। ଏହି ଘଟଣା ନେଇ ଆରପିଏଫ୍‌ ପକ୍ଷରୁ ଗଞ୍ଜାମ ପ୍ରଶାସନକୁ ଜଣାଇବା ପରେ ଖଲ୍ଲିକୋଟ ତହସିଲଦାର ପହଞ୍ଚି ଶ୍ରମିକଙ୍କୁ ସ୍ଥାନାନ୍ତର…

Read More

ଭୁବନେଶ୍ବର : ଓଡିଶା ଦେଇ ଗତି କରିଥିବା ସାମୁଦ୍ରିକ ଝଡ ଆମ୍ପାନ୍‌ର କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାପାଳ ମାନଙ୍କ ପକ୍ଷରୁ ପଠାଯାଇଥିବା ରିପୋର୍ଟ ଆଧାରରେ ଓଡିଶା ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇଛି । ଓଡିଶାର 10ଟି ଜିଲ୍ଲା ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 4 ଟି ଜିଲ୍ଲା ଗଭୀର ଭାବରେ ପ୍ରଭାବିତ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଆାଂଶିକ ଭାବରେ ପ୍ରଭାବିତ ହୋଇଛି । ଉପରଲିଖିତ 10 ଜିଲ୍ଲାର 92ଟି ବ୍ଲକ୍‌ର 1558 ଗ୍ରାମ ପଞ୍ଚାୟତ ଏବଂ 9883ଟି ଗ୍ରାମ ପ୍ରଭାବିତ ହୋଇଛି । ସେହିପରି 22ଟି ନଗର ପାଳିକା ଓ ପୌରପାଳିକାର 272ଟି ଓ୍ବାର୍ଡ ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ବାତ୍ୟା ଦ୍ବାରା 44 ଲକ୍ଷ 44 ହଜାର 896…

Read More