ରମେଶ ମହାନ୍ତି ଜଗତସିଂହପୁର: ଦ୍ରୁତ ବେଗରେ ସଂକ୍ରମଣ ହେଉଥିବା କରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ଏନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏମିତିକି ଲକଡାଉନ୍ ସମୟରେ ଲୋକମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ତିର୍ତ୍ତୋଲ ଆର୍.ଡବ୍ଲ୍ୟୁ.ଏସ୍.ଏସ୍, ବିଭାଗର ବେପରୁଆ ମନୋଭାବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଆହାଣା ବାଲିଝରୀ ଗ୍ରାମରେ ସପ୍ଲାଇ ପାଣି ପାଇପ୍ ଫାଟି 15 ଦିନ ହେବ ଗାଁ ଦାଣ୍ଡରେ ପାଣି ଚାଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ତିର୍ତ୍ତୋଲ ଆର୍. ଡବ୍ଲ୍ୟୁ.ଏସ୍.ଏସ୍,କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସପ୍ଲାଇ ପାଣି ପାଇପ୍ କୁ ମରାମତି କରାଯାଉନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାହାଫଳରେ ସପ୍ଲାଇ ପାଣି ଆସିବା ସମୟରେ ଗାଁ ଦାଣ୍ଡରେ ଚାଲୁଛି ପାଣିର ସୁଅ। ଲକଡାଉନ୍ ସମୟରେ…
Author: Samikhsya Bureau
ଭୁବନେଶ୍ବର : ପୁଣି ଥରେ ଚେନ୍ଟାଣି ଟ୍ରେନ୍ରୁ ଓହ୍ଲାଇଛନ୍ତି ପ୍ରବାସୀ । ଝାରଖଣ୍ଡର ବୋକାରୋରେ ଏହି ଘଟଣା ଘଟିଛି । ରାଉରକେଲାରୁ 100 କିମି ଦୂର ଝାରଖଣ୍ଡର କାନାରାଓ୍ବାଁ ଷ୍ଟେସନ୍ରେ ଏହି ପ୍ରବାସୀ ମାନେ ଓହ୍ଲାଇଛନ୍ତି । କୋହ୍ଲାପୁରରୁ ବୋକାରୋ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନ୍ରେ ଏହି ଘଟଣା ଘଟିଛି । ଟ୍ରେନ୍ଟି ଓଡିଶାରେ ନ ରହିବାରୁ ପ୍ରବାସୀ ମାନେ ଚେନ୍ ଟାଣି ଟ୍ରେନ୍ରୁ ଓହ୍ଲାଇଥିଲେ । ଆଜିର ଦିନରେ ଏହା ଦ୍ବିତୀୟ ଘଟଣା ସକାଳେ ନୂଆପଡାରେ ମଧ୍ୟ 200 ଶ୍ରମିକ ଚେନ୍ ଟାଣି ଓହ୍ଲାଇଥିଲେ ।
ଜୟପୁର : ଜୟପୁର ସହରରେ କରୋନା ପଜିଟିଭ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର୍। ହୋମ୍ କ୍ବାରେଣ୍ଟିନ୍ରେ ଥିବା ଜଣେ ବ୍ୟକ୍ତିଙ୍କ ସାମ୍ପଲ ପଜିଟିଭ ସୂଚନା। ତେବେ ସମ୍ପୃକ୍ତ ବ୍ୟକ୍ତି ହୋମ୍ କ୍ବାରେଣ୍ଟିନ୍ ନିୟମ ଭାଙ୍ଗି ପଳାଇଥିବା ଚର୍ଚ୍ଚା। କୌଣସି କାମରେ ପରିବାର ସହ ବିଶାଖାପାଟଣା ପଳାଇଥିବା ସୂଚନା ରହିଛି। ପଜିଟିଭ ଜଣକ ନ ଜଣାଇ ବିଶାଖାପାଟଣା ପଳାଇଥିବାରୁ ପ୍ରଶାସନ ଅକଲ ଗୁଡୁମ ହୋଇଛି। ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ତାରା। ଟୁଇଟ୍ ଯୋଗେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ତାରା ବାହିନୀପତି। ସେଠାକାର ପ୍ରଶାସନ ସହ ଯୋଗାଯୋଗ କରି ସେଇଠି ଚିକିତ୍ସା ପାଇଁ କହିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 99 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 99 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ 34 ଜଣ, ଗଞ୍ଜାମରୁ 15 ଜଣ, ଯାଜପୁର ଓ କେନ୍ଦ୍ରାପଡାରୁ 13 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ପୁରୀରୁ 10 ଜଣ, ଭଦ୍ରକରୁ 9 ଜଣ, ନୟାଗଡରୁ ତିନି ଜଣ ଓ ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 649ରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1438ରେ ପହଞ୍ଚିଛି ।
ଭୁବନେଶ୍ବର : କାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ନିୟମକୁ ବଦଳାଯାଇଥିବାର ସୂଚନା ରହିଛି। ପ୍ରତିଦିନ ତିନି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥା ବାତିଲ୍ କରାଯାଇଛି । କାଲିଠାରୁ ସକାଳ 10ରୁ ଦିନ 3ଟା ମଧ୍ୟରେ ଖାତା ମୂଲ୍ୟାୟନ କରାଯିବ । ସାମାଜିକ ଦୂରତ୍ବ ବଜାୟ ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା । ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କୋରୋନା ଯୋଗୁଁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଛି। ଏହାପରେ ମେ 20ରେ ଖାତା ଦେଖା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅମ୍ପାନ ବାତ୍ୟା ପାଇଁ ଏହା ମେ 21କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଏନ୍ଏସିର ଏକ ନମ୍ବର କ୍ବାରେଣ୍ଟାଇନ୍ ସେଣ୍ଟରରେ ଚାଲିଥିବା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ନିମ୍ନମାନର ଖାଦ୍ୟ ନେଇ କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ଅନ୍ତେବାସୀମାନେ ଅନଶନ କରିଛନ୍ତି। ବାଲୁଗାଁ ମହାବିଦ୍ୟାଳୟଠାରେ ଏକ ନମ୍ବର କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଥିବାବେଳେ ଏହି ସେଣ୍ଟରରେ 25 ଜଣ ଅନ୍ତେବାସୀ ରହିଥିବାର ସୂଚନା ରହିଛି। ଏହି ସମସ୍ତ ପ୍ରବାସୀମାନେ ଗୁଜୁରାଟ, ମହାରାଷ୍ଟ୍ର, ହାଇଦ୍ରାବାଦ, ବେଙ୍ଗାଲୁରୁରୁ ଫେରିଛନ୍ତି। ଏହି ଅନ୍ତେବାସୀଙ୍କ ମଧ୍ୟରେ ଛୋଟ ଛୁଆ ଓ ମହିଳା ମାନେ ରହିଥିବାବେଳେ ଗତକାଲି ରାତ୍ରିରୁ ଖାଦ୍ୟ ବର୍ଜନ କରିଥିବାର ସୂଚନା ରହିଛି। ଗତକାଲି ରାତ୍ରିରେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଅନ୍ତେବାସୀମାନେ ନିମ୍ନମାନର ଖାଦ୍ୟକୁ ନେଇ ଭିଡିଓ ଭାଇରାଲ୍ କରିଥିଲେ। ତେବେ ଏହି ଅନ୍ତେବାସୀମାନଙ୍କୁ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ବୁଝାଶୁଝା କରି ନିଜ ହାତରୁ ଖର୍ଚ୍ଚ କରି ସକାଳେ ଜଳଖିଆ ଖାଇବାକୁ ଦେଇଥିଲେ। କ୍ବାରେଣ୍ଟାଇନ୍ ସେଣ୍ଟରର ଅବ୍ୟବସ୍ଥାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ନୋଡାଲ୍ ଅଫିସର୍ମାନେ…
ରାଉରକେଲା : ଓହ୍ଲାଇ ଦେଲେନି, ଚେନ୍ ଟାଣି ପଳାଇଲେ ପ୍ରବାସୀ ଶ୍ରମିକ । ଝାଡଖଣ୍ଡ ସୀମା ନୂଆଗାଁ ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇଗଲେ ଶ୍ରମିକ । ପ୍ରାୟ ଦୁଇ ଶହ ଶ୍ରମିକ ଓହ୍ଲାଇ ଯାଇଥିବା ବନ୍ଧମୁଣ୍ଡା ଏଆର୍ଏମ୍ ସୂଚନା ଦେଇଛନ୍ତି । ମହାରାଷ୍ଟ୍ର କୋହ୍ଲାପୁରରୁ ଝାଡଖଣ୍ଡରୁ ବୋକାରୋ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ରେ ଆସୁଥିଲେ ପ୍ରବାସୀ । ଏହି ଟ୍ରେନ୍ରେ ବୌଦ୍ଧ, ସୋନପୁର, ବାଲେଶ୍ବର ଜିଲ୍ଲାର 4 ଶହରୁ ଅଧିକ ଶ୍ରମିକ ଆସୁଥିଲେ । ଏହି ଶ୍ରମିକମାନେ ଝାରସୁଗୁଡାରେ ଓହ୍ଲାଇବାର ଥିଲା, ମାତ୍ର ଷ୍ଟେସନ କର୍ତ୍ତୃପକ୍ଷ ଅନୁମତି ଦେଲେନି। ସେମାନଙ୍କୁ ରାଉରକେଲାରେ ଓହ୍ଲାଇବାକୁ କୁହାଯାଇଥିଲା । ରାଉରକେଲାରେ ପହଞ୍ଚିବା ପରେ ବି ସେମାନଙ୍କୁ ଏଠାରେ ଓହ୍ଲାଇବାର ଅନୁମତି ଦିଆଯାଇଥିଲା । ଟ୍ରେନ୍ଟି ବୋକାରୋ ପଳାଉଥିବାବେଳେ ଚେନ୍ ପୁଲିଂ କରିଥିଲେ ଶ୍ରମିକ । ସୁନ୍ଦରଗଡ ଜିଲ୍ଲା ନୂଆଗାଁରେ ଚେନ୍ ପୁଲିଂ କରି ପ୍ରାୟ ଦୁଇ ଶହ ଶ୍ରମିକ ପଳାଇ ଯାଇଥିଲେ ବୋଲି ସୂଚନା ରହିଛି…
ଭୁବନେଶ୍ବର : ବାପ ପୁଅ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ 5 ଆକ୍ରାନ୍ତଙ୍କ ମଧ୍ୟରେ ଏହି ବାପ-ପୁଅ ରହିଛନ୍ତି । ପୁଅର ବୟସ ତିନି ବର୍ଷ ହୋଇଥିବାବେଳେ ବାପାଙ୍କ ବୟସ 41 ବର୍ଷ ବୋଲି ଜଣାପଡିଛି । ଦୁହେଁ 10 ତାରିଖରେ ଅହମ୍ମଦାବାଦରୁ ଫେରିଥିବାବେଳେ ବେଗୁନିଆ ବ୍ଲକ ହୀରାପୁର କ୍ବାରେଣ୍ଟିନ୍ କେନ୍ଦ୍ରରେ ଉଭୟ ରହୁଥିଲେ। ଚିହ୍ନଟ ପରେ ଉଭୟଙ୍କୁ ଭୁବନେଶ୍ବର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାପ ପୁଅ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ରାଜ୍ୟରେ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟ ନୂତନ 5 ଆକ୍ରାନ୍ତଙ୍କ ପରେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 82କୁ ବୃଦ୍ଧି ହୋଇଛି । ଜିଲ୍ଲାରେ 51 ଜଣ ସୁସ୍ଥ ହୋଇଥିବାବେଳେ ଏବେ 28 ଜଣ ସକ୍ରିୟ…
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା 10 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଚିହ୍ନଟ 10 ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି। 8 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ତାମିଲନାଡୁରୁ ଦୁଇ ଫେରନ୍ତା ରହିଛନ୍ତି। 21 ତାରିଖରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇଥିବାବେଳେ ଚିହ୍ନଟ ସମସ୍ତ 10 ଆକ୍ରାନ୍ତ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି 10 ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁ କ୍ବାରେଣ୍ଟିନ୍ ସେଣ୍ଟରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ବାଲିକୁଦାରୁ ଚାରି ଏବଂ ବିରିଡିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ଏବେ କିମସ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଗତକାଲି ଅର୍ଥାତ୍ 24 ତାରିଖ…
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ରହିଥିବାବେଳେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଶୋକ ଚୌହ୍ବାନ୍ ବର୍ତ୍ତମାନ ନାନ୍ଦେଡରେ ରହିଥିବାବେଳେ ତାଙ୍କ ଚିକିତ୍ସା ପାଇଁ ମୁମ୍ବାଇଙ୍କୁ ସ୍ଥାନାନ୍ତର କରିସାରିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କଠାରେ ଲକ୍ଷଣ ଦେଖାଦେଇଥିଲା । ସେ କରୋନା ଟେଷ୍ଟ କରିବା ପରେ ତାଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛି । ଅଶୋକଙ୍କ ପୂର୍ବରୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଥିବା ଜିତେନ୍ଦ୍ର ଅଓ୍ବାଡ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି ।ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 50 ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 1635ରେ ପହଞ୍ଚିଛି । (ଏଜେନ୍ସି)
ଭଦ୍ରକ : ଆଜି ରାଜ୍ୟରେ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଭଦ୍ରକରୁ ଚିହ୍ନଟ ହୋଇଥିବା 8 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ଗୁଜୁରାଟ ଫେରନ୍ତା ଦୁଇଜଣ, ତେଲେଙ୍ଗାନା ଓ ଆନ୍ଧ୍ରରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି । ସମସ୍ତଙ୍କଠାରେ ଲକ୍ଷଣ ଥିଲା, ସମେସ୍ତ ସରକାରୀ କ୍ବାରେଣ୍ଟିନ୍ରେ ରହିଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।
କେଦାର ମିଶ୍ର କାଳ କୋଠରୀ ଠୁ ଆହୁରି ଖରାପ ଅବସ୍ଥାରେ ଥିବା ଏ ଡାକ୍ତରଖାନା ବିଷୟରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ କିଛି ଜାଣିଛନ୍ତି ନା ନାହିଁ- ଏମିତି ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଛନ୍ତି ମାନ୍ୟବର ଗୁଜରାଟ ହାଇକୋର୍ଟ। ଗତକାଲି ଏକ ଜନସ୍ବାର୍ଥ ମାମଲାର ବିଚାର କରି ଗୁଜରାଟ ହାଇକୋର୍ଟ ଯାହା କହିଛନ୍ତି, ତାହା ଅତ୍ୟନ୍ତ ଉଦବେଗଜନକ ଓ ଯନ୍ତ୍ରଣାଦାୟକ। ଗତ କିଛି ମାସ ହେଲା ଗୁଜରାଟରୁ ଯେଉଁ ପ୍ରକାର ଖବର ଆସୁଛି, ତାକୁ ରହସ୍ୟମୟ ଢଙ୍ଗରେ ଜାତୀୟ ଗଣମାଧ୍ୟମରେ ଚପାଇ ଦିଆଯାଉଛି। ରାଜନୈତିକ କାରଣରୁ ଆମର ଜାତୀୟ ଗଣମାଧ୍ୟମରେ ଗୁଜରାଟକୁ ନେଇ ଏକ ରହସ୍ୟମୟ ନୀରବତା ରହିଛି। ଗୁଜରାଟରୁ ଆସୁଥିବା ସଂଖ୍ୟାଧିକ ପ୍ରବାସୀ ଶ୍ରମିକ ନିଜ ରାଜ୍ୟରେ କାରୋନା ସଂକ୍ରମିତ ବୋଲି ଜଣା ପଡ଼ୁଛନ୍ତି। ଅଥଚ ଗୁଜରାଟରେ ସେମାନଙ୍କର ପରୀକ୍ଷା ହୋଇନାହିଁ। ଗତ ଅଢେଇ ମାସ ଭିତରେ ଗୁଜରାଟ ସଙ୍କ୍ରମିତଙ୍କ ସଂଖ୍ୟାକୁ ନେଇ ଟାଳଟୁଳ ଅଙ୍କ ଦେଇ…
ଭୁବନେଶ୍ବର : ରାଜ୍ୟରେ ଆଉ 103 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେବଗଡ ଜିଲ୍ଲାରୁ ସର୍ବାଧିକ 22 ଜଣ ରହିଥିବାବେଳେ କେନ୍ଦ୍ରାପଡା 15, ଜଗତସିଂହପୁରରୁ 10, ମାଲକାନଗିରିରୁ 9, ଭଦ୍ରକ ଓ ବଲାଙ୍ଗିରରୁ 8 ଜଣ ଲେଖାଏଁ, କୋରାପୁଟ ଓ ଗଜପତିରୁ 6 ଜଣ ଲେଖାଏଁ, ଖୋର୍ଦ୍ଧା ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ଥିବାବେଳେ ଗଞ୍ଜାମରୁ ଚାରି ଜଣ ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1438କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 881 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 550ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ହୋଇଛି । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ…
ନୂଆଦିଲ୍ଲୀ: ଖ୍ୟାତନାମା ଅଲିମ୍ପିଆନ୍ ବଲବୀର ସିଂ ସିନିୟରଙ୍କ 95 ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମେ 8 ତାରିଖରୁ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା ରିପୋର୍ଟ ନେଗେଟିଭ୍ ରହିଥିଲା । ତିନୋଟି ଅଲମ୍ପିକ୍ରେ ସ୍ବର୍ଣ୍ଣ ବିଜୟୀ ହକି ଦଳରେ ସେ ପ୍ରମୁଖ ଭୂମିକାର ଗ୍ରହଣ କରିଥିଲେ । ଲଣ୍ଡନରେ ହୋଇଥିବା 1948 ମସିହାର ଅଲିମ୍ପିକ୍ସରେ ଭାଗ ନେଇଥିବା ଟିମ୍ ଇଣ୍ଡିଆ ହକି ଟିମ୍ରେ ରହିଥିବାବେଳେ 1952ରେ ହେଲସିଙ୍କି ଏବଂ 1956ରେ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ ବଲବୀର୍ । 1956ରେ ମେଲ୍ବର୍ଣ୍ଣ ଅଲମ୍ପିକରେ ଭାରତର ଅଧିନାୟକ ହୋଇଥିଲେ । 1957 ମସିହାରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ବଲବୀର୍ ।
ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ସାରା ବିଶ୍ବ ଆଜି ସଂକଟମୟ ସ୍ଥିତିରେ । ଭାରତରେ ମଧ୍ୟ କରୋନା ବ୍ୟାପକ ପ୍ରସାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 38 ହଜାର 854ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ହଜାର 21କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 6,977 ଆକ୍ରାନ୍ତ ହୋଇଥିବାବେଳେ 154ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ସର୍ବମୋଟ୍ 1 ଲକ୍ଷ 38 ହଜାର 845 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 77 ହଜାର 103 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 57 ହଜାର 720 ଜଣ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ…
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି କରୋନା ମାମଲା ବଢି ଚାଲିଥିବାବେଳେ ରବିବାର ଦିନ ଏଠାରେ 73ଟି ନୂତନ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 317ରେ ପହଞ୍ଚି ଯାଇଛି । ଏବେ ପୂରା ରାଜ୍ୟଟି ଅରେଞ୍ଜ ଜୋନ୍ରେ ପରିବର୍ତ୍ତିତ ହୋଇଯାଇଛି । ବାହାର ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମିତ ମାମଲା ବଢିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏଠାରେ ସର୍ବାଧିକ ମାମଲା ନୈନିତାଲ୍ରୁ ହିଁ ଚିହ୍ନଟ ହୋଇଛି । ଏଠାରେ ମୋଟ୍ 117ଟି ମାମଲା ଚିହ୍ନଟ ହୋଇଥିବାବେଳେ ଡେରାଡୁନ୍ଣୁ 11, ଚମୋଲି 10, ଉଧମସିଂହର ଆଠ, ଅଲ୍ମୋଡାରୁ ପାଞ୍ଚ, ଟିହରୀରୁ ତିନି, ବାଗେଶ୍ବରରୁ ଦୁଇ ଓ ଚମ୍ପାବତ୍ ଓ ପୌଡୀ ଜିଲ୍ଲାରୁ ଜଣେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଦେଶରେ ସର୍ବମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଦେଶର…
ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲ୍ରେ ପହଞ୍ଚିଲା କରୋନା । ତିହାର ଜେଲରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାକାର 7 ନମ୍ବର ଜେଲର ଜଣେ ଅଧିକାରୀ କରୋନା ଭାଇରସ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି ଅଧିକାରୀ (ସହାୟକ ଜେଲ ଅଧୀକ୍ଷକ) ଜଣକ ପାଞ୍ଚ ଜଣ କଏଦୀ ଓ ଅନ୍ୟ 2 ଜଣ ଜେଲ କର୍ମଚାରୀଙ୍କ ସଂପର୍କରେ ଆସିଥିଲେ । ଏହି ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଦିଲ୍ଲୀରେ ଏହା ପୂର୍ବରୁ ରୋହିଣୀ ଓ ମଣ୍ଡୋଲି ଜେଲରେ କରୋନା ପଜିଟିଭ ଚିହ୍ନଟ ହୋଇଛି । 7 ନମ୍ବର ଜେଲର ଜଣେ ସହାୟକ ଅଧୀକ୍ଷକ ମେ’ 22ରେ ନିଜେ କୋଭିଡ-୧୯ ପରୀକ୍ଷା କରାଇଥିଲେ । ତାଙ୍କର ନମୁନା ରିପୋର୍ଟ ରବିବାର ପଜିଟିଭ ଆସିଛି । ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ଜେଲର ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ ସହାୟକ ଜେଲ…
କଣ୍ଟାବାଞ୍ଜି : ପୁଣି ଟ୍ରେନ୍ ଚେନ୍ ପୁଲ୍ କରି କଣ୍ଟାବାଞ୍ଜି ଷ୍ଟେସନରେ ପ୍ରବାସୀମାନେ ଓହ୍ଲାଇପଡିଥିବାର ସୂଚନା ରହିଛି । ବରଗଡ ଓ ନୂଆପଡା ଜିଲ୍ଲାର ପ୍ରାୟ 320 ଜଣ ପ୍ରବାସୀ ଓହ୍ଲାଇ ପଡିଥିବାର ସୂଚନା ମିଳିଛି । ଗୁଜୁରାଟ ଗାନ୍ଧିଧାମର ନିର୍ଗୁଣ୍ଡି ଆସୁଥିବା ଶ୍ରମିକ ଟ୍ରେନ୍ରୁ ପ୍ରବାସୀମାନେ ଓଡ୍ଲାଇ ପଡିଥିବାର ସୂଚନା ରହିଛି । ଗତକାଲି ଗଞ୍ଜାମ ଛତ୍ରପୁର ନିକଟରେ ମଧ୍ୟ ଶତାଧିକ ପ୍ରବାସୀ ଓଡ଼ିଆ ଟ୍ରେନ୍ ଚେନ୍ ପୁଲ୍ କରି ଛୁ’ ମାରିଥିଲେ । ଏସଆରସି ଗତକାଲି ପ୍ରବାସୀମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି। ତେବେ ଟ୍ରେନ ଯୋଗେ ଏବେ ଅନେକ ପ୍ରବାସୀ ଆସୁଥିଲେ ବି ଅନେକ ବିନା ସୂଚନାରେ ଆସୁଥିବାରୁ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଥିଲେ । ପ୍ରବାସୀ ଓଡ଼ିଆମାନେ ବାହାର ରାଜ୍ୟରୁ…
ନୂଆଦିଲ୍ଲୀ/ଭୁବନେଶ୍ବର: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର 4ଟା 45 ମିନିଟ୍ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ, ସାନିଟାଇଜର୍ ବ୍ୟବହାର କରିବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସେହିପରି ମୁମ୍ବାଇରୁ ଆଜି 25ଟି ବିମାନ ଉଡ଼ାଣ ଭରିବ। କରୋନାକୁ ଦୃଷ୍ଟିରେ ରଖି ମୁମ୍ବାଇରୁ ବିମାନ ଚଳାଚଳ କରିବ ନାହିଁ ବୋଲି ପୂର୍ବରୁ ମହାରାଷ୍ଟ୍ର ସରକାର କହିଥିଲେ। ଆନ୍ଧ୍ରପ୍ରଦେଶରେ ଘରୋଇ ବିମାନ ସେବା ଆସନ୍ତାକାଲିଠୁ ଆରମ୍ଭ ହେବ । ସେହିପରି ପଶ୍ଚିମବଙ୍ଗରେ ବିମାନ ସେବା ଆସନ୍ତା 28 ତାରିଖରୁ ଆରମ୍ଭ ହେବ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସମେତ ଦେଶର 60ରୁ ଅଧିକ ସହରର ବିମାନ…
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଗଣ୍ଡିକୀପୁର ତରପଡାରେ ଦୁଇ କୁନି କୁନି ନାବାଳିକାଙ୍କୁ ସେହି ଗ୍ରାମର ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ହି ଗ୍ରାମର ଦୁଇ ପରିବାରର ୪ ବର୍ଷର ଓ ୩ ବର୍ଷର ଦୁଇ ଝିଅ ନିଜ ମା’ ମାନଙ୍କ ସହିତ ଗଣ୍ଡିକୀପୁର ତରପଡା ରାମଚଣ୍ଡି ମନ୍ଦିରକୁ ୨୨ ତାରିଖରେ ଭାଗବତ ରାମାୟଣ ଶୁଣିବାକୁ ଯାଇଥିଲେ । ଏହି ସମୟରେ ଦୁଇ କୁନି ଝିଅ ଖେଳୁଥିବା ବେଳେ କୁରୁକୁରି ଦେଖାଇ ତାଙ୍କୁ ଜଣେ ୧୫ ବର୍ଷର ନାବାଳକ ନିକଟସ୍ଥ ଏକ ନିଛାଟିଆ ଅଂଚଳକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତା ଦୁଇ ନାବାଳିକାଙ୍କ ମା’ ଖୋଜାଖୋଜି କରିବାରୁ ଅଧଘଂଟା ପରେ ପିଲା ମାନଙ୍କୁ ପାଇଥିଲେ। ଏହି ମର୍ମରେ ଦୁଇ ପରିବାର ପକ୍ଷରୁ ଏକ ଅଭିଯୋଗ ହେବା ପରେ କୁଜଙ୍ଗ ଥାନାରେ କେସ୍ ନଂ-୧୧୫/୨୦ରେ ୩୭୬(ଏବି) ୪ ପୋସ୍କୋ ଆକ୍ଟ…
ନୂଆଦିଲ୍ଲୀ : ବିଶ୍ବବାସୀଙ୍କ ପାଇଁ ଦୁଃସମ୍ବାଦ । ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ବଳୟ । ଏହା ଫଳରେ ଭବିଷ୍ୟତରେ ଅନେକ ସ୍ୟାଟେଲାଇଟ ଅଚଳ ହେବା ସହିତ ଫୋନ୍ ଗୁଡିକ ଅଚଳ ହେବାର ସମ୍ଭାବନା ଦେଖାଦେଇଛି । ପୃଥିବୀର ଚୁମ୍ବକୀୟ ବଳୟ ଯାହା ସୌର ବିକିରଣରୁ ରକ୍ଷା କରିଥାଏ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ବିଗତ ଦୁଇ ଦସନ୍ଧି ମଧ୍ୟରେ ଏଥିରେ ପ୍ରାୟ 10 ପ୍ରତିଶତ ହ୍ରାସ ଘଟିଛି । ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଦକ୍ଷିଣ ଆଟଲାଣ୍ଟିକ୍ ଅଞ୍ଚଳରେ ଏହି ଚୁମ୍ବକୀୟ ବଳୟର ଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏହି ଅଞ୍ଚଳ ପଡିଥାଏ । ବୈଜ୍ଞାନିକ ମାନେ ଏହାର କାରଣ ଖୋଜିବା ସହିତ ଏହାର ସମାଧାନ ବିଷୟରେ ପରୀକ୍ଷଣ କରୁଛନ୍ତି । ଭବିଷ୍ୟତରେ ଏହା…

