Author: Samikhsya Bureau

ଭୁବନେଶ୍ୱର : ଆସନ୍ତା 29 ତାରିଖଠାରୁ ଆରମ୍ଭ ହେବ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ । କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ଦୁଇ ମାସ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ବୁଧବାରର ସମୀକ୍ଷା ବୈଠକ ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୂର୍ବଭଳି କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚତୁଃପାର୍ଶ୍ବର ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Read More

ନୂଆଦିଲ୍ଲୀ : ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌ ଦୁଇ ବର୍ଷ ପାଇଁ ଘୁଞ୍ଚିପାରେ । ଆସନ୍ତା କାଲି ଆଇସିସିର ବୈଠକ ପୂର୍ବରୁ ଆଇସିସିର ଜନୈକ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ପ୍ରକାଶ କରିଛନ୍ତି । ଏହି ଘୋଷଣା ପରେ ଆଇପିଏଲ୍‌ ହେବାର ରାସ୍ତା ପ୍ରଶସ୍ତ ହୋଇଛି । ଅକ୍ଟୋବର-ନଭେମ୍ବରରେ ଟି 20 ବିଶ୍ବକପ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା ମାତ୍ର କରୋନା ଭାଇରସ୍‌ ଆତଙ୍କ କାରଣରୁ ଏହାକୁ ସ୍ଥଗିତ ରଖାଯାଇପାରେ । ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଏ ତେବେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆଇପିଏଲ୍‌ ଅନୁଷ୍ଠିତ ହୋଇପାରିବ । ପୂର୍ବରୁ ବିସିସିଆଇ ବନ୍ଦ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନକୁ ସବୁଜ ସଙ୍କେତ ପ୍ରଦାନ କରି ସାରିଛି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ସକାଳୁ 76 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହ ମଧ୍ୟରେ ଜଗତସିଂହପୁର ଜିଲ୍ଲାର 6 ଜଣ ଆକ୍ରାନ୍ତ ରହିଥିଲେ । ଜିଲ୍ଲାର 6 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ବିଟ୍‌ କରାଯାଇ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । 22 ତାରିଖ ଦିନ ପରୀକ୍ଷଣ ପାଇଁ ଯାଇଥିବା 208 ନମୂନାରୁ ଏହି 6 ଜଣ ଆକ୍ରକାନ୍ତଙ୍କ ନମୂନା ପଜିଟିଭ୍‌ ଆସିଛି । ସମସ୍ତ ଆକ୍ରାନ୍ତ ତିର୍ତ୍ତୋଲ ବ୍ଲକ୍‌ର ଏବଂ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ସମସ୍ତଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି 23 ତାରିଖରେ ପରୀକ୍ଷଣ ପାଇଁ ଯାଇଥିବା ସମସ୍ତ 206 ନମୂନା ନେଗେଟିଭ୍‌ ରହିଛି ବୋଲି ଜିଲ୍ଲାପାଳ ଟ୍ବିଟ୍‌ କରିଛନ୍ତି ।

Read More

ଭୁବନେଶ୍ବର : ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ଦଇତାପତିଙ୍କ କରୋନା ପରୀକ୍ଷଣ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଏହି କରୋନା ପରୀକ୍ଷଣ ଆରମ୍ଭ ହୋଇଛି । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷଣ ଜାରି ରହିବ । ଦଇତା ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ରଙ୍କ ସ୍ବାବ୍‌ ପ୍ରଥମେ ସଂଗୃହୀତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମାର ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ଏହି କ୍ରମରେ ଆଜିଠାରୁ କରୋନା ପରୀକ୍ଷଣ ଆରମ୍ଭ କରାଯାଇଛି ।

Read More

ଭୁବନେଶ୍ବର : ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପ୍ରାଣ ହରାଇଛନ୍ତି ଜଣେ ପ୍ରବାସୀ ଶ୍ରମିକ । ଚାଲି ଚାଲି ଫେରୁଥିବା ବେଳେ ସୋନପୁର କଳାପଥର ନିକଟରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ । ପ୍ରବାସୀ ଜଣକ ମୁମ୍ବାଇରୁ ହାଓଡା ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ଗାଡିରୁ ଓହ୍ଲାଇ 3 କିମି ଚାଲିବା ପରେ କଳାପଥର ନିକଟରେ ହଠାତ୍‌ ଚେତା ହରାଇ ପଡିଯାଇଥିଲେ । ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ ପ୍ରବାସୀ ଜଣକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ନାଗରିକ ବୋଲି ଜଣାପଡିଛି ।

Read More

ନ୍ୟୁୟର୍କ : କରୋନା ମୁକାବିଲା ପାଇଁ ଟ୍ବିଟ୍ଟର ସିଇଓ ଜ୍ୟାକ୍‌ ଡୋର୍ସି 10 ମିଲିୟନ୍‌ ଡଲାର ଦାନ କରିଛନ୍ତି । ପ୍ରୋଜେକ୍ଟ 100 ନାମରେ 100 ଟି ପରିବାରକୁ 1 ହଜାର ଡଲାରର ଆର୍ଥିକ ସହାୟତା ପ୍ରଦାନ କରାଯାଛି । ଟ୍ବିଟ୍ଟର ବିଭିନ୍ନ ଏନ୍‌ଜିଓ ସହିତ ହାତ ମିଶାଇ ପ୍ରୋଜେକ୍ଟ 100 ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପରେ ଟ୍ବିଟ୍ଟରର ସହାୟତା କରିଛନ୍ତି ଗିଭ୍‌ ଡିରେକ୍ଟଲି, ପ୍ରପେଲ୍‌ ଏବଂ ଷ୍ଟାଣ୍ଡ ଫର୍‌ ଚିଲ୍ଡ୍ରେନ୍‌ ପରି ସଂସ୍ଥା । ସେହିପରି ଗୁଗୁଲ୍‌ ଏବଂ ଆଲ୍ଫାବେଟ୍‌ ସିଇଓ ସୁନ୍ଦର ପିଚାଇ , ଷ୍ଟିଭ୍‌ ବଲ୍‌ମର, ବିଲ୍‌ ଗେଟ୍‌ସ, ସର୍ଗି ବିନ୍ ଏବଂ ମ୍ୟାକେଞ୍ଜି ବେଜୋସ୍‌ ମଧ୍ୟ ଡୋର୍ସିଙ୍କ ସହାୟତା କରୁଛନ୍ତି । ଏହି ମିଶନ ଜରିଆରେ ଡୋର୍ସି 84 ମିଲିୟନ୍‌ର ସହାୟତା ରାଶି ସଂଗ୍ରହ କରିଛନ୍ତି । (ଏଜେନ୍ସି)

Read More

ବିଜନ କୁମାର ମହାପାତ୍ର ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ । ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା ସହ ଏହାର ଔଷଧ ବାହାର କରନ୍ତି । ପ୍ରାୟତଃ ଦେଖାଯାଇଛି ଯେ, ନୂଆ ଉଦ୍ଭାବିତ ଔଷଧ ବା ଟୀକାର ପ୍ରଭାବ ଜାଣିବା ପାଇଁ ପ୍ରଥମେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଏ । କିନ୍ତୁ ଏମିତି ଅନେକ ଦୁଃସାହସୀ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ରହିଛି , ଯେଉଁମାନେ କି ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ପ୍ରଥମେ ସେମାନଙ୍କ ଉପରେ ହିଁ ନୂଆ ଔଷଧ ବା ଟୀକାର ପରୀକ୍ଷଣ କରିଛନ୍ତି । ନିଜ ଉପରେ ହିଁ ନୂଆ ପ୍ରୟୋଗ କରିଛନ୍ତି । କିଏ ସଫଳ ହୋଇଛି ତ ଆଉ କିଏ ବିଫଳ ହୋଇଛି। ଏମିତି କିଛି…

Read More

ମୁମ୍ବାଇ : ବୁଧବାର 100 ପଏଣ୍ଟ ଉପରକୁ ଉଠିଛି ସେନସେକ୍ସ । 100 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 30671.28 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟି 20.25 ପଏଣ୍ଟର ଅଭିବୃଦ୍ଧି ସହିତ 9049.30 ପଏଣ୍ଟରେ ପହଞ୍ଚିଛି । ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3.21 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ କୋଟାକ ମହିନ୍ଦ୍ରା 2.37 ପ୍ରତିଶତ ଏବଂ ୟୁପିଏଲ୍‌ 1.90 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏହି ସମୟରେ ବଜାଜକ ଫିନସର୍ଭ ସବୁଠାରୁ ଅଧିକ କ୍ଷତି ସହିଛି । ବଜାଜ୍‌ ଫିନସର୍ଭ 2.08 ପ୍ରତିଶତର ହ୍ରାସ ଘଟିଥିବା ବେଳେ ଏମ୍‌ ଆଣ୍ଡ ଏମ୍‌ 1.82 ପ୍ରତିଶତ ଏବଂ ଟାଇଟାନ 1.56 ପ୍ରତିଶତର କ୍ଷତି ସହିଛି । ଏସିଆନ୍‌ ସେୟାର ବଜାର ଏହି ସମୟରେ ମିଶ୍ରିତ ପ୍ରଦର୍ଶନ କରିଛି । ଜାପାନ୍‌ର ନିକ୍କି 0.84 ପ୍ରତିଶତ ଉପରକୁ ଉଠିଥିବା ବେଳେ ସାଙ୍ଘାଇ କମ୍ପୋଜିଟ୍‌ 0.05 ତଳକୁ ଖସିଛି । ତାଇଓ୍ବାନ ସେୟାର ବଜାର 0.27…

Read More

 କେଦାର ମିଶ୍ର ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା ଦେଶ ତାଲା ବନ୍ଦ କରି ରହିଲା। ପ୍ରଥମରେ ଏହା ୨୧ ଦିନ ଓ ତା ପରେ ଆଉ ତିନୋଟି ପର୍ୟାୟରେ ଆହୁରି ୪୬ ଦିନ ଲକ ଡାଉନ କୁ ବଢା ଯାଇଛି। ଆଉ ୪ ଦିନ ପରେ ଚତୁର୍ଥ ପର୍ୟାୟର ଲକ ଡାଉନ ସରିବ। ଚତୁର୍ଥ ପର୍ୟାୟର ଲକ ଡାଉନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆମକୁ ଆଶ୍ଵାସନା ଦେଇ କହିଥିଲେ ଯେ ଜୀବନ ଆଗାମୀ ଦିନରେ ସ୍ଵାଭାବିକ ହେବ। ତେବେ ଗୋଟେ ଅଦ୍ଭୁତ ଧରଣର ସ୍ଵାଭାବିକତା ଏବେ ଆମେ ଲକ୍ଷ୍ୟ କରୁଛୁ। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ଗୋଟେ ବିଚିତ୍ର ଅବ୍ୟବସ୍ଥା। ମାସେ ହେଲା ଦେଶରେ ସନ୍ଧ୍ୟା ୭…

Read More

ଭୁବନେଶ୍ବର : ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିନେ କଳାକାର ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଏହି ସୂଚନା ଦେଇଛନ୍ତି । ବିଗତ କିଛିଦିନ ହେବ ଡାଇବେଟିସ ଜନିତ‌ ରୋଗରେ ସେ ଆକ୍ରାନ୍ତ ଥିଲେ। ତାଙ୍କର ହୃଦ୍‌ଘାତ ସମସ୍ୟା ଦେଖା ଦେଇଥିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂତନ 76 ଆକ୍ରାନ୍ତ । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1593ରେ ପହଞ୍ଚିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ 74 ଜଣ କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ ଦୁଇ ଜଣ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ 16 ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଏବଂ ନୂଆପଡାରୁ 13 ଜଣ, କଟକରୁ 11 ଜଣ, ଗଞ୍ଜାମରୁ 10 ଜଣ, ଜଗତସିଂହପୁରରୁ 6 ଜଣ, ବାଲେଶ୍ବର, ସୁନ୍ଦରଗଡ ଏବଂ ନୟାଗଡରୁ 2 ଜଣ ଲେଖାଏଁ ଏବଂ ମୟୁରଭଞ୍ଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ 733 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 853 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଏବଂ 7 ଜଣଙ୍କର ପ୍ରାଣହାନି ଘଟିଛି…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟକ 1.5 ଲକ୍ଷ ଅତିକ୍ରମ କରିଛି । ବୁଧବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1,51,767ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 4337ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 6387 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଜଣଙ୍କ ପ୍ରାଣହାନି ଘଟିଛି । ସେହିପରି ଦେଶରେ ସମୁଦାୟ 64,425 ଜଣ ସୁସ୍ଥ ହୋଇଥିବା ବେଳେ 83004ଟି ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ଦେଶର ଏକ ତୃତୀୟାଂଶ ଆକ୍ରାନ୍ତ ବା 54758 ଆକ୍ରାନ୍ତ ରହିଥିବା ବେଳେ ତାମିଲନାଡୁରେ 17728 ଜଣ ଆକ୍ରାନ୍ତ ରହିଛନ୍ତି । ମହାରାଷ୍ଟ୍ରରେ 1792 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାମିଲାନାଡୁରୋ 127 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 14821 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 915 ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବଡ ହନ୍ତୁଆଡ ଗ୍ରାମର ଧନେଶ୍ବର ମାର୍ଥା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଧନେଶ୍ବର ବିଗତ ୨୩ ବର୍ଷ ଧରି ମୁମ୍ବାଇରେ ରହୁଥିବା ବେଳେ ୨୦ ବର୍ଷ ତଳେ ତାଙ୍କ ଗୋଡ ଭାଙ୍ଗିଥିଲା। ପ୍ଲେଟ୍‌ ଲାଗିଥିବା କାରଣରୁ ବେଳେ ବେଳେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥାନ୍ତି ବୋଲି ପରିବାର ଲୋକ କହିଛନ୍ତି। ଗତ ପଞ୍ଚୁଦୋଳରେ ସେ ଘରକୁ ଫେରିଥିବା ବେଳେ ତାଙ୍କୁ ୪-୫ ଥର ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଯନ୍ତ୍ରଣା ଅସହ୍ୟ ହେବାରୁ ଧନେଶ୍ବର ଆତ୍ମହତ୍ୟାର ପନ୍ଥା ବାଛି ନେଇଥିବା ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧନେଶ୍ବରଙ୍କ ମୃତ ଶରୀର କଳାପଟା ଗହିରରୁ ଉଦ୍ଧାର କରାଯାଇଥିବା ବେଳେ ଶବ ନିକଟରୁ ମନୋସିଲ୍‌ ନାମକ କୀଟନାଶକ ପ୍ୟାକେଟ୍‌ ମିଳିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ବାଣପୁର ଥାନା ଏଏସ୍‌ଆଇ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଚାନ୍ଦା ମାଗୁଥିବା ଅଭିଯୋଗରେ ଛଅ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଜୟପ୍ରକାଶ ପ୍ରଧାନ (୨୫), ଚନ୍ଦ୍ରକାନ୍ତ ତାଣ୍ଡି (୨୮), ପିପଲପଡା ଗ୍ରାମର ଭୁବନାନନ୍ଦ ନାଏକ (୩୨) ତିନି ଜଣ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ମ.ରାମପୁରର କନିଷ୍ଠ ଯନ୍ତ୍ରୀ ବୈଶାଖୁ ହରିଜନଙ୍କ ଠାରୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଚାନ୍ଦା ଅସୁଲି କରିଆସୁଥିଲେ । ଏ ସଂପର୍କରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପୋଲିସକୁ ଖବର ଦେବାପରେ ପୋଲିସ ପକ୍ଷରୁ କେଶ ନଂ.୮୧/୨୦୨୦ ଆଇପିସି ୩୮୬/୩୮୭/୫୦୭/୪୧୦/୪୬୮ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ମୋବାଇଲ ଟ୍ରାକିଂ କରାଯାଇଥିଲା । ସଂପୃକ୍ତ ନକଲି ମାଓବାଦୀ ମାନଙ୍କୁ ଠାବ କରି…

Read More

ଭୁବନେଶ୍ବର : କୋଭିଡ-19 ବିଶ୍ୱ ମହାମାରୀକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ଲଫାପା ଓ ରାଜ୍ୟର ପ୍ରସିଦ୍ଧ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର 10ଟି ପୋଷ୍ଟକାର୍ଡକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ଏହି ସ୍ୱତନ୍ତ୍ର ଡାକ ଲଫାପା ମାଧ୍ୟମରେ ମାସ୍କ ପିନ୍ଧିବା ପାଇଁ ବାର୍ତ୍ତା ଦିଆଯାଇଛି । ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଏହି ପୋଷ୍ଟକାର୍ଡ ପ୍ରସ୍ତୁତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, କୃଷ୍ଣଚନ୍ଦ୍ର ଗଜପତି, ଫକିର ମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରମୁଖ ଏହି ଡାକଟିକଟରେ ସ୍ଥାନ ପାଇଛନ୍ତି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :କରୋନା ଲଢ଼େଇରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତିବିଶେଷ ନିଜକୁ ସାମିଲ କରିଛନ୍ତି । ଏହିଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସମ୍ମାନିତ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ସାମାଜିକ କାର୍ଯ୍ୟ ପାଇଁ ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏନ୍‌. ଧନଞ୍ଜୟ ରାଓ, ବିଜୟ ସାମଲ, ଅକ୍ଷୟ ପତି, ଶ୍ରୀକାନ୍ତ ସାବତଙ୍କୁ ସାଂସଦ ଏବଂ ବିଧାୟକ କାର୍ଯ୍ୟାଳୟରେ ଆଜି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସଂଜିବ ପାଣିଗ୍ରାହୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ମଦନ ଦଳାଇ, ଏସ୍‌କେ ସ୍ୱାଇଁ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ବର : ରାଜ୍ୟରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟର ପ୍ରଥମ ଡାକ୍ତର ଭାବରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହି ଡାକ୍ତର । ଏହି ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ । ନିକଟରେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଡାକ୍ତର ଜଣକ କେନ୍ଦ୍ରାପଡା ଯାଇଥିବା ଜଣାପଡିଛି । ନମୂନା ପଜିଟିଭ୍‌ ଆସିବା ପରେ ଡାକ୍ତରଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଟକ ନଗର ପ୍ରଶାସନ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରେଡ଼୍‌ଜୋନ୍‌ରେ ଥିବା ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରତିଦିନ କିଛି କିଛି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ତା’ଠାରୁ ଅଧିକ ବ୍ୟକ୍ତି ସୁସ୍ଥ ହେଉଥିବା ଖବର ଆଶ୍ୱସ୍ତି ଆଣିଦେଇଛି। ଆଜି ପୁଣି ଗଂଜାମ ଜିଲ୍ଲାରୁ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି। ସମୁଦାୟ ୩୫୮ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୮ ଜଣ ସୁସ୍ଥ ହୋଇଛନ୍ତି। ୧୦୭ ଜଣ ସଂକ୍ରମିତ ରୋଗୀ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଭଲ କଥା ଗଂଜାମ ଜିଲ୍ଲାରେ ସୁସ୍ଥ ହେବା ପ୍ରତିଶତ ଭଲ ରହିଛି। ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଓଡ଼ିଶା ଫେରିଥିବାବେଳେ ସେଥିମଧ୍ୟରୁ ପ୍ରାୟ ୭୦ ହଜାର ଲୋକ କେବଳ ଗଂଜାମ ଜିଲ୍ଲାର। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରହିଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ ବର୍ତ୍ତମାନ ହୋଇନାହିଁ। ସମସ୍ତଙ୍କ…

Read More

ମୁମ୍ବାଇ : କ୍ରାଇମ୍‌ ପ୍ୟାଟ୍ରୋଲ୍‌ ଅଭିନେତ୍ରୀ ଫ୍ରେକ୍ଷା ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି । 25 ବର୍ଷୀୟ ଏହି ଅଭିନେତ୍ରୀ ଜଣକ ନିଜ ଇନ୍ଦୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ କାରଣରୁ କାମ ମିଳୁନଥିବାରୁ ବିଗତ କିଛି ଦିନ ହେବ ପ୍ରେକ୍ଷା ଅବସାଦରେ ଥିଲେ । ପ୍ରେକ୍ଷା ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ମଧ୍ୟ କାହାକୁ ଦାୟୀ କରିନାହାନ୍ତି । ନିଜର ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟରେ ପ୍ରେକ୍ଷା ଲେଖିଥିଲେ, ‘ସବୁଠୁ ଖରାପ ହେଉଛି, ତୁମ ସ୍ବପ୍ନ ମରିଯିବା’ । ପ୍ରେକ୍ଷା କ୍ରାଇମ ପ୍ୟାଟ୍ରୋଲ୍‌ ବ୍ୟତିତ ମେରୀ ଦୁର୍ଗା ଏବଂ ଲାଲ ଇସ୍କରେ ନଜର ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଦ୍ବିତୀୟ କଳାକାର ଭାବରେ ପ୍ରେକ୍ଷା ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଅନ୍ୟତମ ଟିଭି ଅଭିନେତା ମନମୀତ୍‌ ଗ୍ରେଓ୍ବାଲ ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଡିଏଫ୍‌ଓ ପକ୍ଷରୁ ଏକ ଅଢେଇ କିଗ୍ରାର ବଜ୍ରକାପ୍ତ ଉଦ୍ଧାର କରାଯିବା ସହିତ ୭ ଜଣଙ୍କୁ ଗିରଫ କରାଯାଇଛି। ରେଢାଖୋଲ ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବଜ୍ରକାପ୍ତାକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଥିଲା। ଦୀର୍ଘ ତିନିମାସ ହେଲା ଏହି ଚୋରାଚାଲାଣ କାରୀଙ୍କୁ ଧରିବାରେ ଜଙ୍ଗଲ ବିଭାଗ ଜାଲ ବିଛାଇଥିଲା। ଚୋରାଚାଲାଣ କାରୀମାନେ ବଜ୍ରକାପ୍ତାକୁ ଟିକିରାନଦୀ ପାଖରେ ମାଟି ତଳେ ହାଣ୍ଡି ଦେଇ ଲୁଚାଇକି ରଖିଥିଲେ। ରେଢାଖୋଲ ଜଙ୍ଗଲରୁ ବଜ୍ରକାପ୍ତା ବାହାରକୁ ଚାଲାଣ କରୁଥିବା ବେଳେ ୭ ଜଣଙ୍କୁ ଜଙ୍ଗଲ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅପରାଧୀମାନେ ହେଲେ ସୁଶୀଲ ସେଠୀ, ଲକ୍ଷ୍ମଣ ସେଠୀ, ଶ୍ରୀରାମ ଶବର, ଶିବ ଶବର, ଖିଜୁ ଶବର, ପୂର୍ବତନ ସରପଞ୍ଚ ଯଦୁମଣୀ ପାତ୍ର, ନେପାଳ ସାହୁ ବୋଲି ଡିଏଫ୍‌ଓଙ୍କ ପକ୍ଷରୁ…

Read More

ମୁମ୍ବାଇ : ନିଜର 2.75 ପ୍ରତିଶତ ଅଂଶଧନ ବିକ୍ରି କରିଛି ଭାରତୀ ଏୟାରଟେଲ । ଭାରତର ଦ୍ବିତୀୟ ବୃହତ୍ତମ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ 8433 କୋଟି ଟଙ୍କା ବିନିମୟରେ ଏହି ଅଂଶଧନ ବିକ୍ରି କରିଛି । 50ଟି ଭିନ୍ନ ଭିନ୍ନ ସଂସ୍ଥାକୁ ଏହି ଅଂଶଧନ ବିକ୍ରୟ କରାଯାଇଥିବା ନେଇ ଭାରତୀ ଏୟାରଟେଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କମ୍ପାନୀର ଦୁଇ ପ୍ରମୁଖ ଅଂଶୀଦାର ଭାରତୀ ଏୟାରଟେଲ ଏବଂ ସିଙ୍ଗଟେଲ ନିଜ ଅଂଶଧନ ବିକ୍ରି କରିନାହାନ୍ତି । ଦୀର୍ଘମିଆଦି ଫାଇଦା ପାଇଁ କମ୍ପାନୀର ଅଂଶଧନ ବିକ୍ରୟ କରାଯାଉଛି ବୋଲି ଭାରତୀ ଏଣ୍ଟରପ୍ରାଇଜେସ୍‌ର ନିର୍ଦ୍ଦେଶକ ହର୍‌ଜିତ୍‌ କୋହଲି ସୂଚନା ଦେଇଛନ୍ତି । (ଏଜେନ୍ସି)

Read More