କ୍ବାରେଣ୍ଟିନ୍‌ କେନ୍ଦ୍ର ବାହାରେ ପ୍ରବାସୀଙ୍କ ମୃତଦେହ

Published: Jun 1, 2020, 10:16 am IST

ନରସିଂହପୁର : କ୍ବାରେଣ୍ଟିନ୍‌ କେନ୍ଦ୍ର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଟକ ବଡମ୍ବା ନୋଡାଲ ହାଇସ୍କୁଲ କ୍ବାରେଣ୍ଟିନ୍‌ କେନ୍ଦ୍ର ବାହାରୁ ଏହି ମୃତଦେହ ଉଦ୍ଧାର କରାଯାଇଛି ।  ମୃତ ବ୍ୟକ୍ତି ଜଣକ ପ୍ରବାସ ଫେରନ୍ତା ହୋଇଥିବାବେଳେ ସେ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରହୁଥିଲେ । ମୃତକ ଜଣକ କୃଷ୍ଣଚନ୍ଦ୍ରପୁର ଗ୍ରାମର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ମୃତ ପ୍ରବାସୀ ଜଣକ ଗତ 26 ତାରିରୁ ମୁମ୍ବାଇର ଆସିଥିବାବେଳେ  କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ । କିନ୍ତୁ ଆଜି ସକାଳୁ କ୍ବାରେଣ୍ଟାଇନ୍‌ ସେଣ୍ଟରର ପାଚେରୀ ବାହାରେ ଏକ ବିଲରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ବ୍ୟକ୍ତିଙ୍କର ମଧୁମେହ ଓ ହାର୍ଟ ସମସ୍ୟା ଥିଲା ବୋଲି ନରସିଂହପୁର ତହସିଲଦାର ଜଣାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ରୂପେ ଜଣାପଡିବ ।

Related posts