ସୀତାରାମ ଅଗ୍ରଓ୍ବାଲ ବାଣପୁର: ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଗାଲୁଆ ଗ୍ରାମ ପଞ୍ଚାୟତରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ଏକ କ୍ଷୁଦ୍ର ସଭାର ଆୟୋଜନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ବ କରିବା ସହ କରୋନା ମହାମାରୀ ସମୟରେ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ନିଜ ସଂସାରକୁ ପାଥେୟ କରି ଜନସାଧାରଣଙ୍କୁ ବଞ୍ଚାଉଛନ୍ତି ତାଙ୍କର ଋଣ ଆମେ ସୁଝି ପରିବା ନାହିଁ କିନ୍ତୁ ତାଙ୍କର ଏ ମହାନ କାମ ପାଇଁ ଟିକିଏ ଧନ୍ୟବାଦ ଦେଇ ପାରିବା ବୋଲି ବିବୃତି ପ୍ରଦାନ କରିଥିଲେ। ସମ୍ପାଦକ ବିନୟ ଭୂଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଗାଲୁଆ ପଞ୍ଚାୟତର ସରପଞ୍ଚ ରୋଜାଲିନ ସାମନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ପ୍ରଧାନ, ୱାର୍ଡ ମେମ୍ବର ଦୁର୍ଗା ଶଙ୍କର ବେହେରା, କୋରୋନା ଯୁଦ୍ଧର…
Author: Samikhsya Bureau
ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବାର ଆହ୍ବାନ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ସହାୟତା ଲୋଡିଛନ୍ତି । ଏହି କ୍ରମରେ ନବୀନ ବିଭିନ୍ନ ନେତାଙ୍କୁ ଫୋନ୍ କରି ଏହି ଧାରାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମାଜବାଦୀ ଦଳ ସଭାପତି ରବି ବେହେରା ଏବଂ ମାର୍କ୍ସସିଷ୍ଟ କମ୍ୟୁନିଷ୍ଟ ଦଳର ଅଳି ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ ନବୀନ । ଏହି ଧାରାରେ ନିଜକୁ ସାମିଲ କରି କରୋନା ଯୋଦ୍ଧାଙ୍କ ମନୋବଳ ବଢାଇବା ପାଇଁ ନବୀନ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।
ନୂଆଦିଲ୍ଲୀ : ଋଣଭାରରେ ବୁଡି ରହିଥିବା ତଥା କ୍ଷତିରେ ଚାଲୁଥିବା ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆରେ 5 ପ୍ରତିଶତର ଅଂଶଧନ କିଣିବାକୁ ଯାଉଛି ଗୁଗୁଲ୍ । ଭାରତରେ ଫେସ୍ବୁକ୍ର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନେବାର ଆଶା କରାଯାଉଛି । ଫେସ୍ବୁକ୍ ଜିଓରେ ନିବେଶ କରିଥିବା ବେଳେ ଭାରତୀୟ ବଜାର ଅଧିଗ୍ରହଣ ଜିଓ ପାଇଁ ସହଜ ରହିଛି । ସେହିପରି ଗୁଗୁଲ୍ର ପ୍ୟାରେଣ୍ଟାଲ କମ୍ପାନୀ ଆଲ୍ଫାବେଟ୍ ମଧ୍ୟ ଜିଓରେ ନିବେଶ କରିବାର ଲକ୍ଷ୍ୟ ରଖିଛି । ଭୋଡାଫୋନ୍ରେ ଅଧିଗ୍ରହଣ ସମ୍ପର୍କରେ ଉଭୟ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ କ୍ଷତିରେ ଚାଲିଥିବା ଭୋଡାଫୋନ୍ର ପୁନରୁଦ୍ଧାର ପାଇଁ ଏହା ସଠିକ ରହିବ ବୋଲି ବ୍ୟବସାୟ ସମୀକ୍ଷକ ସୂଚନା ଦେଇଛନ୍ତି । (ଏଜେନ୍ସି)
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ 940 ଲିଟର ଦେଶୀମଦ ଜବତ କରାଯିବା ସହିତ 14 ଜଣଙ୍କୁ ଗିରଫ କରାଯାଇଛି । 27 ଏବଂ 28 ତାରିଖ ଦୁଇଦିନ ଧରି ଏକାଧିକ ସ୍ଥାନରେ ଚଢାଉ କରି ଅବକାରୀ ବିଭାଗ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଆସ୍କା ଥାନା ଅନ୍ତର୍ଗତ କେନ୍ଦୁପଦର, ବାଲିସିରିଆ ଏବଂ ପାକଳପଲୀ ସହିତ ସୋରଡା ଏବଂ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଳରାମପୁର, ଭାଳିଆପଲ୍ଲୀ ଏବଂ ମାଟିଖାଲରେ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ 940 ଲିଟର ଦେଶୀ ମଦ, 3700 କିଗ୍ରାର ଫର୍ମେଣ୍ଟେଡ୍ ଓ୍ବାଶ୍ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ 14 ଜଣଙ୍କୁ କୋର୍ଟ ଚାଲାଣ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡିଛି ।
ବବୁଲୁ ସାହୁ ଗୋଲାମୁଣ୍ଡା: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଯୋଗୁଁ ହିତାଧିକାରୀ ମାନେ ଏହାର ସୁଫଳ ପାଇପାରୁନାହାନ୍ତି। ମାସ ମାସ ଧରି ପିଡିଏସ୍ ବ୍ୟବସ୍ଥାରେ ଲୋକେ କିରୋସିନି ନପାଇ ହନ୍ତସନ୍ତ ହେବାର ଦେଖାଦେଇଛି। କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପଛୁଆ ବ୍ଲକ୍ ଭାବରେ ଗୋଲାମୁଣ୍ଡା ବ୍ଲକ୍ ପରିଚିତ। ଏହି ବ୍ଲକର ବଡଚେର୍ ଗ୍ରାମ ପଞ୍ଚାୟତର ଡ଼ମବସା ଗ୍ରାମର ଅଧିବାସୀ ହିତାଧିକାରୀ ମାନେ ଗତ ୬ ମାସରୁ ଉର୍ଦ୍ଧ୍ଵ ସମୟ ଧରି କିରୋସିନି ପାଇନଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ଏହା ସ୍ଵତଃ ପ୍ରବୃତ୍ତ ଭାବେ ବିଭାଗୀୟ ସ୍ଵଛ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ସମୟରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ମୂଲ୍ୟ ନେଇ ସାମଗ୍ରୀ ବଣ୍ଟନ କରାଯାଇଥିବା ବ୍ୟାପକ ଚର୍ଚ୍ଚା ମଧ୍ୟ ଚାଲିଛି ।ଏକ ସୁନିୟନ୍ତ୍ରିତ ତଙ୍ଗରେ ଉପରୁ ତଳ ସ୍ତର ପର୍ଯ୍ୟନ୍ତ ବ୍ୟବସ୍ଥିତ ବ୍ୟବସ୍ଥାରେ ହରିଲୁଟ ଚାଲୁଥିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ। ସଂପୃକ୍ତ ପିଡିଏସ୍ ହିତାଧିକାରୀ ମାନଙ୍କ ସାହିରେ ବିଦ୍ୟୁତ୍…
ରମେଶ ମହାନ୍ତି ଜଗତସିଂହପୁର: ଆଜି ସକାଳୁ ରାଜ୍ୟରୁ ୬୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଜଗତସିଂହପୁର ଜିଲ୍ଲାରୁ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି। ଆଜିର ଦୁଇ ଆକ୍ରାନ୍ତ ଉଭୟ ପୁରୁଷ ଏବଂ ଉଭୟଙ୍କ ବୟସ ଯଥାକ୍ରମେ ୫୯ ଏବଂ ୬୦। ଦୁଇ ଜଣ ଆକ୍ରାନ୍ତ ନାଉଗାଁ ବ୍ଲକ୍ର ଏବଂ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହା ସହିତ ଉଭୟ କ୍ବାରେଣ୍ଟିନ୍ ସେଣ୍ଟରରେ ରହିଥିବା ଜଣାପଡିଛି। ଉଭୟଙ୍କୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବାବ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କାହାରିକୁ ଘରକୁ ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।
ନୂଆଦିଲ୍ଲୀ : ଦିଲ୍ଲୀରେ ରହିଥିବା ଜଣେ ଚୀନ୍ ମହିଳାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣ ମଙ୍ଗଳବାର ହୋଇଥିବା ବେଳେ ଏ ନେଇ ପୋଲିସ୍ରେ ଅଭିଯୋଗ ମଧ୍ୟ କରାଯାଇଥିଲା । ମାତ୍ର ପୋଲିସ୍ର ନିଷ୍କ୍ରିୟତା ପରେ ମହିଳା ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଏହି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଗ୍ରେଟର ନୋଏଡା ଅଞ୍ଚଳରେ ଏହି ଘଟଣା ଘଟିଛି । ଏହି ଚୀନ୍ ମହିଳାଙ୍କ ନାମ ଜୋଉ ହୁଇ । ମହିଳା ଜଣଙ୍କ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଜଣେ ବ୍ୟକ୍ତି ଆସି ହଠାତ୍ ଏକ ବାଡିରେ ତାଙ୍କୁ ଆକ୍ରମଣ କରିଥିଲା । ମହିଳା ଜଣକ ଗ୍ରେଟର ନୋଇଡାର ଏଟିଏସ୍ ପାରିଦୋଷ ସୋସାଇଟିରେ ରହୁଥିବା ବେଳେ ଉକ୍ତ ସୋସାଇଟିର ସିକ୍ୟୁରିଟି ଗାର୍ଡ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ୍ ଏଫ୍ଆଇଆରରେ ଅଭିଯୁକ୍ତଙ୍କ ନାଁ ନାହିଁ । ମହିଳା ଜଣକ ଟ୍ବିଟ୍ କରି ଅଭିଯୁକ୍ତଙ୍କ ନାଁ ପ୍ରକାଶ…
ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ କାରଣରୁ ପ୍ରବାସୀ ଶ୍ରମିକ ମାନେ ନାନାଦି ହଇରାଣ ହରକତ ହେଉଥିବାରୁ ଏକ ବଡ ରାୟ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଶ୍ରମିକଙ୍କ ଠାରୁ ବସ୍ କି ରେଳଯାତ୍ରା ଖର୍ଚ୍ଚ ନିଆଯିବନାହିଁ । ନିଜ ରାଜ୍ୟର ପ୍ରବାସୀ ଶ୍ରମିଙ୍କ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ସମ୍ପୃକ୍ତ ରାଜ୍ୟ ସରକାର । ଖାଦ୍ୟ ବ୍ୟବସ୍ଥାରୁ ଆରମ୍ଭ କରି ଯେଉଁ ରାଜ୍ୟ ଦେଇ ଯିବେ ସେହି ରାଜ୍ୟର ସରକାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରେଳ ଓ ବସରେ ଫେରୁଥିବା ଶ୍ରମିକ ମାନଙ୍କ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ଉପଯୁକ୍ତ ପରିମାଣରେ କରିବାକୁ କଡ଼ା ନିର୍ଦ୍ଦେଶ । ତୁରନ୍ତ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପ୍ରତି ଠିକ୍ ବ୍ୟବସ୍ଥା ହେଉନଥିବା ନେଇ ଚିନ୍ତାବ୍ୟକ୍ତ…
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ନେଇ ଆଶଙ୍କା ମଧ୍ୟ ରହିଛି । ଏହାସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସହ ବଜ୍ରପାତର ସତର୍କ ସୂଚନା ପ୍ରଦାନ କରାଯାଇଛି । ସତର୍କସୂଚନା ଜାରି କରାଯାଇଥିବା 7 ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର । ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଲକ୍ଷଣ ଦେଖାଦେବା ପରେ ପାତ୍ରଙ୍କୁ ଗୁରଗାଓଁ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରଗାଓଁ ସ୍ଥିତ ମେଦାନ୍ତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ନଜର ଆସୁଥିବା ଏବଂ ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ପାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ । ନିକଟରେ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ 75 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 76 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 67 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ 25 ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ 19, କଟକରୁ 9ଜଣ, ପୁରୀରୁ 8, ନୟାଗଡ ଓ କେନ୍ଦ୍ରାପଡାରୁ 3 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ ଓ ବଲାଙ୍ଗିରରୁ 2 ଜଣ ରହିଛନ୍ତି । ସେହିପରି କେଉଁଝର, ବୌଦ୍ଧ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 887ରେ ପହଞ୍ଚିଛି ।
ଭୁବନେଶ୍ବର : କରୋନା ମୁକାବିଲା ନେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଓଡ଼ିଶାକୁ ଆସିବା 2 ମାସରୁ ଉର୍ଦ୍ଧ୍ବ ହୋଇଗଲାଣି । କରୋନା ଯୋଗୁଁ ରାଜ୍ୟରେ 50 ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସର୍ବତ୍ର ପ୍ରଶସଂନୀୟ ହୋଇ ପାରିଛି । ତେବେ ଏହି କରୋନାକୁ ମୁକାବିଲା କ୍ଷେତ୍ରରେ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶସଂନୀୟ ବୋଲି କହିଛନ୍ତି ନବୀନ । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍ ରହିଛି ବୋଲି କହିଛନ୍ତି ନବୀନ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଲକ୍ଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନ୍ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ କିଛି କିଛି ସ୍ଥାନରେ ଚେନ୍ ଟାଣି ଫେରାର୍ ହେଉଥିବାର ଖବର ଶୁଣିବାକୁ ମିଳୁଛି । ପ୍ରାୟ ପ୍ରତ୍ୟେକ ଦିନ ଏପରି ଘଟଣା ଘଟୁଛି । ଆଜି ପୁଣି ଚେନ୍ ପୁଲ୍ କରି ଟ୍ରେନ୍ରୁ ଓହ୍ଲାଇଗଲେ 44 ପ୍ରବାସୀ। ଚେନ୍ନାଇ-ଖୋର୍ଦ୍ଧା ରୋଡ୍ ଯାଉଥିବା ଶ୍ରମିକ ଟ୍ରେନ୍ର ଚେନ୍ ପୁଲ୍ କରିଛନ୍ତି ପ୍ରବାସୀମାନେ। ପ୍ରବାସୀମାନେ ଧୂଆଁଳ ଫାଟକ ପାଖରେ ଚେନ୍ ପୁଲ୍ କରି ଓହ୍ଲାଇଥିବାର ସୂଚନା ରହିଛି। ଏହି ପ୍ରବାସୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 32 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 12 ଜଣ ରହିଛନ୍ତି । ପ୍ରବାସୀଙ୍କ ଚେନ୍ ପୁଲିଂ କରିଥିବାବେଳେ ସିଙ୍ଗେଶ୍ବର ସରପଞ୍ଚ ଏହା ସମ୍ପର୍କରେ ପୋଲିସ୍ଙ୍କୁ ଖବର ଦେଇଥିଲେ । ଏହା ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକକୁ ଅଟକ ରଖିଥିଲେ । ଗାଡି ଯୋଗେ ସରପଞ୍ଚମାନେ…
ଜଗତସିଂହପୁର : ସ୍ବାବ୍ ରିପୋର୍ଟ ନ ଆସିବା ଯାଏଁ ଘରକୁ ଯିବା ମନା କରାଯାଇଛି। କ୍ବାରେଣ୍ଟିନ୍ରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ଜଗତସିଂହପୁର ଜିଲ୍ଲା ପ୍ରତିକ୍ରିୟା ଦେଇଛନ୍ତି। ସ୍ବାବ୍ ରିପୋର୍ଟ ନ ଆସିବା ଯାଏଁ ପ୍ରବାସୀଙ୍କୁ ଘରକୁ ଛଡାଯିବନି ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସାତଦିନିଆ କ୍ବାରେଣ୍ଟିନ୍ ଅବଧି ଶେଷ ପରେ ପ୍ରବାସୀ ଘରକୁ ପଳାଉଥିଲେ । ମାତ୍ର ସ୍ବାବ୍ ରିପୋର୍ଟ ଆସିବା ପରେ ପଜିଟିଭ୍ ସ୍ପଷ୍ଟ ନେଇ ଚିନ୍ତା ବଢୁଥିଲା। ରିପୋର୍ଟ ଆସିବା ପରେ ପ୍ରବାସୀଙ୍କୁ ଘରୁ ଆଣିବାକୁ ପଡୁଥିଲା। ଏନେଇ ଜିଲ୍ଲାପାଳ କଡା ନିୟମ କରିଛନ୍ତି । କ୍ବାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ବି ସେମାନଙ୍କ ସ୍ବାବ୍ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘରକୁ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ, ଏହି ଯୋଦ୍ଧାମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ନବୀନ । ଅପରପକ୍ଷରେ ଆଜି ଅପରାହ୍ନ 2ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଦିନକୁ ଦିନ ମହାମାରୀ କରୋନା ସମଗ୍ର ବିଶ୍ବରେ ତା’ର କାୟାବିସ୍ତାର କରିବାରେ ଲାଗିଛି । ଆମ ରାଜ୍ୟରେ 1600ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । କରେନାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସାଙ୍ଗଙ୍କୁ ଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣୁଛନ୍ତି । ଏଥି ସହିତ ପ୍ରବାସୀଙ୍କୁ ନିକଟରୁ ସଙ୍ଗରୋଧ ଗୃହରେ ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ, ଉତ୍ତମ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରିଛନ୍ତି । ମାତ୍ର ବାଲୁଗାଁ ଏନ୍ଏସି ଅଧୀନସ୍ଥ ବାଲୁଗାଁ ମହାବିଦ୍ୟାଳୟର ଏକ ନମ୍ବର କ୍ବାରେଣ୍ଟାଇନ୍ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ସାଙ୍ଗକୁ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଏବଂ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ କରା ନ ଯାଉଥିବାରୁ ଅନ୍ତେବାସୀମାନେ ଅଭିଯୋଗ କରି ଅନଶନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ 1 ନମ୍ବର କ୍ବାରେଣ୍ଟାଇନ୍ କେନ୍ଦ୍ରରେ ବୃଦ୍ଧା, ମହିଳା ଏବଂ ଶିଶୁଙ୍କ…
ଜମ୍ମୁକାଶ୍ମୀର : ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରରେ ସେନା ବାହିନୀ ପୁଲୱାମା ପୁଲିସ ଓ ସିଆରଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ସାଣ୍ଟ୍ରୋ କାରରୁ ବିପୁଳ ପରିମାଣର ’ଆଇଡି’ (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ) ଊଦ୍ଧାର କରିଥିଲେ। ପରେ ଉକ୍ତ କାରରେ ଥିବା ବୋମାକୁ ବୋମା ନିଷ୍କ୍ରୟକାରୀ ଦଳ ଏହି ବୋମାକୁ ଠିକ୍ ସମୟରେ ନିଷ୍କ୍ରିୟ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁଲୱାମା ପୋଲିସ, ସିଆରପିଏଫ୍ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ଏହି ଗାଡିକୁ ଚିହ୍ନଟ କରିଥିଲେ। ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ଏହି କାରଟିକୁ ଚଳାଇ ଆସୁଥିଲେ।…
ଜଳେଶ୍ବର : ଜଳେଶ୍ବରର ଦୁଇ ପୃଥକ ସ୍ଥାନରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି । ଭୋଗରାଇ ବ୍ଲକ ବଡପାଡି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବବେଳେ ବାଲିଆପାଳ କେଳୁଆଡିଆ ଗ୍ରାମରେ ବଜ୍ରପାତରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ଆଜିଠାରୁ ରାଷ୍ଟ୍ରୀୟ କଂଗ୍ରେସ ଅନଲାଇନ୍ ମାଧ୍ୟମରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି କଂଗ୍ରେସ । କଂଗ୍ରେସ ତରଫରୁ ‘ସ୍ପିକ୍ ଅପ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କରୋନା ମୁକାବିଲାରେ ସରକାର କିଭଳି ବିଫଳ ହେଲେ ସେନେଇ ଜନଜାଗରଣ ଆରମ୍ଭ କରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ତଥା ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଉ ବୋଲି ସୋନିଆ ଦାବି କରିଛନ୍ତି ।ସେହିପରି ପ୍ରବାସୀ ଶ୍ରମିକଙ୍କୁ 6 ମାସ ପର୍ଯ୍ୟନ୍ତ 7500ଟଙ୍କା ଦେବା ପାଇଁ ଦାବି କରିଛନ୍ତି । ସେହିପରି ସୋସିଆଲ ମିଡିଆରେ ଯୋଡି ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରବାସୀ ଓଡ଼ିଆଙ୍କୁ ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବାକୁ ସୋସିଆଲ ମିଡିଆରେ ଦାବି କରିଛନ୍ତି ପିସିସି ସଭାପତି । ଚାଷୀମାନଙ୍କୁ ସହାୟତା ପାଇଁ…
ବାରିପଦା : ହୋମ୍ କ୍ବାରେଣ୍ଟିନ୍ରେ ଥିବା 45 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବେତନଟୀ ବ୍ଲକ ନହଣ୍ଡାଶୋଳ ଭାଲୁବସାଗାଁରେ ପଡି ରହିଛି ମୃତ ଦେହ । ସୁରତରୁ ଫେରି କ୍ବାରେଣ୍ଟିନ୍ରେ ଥିବାରୁ କେହି ମୃତଦେହ ପାଖ ମାଡୁନାହାନ୍ତି । ସେ ସୁରତରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ପରେ ସେ ହୋମ୍ କ୍ବାରେଣ୍ଟିନ୍ରେ ଥିଲେ । ଆଜି ସକାଳୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ସେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଘରୁ ବାହାରକୁ ଆସିଥିଲେ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ଦେହକୁ କେହିଁ ଛୁଇଁ ନାହାନ୍ତି । ଗ୍ରାମବାସୀମାନେ କରୋନା ଭୟରେ ମୃତଦେହକୁ ଛୁଉଁ ନାହାନ୍ତି । ସେହିପରି ମୃତକଙ୍କ ଏକମାତ୍ର ପୁତ୍ର ସୁରତରେ ରହିଥିବାର ସୂଚନା ରହିଛି । ତେବେ ଏନେଇ ପୋଲିସ୍କୁ ଖବର ଦିଆଯାଇଛି । …

