Author: Samikhsya Bureau

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ମଧ୍ୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ପଶ୍ଚିମ ଦ୍ବାର ପଟୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ବାରା ଚାଲିଛି ଉଚ୍ଛେଦ । ଲକ୍‌ ଡାଉନ୍‌ ପାଇଁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କାମ ବନ୍ଦ ରହିଥିଲା । ଆଜିଠାରୁ ଉଚ୍ଛେଦ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।  ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ବିଭିନ୍ନ  କାର୍ଯ୍ୟ ପାଇଁ ପ୍ରସ୍ତୁତି ହୋଇଛି । ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ କରାଯିବ ।

Read More

ପୁରୀ : ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଠାରୁ ଏହି କାମ ପୁଣି ଥରେ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ପଟୁ କାମ ଆରମ୍ଭ ହେଉଛି। ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ଭଗ୍ନାବଶେଷକୁ ତୁରନ୍ତ ସ୍ଥାନାନ୍ତର କରାଯିବା ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଉତ୍ତର ପାଖରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର ଉତ୍ତରପାର୍ଶ୍ବରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ଜଣାପଡିଛି । ପୂର୍ବରୁ ଉତ୍ତରପାର୍ଶ୍ବ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା । ଏବେ ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନଗୁଡିକ ଉଚ୍ଛେଦ କରାଯିବ ବୋଲି ସୂଚନା ରହିଛି । କରୋନା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଦୁଇ ମାସ ହେବ ଉନ୍ନୟନ କାମ ସମ୍ପୂର୍ଣ୍ଣ…

Read More

ଭୁବନେଶ୍ବର : କେରଳରେ ଫସି ରହିଥିବା 169 ଜଣ ଓଡ଼ିଆ ଝିଅ ଆଜି ଓଡ଼ିଶା ଫେରିଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଝିଅମାନେ ଆସି ଭୁବନେଶ୍ବରରେ ଓହ୍ଲାଇଛନ୍ତି । ଏର୍ଣ୍ଣାକୁଲମ୍‌ର ଏକ କପଡା କାରଖାନାରେ କାମ କରୁଥିଲେ ଏହି ଝିଅମାନେ । ଲକ୍‌ ଡାଉନ୍‌ ଯୋଗୁଁ ଏର୍ଣ୍ଣାକୁଲମ୍‌ରେ ଫସି ରହିଥିଲେ ଏହି ଯୁବତୀମାନେ । ଫେରିଥିବା ସମସ୍ତ ଝିଅମାନେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ତିନି ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଦିନ ରାଜ୍ୟ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। କ୍ୟାବିନେଟରେ 24ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯିବ। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ବୋଲି ସମ୍ଭାବନା  ରହିଛି। କାରଣ ରାଜ୍ୟରେ ବର୍ତ୍ତମାନ କରୋନା ମୁକାବିଲା ସହ ଫେରିଥିବା ପ୍ରବାସୀଙ୍କୁ କାମ ଦେବା ରାଜ୍ୟ  ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ତିନି ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ । ତେଣୁ ଏମାନଙ୍କ ଥଇଥାନ ସହ ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବେ ରାଜ୍ୟ ସରକାରଙ୍କ…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ନୂତନ 63 ଜଣ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1723ରେ ପହଞ୍ଚିଛି । ତେବେ ଆଜି  ଚିହ୍ନଟ ହୋଇଥିବା 63 ଜଣ ଆକ୍ରାନ୍ତ ଓଡ଼ିଶାର 15ଟି ଜିଲ୍ଲାରୁ ରହିଛନ୍ତି ବୋଲି ସୂଚନା ରହିଛି । ଏହି ନୂତନ 63 ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 12, ଜଗତସିଂହପୁରରୁ 11 ଜଣ ରହିଛନ୍ତି ।  ଗଞ୍ଜାମରୁ 4, ବାଲେଶ୍ବର ଓ କଟକରୁ ତିନି ଲେଖାଏଁ ଚିହ୍ନଟ ହୋଇଥିବବେଳେ ଢେଙ୍କାନାଳରୁ 9, ନୟାଗଡରୁ 7, ବଲାଙ୍ଗିରରୁ 6, ସୁନ୍ଦରଗଡରୁ 2 ଜଣ ରହିଥିବାବେଳେ ପୁରୀ, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ଗଞ୍ଜାମ 398 302 93 3 ଯାଜପୁର 253 151 102 0 ବାଲେଶ୍ବର 142 119…

Read More

ମାଙ୍ଗାଲୋର୍‌ : କରୋନା ସଂକଟ ସମୟରେ ସମେସ୍ତ ଭେଦଭାବ ଭୁଲି ମାନବତା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହି ସଂକଟ ସମୟରେ ଲୋକଙ୍କ କଠୋରତା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ମାମଲା ମାଙ୍ଗଲୋର୍‌ରେ ଘଟିଥିବାର ସାମ୍ନାକୁ ଆସିଛି । ବନ୍ଦେ ଭାରତ ଫ୍ଲାଇଟରେ ଜଣେ ଗର୍ଭବତୀ ମହିଳା ଭାରତ ଫେରିଥିବାବେଳେ ତାଙ୍କୁ ପ୍ରଥମେ ଆପାର୍ଟମେଣ୍ଟ ଓ ପରେ ତାଙ୍କୁ ପ୍ରାଇଭେଟ୍‌ ହସ୍ପିଟାଲକୁ ପ୍ରବେଶ ଅନୁମତି ନ ମିଳିବା ଫଳରେ ତାଙ୍କ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ବନ୍ଦେ ଭାରତ ମିଶନ ଯୋଜନା ଆାଧାରରେ ଜଣେ ଗର୍ଭବତୀ ମହିଳା ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ମଙ୍ଗଲୋର୍‌ ସ୍ଥିତ ରହୁଥିବା ଆପାର୍ଟମେଣ୍ଟରେ ତାଙ୍କୁ ଯିବାକୁ ଅନୁମତି ମିଳିଲା ନାହିଁ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ନୂତନ 63 ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 63 ଜଣଙ୍କ  ମଧ୍ୟରେ 61 ଜଣ କ୍ବାରେଣ୍ଟାଇନ୍‌ କେନ୍ଦ୍ରର ହୋଇଥିବାବେଳେ ଦୁଇଟି ଲୋକାଲ୍‌ କେସ୍‌ ରହିଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1723କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 887 ଜଣ ଓ ମୃତ୍ୟୁବରଣ କରିଛନ୍ତି 7ଜଣ । ତେବେ ରାଜ୍ୟରେ ଆକ୍ଟିଭ୍‌ କେସ 827 ରହିଛି । ଆଜି ଚିହ୍ନଟ ହୋଇଥିବା 63 ଜଣ ଆକ୍ରାନ୍ତ ଓଡ଼ିଶାର 15ଟି ଜିଲ୍ଲାରୁ ରହିଛନ୍ତି ବୋଲି ସୂଚନା ରହିଛି । ଏହି ନୂତନ 63 ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 12, ଜଗତସିଂହପୁରରୁ 11 ଜଣ ରହିଛନ୍ତି ।  ଗଞ୍ଜାମରୁ 4, ବାଲେଶ୍ବର ଓ କଟକରୁ ତିନି ଲେଖାଏଁ ଚିହ୍ନଟ ହୋଇଥିବବେଳେ…

Read More

ପୁରୀ : କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ପ୍ରେମୀ ଯୋଡ଼ି । କରୋନା ମୁକାବିଲା ପାଇଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ତେବେ ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରେମୀ ଯୁଗଳ । ମିଳିଥିବା ସୂଚନା ଅନୁସାରେ ଏହି ପ୍ରେମୀ ଯୋଡିଙ୍କ ନିଜ ଘର ପୁରୀ ଜିଲ୍ଲା ସଗଦା ଗ୍ରାମରେ। ଏହି ପ୍ରେମୀ ଯୁଗଳଙ୍କ ନାମ ହେଉଛି ସୌରଭ-ପିଙ୍କି । ଦୁହେଁ ଜାନୁଆରୀ ମାସରେ ଘର ଛାଡି ଗୁଜୁରାଟ ପଳାଇଥିଲେ । ତେବେ କରୋନା ବ୍ୟାପିବା ପରେ ସେମାନେ ଓଡ଼ିଶା ଫେରିଥିଲେ। ଗୁଜୁରାଟରୁ ଫେରି ସେମାନେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଦୁହେଁ 14 ଦିନିଆ କ୍ବାରେଣ୍ଟାଇନ୍‌ ଅବଧି ସମାପ୍ତ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଓଡ଼ିଶା ଛାଡି ଗୁଜୁରାଟ ପଳାଇଥିବାବେଳେ ସେଠାରେ ସୌରଭ ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ । କିନ୍ତୁ ଲକ୍‌ ଡାଉନ୍‌…

Read More

ପଟ୍ଟାମୁଣ୍ଡାଇ : ଜମି ପାଇଁ 60 ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରିଥିବାର ସୂଚନା ମିଳିଛି । ସିମିଲିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିବାର ଖବର ରହିଛି । ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ 60 ବର୍ଷୀୟା ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ ଦୁଇ ଜଣ ଗୁରୁତର ରହିଛନ୍ତି । ପଟ୍ଟାମୁଣ୍ଡାଇ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Read More

ସୋର : ଘରକୁ ବାହୁଡ଼ି ପାରିଲେନି । ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ। ସୋର ଉତ୍ତରେଶ୍ବର ଛକ ପାଖରେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରିବା ବାଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକପଶ୍ଚିମବଙ୍ଗ ବୀରଭୂମି ଭବାନୀପୁର ଅଞ୍ଚଳର ଆୟାର ମହମ୍ମଦ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରବାସୀ ଜଣକ ନିଜ ପୁତୁରା ସହ ହାଇଦ୍ରାବାଦରୁ ଚାଲି ଚାଲି କୋଲକତା ଆସୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ଗତରାତିରେ ଆୟାର ଅସୁସ୍ଥ ଅନୁଭବ କରିବାରୁ ଉଭୟ ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବରଫକଳ ଛକ ଠାରେ ରହି ଯାଇଥିଲେ। ତେବେ ଆଜି ସକାଳୁ ଆୟାରଙ୍କୁ ତାଙ୍କ ପୁତୁରା ଡାକିବାରୁ ସେ ଉଠି ନ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ…

Read More

ନୂଆଦିଲ୍ଲୀ : କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 65 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 4 ହଜାର 7 ଶହ ଟପିଲାଣି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 7466ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 175ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 65 ହଜାର 799ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ 4 ହଜାର 706 ଜଣଙ୍କ ମୃତ୍ୟୁ ଘଟିଛି…

Read More

ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ମ୍ୟୁନିସିପାଲିଟିର ବଜାର କମିଟି ମଧ୍ୟରେ କୋଭିଡ୍ ୧୯ର ସୁପରିଚାଳନା, ଦୋକାନ ବଜାର, ହାଟ ଖୋଲିବା ସମ୍ପର୍କରେ ଏକ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ କୋଭିଡ୍-୧୯ ସମୟରେ ଜୀବନ ସହିତ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଜଗତସିଂହପୁର ଜନସାଧାରଣ ଅତ୍ୟନ୍ତ ସଚେତନ ତେଣୁ ଜଗତସିଂହପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଜିଲ୍ଲାରେ ଯେଉଁ ୪୯ଟି ପଜିଟିଭ୍ କେସ୍ ବାହାରିଛି ତାହା ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡିଆ ଅଟନ୍ତି। ଦୋକାନୀ ଓ ଗ୍ରାହକ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଜନଗହଳିକୁ ବାରଣ କରିବା, ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ନ ଆସିବା, ହାତ ସାନିଟାଇଜ୍ କରିବା, ଜନସାଧାରଣ ଓ ଦୋକାନୀ ମାନଙ୍କୁ ବଜାର କମିଟିର କର୍ମକର୍ତ୍ତାମାନେ ସଚେତନ କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକର…

Read More

ଆଠଗଡ: ପୁଅକୁ ହତ୍ୟା କରି ଘର ପଛପଟରେ ଥିବା ବାଡ଼ିରେ ମୃତଦେହକୁ ପୋତିଦେଇଛି ବାପା। କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଥାନା ଅଂଚଳରେ ଏଭଳି ଘଟଣା ଘଟିଥିବାର ଚର୍ଚ୍ଚା ହେଉଛି। ପୁଅକୁ ଜଘନ୍ୟ ହତ୍ୟା କରିବା ପରେ ଉପାୟ ନ ପାଇ ବାପା ଗାତ ଖୋଳି ପୋତିଦେଇଥିବା ଅଭିଯୋଗ ହୋଇଛି । ସପ୍ତାହ ତଳେ ୩୦ ବର୍ଷୀୟ ପୁଅକୁ ହତ୍ୟା କରାଯାଇଥିବା କୁହାଯାଉଛି । ସଂପୃକ୍ତ ଯୁବକଙ୍କୁ ଗାଁ ଲୋକେ ୭ ଦିନ ପର୍ଯ୍ୟନ୍ତ ଦେଖି ନଥିବାରୁ ସନ୍ଦେହ କରିଥିଲେ। ଏନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପୋଲିସ ପୁତ୍ରହନ୍ତା ବାପାକୁ ଜେରା କରିବା ସମୟରେ ଘଟଣା ପଦାକୁ ଆସିଛି। ଏଥି ସହିତ ଘର ପଛରେ ଥିବା ବାଡ଼ିରୁ ପୁଅର ମୃତଦେହ ଠାବ ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Read More

କେଦାର ମିଶ୍ର ଗତ ବର୍ଷ ମଇ ୧୯ ତାରିଖରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାର ଠିକ କୋଡିଏ ବର୍ଷ ପୂର୍ବରୁ ୫, ମାର୍ଚ୍ଚ, ୨୦୦୦ଦିନ ଓଡିଶା ରାଜନୀତିରେ ନିତାନ୍ତ ନବାଗତ ନବୀନ ପଟ୍ଟନାୟକ ଓଡିଶାର ୧୫ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏଠି ଏକ ବିସ୍ମୟକର ସଂଯୋଗର କଥା ଉଲ୍ଲେଖ କରାଯାଇପାରେ। ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ନବୀନ ବାବୁଙ୍କ ପୃଷ୍ଠଭୂମିରେ ୧୯୯୯ର ମହାବାତ୍ୟା ରହିଥିବା ବେଳେ ପଞ୍ଚମ ପାଳି ବେଳକୁ “ଫନି” ବାତ୍ୟାର ତାଣ୍ଡବ ରହିଥିଲା। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାରର ନେତୃତ୍ଵ ନେଇ ସେଦିନ ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ କେହି କେବେ ଚିନ୍ତା ବି କରି ନଥିଲେ ଯେ, ଆଗାମୀ ଦୁଇ ଶତାବ୍ଦୀ ଧରି ସେ ଓଡିଶାର…

Read More

କନ୍ଦର୍ପ ବେହେରା ରେଢାଖୋଲ : ଏଇ କିଛି ଦିନ ତଳେ ବାଟଗାଁ ପଂଚାୟତର ଭେଟିଆବେନିରେ ଜଣେ ମହିଳାକୁ ହାତୀ ମାରି ଦେଇଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଆଉ ଜଣେ ମହିଳାକୁ ସକାଳେ ହାତୀ ମାରି ଦେଇଥିବା ଖବର ହସ୍ତଗତ ହୋଇଛି । ପ୍ରକାଶ ଯେ ନାକ୍ଟିଦେଉଳ ରେଞ୍ଜର ବାଟଗାଁ ପଂଚାୟତ ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ(୬୨)ଙ୍କୁ ହାତୀ ଦଳି ଦେଇଛି। ମୃତ ମହିଳା ଜଣଙ୍କ ନିଜ ଜମିକୁ କୌଣସି କାମରେ ସକାଳ ୫ଟାରେ ଯାଇଥିଲେ। ସେଇ ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ମହିଳା ଜଣଙ୍କୁ କଚାଡ଼ି ମାରି ଦେଇ ଜଙ୍ଗଲକୁ ପଳାଇଥିଲା। ଘର ଲୋକେ ଖବର ପାଇ ଗଲା ବେଳକୁ ମହିଳା ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଜଙ୍ଗଲ ବିଭାଗର କୌଣସି ପଦାଧିକାରୀ ପହଂଚି ପାରି ନ ଥିବା ଜଣା ପଡ଼ିଛି। ବାରମ୍ବାର ଏ ଅଂଚଳରେ ହାତୀ ମଣିଷ…

Read More

ବ୍ରହ୍ମପୁର: ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗି ୩ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ, ତାଙ୍କର ଶଳା ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଅଛନ୍ତି। ଘର ଭିତରୁ ତିନିଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଥିବା ଅଲେଖଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୌଣସି କାରଣରୁ ସର୍ଟ ସର୍କିଟ୍‌ରୁ ଘରେ ନିଆଁ ଲାଗିଥିଲା । ତିନିଜଣ ଗୋଟିଏ ଘରେ ଶୋଇଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ନିଆଁ ଲାଗି ଯିବା ଫଳରେ ସମସ୍ତେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ବୋଲି ଜଣାପଡ଼ିଛି।

Read More

ନୂଆଦିଲ୍ଲୀ : ପୁଣିଥରେ ଖଣ୍ଡାଧାରରେ ଲଟକି ରହିଛି ଆଇପିଏଲ୍‌ର ଭାଗ୍ୟ । ଆଜି ଆଇସିସି ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ପୁଣି ଥରେ ଆଇପିଏଲ୍‌କୁ ନେଇ ଆଶଙ୍କା ଦେଖାଦେଇଛି । ଟି 20 ବିଶ୍ବକପ୍‌ର ଭବିଷ୍ୟତ ନେଇ ଅନୁଷ୍ଠିତ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆସନ୍ତା ଜୁନ୍‌ 10 ତାରିଖରେ ଏହାକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ । ତେବେ ଏହା ଦ୍ବାରା ଭାରତୀୟ କ୍ରୀଡାପ୍ରେମୀ ପ୍ରଭାବିତ ହେବେ । ବିଶ୍ବକପ୍‌ର ଆୟୋଜନ ସିଧାସଳଖ ଆଇପିଏଲ୍‌ ସହିତ ଯୋଡି ହୋଇ ରହିଥିବାରୁ ଆଇପିଏଲ୍‌ ଫ୍ୟାନ୍‌ ମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ମ୍ୟାଚ୍‌ ଆୟୋଜନର ବିଭିନ୍ନ ପ୍ରକାର ଦିଗକୁ ଅନୁଧ୍ୟାନ କରାଯାଉଛି ଏବଂ ଜୁନ୍‌ 10 ତାରିଖରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ସେହିପରି ନିକଟ ଭବିଷ୍ୟତରେ ଆଇସିସି ମୁଖ୍ୟ ଶଶାଙ୍କ ମନୋହର ଯୋଶୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ କରୋନା ଯୋଗୁଁ ସହରର ଥିବା ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଗଞ୍ଜାମର କିଛି ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅନ୍ତର୍ଗତ ବୈଦ୍ୟନାଥପୁର ଥାନା ତରଫରୁ ଥାନା ନିକଟରେ ଏକ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଥାନା ଆଇଆଇସି ସାରଦା ପ୍ରସନ୍ନ ଦାଶ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ଥାନାର ବହୁ କର୍ମଚାରୀ ଏବଂ ଅଂଚଳର କିଛି ଉତ୍ସାହୀ ଯୁବକ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରୁ ସମୁଦାୟ ୩୧ ୟୁନିଟ ରକ୍ତସଂଗୃହୀତ ହୋଇଥିଲା ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଗୁରୁବାର ଦିନ ହଳଦିଆପଦର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ଓଡ଼ିଶା ମୋ ପରିବାର ତରଫରୁ ଶୁଖିଲା ଖଶଦ୍ୟ ବଣ୍ଟନ କରାଯାଇଛି । କନ୍‌ଭେନର୍ ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ବସ୍‌ରେ ଆସୁଥିବା ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବ୍ରେଡ଼, ବିସ୍କୁଟ, କଦଳୀ, ମୁଢ଼ି ଓ ପାଣି ବୋତଲ ରଖାଯାଇ ପ୍ରାୟ ୫୦୦ ଗୋଟି ପ୍ୟାକେଟ୍ କରାଯାଇ ବସ୍ ଟ୍ରକ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋ ପରିବାର ଉପ କନଭେନର ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବନୀ ସାହୁ, ସଂଜିତ ପାଣିଗ୍ରାହୀ, ଟିଙ୍କୁ ମିଶ୍ର, ବିଜୟ ସାମଲ, ମଦନ ଦଳେଇ, ସଂଘମିତ୍ରା ଦଳାଇ, ଦୁର୍ଗାପ୍ରସାଦ ପଣ୍ଡା, ଧନଞ୍ଜୟ ରାଓ, କାହ୍ନୁଚରଣ ପାତ୍ର, ଫାୟାଜ ଖାନ୍‌,…

Read More

ଭୁବନେଶ୍ବର : ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତ କାରଣରୁ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି । ବାଲେଶ୍ବରର ବାଲିଆପାଳ ଏବଂ ଭୋଗରାଇ ଅଞ୍ଚଳରେ ଦୁଇ ଜଣ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗର ଜନୈକ ଯୁବକ ଏକ ଚିଙ୍ଗୁଡି ଘେରିରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଥିଲେ । ସେହିପରି ଭୋଗରାଇର ବଡପାହି ଗ୍ରାମରେ ଜଣେ ମହିଳା ବଜ୍ରଘାତରେ ପ୍ରାଣ ହରାଇଛନ୍ତି । ଘର ଉପରେ ବଜ୍ରପାତ ହେବାରୁ ଅନ୍ନପୂର୍ଣ୍ଣା ରଣା ନାମକ ଏହି ମହିଳାଙ୍କ ପ୍ରାଣହାନି ଘଟିଛି ।

Read More

ବେଙ୍ଗାଲୁରୁ : କରୋନା ସଂକ୍ରମଣ ରୋକିବା ପାଇଁ କର୍ଣ୍ଣାଟକ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁବାର 5ଟି ରାଜ୍ୟ ସହିତ ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି କର୍ଣ୍ଣାଟକ ସରକାର । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସହିତ ସମସ୍ତ ପ୍ରକାରର ଯୋଗାଯୋଗକୁ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି । 24 ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ନୂତନ 115 ମାମଲା ସାମ୍ନାକୁ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି । ଆସନ୍ତା ମେ 31 ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏପରିକି ରାଜ୍ୟ ବାହାରେ ରହିଥିବା ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀଙ୍କ ପାଇଁ ଏହି ନିୟମ ବଳବତ୍ତର ରହିବ । (ଏଜେନ୍ସି)

Read More