Author: Samikhsya Bureau

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ କରୋନା ସଙ୍କଟର ରାଜନୀତିକରଣ କରୁଛି ବୋଲି ନଡ୍ଡା ବୟାନ ଦେଇଛନ୍ତି। ଦେଶ ଏପରି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ କଂଗ୍ରେସ ସମ୍ବେଦନ ହୀନ ରାଜନୀତି କରୁଛି ବୋଲି ନଡ୍ଡା ଅଭିଯୋଗ କରିଛନ୍ତି। ବିଜେପିର ସମସ୍ତ କର୍ମୀ ସେବାରେ ନିୟୋଜିତ ହୋଇଥିବା ବେଳେ କଂଗ୍ରେସ କେବଳ ଅଭିଯୋଗର ରାଜନୀତି କରୁଛି ବୋଲି ଶନିବାର ଦିନ ମତ ଦେଇଛନ୍ତି ନଡ୍ଡା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଜେପି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରୁଛି ବୋଲି ନଡ୍ଡା ମତ ଦେଇଛନ୍ତି। (ଏଜେନ୍ସି)

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି 5 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ଜଣ ଯାକ ଆକ୍ରାନ୍ତ ଗୋଲାମୁଣ୍ଡା ବ୍ଲକର ହୋଇଥିବା ବେଳେ ସେମାନଙ୍କ 2 ଜଣ ମହାରାଷ୍ଟ୍ରରୁ, 2 ଜଣ ତେଲେଙ୍ଗାନାରୁ ଏବଂ ଜଣେ ଗୁଜରାଟରୁ ଫେରିଥିଲେ। ଗତ 17 ତାରିଖ ଦିନ ସେମାନେ ଫେରିବା ପରେ ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା। 19 ତାରିଖ ଦିନ ପରୀକ୍ଷା ପାଇଁ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ 30 ତାରିଖ ଦିନ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଇତି ମଧ୍ୟରେ ସେମାନଙ୍କ କ୍ୱାରେଣ୍ଟଇନ ଅବଧି ଶେଷ ହେବାପରେ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ସେମାନେ ଘରେ ରହୁଥିବା ସମୟରେ ସେମାନଙ୍କ ପଜିଟିଭ ରିପୋର୍ଟ ଆସିବା ପରେ ହେଲେ 30 ତାରିଖ ଦିନ ସେମାନଙ୍କୁ ନିଜ ନିଜ ଘରୁ ଅଣାଯାଇ ଭବାନୀପାଟଣାସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି…

Read More

ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପୁରପଲ୍ଲୀ ସମେତ ଭାରତ ତଥା ବିଶ୍ବର କୋଣ ଅନୁକୋଣରେ ରହିଥିବା ଓଡିଆ ଏହାକୁ ଗାଇଥିବା ବେଳେ ସ୍ବୟଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସଙ୍ଗୀତ ଗାନ କରିଛନ୍ତି । 5ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ନବୀନ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ସେହିପରି ଲୋକସେବା ଭବନ ଏବଂ କମିଶନରେଟ ପୋଲିସ୍‌ କାର୍ଯ୍ୟାଳୟରେ ମଧ୍ୟ ଏହି ଗୀତ ଗାନ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ କମିଶନର ଏଥିରେ ଅଂଶଗ୍ରହଣ କରିଥିଲେ । ଅପରପକ୍ଷରେ ଦୁଇ ବଲିଉଡ୍‌ ଗାୟକ ଶଙ୍କର ମହାଦେବନ୍‌ ଏବଂ ଆଶା ଭୋଁସଲେ ମଧ୍ୟ ଏହି ଗୀତ ଗାଇଥିଲେ ।

Read More

ଭୁବନେଶ୍ବର : ପାଣିପାଗ ବିଭାଗ ପକ୍ଷରୁ 10ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଆଜି ରାତି 9ଟା ସୁଦ୍ଧା ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହିତ ଏହି ସମୟରେ 50 କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛନ୍ତି କଳାହାଣ୍ଡି, ରାୟଗଡା, କନ୍ଧମାଳ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ନୟାଗଡ ଓ କୋରାପୁଟ । ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Read More

ବାରଣାସୀ : ଟିକ୍‌ଟକ୍‌ ନିଶା ପଡିଲା ମହଙ୍ଗା । ଉତ୍ତର ପ୍ରଦେଶର ବାରଣାସୀରେ ଟିକ୍‌ଟକ୍‌ କରୁଥିବା ସମୟରେ 5 ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ବାରଣାସୀର ରାମନଗର ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଏହି ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଗଙ୍ଗା କୂଳରେ 5ଜଣ ସାଙ୍ଗ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ମୃତ୍ୟୁ ହୋଇଥିବା ସମସ୍ତ ଝିଅ ରାମନଗରର ଗଡହୀ ଏବଂ ସିୱାନର ହୋଇଥିବା ବେଳେ ସମସ୍ତେ ସ୍କୁଲ ଛାତ୍ରୀ । ସମସ୍ତଙ୍କ ବୟସ 15 ରୁ 18 ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ସେମାନେ ଗାଧୋଇବା ସମୟରେ ଟିକଟକ୍ ଭିଡିଓ କରୁଥିବା ନେଇ ଏଭଳି ଦୁଘର୍ଟଣା ଘଟିଥିବା ସୂଚନା ମିଳିଛି । ପୋଲିସ 5ଟି ଯାକ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରହିଛି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ଦ୍ୱାରା ସମଗ୍ର ରାଜ୍ୟରେ ଏକକାଳୀନ ଭାବେ ପାଖାପାଖି 25000 କାର୍ଯ୍ୟକର୍ତାଙ୍କ ଦ୍ୱାରା 10000 ସ୍ଥାନରେ ପ୍ରାୟ ଏକ ଲକ୍ଷ୍ୟ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁରୂପ ଭାବେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର- ବାଲୁଗାଁ ଏ.ବି.ଭି.ପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ବାଣପୁର ଅଞ୍ଚଳର ପ୍ରତାପ ଗ୍ରାମର ଆଶା କର୍ମୀ, ତୁମୁରାପୁଟ ପଞ୍ଚାୟତର ସରପଞ୍ଚ, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳର କରୋନା ଯୋଦ୍ଧମାନେ ଯଥା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଓ କର୍ମଚାରୀ, ଗମ୍ଭାରୀମୁଣ୍ଡା ଫାଣ୍ଡି…

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ୬ଜଣ ପଜିଟିଭ୍ ବାହାରିଛନ୍ତି । ସମସ୍ତ ୬ଜଣ ଆକ୍ରାନ୍ତ ଟି.ଏମ୍.ସି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉକ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ବାଲିକୁଦା ଅଂଚଳର ହୋଇଥିବା ବେଳେ ଜଣେ ତିର୍ତ୍ତୋଲ ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଜଣକ ସାମନ୍ତରାପୁର ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି ।ସମସ୍ତ ୬ଜଣ ଆକ୍ରାନ୍ତଙ୍କୁ ତୁରନ୍ତ କିମ୍ସ୍ ହସପିଟାଲକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Read More

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ କରୋନା ଏକ୍ସପ୍ରେସ୍‌ କହିଛନ୍ତି ମମତା । କରୋନା ଆକ୍ରାନ୍ତଙ୍କ ସହିତ ସରକାର ହଜାର ହଜାର ପ୍ରବାସୀଙ୍କୁ ସ୍ଥାନାନ୍ତର କରୁଥିବାରୁ ମମତା ଏହାକୁ ସମାଲୋଚନା କରି କୋନା ଏକ୍ସପ୍ରେସ୍‌ ବୋଲି ଅଭିହିତ କରିଛନ୍ତି । ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରବାସୀ ମାନଙ୍କୁ ସ୍ଥାନାନ୍ତର କରିବା ଦ୍ବାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ମମତା କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସ୍ବିଡେନ୍‌ ମଡେଲକୁ ଆପଣେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ମମତା । ପଶ୍ଚିମବଙ୍ଗ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶ ଦାତା ଦୀପ୍ତେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : କରୋନା ତଥ୍ୟ ଲୁଚାଉଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଚିଲିକା ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ଗତକାଲି ପ୍ରାଣ ହରାଇଥିବାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୋଭିଡ -୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଥିବାବେଳେ କରୋନା ଜନିତ ମୃତ୍ୟୁ ତଥ୍ୟକୁ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ବୀରାଜ। ଚିଲିକା ବ୍ଲକର ଜଣେ ବ୍ୟକ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବାବେଳେ ଗତ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ଦୁଇ ଦିନ ପରେ ସରକାର ମୃତକଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ କରୋନରେ ନୁହେଁ, ବରଂ ଲିଭର ଓ ଅନ୍ୟ ରୋଗରୁ ମୃତ୍ୟୁ ହୋଇଛି ବୋଲି ଜଣାଇଛନ୍ତି। ଏହାକୁ ନେଇ ପୃଥ୍ବୀରାଜ ସରକାରଙ୍କୁ ନିନ୍ଦା କରିବା ସହ ଲୁଚା ଚୋରା କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି। ତଥ୍ୟ ନ…

Read More

ପୁରୀ : ଭକ୍ତ ବତ୍ସଳ ମହାପ୍ରଭୁ କାଳିଆ ଠାକୁର ଏଥର ବିନା ଭକ୍ତରେ କରିବେ ତାଙ୍କର ଯାତ୍ରା। ଭକ୍ତ ପ୍ରିୟ କଳା ରସିକ କଳାଠାକୁର ଏଥର ବିନା ଭକ୍ତରେ ଆସିବେ ସ୍ନାନମଣ୍ଡପକୁ ପୁଣି ଆସିବେ ବଡଦାଣ୍ଡକୁ । କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ ଅନୁମତି ମିଳିଛି । ମାତ୍ର ଚଳିତ ଥର ସ୍ନାନ ଯାତ୍ରାରେ ଭକ୍ତଙ୍କ ଗହଣରେ ପ୍ରଭୁ ଆସିବେନି ବରଂ ଆସିବେ ସେହି ପଣ୍ଡାମାନଙ୍କ ଗହଣରେ । ଗ୍ରହଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇପାରିବ ନାହିଁ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାକୁ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 73 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 73 ଜଣ ସୁସ୍ଥ ହୋଇଛନ୍ତି । 73 ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ବୌଦ୍ଧ ଜିଲ୍ଲାରୁ ରହିଛନ୍ତି । ପୁରୀରୁ 11, କେନ୍ଦ୍ରାପଡାରୁ 10, କଟକରୁ 9 ଜଣ, ଖୋର୍ଦ୍ଧାରୁ 7 ଜଣ, ମାଲକାନଗିରି ଏବଂ ଅନୁଗୁଳରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 1050 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 760 ରହିଛି ।

Read More

ପୁରୀ : ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରେଲଓ୍ବେର ନିଷ୍ପତ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ରହିଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଏପରି ନିଷ୍ପତ୍ତି ନେଇଛି ରେଲଓ୍ବେ । ତେବେ ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ୍‌ ଭୁବନେଶ୍ବର ଯାଏ ଯିବ । ଜୁନ୍‌ 1ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌  ଭୁବନେଶ୍ବରରୁ ଯିବ ବୋଲି ସୂଚନା ରହିଛି । ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ କାହିଁକି ପୁରୀକୁ ଟ୍ରେନ୍‌ କଟକଣା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ସମ୍ଭବତଃ ସ୍ନାନ ପୂର୍ଣ୍ଣିମାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ।

Read More

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । ହେଲେ ଆରପିଏଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ 80ଜଣଙ୍କ ମୃତ୍ୟୁ ହୋଇଛି । ମେ 9 ତାରିଖରୁ ଶ୍ରମିକଙ୍କ ପାଇଁ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି । ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟରେ ପହଂଚାଇବା ପାଇଁ ଦେଶରେ ଏଯାବତ୍‌ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚାଲିଛି । ଏହା ପୂର୍ବରୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଶ୍ରମିକ ଟ୍ରେନ୍‌ରେ ଶ୍ରମିକଙ୍କୁ ହେଉଥିବା ଅନ୍ୟାନ୍ୟ ଅସୁବିଧା ପାଇଁ ରେଳବିଭାଗକୁ ନୋଟିସ୍‌ ଜାରି କରିଛନ୍ତି । ସେହିପରି ଗୁଜୁରାଟ , ବିହାରର ମୁଖ୍ୟ ସମ୍ପାଦକଙ୍କୁ ମଧ୍ୟ ନୋଟିସ୍‌…

Read More

ଭୁବନେଶ୍ବର :ଆଜି  96 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1819ରେ ପହଞ୍ଚିଛି । ଆଜି ଚିହ୍ନଟ 96 ଜଣ ଆକ୍ରାନ୍ତ 18ଟି ଜିଲ୍ଲାରୁ ରହିଛନ୍ତି । ସମସ୍ତ ଆକ୍ରାନ୍ତ  କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏଯାବତ୍‌ ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 977 ଜଣ ସୁସ୍ଥ ହୋଇଥିବାବେଳେ 833 ଜଣ ଚିକିତ୍ସାଧୀନ ଅଛନ୍ତି। 7 ଜଣଙ୍କର ମୃତ୍ୟୁ ଘଟିଛି।  ତେବେ ବାଲେଶ୍ବରରୁ 72 ବର୍ଷୀୟ ଜଣେ ବୃଦ୍ଧ ଓ ଖୋର୍ଦ୍ଧାର 42 ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ଆକ୍ରାନ୍ତ ସୁସ୍ଥ ସକ୍ରିୟ ମୃତ ଗଞ୍ଜାମ 404 317 84 3 ଯାଜପୁର 259 173…

Read More

ଖୋର୍ଦ୍ଧା : ଭାଇ ଭଉଣୀ ସ୍କୁଟିରେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ହୋଇଛି।ଭାଇ ଭଉଣୀ ସ୍କୁଟିରେ ଯାଉଥିବାବେଳେ ଭଉଣୀଟି ଖସିପଡିଥିବାବେଳେ ପଛରେ ଯାଉଥିବା ମିନି ଟ୍ରକ୍‌ ଚଢିଯିବାରୁ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଏହି ଦୁର୍ଘଟଣା ଘଟିଛି ।

Read More

କଟକ : ଡ୍ରେନ୍‌ ସଫା ବେଳେ ଘର ଭୁଶୁଡି ପଡ଼ିଥିବାର ସୂଚନା ମିଳିଛି । ଜାଇକା ପକ୍ଷରୁ କଟକରେ ଡ୍ରେନ୍‌ ସଫା ବେଳେଏଭଳି ଏକ ଅଘଟଣ ଘଟିଛି ।ମିଳିଥିବା ସୂଚନା ଅନୁସାରେ ବଜ୍ରକବାଟି ଛତ୍ରବାଜର ମୁଖ୍ୟ ଡ୍ରେନ୍‌ରେ କାମ ବେଳେ ଏହି ଅଘଟଣ ଘଟିଛି ।  ଡ୍ରେନ୍‌ ସଫା କଲାବେଳେ ଏକ ଘରର ଆଗପଟ ଭୁଶୁଡି ପଡିଛି ।  ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କେହି ମୃତାହତ ହୋଇନଥିବାର ସୂଚନା ରହିଛି  ।

Read More

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅଞ୍ଚଳଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ମୋବାଇଲ ଫୋନ୍‌ ପାଇଁ ଜଣେ ମହିଳା ଜୀବନ ଦେଇଛନ୍ତି । ନୂଆ ମୋବାଇଲ ଫୋନ୍‌ ପାଇଁ ସ୍ବାମୀଙ୍କୁ ବହୁ ବାର ଅନୁରୋଧ କରି ଆସୁଥିଲେ ମହିଳା ଜଣକ । ହେଲେ ସ୍ବାମୀ ମୋବାଇଲ୍‌ ଫୋନ୍‌ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ । କିନ୍ତୁ ଏହାକୁ ମହିଳା ଜଣକ ଠିକ୍‌ରେ ଗ୍ରହଣ ନ କରି ଆତ୍ମହତ୍ୟା ପରି ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ପିଲାଙ୍କ ଅନ୍‌ ଲାଇନ୍‌ କ୍ଲାସ୍‌ ପାଇଁ ଏକ ନୂତନ ମୋବାଇଲ୍‌ ଫୋନ୍‌ ପାଇଁ ତାଙ୍କ ସ୍ବାମୀଙ୍କଠାରେ ଦାବି କରି ଆସୁଥିଲେ । ତାଙ୍କ ସ୍ବାମୀ ଯେତେବେଳେ ତାଙ୍କୁ ଫୋନ୍‌ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ କହିଲେ, ସେତେବେଳେ ସେ ନିଜ ଉପରେ କିରୋସିନି ତେଲ ଢାଳି…

Read More

ନୂଆଦିଲ୍ଲୀ :   ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ  ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73  ହଜାର 763 ରେ ପହଂଚିଛି। …

Read More

ଭୁବନେଶ୍ବର : ରାଜ୍ୟରେ ଆଉ 96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1819କୁ ବୃଦ୍ଧି ହୋଇଛି । ଆଜି 18ଟି ଜିଲ୍ଳାରୁ 96 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ଗଜପତିରେ ସର୍ବାଧିକ 10 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ 9ଜଣ ଚିହ୍ନଟ ହୋଇଛନ୍ତି ।  ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପୁରରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ 5, ବାଲେଶ୍ବର, ଦେବଗଡ ଓ ନୂଆପଡାରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳରୁ 2, ପୁରୀ, ନୟାଗଡ ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି ।…

Read More

ଭଦ୍ରକ : ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ଆମ୍ବ ତୋଳିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଜଙ୍ଗଲୀ ହାତୀ ଅଚାନକ ଆସି ଆକ୍ରମଣ କରିଥିଲା । ସମ୍ପୃକ୍ତ ଅଞ୍ଚଳକୁ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଛନ୍ତି । ସୂଚନାଯୋଗ୍ୟ,  ଗତକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଂଚଳରେ ହାତୀ ଜଣେ ମହିଳାଙ୍କର ଜୀବନ ନେଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି । ହାତୀପଲ ଘରେ ପଶି ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ଜିନିଷ ନଷ୍ଟ କରିଛନ୍ତି । କୋଇଡା ରେଞ୍ଜ ଅନ୍ତର୍ଗତ ବଣୁଆ ନିକଟ ଗିରେଇ ଗାଁରେ ହାତୀମାନେ ଏଭଳି ଉତ୍ପାତ କରିଛନ୍ତି । ରାଜ୍ୟରେ ହାତୀ ଉପଦ୍ରମ କମ ହେଉନାହିଁ ।

Read More

କେଦାର ମିଶ୍ର କୋଭିଡ-୧୯ଏକ ମାନବୀୟ ସଙ୍କଟ ଓ ଏହି ସଙ୍କଟ ସମୟରେ କ୍ଷମତା ରାଜନୀତିର ଖେଳ ଅନ୍ତତଃ ବନ୍ଦ ରହିବା ଉଚିତ ବୋଲି ଆମେ ସମସ୍ତେ ଆଶା କରୁଛୁ। ହେଲେ ରାଜନୀତି ସହିତ ପଶାପାଲି ବିଛେଇ ବସିଥିବା ଆମର ରାଜନେତାମାନେ ଏହି ମାନବୀୟ ସଙ୍କଟକୁ ମୁକାବିଲା କରିବାରେ ରାଜନୈତିକ ସ୍ଵାର୍ଥକୁ ପଛରେ ପକାଇ କାମ କରୁଛନ୍ତି କି? ଏହାର ସ୍ପଷ୍ଟ ଉତ୍ତର ହେବ ନା। କୋଭିଡ-୧୯ ଏକ ମହାମାରୀ ଓ ଏହାର ମୁକାବିଲା ପାଇଁ ସବୁ ସରକାରୀ ନିଷ୍ପତ୍ତିକୁ ମାନିବାକୁ  ଆମେ ଆମର ନାଗରିକ ଦାୟିତ୍ଵ ବୋଲି ମାନି ନେଇଛୁ। ତେବେ ନାଗରିକ ଭାବେ ଆମେ ଆମର ଦାୟିତ୍ଵ ତୁଲାଉଥିବା ବେଳେ ଆମ ସରକାର ନିଜର ରାଜନୈତିକ ଦାୟିତ୍ଵ ନିର୍ବାହ ବେଳେ ନିରପେକ୍ଷ ରହି ଆସିଛନ୍ତି କି? କୋଭିଡ-୧୯ ର ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ପ୍ରଶ୍ନବାଚୀ ଏବେ ଉଠିବା ଆରମ୍ଭ ହୋଇଛି। ଖୋଦ ରାଜଧାନୀ ଦିଲ୍ଲୀରେ…

Read More