କନ୍ଦର୍ପ ବେହେରା ରେଢାଖୋଲ : ବାପାର ଗାଳି ସହ୍ୟ କରି ନ ପାରି ନାବାଳକ ପୁଅ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମର ସଂଜୟ ରାଉଳଙ୍କ ବଡ ପୁଅ ଉତ୍ତମ ରାଉଳ (୧୭) ୪ ଦିନ ତଳେ ନିଖୋଜ ହୋଇଯାଇଥିଲା। କୌଣସି ଦୁଷ୍ଟ କାମ ପାଇଁ ବାପା ସଂଜୟ ରାଉଳ ଉତ୍ତମକୁ ଗାଳିଗୁଲଜ କରିଥିଲେ ବୋଲି ଗ୍ରାମବାସୀଙ୍କଠାରୁ ପ୍ରକାଶ। ବାପାଙ୍କର ଗାଳିକୁ ସହ୍ୟ କରି ନ ପାରି ଉତ୍ତମ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଏକ ମହୁଲ ଗଛର ଏକ ଶାଖାରେ ବେକରେ ନିଜର ଗାମୁଛା ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଆଜି ସକାଳୁ ଗ୍ରାମର ମହିଳାମାନେ ଜଙ୍ଗଲକୁ ଶାଳମଞ୍ଜି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ମହୁଲ ଗଛରେ କାହାର ଏକ ଶବ ଝୁଲୁଥିବାର ଦେଖୀ ଗ୍ରାମବାସୀଙ୍କୁ ଆସି କହିଥିଲେ। ଗ୍ରାମବାସୀ ଆସି ଦେଖନ୍ତି…
Author: Samikhsya Bureau
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିଲ୍ଲୀରେ କରୋନା ଯୋଗୁଁ ଆଉ ଜଣେ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁହୋଇଥିବାର ସୂଚନା ରହିଛି । ମୃତକ ଜଣକ ହେଉଛନ୍ତି 54 ବର୍ଷୀୟ ଶେଷମଣି ପାଣ୍ଡେୟ।ସେ କ୍ରାଇମ୍ ବ୍ରାଞ୍ଚ ଅଫିସର ରହିଥିବାବେଳେ ସେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ରହିଥିଲେ । କରୋନା ସଂକଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ୍ ଦିଲ୍ଲୀରେ ମୋବାଇଲ୍ କ୍ରାଇମ୍ ଟିମ୍ରେ ମୂତୟନ କରାଯାଇଥିଲା । 2014 ବ୍ୟାଚ୍ର ଏଏସ୍ଆଇ ଶେଷମଣି ପାଣ୍ଡେଙ୍କ ମେ 26 ତାରିଖରେ କରୋନା ପଜିଟିଭ୍ ରିପୋର୍ଟ ଆସିଥିବାବେଳେ ତାଙ୍କୁ ଆର୍ମି ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 500ରୁ ଉର୍ଦ୍ଧ୍ବ ପୋଲିସ୍ କର୍ମୀ କରୋନା ପଜିଟିଭ୍ ରହିଥିବାବେଳେ ପୂର୍ବରୁ ଜଣେ କନେଷ୍ଟବଳଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ପୂର୍ବରୁ ଦିଲ୍ଲୀରେ ଜଣେ କନେଷ୍ଟବଳ ଅମିତ୍ ରାଣାଙ୍କ…
ମୁମ୍ବାଇ : କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରୁଥିବା ମୁମ୍ବାଇ ପୋଲିସ୍ କର୍ମଚାରୀ ମାନେ କରୋନାରେ ଶିକାର ହେଉଛନ୍ତି। କରୋନା କାଳରେ ସେମାନେ ସାଧାରଣ ଜନତାଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷାରେ ଏବେ ପ୍ରଶ୍ନ ଉଠିଛି । ମୁମ୍ବାଇଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବାର ମାତ୍ର ଚାରିଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ମିଳିଥିବା ସୂଚନା ଅନୁସାରେ 53 ବର୍ଷୀୟ ଜଣେ ପୋଲିସ୍ କନେଷ୍ଟବଳ ଦୀପକ ହୋତେ କରୋନାକୁ ମାତ୍ ଦେଇ ଘରେ ପହଞ୍ଚିଥିବାବେଳେ ମାତ୍ର ଚାରି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଦୀପକ ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଥାନାରେ କାର୍ଯ୍ୟରତ ଥିଲେ । କରୋନା ପଜିଟିଭ୍…
କେନ୍ଦ୍ରପଡା : କେନ୍ଦ୍ରାପଡାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । କେନ୍ଦ୍ରାପଡାରୁ ଆଜି ସର୍ବାଧିକ 18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାର 18 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ପ୍ରବାସ ଫେରନ୍ତାଙ୍କ ମଧ୍ୟରେ ଗୁଜୁରାଟ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ବାକି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ, ଆଶା ଦିଦି ଓ ସଫେଇ କର୍ମଚାରୀ ରହିଛନ୍ତି ବୋଲି ସୂଚନା ରହିଛି । ଏହି କର୍ମଚାରୀମାନେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ କ୍ବାରେଣ୍ଟିନ୍ କେନ୍ଦ୍ରରେ ନିୟୋଜିତ ଥିଲେ । କରୋନା ରିପୋର୍ଟ ଆସିବା ପରେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 48 ଘଣ୍ଟା ପାଇଁ ଏହି ଦୁଇ…
ଭୁବନେଶ୍ବର : ରାଜ୍ୟରେ ଜୁନ୍ 17 ତାରିଖରୁ ସ୍କୁଲ ଖୋଲିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍ ଆସିଛି । ସ୍କୁଲ, କଲେଜ ଖୋଲିବା ନେଇ କାଲି କେନ୍ଦ୍ରର ନୂଆ ଗାଇଡଲାଇନ୍ ଆସିଛି । ଗାଇଡ୍ଲାଇନ୍ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି । ତେଣୁ ସେହି ଅନୁସାରେ ଜୁନ୍ 17ରୁ ସ୍କୁଲ ଖୋଲିବନି । ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି । ତେଣୁ ସେହି ଦୃଷ୍ଟିକୋଣରୁ ଜୁନ୍ 17ରେ ସ୍କୁଲ ଖୋଲିବନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ପରବର୍ତ୍ତୀ କଥା ପରେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପୁରୀ : ରଥଯାତ୍ରା ପାଇଁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ନାନମଣ୍ଡପ ଯାଞ୍ଚ ହୋଇଛି । ଟିମ୍ ସହ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସ୍ନାନମଣ୍ଡପ ଯାଞ୍ଚ କରାଯାଇଛି । ସ୍ନାନମଣ୍ଡପରେ ପରିବର୍ତ୍ତନ କରାଯାଇଥିବା ପଥରର ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ, ଜଗମୋହନ ମଧ୍ୟ ଯାଞ୍ଚ କରିବ ଏଏସ୍ଆଇ । ଜଗମୋହନର ସ୍ଥିତି ଠିକ୍ ଥିବାର କହିଛନ୍ତି ସୁପରିଣ୍ଟେଣ୍ଡେଣ୍ଟ୍ ଅରୁଣ ମଲ୍ଲିକ । ରଥଯାତ୍ରା ସମୟରେ ରୁଟିନ୍ ଯାଞ୍ଚ କରାଯାଇ ଅନ୍ୟ କାର୍ଯ୍ୟ ହେବ କହିଲେ ।
ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି। ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 5 ହଜାର ପାର ହେଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାୟୀ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର 143ରେ ପହଂଚିଛି। ଏପର୍ଯ୍ୟନ୍ତ ଭାରତରେ 5 ହଜାର 164 ଜଣଙ୍କ ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 86,984 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 89,995 ସକ୍ରିୟ ଅଛନ୍ତି। ଏବେ 89 ହଜାର 995 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 24 ଘଣ୍ଟାରେ…
ଭୁବନେଶ୍ବର :ଆଜି ରାଜ୍ୟରେ ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ସର୍ବାଧିକ 18ଜଣ ଆକ୍ରାନ୍ତ ହୋଇଥିବାବେଳେ ଗଜପତିରୁ 16, ନୂଆପଡାରୁ 12 ଓ ବଲାଙ୍ଗିରରୁ 11 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ଗଞ୍ଜାମ ଓ ଯାଜପୁରରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 7 ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର,ସୁନ୍ଦରଗଡ, ମୟୂରଭଞ୍ଜ ଓ ବରଗଡରୁ 6 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ 5, ଦେବଗଡରୁ 4, କେନ୍ଦୁଝରରୁ 3, ଜଗତସିଂହପୁରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରି, ସମ୍ବଲପୁର, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 119 ଜଣ କ୍ବାରେଣ୍ଟିନ୍ କେନ୍ଦ୍ରର ଓ 10 ଜଣ ଲୋକାଲ୍ କେସ ରହିଛି ବୋଲି ଜଣାପଡିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : Positive…
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି । ଏନେଇ ସୂଚନାଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ । 19ଟି ଜିଲ୍ଲାରୁ 129 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି । ଏହି ନୂତନ 129 ଜଣଙ୍କ ମଧ୍ୟରେ 119 ଜଣ କ୍ବାରେଣ୍ଟିନ୍ କେନ୍ଦ୍ରର ଓ 10 ଜଣ ଲୋକାଲ୍ କେସ ରହିଛି ବୋଲି ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1948କୁ ବୃଦ୍ଧି ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ 889 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1050ଜଣ। ସେହିପରି କରୋନା ଯୋଗୁଁ ରାଜ୍ୟରେ 7 ଜଣ ମୃତ୍ୟୁବରଣ କରିଥିବାବେଳେ କରୋନା ଆକ୍ରାନ୍ତ ଥିବା ଦୁଇଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।
ବାଣପୁର: ସାଧରଣ ଜନତାଙ୍କ ଆଇନ ସହାୟତା ପାଇଁ ଆଂଚଳିକ ସମସ୍ତ ନ୍ୟାୟାଳୟରେ ସିନିୟର ଜଜଙ୍କ ତତ୍ତ୍ବାବଧାନରେ ତାଲୁକ ଲିଗାଲ କମିଟି ଗଠନ କରାଯାଇଛି। ସେହି କମିଟିରେ ଆଇନଜୀବି ଓ ପାରା ଲିଗାଲ ଭଲିଣ୍ଟିୟର(PLV)ରେଜିଷ୍ଟ୍ରୀଭୁକ୍ତ ସଭ୍ୟଙ୍କ ସହାୟତାରେ ଜାତୀୟ ସର୍ଭିସ ଅଥୋରିଟ୍ ଆକ୍ଟ୧୮୮୭ର ଧାରା୧୨ ଅନୁସାରେ ବିଭିନ୍ନ ବର୍ଗର ଜନ ସାଧାରଣଙ୍କୁ ବିନା ଖର୍ଚ୍ଚରେ ଆଇନ ସହାୟତା ପ୍ରଦାନ କରାଯାଇଛି। ଏହି ଆଇନ ସେବା ବିଶେଷଭାବେ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଭିକ୍ଷୁକ, ଶାରୀରିକ ବିକଳାଙ୍ଗ, ମାନସିକ ରୋଗୀ, ଘରୋଇ ହିଂସା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଶିଳ୍ପ ଶ୍ରମିକ, ଦୁର୍ଘଟଣା ଗ୍ରସ୍ତ ଶିଳ୍ପ ଶ୍ରମିକ, ଜେଲରେ ଥିବା କଏଦୀ, ଗ୍ରାମ ବିବାଦ, ଫୌଜିଦାର ଓ ଦେଓ୍ବାନୀ ମକଦ୍ଦମା ସମାଧାନ ଓ ନ୍ୟାୟ ଦେବାର ପ୍ରଧାନ୍ୟ ଏହି କେନ୍ଦ୍ର ମାନଙ୍କରେ ସମାଧାନ କରିବାର ସମସ୍ତ ବନ୍ଦୋବସ୍ତ ସହ ବିନା ଖର୍ଚ୍ଚରେ ଶୃଙ୍ଖଳତାର ସହ ସମାଧାନ କରାଯିବ। ଏହି କାର୍ଯ୍ୟକ୍ରମ ଆଗାମୀ ମାସ ଠାରୁ ଆରମ୍ଭ କରାଯିବ।…
କେଦାର ମିଶ୍ର ବିପଦ ମଣିଷକୁ ଏକତା ଶିଖାଏ, ହେଲେ ଆମ ଭାରତୀୟଙ୍କ କ୍ଷେତ୍ରରେ ଏହା ପୂରା ଓଲଟା। ବିପଦକୁ ଏକାଠି ସାମ୍ନା କରିବା ପରିବର୍ତ୍ତେ ଆମେ ବିପଦ ସମୟରେ ବିଭାଜିତ ହେବାକୁ ବେଶୀ ପସନ୍ଦ କରୁଛୁ। କରୋନା ବିପଦ ଆମକୁ ପ୍ରତିଦିନ ନୂଆ ନୂଆ ବାଗରେ ବିଭାଜିତ କରିଚାଲିଛି। ଭୂତାଣୁ ସଂକ୍ରମଣ ତୁଳନାରେ ବିଦ୍ଵେଷ ଓ ବିଭାଜନର ଭୂତାଣୁ ଏବେ ଅଧିକ ବିପଜ୍ଜନକ। ପ୍ରଥମରୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଆମେ ବିଦ୍ଵେଷ ବଢାଇ ଚାଲିଲୁ। ମାନବିକତା ଆଗରେ ଧର୍ମ ବଡ ହୋଇ ଦିଶିଲା। ଯାହା ଫଳରେ ପ୍ରଥମ କିଛିଦିନ ଆମେ ଧର୍ମ ଆଧାରରେ କରୋନା ଆକ୍ରାନ୍ତଙ୍କୁ ବାଣ୍ଟିଲୁ। ସମୟକ୍ରମେ ତାକୁ ନେଇ ଯେତେବେଳେ ଦେଶର ବଦନାମ ହେଲା, ତାକୁ ନେଇ ଆରବ ରାଷ୍ଟ୍ରଗୁଡିକ ଯେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ, ତାପରେ ଯାଇ ଭାରତ ସରକାରଙ୍କର ଚେତା ପଶିଲା। ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ବିଭାଜନ ଓ ବିଦ୍ଵେଷ ସୃଷ୍ଟି…
ଜଳେଶ୍ବର : ପୁଣି ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କେରଳରୁ ମୁର୍ଶିଦାବାଦ ଯାଉଥିବା ଏହି ବସ୍ଟି ବସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବବେଳେ ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ 60 ବସ୍ତା ନିକଟରେ ବସ୍କୁ ଏକ ଟ୍ରଲର୍ ପଛରୁ ଧକ୍କା ଦେଇଛି । ବସ୍ଟିରେ ପ୍ରାୟ 40 ଜଣ ପ୍ରବାସୀ ରହିଥିଲେ ବୋଲି ଜଣାପଡିଛି । ଆହତଙ୍କୁ ନିକଟସ୍ଥ ବସ୍ତା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ଗତକାଲି ମଧ୍ୟ ବାଲେଶ୍ବର ଠାରେ ଏକ ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବସ୍ଟି କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ 16 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିଲେ ।
ବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଜୁନ୍ 1ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ 36ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ସକାଳ ସାଢ଼େ 7ଟାରୁ ମଧ୍ୟାହ୍ନ ସାଢ଼େ 12 ଟା ଯାଏ ପ୍ରଥମ ସିଫ୍ଟ ଓ ଦିନ 1.30ରୁ ସଂଧ୍ୟା 6ଟା 30 ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ। ଏବେ କେବଳ ଅନଲାଇନ୍ ବିଷୟର ଖାତା ଦେଖା ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଫଲାଇନ୍ ଖାତା ଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ପିଣ୍ଟୁ ବିଷୋୟୀ ବେଗୁନିଆପଡା: କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ କରୋନା ଯୋଦ୍ଧାଙ୍କ ସମ୍ମାନରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ବେଗୁନିଆପଡା ବ୍ଲକ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା କହିଥିଲେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଓ ସ୍ବେଛାସେବୀ ଭଳି କର୍ମଚାରୀ ମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି କ୍ଷେତ୍ରରେ ସେମାନଙ୍କ ସେବା ପ୍ରଶଂସନୀୟ ହୋଇଛି। ବର୍ତ୍ତମାନ ସମୟରେ ସେମାନଙ୍କ ପ୍ରତି ଆମର ସମ୍ମାନ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବିଜେଡି ସଭାପତି ବିଜୟ କୁମାର ଦୋରା, ବିଜୁ ଶ୍ରମିକ ସାମୁଖ୍ୟ ଉପସଭାପତି ବିଜୟ ନାୟକ, ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଜନସାଧାରଣ ସମୂହ ଯୋଗଦେଇ ସଂଗୀତ ଗାନ କରିଥିଲେ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆସନ୍ତା ୩୧ ତାରିଖରୁ ଗମ୍ଭାରୀମୁଣ୍ଡା ବଜାରକୁ ତିନି ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡାରେ ରହିଥିବା କ୍ବାରେଣ୍ଟିନ୍ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗମ୍ଭାରୀମୁଣ୍ଡା ବଜାର ଉପରେ 5ଖଣ୍ଡ ପଞ୍ଚାୟତ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି। ଫଳସ୍ବରୂପ ୩୧.୦୫.୨୦୨୦ ସକାଳ ୭ଟା ସମୟରୁ ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଜାରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ଏବଂ ସାଧାରଣ ଲୋକଙ୍କ ଚଳାଚଳ ଏହି ସମୟରେ ବନ୍ଦ ରହିବ। ଏହା ସହିତ ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥା ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ 24 ଘଣ୍ଟା ମଧ୍ୟରେ 11264 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଡବଲିଂ ରେଟ୍ 15.40ରେ ପହଞ୍ଚିଛି । ସେହିପରି ଆରୋଗ୍ୟ ହାର ମଧ୍ୟ 47.40 ପ୍ରତିଶତ ଛୁଇଁଛି । ଶନିବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 82369ରେ ପହଞ୍ଚିଛି । ବିଗତ ଦୁଇ ସପ୍ତାହ ଧରି ଡବଲିଂ ରେଟ୍ 13.3 ରହିଥିବା ବେଳେ ଶନିବାର ଏହା 15.4କୁ ବୃଦ୍ଧି ପାଇଛି । ମୃତ୍ୟୁହାର ବର୍ତ୍ତମାନ 2.86ରେ ପହଞ୍ଚିଥିବା ବେଳେ 2.55 ପ୍ରତିଶତ ଆକ୍ରାନ୍ତ ଭେଣ୍ଟିଲେଟରରେ ରହିଛନ୍ତି । ସେହପରି 0.48 ପ୍ରତିଶତ ଆକ୍ରାନ୍ତ ଆଇସିୟୁରେ ରହିଥିବା ବେଳେ 1.96 ପ୍ରତିଶତ ଆକ୍ରାନ୍ତ ଅମ୍ଲଜାନ ସହାୟତାରେ ବଞ୍ଚିଛନ୍ତି । (ଏଜେନ୍ସି)
ମୁମ୍ବାଇ : କରୋନାକୁ ନେଇ ରାହୁଲ ଗାନ୍ଧୀଙ୍କ ମତାମତକୁ ପ୍ରଧାନମନନ୍ତ୍ରୀ ଗ୍ରହଣ କରିବା ଉଚିତ୍ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ମତ ଦେଇଛନ୍ତି । ମୋଦି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଦେଶ ବର୍ତ୍ତମାନ କରୋନା ଭାଇରସ୍ ସହିତ ସଂଘର୍ଷ କରୁଛି । ସରକାରଙ୍କ ନିକଟରେ ଲକ୍ଡାଉନ୍ର ବାହାରିବାର କୌଣସି ରାସ୍ତା ନଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମତାମତକୁ ମୋଦି ଗ୍ରହଣ କରିବା ଉଚିତ୍ ବୋଲି ସଞ୍ଜୟ ସାମ୍ନାରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଦେଶ ପ୍ରତି କିଛି ଅବଦାନ ରହିଥାଏ ତେଣୁ ସରକାରଙ୍କ ସପକ୍ଷରେ ରହିଥିବା ବ୍ୟକ୍ତିଙ୍କ ମତାମତ ସହିତ ବିରୋଧୀ ଆସନରେ ବସିଥିବା ବ୍ୟକ୍ତିଙ୍କ ମତାମତ ଗ୍ରହଣ କରିବା ଉଚିତ୍ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । (ଏଜେନ୍ସି)
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ୍ ଚଳାଯାଉଥିବା ବେଳେ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ରହୁଥିବା ବେଳେ ନିଜ ହାତରୁ ଖର୍ଚ୍ଚ କରି ରାଜ୍ୟକୁ ଫେରିଛନ୍ତି । ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା…
ନୂଆଦିଲ୍ଲୀ : ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ପକ୍ଷରୁ ରୋହିତ ଶର୍ମାଙ୍କ ନାମ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅନ୍ୟ 3 ଜଣ ଖେଳାଳିଙ୍କ ନାମ ସୁପାରିଶ କରିଛି ବିସିସିଆଇ । ଏହି ତାଲିକାରେ ଦୁଇ ଜଣ ପୁରୁଷ ଖେଳାଳି ରହିଥିବା ବେଳେ ଜଣେ ମହିଳା ଖେଳାଳି ରହିଛନ୍ତି । ଇଶାନ୍ତ ଶର୍ମା, ଶିଖର ଧଓ୍ବନ୍ ଏବଂ ଦୀପ୍ତି ଶର୍ମାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ବିସିସିଆଇ । ଭାରତୀୟ ଦିନିକିଆ ଦଳର ଉପ ଅଧିନାୟକ ରହିଥିବା ରୋହିତ ଶର୍ମା କ୍ଷୁଦ୍ର ଫର୍ମାଟରେ ଭାରତର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି । ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । 2019 କ୍ୟାଲେଣ୍ଡର ବର୍ଷରେ ରୋହିତ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେଳେ ବିଶ୍ବକପ୍ର 9ଟି ମ୍ୟାଚ୍ରେ 648 ରନ୍ ସଂଗ୍ରହ କରିଥିଲେ । ଏହା…
ଭୁବନେଶ୍ବର : ବୋନସ ପାଇବେ କେନ୍ଦୁପତ୍ର ତୋଳାଳି । ଏ ସମ୍ପର୍କରେ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଲକଡାଉନ ଓ କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ପ୍ରୟାସ ଦ୍ବାରା ପ୍ରାୟ 7.89 ଲକ୍ଷ କେନ୍ଦୁପତ୍ର ତେଳାଳି ଉପକୃତ ହେବେ । ପଞ୍ଜୀକୃତ କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ ଅଣପଞ୍ଜୀକୃତ କେନ୍ଦୁପତ୍ର ତୋଳାଳିମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ଉପକୃତ ହେବେ । ରାଜ୍ୟରେ ଏବେ 17444 ଜଣ ଅଣପଞ୍ଜୀକୃତ କେନ୍ଦୁପତ୍ର ତୋଳାଳି କାମ କରୁଛନ୍ତି । ଏମାନଙ୍କୁ ମଧ୍ୟ 5 ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କୁ ପାଣି ବୋତଳ କିଣିବାକୁ 200 ଟଙ୍କା ଲେଖାଏଁ ଦେବେ । ଏହି ଆର୍ଥିକ ସହାୟତା ଡିବିଟି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ବୋଲି କୁହାଯାଇଛି…
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଅବଧିକୁ ଏକ ମାସ ପାଇଁ ବଢାଇ ଦିଆଯାଇଛି । ତେବେ ଏକ ମାସ ପର୍ଯ୍ୟନ୍ତ କେବଳ କଣ୍ଟେନ୍ମେଣ୍ଟ ଜୋନ୍ର ଲକ୍ଡାଉନ୍ ଜାରି ରଖିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ପର୍ଯ୍ୟାୟ କ୍ରମେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍ 8 ତାରିଖରୁ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସପିଂ ମଲ୍, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ସ୍ଥାନକୁ ଖୋଲିବା ପରେ କିପରି ନିୟମ ପାଳନ କରାଯିବ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ପରବର୍ତ୍ତୀ ସମୟରେ ଜାରି କରାଯିବ । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଶାସନ ସହିତ ଆଲୋଚନା…

