Author: Samikhsya Bureau

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।  କୀଡିନ୍‌ ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍‌ । କିଛି ଦିନ ପୂର୍ବରୁ ଓ୍ବାଜିଦ୍‌ କରୋନାରେ ସଂକ୍ରମିତ ହୋଇଥିଲେ ବୋଲି ସୂଚନା ରହିଥିଲା । ତେବେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଓ୍ବାଜିଦ୍‌ଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି। ସାଜିଦ୍-ଓ୍ବାଜିଦ୍ ଯୋଡ଼ି ୧୯୯୮ରେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍‌ କିୟା ତୋ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବେଆଇନ ମଦ ଚାଲାଣ ଅଭିଯୋଗରେ ଆଜି ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ଚିକିଟିର ଶ୍ରୀକାନ୍ତ ବେହେରା, ବ୍ରହ୍ମପୁରର ରବୀନ୍ଦ୍ର କୁମାର ନାୟକ ଏବଂ ସୁରଜ ହାତୀ । ଘଟଣାରୁ ପ୍ରକାଶ ଯେ ଏହି ତିନିଜଣ ଦୁଇଟି ମୋଟର ସାଇକେଲ୍‌ରେ ଦିଗପହଣ୍ଡି ଅଂଚଳରେ ବେଆଇନ ଦେଶୀ ମଦ ଧରି ଯାଉଥିବାବେଳେ ଅବକାରୀ ବିଭାଗ ଅଟକାଇଥିଲା । ଏମାନଙ୍କ ନିକଟରୁ ତିନୋଟି ବ୍ୟାରେଲ୍‌ରେ ଥିବା ୩୭ ଲିଟର ଦେଶୀମଦ ଜବତ ହୋଇଛି । ଏହା ସହ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରାଯାଇଛି ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ-୧୯ ସ୍ୱତନ୍ତ୍ର ହସପିଟାଲ ରେ ଚିକିତ୍ସିତ ହେଉଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୧୧ ଜଣ ଆରୋଗ୍ୟ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ରିଲିଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି କୋଭିଡ ହସପିଟାଲରେ କଳାହାଣ୍ଡିର ୧୮ ଜଣ ଓ ନୂଆପଡାର ୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ ଆରୋଗ୍ୟ ହେବା ପରେ ବଳକା ୯ ଜଣ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ବ୍ୟତୀତ ୪୧ ଜଣ ସନ୍ଦିଗ୍ଧ ସ୍ୱତନ୍ତ୍ର ନୀରିକ୍ଷଣରେ ରହିଥିଲେ । ଚିକିତ୍ସିତ ହେବା ପରେ ସେମାନଙ୍କ ମଧ୍ୟରୁ ୨୦ ଜଣ ଆରୋଗ୍ୟ ହୋଇ ରିଲିଭ ହୋଇଥିବା ଜଣାପଡିଛି । ଏହି କୋଭିଡ ହସ୍ପିଟାଲରେ ୨୦୦ ଶଯ୍ୟା ଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଥିବା ଜଣାପଡିଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର/ବେଗୁନିଆପଡା : ଖଲିକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେଲଝରୀଠାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ ସ’ ମିଲ୍‌କୁ ଆଜି ବନବିଭାଗ ପକ୍ଷରୁ ଚଢ଼ାଉ କରି ସିଲ୍ କରାଯାଇଛି । ଏହା ସହ ସ’ ମିଲ୍‌ରୁ ଲକ୍ଷାଧିକ ଟଙ୍କାର କାଠ ଓ କାଠକଟା ମେସିନ୍ ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ଏହି ସ’ ମିଲ୍‌ରେ ବହୁଦିନ ହେଲା ବେଆଇନ ଭାବେ କାଠକଟା ଯାଉଥିବା ନେଇ ଅଭିଯୋଗ ହେବା ସହ ବିଭିନ୍ନ ଖବରକାଗଜରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଯାହାଫଳରେ ବ୍ରହ୍ମପୁର ଡ଼ିଏଫ୍‌ଓ ଅମ୍ଳାନ ନାୟକ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଢ଼ାଉରେ ବ୍ରହ୍ମପୁର ମୋବାଇଲ୍ ଷ୍ଟାଫ୍ ବ୍ରହ୍ମପୁର ଏସିଏଫ୍ ଅଶୋକ ବେହେରା, ଏସିଏଫ୍ ମାଧବୀଲତା, ପୋଲିସ୍ ଫୋର୍ସ ରେଞ୍ଜର ଦିଲିପ ମାର୍ଥାଙ୍କ ସହ ଦିଗପହଣ୍ଡି ଏବଂ ପୋଲସରା ରେଞ୍ଜ ଅଫିସର ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । କରତ…

Read More

ମୁମ୍ବାଇ : ନିକଟରେ ସାମୁଦ୍ରିକ ବାତ୍ୟା ଆମ୍ପାନ କାରଣରୁ ପଶ୍ଚିମବଙ୍ଗ ଓ ଓଡିଶା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆରବ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତା 3 ତାରିଖ ସୁଦ୍ଧା ଏହି ସାମୁଦ୍ରିକ ବାତ୍ୟା ଗୁଜରାଟ ଏବଂ ମହାରାଷ୍ଟ୍ର ଛୁଇଁବାର ସମ୍ଭାବନା ରହିଛି । ଆସନ୍ତା କାଲି ଠାରୁ ଏହାର ପ୍ରଭାବରେ ଝଡ ବର୍ଷା ହେବା ସହିତ 3 ତାରିଖରେ ଏହା ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ୍‌)କୁ 40 ହଜାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍‌ ପ୍ରଦାନ କରାଯାଇଛି। ଏହା ସହିତ 170ଟି ଅସ୍ତ୍ରଶସ୍ତ୍ର ଥିବା ଗାଡି ମଧ୍ୟ ପ୍ରଦାନ କରାଯାଇଛି। ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। କାଶ୍ମୀର ଉପତ୍ୟାକାରେ ଏବଂ ବିଭିନ୍ନ ନକ୍ସଲ୍‌ ଉପଦ୍ରୁତ ଅଞ୍ଚଳରେ ଏହି ଗାଡି ଏବଂ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ବ୍ୟବହୃତ ହେବ। 170ଟି ଗାଡି ମଧ୍ୟରୁ 80ଟି ମାରୁତି ଜିପ୍‌ସୀ ରହିଛି। ଏହି ଗାଡି ଗୁଡିକ ପୁନର୍ବାର ଡିଜାଇନ୍‌ କରାଯାଇ ଆର୍ମର୍‌ଡ ଗାଡିକୁ ରୂପାନ୍ତରିତ କରାଯାଇଛି। ଏହି ଗାଡି ଗୁଡିକ ସୁରକ୍ଷା ବଳ ଅଧିକାରୀଙ୍କୁ ଗୁଳି ଏବଂ ପଥର ମାଡରୁ ରକ୍ଷା କରିବ। ଏହା ସହିତ ଭବିଷ୍ୟତରେ ଆହୁରି 176ଟି ଅସ୍ତ୍ରଶସ୍ତ୍ର ଥିବା ଗାଡି ଏବଂ 42 ହଜାର ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। (ଏଜେନ୍ସି)

Read More

ହାଇଦ୍ରାବାଦ : ନିଜର ଅପ୍‌କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ ବାବୁ । ନିଜ ପିତା କ୍ରିଷ୍ଣାଙ୍କ 77 ତମ ଜନ୍ମଦିବସରେ ମହେଶ ବାବୁ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ଫିଲ୍ମର ପୋଷ୍ଟର ରିଲିଜ୍‌ କରିଛନ୍ତି । ମହେଶ ବାବୁଙ୍କ ଏହି ନୂତନ ଫିଲ୍ମର ନାମ ସରକାରୁ ଭାରି ପାଟା ରହିଛି । ପର୍ଶୁରାମ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଗୀତାଗୋବିନ୍ଦମ୍‌ ପରେ ପର୍ଶୁରାମଙ୍କର ଏହା ଦ୍ବିତୀୟ ଫିଲ୍ମ । ଫିଲ୍ମର ପୋଷ୍ଟରରେ ମହେଶ ବାବୁଙ୍କ ମୁହଁର ଗୋଟିଏ ସାଇଡ୍‌ ଦେଖିବାକୁ ମିଳିଛି । ମହେଶଙ୍କ ଶେଷ 3ଫିଲ୍ମ 150 କୋଟି ଟଙ୍କା ଆୟ କରିଥିବାରୁ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ସଫଳ ହେବ ବୋଲି ସିନେ ସମୀକ୍ଷକ ମାନେ ଆଶା କରିଛନ୍ତି । ତେବେ ମହେଶଙ୍କ ଶେଷ ଫିଲ୍ମ ସରେଲିରୁ ନିକେଏଭରୁ 206 କୋଟି ଟଙ୍କା ଆୟ କରିଥିଲେ ମଧ୍ୟ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଲକ୍‌ଡାଉନ୍‌ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଗାଡି ଚୋରି ହୋଇଛି। ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ସମ୍ମୁଖରୁ ଏକ ଗାଡି ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାଡିର ମାଲିକ ୯ ନମ୍ବର ଓ୍ବାର୍ଡର ରମେଶ ଚନ୍ଦ୍ର ନାୟକ କେନ୍ଦ୍ରାପଡାରୁ ଫେରିବା ପରେ ଦକ୍ଷପ୍ରଜାପତି ମନ୍ଦିର ସାମ୍ନାରେ ଗାଡି ପାର୍କ କରିଥିଲେ। ପିକ୍‌ଅପ୍‌ ଭ୍ୟାନଟିକୁ ରାତି ୧୧ ଟା ସମୟରେ ଶେଷ ଥର ଦେଖିଥିବା ବେଳେ ସକାଳ 8ଟା ବେଳକୁ ଗାଡି ଉକ୍ତ ସ୍ଥାନରେ ନଥିଲା। ଗାଡିର କିଛି ଭଙ୍ଗା କାଚ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଗାଡି ମାଲିକ ବାଣପୁର ଥାନାରେ ଗାଡି ଚୋରି ନେଇ ଅଭିଯୋଗ କରିଥିଲେ। ସେହିପରି ଅଲାଇଡିହ ନିକଟସ୍ଥ ସୁଜିତ କୁମାର ପାଢୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଚୋରି କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତେବେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ଗାଡିଟିକୁ ବ୍ରାହ୍ମଣୀଦେବୀ ମିଷ୍ଟାନ୍ନ ଭଣ୍ଡାର ସାମ୍ନା…

Read More

ଫ୍ଲୋରିଡା : ଆମେରିକାର ଜନ୍‌ ଏଫ୍‌ କେନେଡି ମହାକାଶ ବିଜ୍ଞାନ କେନ୍ଦ୍ରରୁ ଲଞ୍ଚ ହୋଇଛି ଏଲନ୍‌ ମସ୍କଙ୍କ ବହୁ ପ୍ରତୀକ୍ଷିତ ସ୍ପେସ୍‌ ଏକ୍ସ । ସଫଳତାର ସହିତ ଏହି ଲଞ୍ଚ ସମ୍ପନ୍ନ ହେବା ପରେ ଏଲନ୍‌ ମସ୍କ ଭାବବିହ୍ବଳ ହୋଇପଡିଥିଲେ । ପ୍ରଥମ ଘରୋଇ କମ୍ପାନୀ ଭାବରେ ନାସାରୁ ଲଞ୍ଚ ହୋଇଛି ଏହି ସ୍ପେଶ୍‌ ମିଶନ । ସର୍ବଦା ଶାନ୍ତ ରହୁଥିବା ମସ୍କ ଏହି ମିଶନର ସଫଳ ଲଞ୍ଚ ପରେ ଖୁସିରେ ଉତ୍‌ଫୁଲ୍ଲିତ ହୋଇଥିବା ଦେଖାଯାଇଥିଲା । ଫାଲ୍‌କନ୍‌ 9 ରକେଟ୍‌ରେ ସ୍ପେସ୍‌ ଏକ୍ସ ସଫଳତାର ସହିତ ଲଞ୍ଚ କରାଯାଇଥିଲା । ଏହି ପଦକ୍ଷେପ ଦ୍ବାରା ବିନା ସିମ୍‌ରେ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବ ଏଲନ୍‌ ମସ୍କଙ୍କ ଟେସ୍‌ଲା । ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଏଲନ୍‌ ମସ୍କ । ଏହା କେବଳ ମୋ ପାଇଁ ନୁହେଁ ବରଂ ସମଗ୍ର ମାନବ ସମାଜ ପାଇଁ ଏକ ଅଦ୍ଭୁତ ପଦକ୍ଷେପ…

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍ ଲୁହାପଙ୍କ ହାଇସ୍କୁଲରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟରର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣା ପଡିଛି । ଆକ୍ରାନ୍ତଙ୍କୁ ତାଳଚେର କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଅଂଚଳରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଗତ 17 ତାରିଖରେ ଲୁହାପଙ୍କର ତ୍ରିବଣପୁର ଗ୍ରାମପଂଚାୟତ ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ବାହାରିଥିଲା । ଆଜି ଆଉ ଜଣଙ୍କ ଠାରୁ କରୋନାପଜିଟିଭ୍ ବାହାରିଲା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ୍‌ ଶିବଲ୍‌ । ଭାରତର ବାହୁବଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ ମୁକାବିଲାରେ ବିଫଳ ହୋଇଛନ୍ତି । ମୋଦିଙ୍କ ଅଜ୍ଞତା କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା ରସାତଳଗାମୀ ହୋଇଛି ଏବଂ ଏହି ପରସ୍ଥିତିରୁ ବାହାରିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ବୋଲି ଶିବଲ୍‌ କହିଛନ୍ତି । ଏହା ସହିତ ଏହି ଭାଇରସ୍‌ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ଶିବଲ୍‌ ଦାବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତିକୁ ମଧ୍ୟ ଶିବଲ୍‌ ସମାଲୋଚନା କରିଛନ୍ତି । ସର୍ବଦା ଭାରତର ବନ୍ଧୁରାଷ୍ଟ୍ର ରହିଥିବା ନେପାଳ ସହିତ ସୀମା ବିବାଦ ଆରମ୍ଭ ହୋଇଛି । ଚୀନ୍‌ ସହିତ ମଧ୍ୟ ବିବାଦ ପୂର୍ବବତ ଜାରି ରହିଛି । ପ୍ରଧାନମନ୍ତ୍ରୀ ପଡୋଶୀ ନେତୃତ୍ବଙ୍କ ସହିତ ଆଖି ମିଶାଇ ଆଲୋଚନା କରିବାର ସତ୍‌ସାହସ…

Read More

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ନିଶାଦ୍ରବ୍ୟ ଚାଲାଣର ନୂଆ ରାସ୍ତା ବାହାର କରୁଛନ୍ତି ଚୋରାଚାଲାଣ କାରୀ । କିଛି ଦିନ ପୂର୍ବରୁ ପରିବା ଟ୍ରକ୍‌ରୁ ମଦ ଜବତ କରାଯାଇଥିବା ବେଳେ ଆଜି ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳର ଖରିଆର ଅଞ୍ଚଳରେ ଏହି ଘଟଣା ଘଟିଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍‌ ଚଢାଉ କରିବା ସହିତ 73 କିଗ୍ରା ଗଞ୍ଜେଇ ଏବଂ ଗାଡି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 76 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସକାଳୁ 129 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 76 ଜଣ ଆରୋଗ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ 17 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତିତ ଗଞ୍ଜାମରୁ 16, ନୟାଗଡ ଏବଂ କଳାହାଣ୍ଡିରୁ 11 ଜଣ ଲେଖାଏଁ, ଯାଜପୁରରୁ 5, ବାଲେଶ୍ବର ଏବଂ ମୟୁରଭଞ୍ଜରୁ 3 ଜଣ ଲେଖାଏଁ, ଅନୁଗୁଳ ଓ ଜଗତସିଂହପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ, ଢେଙ୍କାନାଳ,ପୁରୀ, ସମ୍ବଲପୁର, ସୁନ୍ଦରଗଡ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1948ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ 1126 ଜଣ ସୁସ୍ଥ ହୋଇଛନ୍ତି ଏବଂ 813 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ନୂଆଦିଲ୍ଲୀ : ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍‌ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ 80 ଜଣ ଶ୍ରମିକ ପ୍ରାଣ ହରାଇଲେଣି । ଅସୁସ୍ଥ ଲୋକ ଯାତ୍ର ନକରିବା ପାଇଁ ସରକାରଙ୍କ ତରଫରୁ କୁହାଯାଉଛି ଯାହାକି ନିତାନ୍ତ ହାସ୍ୟାସ୍ପଦ ବୋଲି ପ୍ରିୟଙ୍କା କହିଛନ୍ତି । ଯେତେବେଳେ ଶ୍ରମିକଙ୍କ ପାଇଁ ସରକାର ଏବଂ ଭାରତୀୟ ରେଳବାଇ ସମ୍ବେଦନଶୀଳ ହେବା ଉଚିତ୍‌ ସେ ସମୟରେ ଏଭଳି ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ପ୍ରିୟଙ୍କାଙ୍କ ଏଭଳି ମନ୍ତବ୍ୟକୁ ରେଳବାଇ ପକ୍ଷରୁ ଖଣ୍ଡନ କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ କହିଛନ୍ତି, ବର୍ତ୍ତମାନର ଘଡିସନ୍ଧି ମୂହୂର୍ତ୍ତରେ ଉତ୍ତମ ସେବା ଯୋଗାଇବା ପାଇଁ…

Read More

ଭୁବନେଶ୍ବର : ରାଜ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ 40ରୁ 50 କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଝାରଖଣ୍ଡରେ ସୃଷ୍ଟ ଘୂର୍ଣ୍ଣି ବଳୟ ପ୍ରଭାବରୁ ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ବ୍ୟତିତ ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ସମ୍ବଲପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, କଟକ ଏବଂ ଖୋର୍ଦ୍ଧାରେ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ମୁକାବିଲା ସମୟରେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ନିକଟରେ କର୍ମଚାରୀଙ୍କ ବେତନ ପାଇଁ ଅର୍ଥ ନଥିବାରୁ କେନ୍ଦ ସରକାରଙ୍କୁ 5 ହଜାର କୋଟିର ଅର୍ଥରାଶି ସହାୟତା ମାଗିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀ ସରକାର ଜିଏସ୍‌ଟି ଏବଂ ଅନ୍ୟାନ୍ୟ ପନ୍ଥାରୁ 1375 କୋଟି ଟଙ୍କାର ଅର୍ଥ ସଂଗ୍ରହ କରିଛି । ତେବେ କର୍ମଚାରୀଙ୍କ ବେତନ ପାଇଁ ମାସିକ 3500 କୋଟି ଆବଶ୍ୟକ । ତେଣୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ନିକଟରୁ 5 ହଜାର କୋଟିର ଆର୍ଥିକ ସହାୟତା ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା କାରଣରୁ ଦିଲ୍ଲୀ ସରକାରଙ୍କ ଟିକସ ସଂଗ୍ରହ 85 ପ୍ରତିଶତ କମ୍‌ ରହିଛି । (ଏଜେନ୍ସି)

Read More

ବୌଦ୍ଧ : ମହାନଦୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ହରଭଙ୍ଗା ଥାନା ଅରଖପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାନଦୀରେ ଗାଧେଇବା ବେଳେ ବୁଡିଯାଇ ଦୁଇ ଭାଇ ମୃତ୍ୟୁବରଣ କରିଛନ୍ତି। ବଡଭାଇ ବୁଡିଯାଉଥିବାବେଳେ ବଡଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମୃତ୍ୟୁବରଣ କରିଛନ୍ତି। ଉଭୟ ଭାଇଙ୍କବୟସ 17ରୁ 18ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି ।

Read More

ଭୁବନେଶ୍ୱର: ଜୁନ୍‌ରେ ଓଡ଼ିଶାରେ ପହଞ୍ଚି ଯାଇ ପାରନ୍ତି ପଙ୍ଗପାଳ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଯଦି ଏମାନେ ଓଡ଼ିଶାକୁ ଆସନ୍ତି, ତେବେ ସ୍ଥିତି ମୁକାବିଲା ପାଇଁ କ’ଣ ସବୁ ପଦକ୍ଷପ ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ‘ଯଦି ଓଡ଼ିଶାକୁ ପଙ୍ଗପାଳ ଆସନ୍ତି ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳାଇବେ। ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଟିମ୍ ଗଠନ ସହ ଏସ୍‌ଓପି ଜାରି ହେବ।  ଜିଲ୍ଲା ଓ ବ୍ଲକ୍ ସ୍ତରରୁ ଦୈନିକ ରିପୋର୍ଟ ସଂଗ୍ରହ କରାଯିବ। ଚାଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି ହେବ। ସବୁ ଝିଣ୍ଟିକା ପଙ୍ଗପାଳ ନୁହଁନ୍ତି ବୋଲି ଓୟୁଏଟିର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ କହିଛନ୍ତି। ପାକିସ୍ତାନ ପଟୁ ଦେଶକୁ ପଶି ଆସିଥିବା ପଙ୍ଗପାଳଙ୍କୁ ନେଇ ବିଭିନ୍ନ ରାଜ୍ୟର ଚାଷୀଙ୍କ ମଧ୍ୟରେ ଆତଙ୍କ…

Read More

ଭୀଷ୍ମ ସାହୁ ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ଅଇଁଲାପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି। ମ. ରାମପୁରରୁ କେସିଙ୍ଗାକୁ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜରାସ୍ତାରେଏହି   ସଡକ ଦୁଘର୍ଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର୍ ଜଣକ ମଦ୍ୟପାନ କରି ଗାଡିଚଳାଇବା ବେଳେ ଭାରସାମ୍ୟ ହରାଇ ଏକ ପୁଲିଆରେ ଧକ୍କା ଦେଇଥିଲେ। ଗାଡି ମାଲିକଙ୍କ ନାମ ହେଉଛି ଗୋବର୍ଦ୍ଧନ ବେହେରା। ବଲ୍‌ରୋ ଗାଡିଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ରହିଛନ୍ତି।

Read More

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍‌ ମହାରାଜଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାଓ୍ବତଙ୍କ ରିପୋର୍ଟ ପିଜିଟିଭ୍‌ ଆସିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହେବା ଖବର ଜଣାପଡିବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତପାଲ୍‌ ମହାରାଜ ଓ ତାଙ୍କ ପରିବାର ଲୋକେ ଏବେ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହିଛନ୍ତି । ସତପାଲ୍‌ ଶୁକ୍ରବାର ଦିନ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ କରୋନା କରୋନା ସଂକ୍ରମିତଙ୍କ ସଂଖ୍ୟା 749ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ବାପାର ଗାଳି ସହ୍ୟ କରି ନ ପାରି ନାବାଳକ ପୁଅ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମର ସଂଜୟ ରାଉଳଙ୍କ ବଡ ପୁଅ ଉତ୍ତମ ରାଉଳ (୧୭) ୪ ଦିନ ତଳେ ନିଖୋଜ ହୋଇଯାଇଥିଲା। କୌଣସି ଦୁଷ୍ଟ କାମ ପାଇଁ ବାପା ସଂଜୟ ରାଉଳ ଉତ୍ତମକୁ ଗାଳିଗୁଲଜ କରିଥିଲେ ବୋଲି ଗ୍ରାମବାସୀଙ୍କଠାରୁ ପ୍ରକାଶ। ବାପାଙ୍କର ଗାଳିକୁ ସହ୍ୟ କରି ନ ପାରି ଉତ୍ତମ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଏକ ମହୁଲ ଗଛର ଏକ ଶାଖାରେ ବେକରେ ନିଜର ଗାମୁଛା ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଆଜି ସକାଳୁ ଗ୍ରାମର ମହିଳାମାନେ ଜଙ୍ଗଲକୁ ଶାଳମଞ୍ଜି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ମହୁଲ ଗଛରେ କାହାର ଏକ ଶବ ଝୁଲୁଥିବାର ଦେଖୀ ଗ୍ରାମବାସୀଙ୍କୁ ଆସି କହିଥିଲେ। ଗ୍ରାମବାସୀ ଆସି ଦେଖନ୍ତି…

Read More