ଭୁବନେଶ୍ବର : ରାଜ୍ୟରେ ପାଗ ଆଂଶିକ କୋହଲା ରହିଥିବା ବେଳେ 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ ଏବଂ ନୟାଗଡ଼ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ନିସର୍ଗ କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ ବୋଲି କୁହାଯାଇଛି ।
Author: Samikhsya Bureau
ଜଗତସିଂହପୁର :ଆଜି ଜଗତସିଂହପୁରରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜଣଙ୍କ ତଥ୍ୟ ପ୍ରଦାନ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଚିହ୍ନଟ ସମସ୍ତ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା । ସେଥରୁ ଆନ୍ଧ୍ରରୁ ଜଣେ ମହାରାଷ୍ଟ୍ରରୁ ୭ଜଣ ରହିଥିବାବେଳେ ଗୁଜୁରାଟର ୩, ତାମିଲନାଡରୁ ୨, ପଶ୍ଚିମବଙ୍ଗରୁ ଜଣେ ରହିଛନ୍ତି । ଏହି ନୂତନ ୧୪ ଆକ୍ରାନ୍ତ ମଧ୍ୟରେ ତିର୍ତ୍ତୋଲରୁ ୪ ଜଣ , କୁଜଙ୍ଗରୁ ୮ଜଣ, ନାଉଗାଁରୁ ଦୁଇଜଣରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ତେବେ ତିର୍ତ୍ତୋଲ ବ୍ଳକରୁ ବାହାରିଥିବା ୪ଜଣ ଆକ୍ରାନ୍ତ ହେଲେ ଆମ୍ବେରୀ ପଞ୍ଚାୟତରୁ ୧ଜଣ, କୋଲର ପଞ୍ଚାୟତରୁ ୧ଜଣ, ଇବ୍ରିସିଂ ପଞ୍ଚାୟତରୁ ୧ଜଣ, ତେନ୍ତୁଳିପଦା ପଞ୍ଚାୟତରୁ ୧ଜଣ, ହୋଇଥିବା ବେଳେ ଉକ୍ତ ୪ଜଣ ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ଓ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି।
ଭୁବନେଶ୍ବର : ଆଜି ଅନ୍ଲକ୍ 1.0 ଜାରି ହୋଇଛି । ତେବେ ଏହି ସମୟରେ କେତେଗୁଡିଏ କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟସରକାର । ଅନ ଲକ୍ 1.0ରେ କେନ୍ଦ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଅଧିକ କଡାକଡି କରିଛନ୍ତି । ଏହା ପୂର୍ବବର୍ତ୍ତ ସନ୍ଧ୍ୟା 7ରୁ ସକାଳ 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ରହିଛି । ସେହିପରି ଛେପପକାଇଲେ ଓ ମାସ୍କ ନ ପିନ୍ଧିଲେ ଅଧିକ ଜରିମାନା ଆଦାୟ କରାଯିବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ପ୍ରଥମ ଓ ଦ୍ବିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ 500ଟଙ୍କା ଜରିମାନା ଦେବାକୁ ପଡିବ ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ 1 ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ମାସ୍କ ନ ପିନ୍ଧିଲେ ଜରିମାନା ସହ ଏପିଡେମିକ୍ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି କହିଛନ୍ତି ଡିଜିପି ଅଭୟ । ବିନା…
ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍ ମିଟ୍ କରିଛନ୍ତି । ଆଜିଠାରୁ ଅନ୍ଲକ୍ 1.0 ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେସ୍ମିଟ୍ରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନୂତନ ଗାଇଡ ଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଲକ୍ ଡାଉନ୍ କାଲି ସରିଛି । ଆଜିଠାରୁ ଅନ୍ଲକ୍ -1ଆରମ୍ଭ ହୋଇଛି । ପଜିଟିଭ୍ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ୍ କରିଛନ୍ତି । ଜୁନ୍ ମାସରେ ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଏହି ଅନ୍ଲକ୍ 1.0ରେ ଓଡ଼ିଶା ସରକାର ନୂତନ ଗାଇଡଲାଇନ୍ ଜାରି କରାଯାଇଛି । ଏହି ଗାଇଡ ଲାଇନ୍ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ 30 ଜୁନ୍ ଯାଏଁ ବନ୍ଦ ରହିବ । ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ଜୁଲାଇ 31 ଯାଏଁ ବନ୍ଦ ରହିବ । ସେହିପରି ସପିଂ କମ୍ପ୍ଲେକ୍ସ…
ଢେଙ୍କାନାଳ : ପୋଖରୀରେ ବୁଡି ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ତିନିଜଣ ନାବାଳକ, ଜଣେ ନାବାଳିକା ରହିଛନ୍ତି। ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ଗୋବିନ୍ଦପୁର ବାରବାଙ୍କ ସାହିରେ ଥିବା ପୋଖରୀରେ ବୁଡିଯାଇଛନ୍ତି ଚାରିଜଣ। ମୃତକଙ୍କ ମଧ୍ୟରେ ମୃତକ ଚାରି ଜଣ ସମ୍ପର୍କୀୟ ଭାଇଭଉଣୀ ହୋଇଥିବାର ସୂଚନା ରହିଛି। ଗାଧେଇବା ବେଳେ ଗୋଡ ଖସିଯିବାରୁ ବୁଡି ଯାଇଥିବାର ସୂଚନା ରହିଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ଭୁବନେଶ୍ବର : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ଏସ୍ଓପି ଜାରି କରିଛି । ଜିଲ୍ଲା ଓ ବ୍ଲକର କୃଷି ଅଧିକାରୀ ମନିଟରିଂ କରିବା ପାଇଁ କୁହାଯାଇଛି। ଏହା ସହ ସର୍ଭେ କରିବେ କେଉଁ ଏରିଆ ରେ ପଙ୍ଗପାଳ ଆସିଲେ । ଏହା ସହ ପଙ୍ଗପାଳ କଣ୍ଟ୍ରୋଲ କରିବା ନେଇ ଟ୍ରେନିଂ ଦିଆଯାଇଛି । ପଙ୍ଗପାଳ ନିୟନ୍ତ୍ରଣ ନେଇ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି । ତିରିଶିଟି ଜିଲ୍ଲାରେ ନୋଡାଲ୍ ଅଫିସର୍ମାନେ ଏନେଇ ଏହାସହ ଜିଲ୍ଲା ସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏଥିପାଇଁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରିରହିଛି । ମୌସୁମୀ ଏବଂ ପବନର…
ନୂଆଦିଲ୍ଲୀ : କେରଳରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଠିକ୍ ସମୟରେ ମୌସୁମୀ ବାୟୁ ଭାରତ ଛୁଇଁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଠିକ୍ ସମୟରେ ମୌସୁମୀ ଆସି କେରଳରେ ପହଞ୍ଚିଛି । କେରଳର ତିରୁଓ୍ବନନ୍ତପୁରମ୍ରେ ପ୍ରବଳ ବର୍ଷା ହୋଇଛି । କେରଳର 9 ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିିଛି ଭାରତୀୟ ପାଣିପାଗ ବିଭାଗ । ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଉଛି । ଏହା ଦିନେ ଦୁଇଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭାଗ ଆକଳନ କରିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା : ମଦ ବିରୋଧରେ ତେଜିଲେ ସ୍ୱୟଂ ସହାୟକ ଗୋଷ୍ଠୀ। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ପଞ୍ଚାୟତର କେ.ନୂଆପଲ୍ଲୀ ଗ୍ରାମରେ ମହିଳା ମାନେ ବେଆଇନ ମଦକୁ ବିରୋଧ କରି ଏକାଠି ହୋଇଛନ୍ତି ମହିଳା। 13ଟି ସ୍ୱୟଂ ସହାୟକ ଗୋଷ୍ଠୀର 130ରୁ ଉର୍ଦ୍ଧ ମହିଳା ଗ୍ରାମରେ ମଦ, ଗଂଜେଇ ବିରୋଧରେ ସଚେତନତା କରିବା ସହ ଚୋରା ମଦ କାରବାର ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ଗାଁରେ ସଚେତନତା ରାଲି କରିଛନ୍ତି । ସୂଚନା ଅନୁଯାୟୀ ଗ୍ରାମର ରାସ୍ତା କଡରେ ବେଆଇନ ମଦ କାରବାର ଚାଲିଥିବା ବେଳେ ମହିଳା ମାନେ ସେଠାରେ ପହଞ୍ଚି ମଦ ଜବତ କରିଛନ୍ତି । ଏଥି ସହ ଆଗାମୀ ଦିନରେ ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ସମସ୍ତେ ଏକାଠି ହବାକୁ ଆହ୍ୱାନ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନ । ମହିଳା ମାନଙ୍କ ଏହି ଉଦ୍ୟମକୁ ଗ୍ରାମରେ ପ୍ରଶଂସା କରାଯାଇଛି ।
ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍ ଡାଉନ୍ର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ସହିତ ଅନ୍ଲକ୍ 1.0 ମଧ୍ୟ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ଭାରତରେ ଗୋଷ୍ଠୀ ସଂକ୍ରମଣର ବିପଦକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନ୍ୟାସନାଲ ଟାସ୍କ ଫୋର୍ସର ବିଶେଷଜ୍ଞମାନେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଦେଖିଛନ୍ତି । ଏଥିରେ ଭାରତର କିଛି ଜୋନ୍ରେ ସାମୁଦାୟିକ ସଂକ୍ରମଣ ବା ଗୋଷ୍ଠୀ ସଂକ୍ରମଣ ହେଉଥିବାର ସୂଚନା ମିଳିଛି । ଭାରତରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ପୂର୍ବରୁ ମିଳିଥିବାବେଳେ ଅପ୍ରେଲ୍ ମାସରେ ଭାରତୀୟ ମେଡିକାଲ୍ ରିସର୍ଚ୍ଚ ସଂସ୍ଥା ଆଇସିଏମ୍ଆର ମଧ୍ୟ ଏନେଇ ଇଙ୍ଗିତ କରିଥିଲା । କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଅଣଦେଖା କରିଥିଲା । ଅପ୍ରେଲ ମାସରେ କରୋନା ମହାମାରୀ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ନ୍ୟାସନାଲ୍ ଟାସ୍କ…
ଛତିଶଗଡ : ପଡୋଶୀ ଛତିଶଗଡ ରାଜ୍ୟରେ ପ୍ରବେଶ କଲେ ପଙ୍ଗପାଳ ପଲ। ଛତିଶଗଡ କୋରିଆ ଜିଲ୍ଲାର ଭରତପରୁ ଜଙ୍ଗଲରେ ପଙ୍ଗପାଳ ପହଞ୍ଚିଥିବାର ସୂଚନା ରହିଛି। ମଧ୍ୟପ୍ରଦେଶରୁ ଆସି କୋରିଆଁ ଜିଲ୍ଲାରେ ପହଞ୍ଚିଛନ୍ତି ପଙ୍ଗପାଳ। ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଛନ୍କା ପଶିଛି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଗାଁ ଲୋକ ମାନେ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି। ବାଣଫୁଟାଇ, ଟିଣ ବାଡେଇ ପଙ୍ଗପାଳଙ୍କୁ ଘଉଡାଉଥିବା ସୂଚନା ରହିଛି। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ କୀଟନାଶକ ସ୍ପ୍ରେ କରୁଥିବାର ସୂଚନା ରହିଛି। ଛତିଶଗଡକୁ ଆସିଥିବା ପଙ୍ଗପାଳ ଦଳ ପ୍ରାୟ ତିନି କିମି ପର୍ଯ୍ୟନ୍ତ ଲମ୍ବିଛି । ଏହି ତିନି କିମି ଲମ୍ବିଥିବା ଦଳରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ବୋଲି ସୂଚନା ରହିଛି। ସେହିପରି ଛତିଶଗଡରେ ପଙ୍ଗପାଳ ଆସିବା ପରେ ଓଡ଼ିଶାକୁ ମଧ୍ୟ ପଙ୍ଗପାଳ ଭୟ ବଢିଛି। ଚାଷୀଙ୍କ ପାଇଁ ରାଜ୍ୟ କୃଷି ବିଭାଗ ଗାଇଡଲାଇନ୍ସ ଜାରି କରିଛି ।
କନ୍ଦର୍ପ ବେହେରା ରେଢାଖୋଲ-ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ୩୫ କେଜି ଗଞେଇ ଓ ୨ଟି ବାଇକ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧରୁ ଗଞ୍ଜେଇ ଧରି ଆସୁଥିବା ଦୁଇଟି ବାଇକକୁ ଚାରମାଳ ଥାନା ତେଲିପଣା ଛକ ନିକଟରେ ଗତକାଲି ସକାଳେ ଧରିବାରେ ସଫଳ ହୋଇଛି। ବେପାରୀମାନେ ମୂଖ୍ୟ ରାସ୍ତାରେ ନ ଆସି ଜଙ୍ଗଲି ରାସ୍ତାରେ ଆସୁଥିବାର ଚାରମାଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ଆସିଥିଲା । ଗଞ୍ଜେଇ ବେପାରୀମାନେ ବାଇକ ନଂ (ଓଡି ୧୫ ଏଫ୍ ୧୦୦୪) ଓ (ଓଆର୍ ୧୪ ଏମ୍ ୦୪୪୭) ରେ ୩୫ କେଜି ଗଞ୍ଜେଇ ଧରି ଆସୁଥିଲେ। ବେପାରୀମାନେ ପୋଲିସକୁ ଦେଖି ଗଞ୍ଜୋଇ ଓ ବାଇକ ଦୁଇଟି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ପୋଲିସ୍ ସେମାନଙ୍କୁ ଧରି ପାରି ନ ଥିଲା। ଏମିତି ଚାରମାଳ ଅଂଚଳରେ…
ରୋମାନିଆ : ବିଶ୍ବରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କରୋନା କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରହିଛି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ବିଶ୍ବର ପ୍ରାୟ ସବୁ ଦେଶ କଠୋର କଟକଣା ଲଗାଇଛନ୍ତି । ତେବେ ଏବେ ସାମାଜିକ ଦୂରତ୍ବ ରକ୍ଷା କରିବା ଜୋତା । ରୋମାନିଆରେ ଏବେ ଏପରି ଏକ ଜୋତା ବିକ୍ରି ହେଉଛି ଯାହା ସାମାଜିକ ଦୂରତ୍ବ ରକ୍ଷା କରିବାରେ ବିଶେଷ ସହାୟକ ହୋଇପାରୁଛି । ମିଳିଥିବା ସୂଚନା ଅନୁସାରେ ରୋମାନିଆରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଥିଲା । ଏହା ପରେ କଟକଣା କୋହଳ କରାଯାଇଥିଲା । କିନ୍ତୁ କଟକଣା କୋହଳ ପରେ ଲୋକେ ସାମାଜିକ ଦୂରତ୍ବକୁ ମାନୁନଥିବାର ଦେଖାଯାଇଥିଲା । ଏହା ପରେ ଜଣେ ଯୋତା ବିକାଳୀ ଏପରି ଏକ ଜୋତା ପ୍ରସ୍ତୁତ କରିଛନ୍ତି, ଯାହା ସାମାଜିକ ଦୂରତ୍ବକୁ ରକ୍ଷା କରିବାରେ ସାହାଯ୍ୟ କରୁଛି । କ୍ଲୁଜ୍ ଟ୍ରାନ୍ସିଲବିଅନ୍…
ଭୁବନେଶ୍ବର : ଆଜି 19ଟି ଜିଲ୍ଲାରୁ 156 ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ 50ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 20 ଜଣ, ଗଞ୍ଜାମରୁ 17, ଜଗତସିଂହପୁରରୁ 14, ଯାଜପୁରରୁ 11, କନ୍ଧମାଳରୁ 9, ଭଦ୍ରକ ଜିଲ୍ଲାରୁ 7 ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ ଓ ନୂଆପଡା, ମୟୂରଭଞ୍ଜ, ବରଗଡ, ସୋନପୁରରୁ ତିନିଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିର ଓ ସମ୍ବଲପୁରରୁ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 431 334 94 3 0 ଯାଜପୁର 280 179 101 0 0 ବାଲେଶ୍ବର 152 124 27 0 1 ଖୋର୍ଦ୍ଧା…
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 156 କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2ହଜାର 104କୁ ବୃଦ୍ଧି ହୋଇଛି । ନୂତନ 156ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 153ଜଣ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 3ଟି ଲୋକାଲ୍ କେସ୍ ରହିଛି । ଆଜି 19 ଜିଲ୍ଲାରୁ 156 ଜଣଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ବୋଲି ସୂଚନା ରହିଛନ୍ତି ।ଏବେ ସୁଦ୍ଧା ରାଜ୍ୟରେ ଆକ୍ଟିଭ୍ କେସ୍ 969 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1126। କରୋନା ଯୋଗୁଁ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ସାତଜଣ । ସେହିପରି ଦୁଇଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କେଦାର ମିଶ୍ର ଜୁନ ମାସ ତିରିଶ ତାରିଖ ଯାଏ ଆପାତତଃ ତାଲାବନ୍ଦ ବା ଲକ ଡାଉନ ଅବ୍ଯାହତ ରହିଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ତାଲା ଖୋଲିବାର ପ୍ରଥମ ସୋପାନ ବା “ଲକ ଆଉଟ-୧” ବୋଲି କହିଛନ୍ତି। କ୍ରମେ କ୍ରମେ ଜୁଲାଇ ମାସରେ ଦେଶର ଆର୍ଥିକ ଗତିବିଧି ସ୍ଵାଭାବିକ ହେବାର ପ୍ରକ୍ରିୟା ଚାଲିବ ବୋଲି ସରକାର କହିଛନ୍ତି। ତେବେ ଦେଶରେ ଯେହେତୁ ଏବେ ମଧ୍ୟ ଜାତୀୟ ବିପର୍ୟୟ ପରିଚାଳନା ଆଇନ ଏବଂ ମହାମାରୀ ଆଇନ ଲାଗୁ ହୋଇଛି, ତେଣୁ ଲକ ଆଉଟ ବୋଲି ଏହାକୁ କେମିତି କହିବା। ତେବେ ସବୁଠୁ ବିଚିତ୍ର କଥାଟି ହେଉଛି, ଯେଉଁ ଦିନ ସରକାର ଲକ ଆଉଟ ଘୋଷଣା କରୁଛନ୍ତି, ସେଦିନ ଦେଶରେ ସର୍ବାଧିକ ୮୩୮୦ ସଂକ୍ରମିତ ଏବଂ ୨୦୫ ଜଣ ମୃତ ବୋଲି ସୂଚନା ମିଳୁଛି।ଲକ ଡାଉନ ଆରମ୍ଭର ପ୍ରଥମ ତିନି ସପ୍ତାହ ସରିବା ବେଳକୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧,୪୮୫…
ନରସିଂହପୁର : କ୍ବାରେଣ୍ଟିନ୍ କେନ୍ଦ୍ର ବାହାରୁ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଟକ ବଡମ୍ବା ନୋଡାଲ ହାଇସ୍କୁଲ କ୍ବାରେଣ୍ଟିନ୍ କେନ୍ଦ୍ର ବାହାରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ପ୍ରବାସ ଫେରନ୍ତା ହୋଇଥିବାବେଳେ ସେ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ । ମୃତକ ଜଣକ କୃଷ୍ଣଚନ୍ଦ୍ରପୁର ଗ୍ରାମର ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ପ୍ରବାସୀ ଜଣକ ଗତ 26 ତାରିରୁ ମୁମ୍ବାଇର ଆସିଥିବାବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । କିନ୍ତୁ ଆଜି ସକାଳୁ କ୍ବାରେଣ୍ଟାଇନ୍ ସେଣ୍ଟରର ପାଚେରୀ ବାହାରେ ଏକ ବିଲରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ବ୍ୟକ୍ତିଙ୍କର ମଧୁମେହ ଓ ହାର୍ଟ ସମସ୍ୟା ଥିଲା ବୋଲି ନରସିଂହପୁର ତହସିଲଦାର ଜଣାଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ରୂପେ ଜଣାପଡିବ…
ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ଲକଡାଉନ୍ 5.0ର ଆରମ୍ଭ ହୋଇଛି । ଏହା ସହିତ ଆଜିଠାରୁ ଦେଶରେ ଅନଲକ୍- 1.0 ମଧ୍ୟ ଆରମ୍ଭ ହୋଇଛି । କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକଡାଉନ୍ ପରେ ଆଜିଠାରୁ ଦେଶରେ ଅନଲକ୍ ନିୟମ ଲାଗୁ ହୋଇଛି । ଏସବୁ ମଧ୍ୟରେ ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି । ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 1.90 ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା 5,394ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ 1 ଲକ୍ଷ 90 ହଜାର 535 ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ 5,394 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦେଶର 91,819 ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ 92,322 ସକ୍ରିୟ ମାମଲା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 8,392 ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 230…
ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ବେକାବୁ ସ୍ଥିତିରେ ରହିଛି । 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷ 73 ହଜାର 855କୁ ବୃଦ୍ଧି ହୋଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 62ଲକ୍ଷ 62 ହଜାର 805ରେ ପହଞ୍ଚିଛି । କରୋନାରୁ ଆରୋଗ୍ୟ ହୋଇଛନ୍ତି 28 ଲକ୍ଷ 46 ହଜାର 523ଜଣ । ବିଶ୍ବର 213ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବାବେଳେ ବିଶ୍ବ ଆକ୍ରାନ୍ତ ତାଲିକାରେ ସପ୍ତମ ସ୍ଥାନରେ ଭାରତ ରହିଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 5,394କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ନବେ ହଜାର 609 ରହିଛି । 12ଟି ଦେଶରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ରହିଛି । ରୁଷ୍, ବ୍ରାଜିଲ୍ ସ୍ପେନ୍, ୟୁକେ, ଇଟାଲୀରେ କରୋନା ମାମଲା ସଂଖ୍ୟା ଦୁଇ ଲକ୍ଷ ପାର୍…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ମହାମାରୀ କରୋନା ଯୋଗୁଁ ବାଣପୁର ବ୍ଲକର ଆଉ ଦୁଇଟି ପଞ୍ଚାୟତ ସଟ୍ଡାଉନ୍ କରାଯାଇଛି। ଆଜିଠାରୁ ଆଗାମୀ ୪୮ ଘଣ୍ଟା ପାଇଁ ଦୁଇଟି ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ସରପଞ୍ଚ ସଟ୍ଡାଉନ୍ ଘୋଷଣା କରିଛନ୍ତି। ମୋରାମୋରି ପଞ୍ଚାୟତରେ ଜଣେ ଗୁଜୁରାଟ ଫେରନ୍ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ ସରପଞ୍ଚ ସବିତା ନାୟକ ଉକ୍ତ ପଞ୍ଚାୟତକୁ ଆସନ୍ତା ୨ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଗହୀର ମୋରାମୋରି ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ସେହିପରି ଗତକାଲି ନାଚୁଣୀ ପଞ୍ଚାୟତର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ କାବୁଲ୍ ପ୍ରଧାନ ଉକ୍ତ ପଞ୍ଚାୟତକୁ ଆସନ୍ତା ତିନି ତାରିଖ ଯାଏ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତମାନେ ଗୁଜୁରାଟ ଓ ମହାରାଷ୍ଟ୍ର…
ଆମେରିକା : କରୋନା ସଂକଟ କାଳରେ ଆମେରିକାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ପରେ ଆମେରିକାରେ ପୁଣିଥରେ କୃଷ୍ଣକାୟ ଓ ଶ୍ବେତାଙ୍ଗ ପ୍ରସଙ୍ଗ ଉଠିଛି । ପୋଲିସ୍ ହେପାଜତରେ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆମେରିକାରେ ହିଂସା ଉଗ୍ରରୂପ ଧାରଣ କରିଛି । ଏହି ନିଆଁ ଏବେ ହ୍ବାଇଟ୍ ହାଉସ୍ ପାଖରେ ପହଞ୍ଚିଲାଣି । ରବିବାର ଦିନ ପଥରମାଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁରକ୍ଷିତ ବଙ୍କରରେ ନିଆଯାଇଛି । ହ୍ବାଇଟ୍ ହ୍ବାଉସ୍ ନିକଟରେ ପ୍ରବଳ ପ୍ରତିବାଦ କରାଯାଉଛି । ଦେଶରେ ଏହି ହିଂସା ସ୍ଥିତି ଯୋଗୁଁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍ ଡିସି ସମେତ ନ୍ୟୁୟର୍କ, ନ୍ୟୁଜର୍ସି ସମେତ ଆମେରିକାର 40ଟି ସହରରେ କର୍ଫ୍ୟୁ ଜାରି ହୋଇଛି । 15ଟି ପ୍ରୋଭିନ୍ସ ଓ ଓ୍ବାଶିଂଟନ୍ ଡିସିରେ 5 ହଜାର ନ୍ୟାସନାଲ୍ ଗାର୍ଡ ମୂତୟନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିନ୍ନିଆପଲିସ୍ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ…

