ପ୍ଲେ ଷ୍ଟୋର୍‌ରୁ ମିତ୍ରୋନ୍‌ ଏବଂ ରିମୋଭ୍‌ ଚାଇନିଜ୍‌ ଆପ୍‌ ହଟାଇଲା ଗୁଗୁଲ୍‌

Published: Jun 4, 2020, 9:53 pm IST

ନୂଆଦିଲ୍ଲୀ : ନିକଟରେ ଚର୍ଚ୍ଚାର ପରିସରକୁ ଆସିଥିବା ମିତ୍ରୋନ୍‌ ଏବଂ ରିମୋଭ୍‌ ଚାଇନିଜ୍‌ ଆପ୍‌କୁ ପ୍ଲେଷ୍ଟୋରରୁ ହଟାଇଛି ଗୁଗୁଲ୍‌ । ମିତ୍ରୋନ୍‌ ଆପ୍‌କୁ କିଛି ସୁଧାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ରିମୋଭ୍‌ ଚାଇନିଜ୍‌ ଆପ୍‌କୁ ହଟାଯାଇଛି । ମିତ୍ରୋନ୍‌ ଆପ୍‌ର ଟିକ୍‌ଟକ୍‌ ସହିତ ସାମଞ୍ଜସ୍ୟ କାରଣରୁ ଏହି ଆପ୍‌କୁ ବର୍ତ୍ତମାନ ହଟାଯାଇଛି । ଭବିଷ୍ୟତରେ ସୁଧାର ପରେ ପୁନର୍ବାର୍‌ ଆପ୍‌କୁ ପ୍ଲେଷ୍ଟୋରରେ ସ୍ଥାନିତ କରାଯିବ ।

ତେବେ ଯେହେତୁ ରିମୋଭ୍‌ ଚାଇନିଜ୍‌ ଆପ୍‌ ଦ୍ବାରା ଅନ୍ୟ ଆପକୁ ଡିଲିଟ୍‌ କରାଯାଉଛି ତେଣୁ ଏହି ଆପ୍‌କୁ ହଟାଯାଇଥିବା ନେଇ ଗୁଗୁଲ୍‌ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ ଗାଇଡ୍‌ଲାଇନ୍‌ସ ଉଲ୍ଲଂଘନ କରୁଥିବାରୁ ଏହି ଆପ୍‌କୁ ହଟାଯାଇଛି ଏବଂ ଏହି ଆପ୍‌କୁ ପୁନର୍ବାର ସ୍ଥାନିତ କରାଯିବ ନାହିଁ ବୋଲି ଗୁଗୁଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମିତ୍ରୋନ୍‌ ଆପ୍‌କୁ ଏକ ମାସ ମଧ୍ୟରେ 50 ଲକ୍ଷ ଲୋକ ଡାଉନ୍‌ଲୋଡ୍‌ କରିଥିଲେ ।

Related posts