Author: Samikhsya Bureau

ଭୁବନେଶ୍ବର : କରୋନାରେ ସଂକ୍ରମିତଙ୍କ ପରିଚୟ ପ୍ରଘଟ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରିଚୟ ଯେଭଳି ପ୍ରଘଟ ନ ହେବ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତି ସରକାରୀ ହେଉ କି ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି, କିମ୍ବା କୌଣସି କ୍ୱାରେଣ୍ଟିନ୍‌ ସେଣ୍ଚରେ ରହୁଥିଲେ ତାଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ। ଏପରିକି ସରକାରୀ ବିଭାଗରେ ତଥ୍ୟ ଆଦାନ ପ୍ରଦାନରେ ବି କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରାଯିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ବି କରୋନା ସଂକ୍ରମିତଙ୍କ ପରିଚୟ ଦିଆଯାଇପାରିବ ନାହିଁ ବୋଲି ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Read More

ବରଗଡ : ବରଗଡ ଜିଲ୍ଲାରେ ନୂଆ 6 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭେଡେନ ବ୍ଲକର ଚାରି ଜଣ ରହିଥିବାବେଳେ ଭଟଲି ବ୍ଲକର 2 ଜଣ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି। ଛଅଜଣଙ୍କ ମଧ୍ୟରୁ 5 ଜଣ ବାହାର ରାଜ୍ୟ ଫେରନ୍ତା ରହିଥିବାବେଳେ ଗୋଟିଏ ଲୋକାଲ୍‌ କେସ୍‌ ରହିଛି। ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିବାର ସୂଚନା ରହିଛି।

Read More

ବାଲେଶ୍ବର : ପୁଣି ପ୍ରବାସୀଙ୍କ ବସ୍‌ ଓଲଟିଛି। ପ୍ରବାସୀଙ୍କୁ ଧରି ଯାଉଥିବା ବସ୍‌ ରାସ୍ତାରେ ଓଲଟିଯିବା ଫଳରେ ସାତ ଜଣ ଆହତ ହୋଇଛନ୍ତି। ଏନ୍‌ଏଚ୍‌-16 ମଙ୍ଗଳପୁର ନିକଟରେ ପ୍ରବାସୀଙ୍କ ବସ୍‌ ଦୁର୍ଘଟଣା ହୋଇଛି। ବସ୍‌ଟି କେରଳରୁ ପ୍ରବାସୀଙ୍କୁ ଧରି ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ପ୍ରାୟ 30ରୁ ଅଧିକ ରହିଥିବାର ସୂଚନା ରହିଛି। ଏହି ଯାତ୍ରୀମାନେ ଆଉ କିଛି ଘଣ୍ଟା ପରେ ପଶ୍ଚିମବଙ୍ଗରେ ପହଞ୍ଚି ଥାଆନ୍ତେ । କିନ୍ତୁ ନିଜ ଅଂଚଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବାସୀମାନଙ୍କର ବସ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। 16 ନମ୍ବର ଜାତୀୟ ରାଜପଥରେ ମଧ୍ୟ ପୂର୍ବରୁ ପ୍ରବାସୀମାନଙ୍କର ବସ ଦୁ୍‌ର୍ଘଟଣାଗ୍ରସ୍ତ ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ବସ ଦୁଇଥର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗଂଜାମ ଜିଲ୍ଲାର ସୋରଡ଼ାରେ ମଧ୍ୟ ପ୍ରବାସୀମାନଙ୍କର ବସ ଦୁର୍ଘଟଣାଗ୍ରସ୍ତ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ନିମ୍ନଲିଖିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ସେଗୁଡିକ ହେଲା- କଲେଜ୍ ଛକର ମୁଖ୍ଯରାସ୍ତାର ଦୁଇ ପାର୍ଶ୍ଵ ରୁ ରଞ୍ଜନ ଦାସଙ୍କ ଘର ପର୍ଯ୍ୟନ୍ତ। ପୂର୍ବ ଦିଗରେ ସତ୍ୟ ନାରାୟଣ ମୁଦୁଲିଙ୍କ ଘର ଠାରୁ ପଶ୍ଚିମ ଦିଗରେ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ୍ ପର୍ଯ୍ୟନ୍ତ। ଉତ୍ତରରେ ସୁଶାନ୍ତ ରଥଙ୍କ ଘର ଠାରୁ ଦକ୍ଷିଣରେ ତ୍ରିନାଥ ସାହୁ ଙ୍କ ଘର ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ଏହିପରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଏନ୍ଏସି ଅଫିସ୍ ରାସ୍ତା ସହ ପ୍ରକାଶ ମେଡିକାଲ୍ ଷ୍ଟୋର ଓ ସେଠାରେ ଥିବା ନିକଟସ୍ଥ ମାର୍କେଟ କମ୍ପଲେକ୍ସ ଗୁଡ଼ିକୁ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳ ରୂପେ ପରିଚିହ୍ନିତ କରଯାଇଛି। ପରିଚିହ୍ନିତ ହୋଇ ଥିବା…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ନୂଆପଡା ଜିଲ୍ଲାରେ ବୋଲି ଜଣାପଡିଛି। ତେବେ ସମସ୍ତ ଆକ୍ରାନ୍ତ କ୍ଵାରେଣ୍ଟିନ ସେଣ୍ଟରରେ ରହିଥିଲେ ବୋଲି ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ଖଡିଆଳରୁ ୪, ସିନାପାଲିରୁ ୩, ବୋଡେନରୁ ୩, ନିମାପଡାରୁ ୨ ଜଣ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସେମାନେ ସମସ୍ତେ ବାହାର ରାଜ୍ୟରୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୧ଜଣ ମୁମ୍ବାଇ ଏବଂ ଜଣେ ହାଇଦ୍ରାବାଦ ଫେରନ୍ତା।

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗତକାଲି ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ତତ୍କାଳ ପାନ୍ ପାଇଁ ଆବେଦନ ପ୍ରକ୍ରିୟା ଖୁବ ସରଳ କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ। ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ 15 ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ। ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଥିବା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କରାଯାଇଛି। ସମିତିର ସଂପାଦକ ଆର୍ତ୍ତତ୍ରାଣ ରାଉଳ ୫ ଟି ପଂଚାୟତର ସହସ୍ରାଧିକ ଚାଷୀଭାଇମାନଙ୍କୁ ମାକ୍ସବଂଟନ କରିଥିଲେ। ସାରା ଦେଶରୁ କରୋନା ମହାମାରୀକୁ କିପରି ବିନାଶ କରିବା ସେ ସଂପର୍କରେ ଚାଷୀମାନଙ୍କୁ ସଂପାଦକ ଆର୍ତ୍ତତ୍ରାଣ ରାଉଳ ସଚେତନତାର ବାର୍ତ୍ତା ଦେଇଥିଲେ। ସମସ୍ତେ ବାହାରକୁ ବାହାରିଲେ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ପ୍ରବାସୀ ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ସଂପାଦକ ଆହ୍ୱାନ ଦେଇଥିଲେ। ଅଯଥା ପ୍ରବାସୀ ମାନଙ୍କୁ ଗ୍ରାମାଂଚଳର ଲୋକମାନେ ହଇରାଣ ନ କରି ସେମାନେ ଆମର ଭାଇ ଟିଏ ବୋଲି ଆଦର କରିବା ସହ ସେମାନେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବାକୁ ଆମେ ସମସ୍ତେ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେବା ବୋଲି ପ୍ରକାଶ କରିଥିଲେ। ସମିତିର ସମସ୍ତ କର୍ମକର୍ତ୍ତା, ଚାଷୀମାନେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ତିନି ମାସର ରୋଡ ଟାକ୍ସ ଛାଡ ପାଇଁ ଘୋଷଣା କରାଯାଇଛି। ସମସ୍ତ ଯାତ୍ରୀବାହି ଗାଡିଗୁଡିକ ଲାଗି ରୋଡ ଟାକ୍ସ ଛାଡ ନେଇ ଘୋଷଣା କରାଯାଇଛି। ଲକ ଡାଉନ କାରଣରୁ ଗାଡି ମାଲିକ ମାନେ କ୍ଷତି ସହୁଥିବାରୁ ସରକାରଙ୍କ ନିକଟରେ ଟାକ୍ସ ଛାଡ ପାଇଁ ଦାବି କରାଯାଉଥିଲା। ତେବେ ଏହି ବିଷୟକୁ ସରକାର ବିଚାରକରି ଆଜି ରୋଡ ଟାକ୍ସ ଛାଡ କରିଛନ୍ତି। ଏପ୍ରିଲ, ମେ, ଜୁନ ମାସ ପାଇଁ ରୋଡ ଟାକ୍ସ ଛାଡ ହୋଇଥିବାର ସୂଚନା ମିଳିଛି।

Read More

ଭୁବନେଶ୍ୱର: କରୋନା ସଂକ୍ରମଣ ବିରୋଧରେ ଭାରତର ଲଢେଇରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଥିବା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣ ବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଏହି କିଟ୍‌ଗୁଡିକର ଉତ୍ତମ ଗୁଣବତ୍ତା ରହିଛି। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନରୁ ଆମଦାନୀ କରାଯାଉଥିବା ପ୍ରତି ପିପିଇ କିଟ୍‌ର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହୁଥିବା ବେଳେ ରିଲାଏନ୍ସର ସହଯୋଗୀ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜ ଦ୍ୱାରା ମାତ୍ର ୬୫୦ ଟଙ୍କାରେ ପିପିଇ ପ୍ରସ୍ତୁତ କରାଯାଉଛି। ପିପିଇ କିଟ୍ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଜଣ କରୋନା ଆକ୍ରାନ୍ତ। ତେବେ ଏହି ୯୦ ଜଣକୁ ମିଶାଇ ରାଜ୍ୟରେ ୯୭୭ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ସୂଚନା ଦେଇଛି। ଜଗତସିଂହପୁରରୁ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧାରୁ ୨, ସମ୍ବଲପୁରରୁ ୨, ବାଲେଶ୍ଵର ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୯୭୭ ଜଣ ଓ ମୃତ୍ୟୁବରଣ କରିଛନ୍ତି ୭ଜଣ। ତେବେ ରାଜ୍ୟରେ ଆକ୍ଟିଭ୍‌ କେସ ୭୩୭ ରହିଛି।

Read More

ଗାର୍ଲଫ୍ରେଣ୍ଡ ପାଇଁ ଜଣେ ଯୁବକ 8.51 ଚୋରି କରିଥିବାର ଖବର ସାମ୍ନାକୁ ଆସିଛି । ଘଟଣାଟି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରେ ହୋଇଥିବାର ସୂଚନା ରହିଛି । ଯୁବକ ଜଣକ କମ୍ପାନୀରୁ ମୋଟା ରକମର ନଗଦ ଚୋରାଇବା ସହିତ ଏପରି ପ୍ଲାନ୍‌ ପ୍ରସ୍ତୁତ କରୁଥିଲେ ଯେ, ପୋଲିସକୁ ମଧ୍ୟ ହରଡଘଣାରେ ପକାଇ ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଏମ୍‌ବିଏ୍‌ ଗ୍ରାଜୁଏଟ ହୋଇଥିବାବେଳେ ସେ ପେପର୍‌ ମିଲ୍‌ରେ କାର୍ଯ୍ୟ କରୁଥିଲେ । ମଇ 25କୁ ଯୁବକ ଜଣକ କମ୍ପାନୀର ଦୁଇ ଭିନ୍ନ ଏଜେଣ୍ଟଙ୍କ ସହ ସମ୍ପର୍କରେ ଆସିଥିଲେ । ଏହାପରେ ସେ ଦୁଇ ଏଜେଣ୍ଟଙ୍କଠାରୁ 8.51 ଟଙ୍କା ଆଣି ସେ ଫେରାର୍‌ ହୋଇ ଯାଇଥିଲେ। ତେବେ ଧରା ନ ପଡିବା ପାଇଁ ଏକ କପୋଳକଳ୍ପିତ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ । ଅଭିଯୁକ୍ତ ଯୁବକ ଜଣକ ଟଙ୍କା ଚୋରି କରି ପୋଲିସ୍‌ରେ ତାଙ୍କ ଠାରୁ ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ…

Read More

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନାର ମାମଲା ବଢିବାରେ ଲାଗିଛି । ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ୍‌ ବୈଜଲ୍‌ଙ୍କ ବାସଭବନରେ ଚାରିଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଶୁକ୍ରବାର ଦିନ ଏନେଇ ସୂଚନା ମିଳିଛି। ଏଠାରେ ଚାରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ ଅଫିସ୍‌ରେ କିରାଣୀ ଭାବେ କାର୍ଯ୍ୟ କରୁଥିବାବେଳେ ଜଣେ ସଫାଇ କର୍ମଚାରୀ ରହିଛନ୍ତି । ରାଜ ଭବନରୁ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କୁ ସ୍କାନରରେ ରଖାଯାଇଛି । ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଖୋଜାଚାଲିଛି । ଏହାପରେ ଉପରାଜ୍ୟପାଳଙ୍କ ଅଫିସ୍‌ରେ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଏତଦ୍‌ବ୍ୟତୀତ ଦିଲ୍ଲୀର ମେୟର ହାଉସ୍‌ରେ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏହା ପରେ ନର୍ଥ ଏମ୍‌ସିଡି ମେୟର ଅବତାର ସିଂଙ୍କ ସମେତ…

Read More

ରାୟପୁର : ଛତିଶଗଡର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ 74 ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ଅମିତ୍‌ ଯୋଗୀ । 20 ଦିନ ଧରି ଅଜିତ୍‌ ଯୋଗୀ ରାୟପୁରର ନାରାୟଣା ହସ୍ପିଟାଲରେରେ ଚିକିତ୍ସାଧୀନ ରହିଥିଲେ । କିଛି ଦିନ ଧରି କୋମାରେ ରହିଥିଲେ ଅଜିତ୍‌ ଯୋଗୀ । ଆଜି ସକାଳୁ ତାଙ୍କୁ ଦୁଇ ଥର ହାର୍ଟ ଆଟାର୍କ ହୋଇଥିବାର ସୂଚନା ରହିଛି । ମେ 9ରେ ହୃଦଘାତ ଯୋଗୁଁ ସେ ଭେଣ୍ଟିଲେଟରରେ ଥିଲେ ।   ଆସନ୍ତାକାଲି ତାଙ୍କ ଜନ୍ମମାଟି ଗୌରେଲାରେ  ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି। ଛତିଶଗଡର ପ୍ରଥମ ମୁଖ୍ୟମନ୍ତୀ ଥିଲେ ଅଜିତ୍‌ ଯୋଗୀ । ମଧ୍ୟପ୍ରଦେଶରୁ ଛତିଶଗଡ ବିଭାଜନ ହେବା ପରେ ନଭେମ୍ବର 2000ରୁ 2003 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ ଅଜିତ୍‌ ଯୋଗୀ…

Read More

ଭୁବନେଶ୍ବର : ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ 17 ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ଜୁନ୍‌ 2020ରୁ ମାର୍ଚ୍ଚ 2021 ମଧ୍ୟରେ ଖର୍ଚ୍ଚ ହେବ ବୋଲି ସୂଚନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଗ୍ରାମାଞ୍ଚଳରେ କୃଷି ପାଇଁ 2 ଶହ କୋଟି ଟଙ୍କା ଖର୍ଚ୍ଚ ହେବ । 24 ଲକ୍ଷ 56 ହଜାର ଚାଷୀ ଉପକୃତ ହେବେ ବୋଲି ସୂଚନା ରହିଛି । 4 ହଜାର ପାନଚାଷୀଙ୍କ ପାଇଁ 16 କୋଟି ଟଙ୍କା ଖର୍ଚ୍ଚ ହେବ । 10 ହଜାର ଚାଷୀ ଓ 5 ହଜାର ଏସ୍‌ଏଚ୍‌ଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ । ତିନି ହଜାର ଚାଷୀଙ୍କୁ ଫୁଲ ଚାଷ…

Read More

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ରାଜ୍ୟ କ୍ୟାବିନେଟ୍‌ ବୈଠକରେ 22ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି । ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଲାଗି ସରକାର ଅନେକଗୁଡ଼ିଏ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏଥିଲାଗି 17ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ 2020 ଜୁନରୁ 2021 ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ଏହି ବୋଲି ସେ ଘୋଷଣା କରାଯାଇଛି । ସେହିପରି ରାଜ୍ୟରେ 2ଟି ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଅନୁଷ୍ଠିତ ହେବ  ବୋଲି ସୂଚନା ରହିଛି ।  ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଣ୍ଟ ନିର୍ମାଣ ଲାଗି ଜମି ଯୋଗାଇ ଦେବ ଇଡକୋ । ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା ଦିଆଯିବା ନେଇ ସୂଚନା ରହିଛି । ମାଳତୀ…

Read More

ରମେଶ ମହାନ୍ତି ଜଗତସିଂହପୁର :  ଆଜି ଜଗତସିଂହପୁରରୁ 11ଟି ପଜିଟିଭ୍‌ ମାମଲା ଆସିଛି। ଏହି ସମସ୍ତ 11 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତିର୍ତ୍ତୋଲ୍‌ ଓ ଏରସମାରୁ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୁଜଙ୍ଗରୁ 2 ଜଣ ଓ ବାଲିକୁଦାରୁ ଜଣେ ରହିଛନ୍ତି। ଗତ 24, 25 ଓ 26 ତାରିଖରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା।  ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଆଜି ଜଗତସିଂହପୁରରୁ 23ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 60 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 28ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ 32ଟି ସକ୍ରିୟ କେସ୍‌ ରହିଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଆଜି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତଙ୍କ ସବିଶେଷ…

Read More

ନୂଆଦିଲ୍ଲୀ : ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେ’ ମାସ ସରୁ ସରୁ ମୌସୁମୀ ଆସିବା ନେଇ ସମ୍ଭାବନା ଦେଖାଦେଇଛି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ କିଛି ସମୟ ଲାଗିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଜୁନ୍‌ 25ରୁ 30 ଭିତରେ ମୌସୁମୀ ଆସିବ ବୋଲି କୁହାଯାଇଛି । ବାତ୍ୟା ଅମ୍ପାନ କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ଉପ ମହାଦେଶକୁ ଆସିବାକୁ ବାଧା ସୃଷ୍ଟି ହେଉଥିଲା। ହେଲେ ଏବେ ବାତ୍ୟା ଯିବା ପରେ ମୌସୁମୀ ବାୟୁ କେରଳ ମୁହାଁ ହୋଇଛି। ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌…

Read More

ବାଲେଶ୍ବର : କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଆମର ଡାକ୍ତର, ନର୍ସମାନେ ମଧ୍ୟ ଏହା କବଳରୁ ବର୍ତ୍ତି ପାରୁଛନ୍ତି । ଆଜି ରାଜ୍ୟରେ ଦୁଇଜଣ ନର୍ସ କରୋନାରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଛି ।  ବାଲେଶ୍ବର କୋଭିଡ୍‌ ହସ୍ପିଟାଲର 2 ଜଣ ନର୍ସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । କରୋନା ଆକ୍ରାନ୍ତ ଦୁଇ ନର୍ସ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ସୂଚନା ରହିଛି । ଦୁଇ ନର୍ସଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ହସ୍ପିଟାଲର ଅନ୍ୟ କର୍ମଚାରୀ ପର୍ଯ୍ୟାୟକ୍ରମେ କ୍ବାରେଣ୍ଟିନ୍‌ରେ ରହୁଛନ୍ତି । ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ 14 ଦିନ ଲେଖାଏଁ କ୍ବାରେଣ୍ଟିନ୍‌ରେ ରହୁଛନ୍ତି ।

Read More

ଭୁବନେଶ୍ବର : ଭୁବନେଶ୍ବରରେ ନବ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି ।  ଲିଙ୍ଗରାଜ ଥାନା କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ବାମୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସ୍ତ୍ରୀର ମୃତ ଦେହ ବେଡ୍ ତଳେ ପଡିଥିବାର ଦେଖାଯାଇଥିଲା । ତିନିମାସ ତଳେ ବିବାହ କରିଥିବବେଳେ ସ୍ବାମୀ ଜଣକ ହକର୍‌ ରୂପେ କାର୍ଯ୍ୟ କରୁଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ କେଉଁ କାରଣ ଯୋଗୁଁ ଦୁହିଁଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ଲିଙ୍ଗରାଜ ପୁଲିସ୍‌ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି।

Read More

ଧନଦା କାନ୍ତ ମିଶ୍ର କୋଭିଦ ମହାମାରୀ ଆରମ୍ଭ ହେବା ସହିତ ‘ବକ୍ରରେଖା ବୃଦ୍ଧି କୁ ସମତଳ କରିବା’ (ଫ୍ଲାଟେନ ଦି କର୍ଭ) ଉକ୍ତି ଟି ଲୋକପ୍ରିୟ ହୋଇଛି । ଏହା ସଂକ୍ରମଣର ହାରକୁ ମନ୍ଥର କରିବାକୁ ବୁଝାଏ। ହାତ ଧୋଇବା, ମୁହଁ ରେ ମୁଖା ପିନ୍ଧିବା, ବାଧ୍ୟତାମୂଳକ ସଙ୍ଗରୋଧ ଠାରୁ ଆରମ୍ଭ କରି ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଇବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଏହା କରାଯାଏ । ସାରା  ବିଶ୍ୱରେ ବିଭିନ୍ନ ଦେଶର ସରକାରମାନେ ଏହାଦ୍ବାରା କରୋନା ଭୁତାଣୁ କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ବିପଦ ଠାରୁ  ଆହୁରି ଏକ ବଡ ବିପଦପୂର୍ଣ୍ଣ ଚକ୍ର ବୃଦ୍ଧି ପ୍ରକ୍ରିୟା ଅଛି ଯାହା ମାନବ ସମାଜ ଏ ପର୍ଯ୍ୟନ୍ତ ସମତଳ କରିବାରେ ଅସମର୍ଥ ଏବଂ ଏହା କରୋନା ଭୁତାଣୁ ଜନିତ  ମହାମାରୀ ର ବହୁ ଦିନ ପର ପର୍ଯ୍ୟନ୍ତ ମାନବ ସମାଜ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରି ଚାଲିବ…

Read More