ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 67ଙ୍କ ମଧ୍ୟରେ 10ଟି ଜିଲ୍ଲାରୁ ଆକ୍ରାନ୍ତ ରହିଛନ୍ତି । ଏହି ନୂତନ 67 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 26 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ ଖୋର୍ଦ୍ଧାରୁ 11 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ 7, ସୋନପୁରରୁ 4, ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1660କୁ ବୃଦ୍ଧି ହୋଇଛି । କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ସକ୍ରିୟ ମୃତ ଗଞ୍ଜାମ 394 283 108 3 ଯାଜପୁର 253 126 127 0…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଉ 67 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1660କୁ ବୃଦ୍ଧି ହୋଇଛି । ନୂତନ 67 ଆକ୍ରାନ୍ତଙ୍କ ମଧ୍ୟରୁ 65ଟି କ୍ବାରେଣ୍ଟିନ୍ କେନ୍ଦ୍ରର ହୋଇଥିବାବେଳେ 2ଟି ଲୋକାଲ୍ କେସ୍ ରହିଛି ।ଏବେ ସୁଦ୍ଧା ରାଜ୍ୟରେ 841ଟି ସକ୍ରିୟ ମାମଲା ଥିବାବେଳେ 812 ଜଣ ସୁସ୍ଥ ହୋଇଛନ୍ତି ଓ 7 ଜଣଙ୍କ ମୃତ୍ୟୁ ହୋଇଛି।
ନରସିଂହପୁର : କରୋନା ପାଇଁ ନରବଳି ଦେଇଛନ୍ତି ଜଣେ ମନ୍ଦିରର ପୂଜକ । ମିଳିଥିବା ସୂଚନା ଅନୁସାରେ ବନ୍ଧହୁଡା ମାଆ ବ୍ରାହ୍ମଣୀ ଦେଈ ମନ୍ଦିରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗାଁର ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲା ମନ୍ଦିର ପୂଜକ । ଥାନାରେ ଆତ୍ମସମର୍ପଣ କରିଛନ୍ତି ହତ୍ୟା ଅଭିଯୁକ୍ତ ମନ୍ଦିର ପୂଜକ । ନରସିଂହପୁର ପୋଲିସ୍ ଏହି ଘଟଣାର ତଦନ୍ତ କରିବା ସହ କଟୁରୀ ଜବତ କରିଛି । ହତ୍ୟା ନେଇ ଆଠଗଡ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି । ସ୍ବପ୍ନାଦେଶ ପରେ ପୂଜକ ଏଭଳି କରିଥିବା ସ୍ବୀକାର କରିଛନ୍ତି ବୋଲି ଜଣା ପଡିଛି । ନରବଳି ଦେଳେ ବୋଲି କରୋନା ହଟିବ ବୋଲି ପୂଜକ କହିଛନ୍ତି ।
ରାଉରକେଲା : ରାଉରକେଲାର ବାସନ୍ତୀ କଲୋନୀଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାର ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବାବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଉଦିତ୍ନଗର ଥାନାରେ ଉଭୟଗୋଷ୍ଠୀ ଏନେଇ ଅଭିଯୋଗ କରିବା ପରେ ଏହି ଗଣ୍ଡଗୋଳ ପାଇଁ ଚାରି ଜଣଙ୍କୁ ଗିରଫ କରାଯାଇଛି ।
ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଆମ ଦେଶରେ ମଧ୍ୟ ଏହା ଦିନକୁ ଦିନ କାୟା ବିସ୍ତାର କରିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 4 ହଜାର 531କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ କରୋନା ଭାଇରସରେ 1 ଲକ୍ଷ 58 ହଜାର 333 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ 86 ହଜାର 110 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 67 ହଜାର 691 ଜଣ । ବିଗତ 24 ଘଣ୍ଟା ମଧ୍ୟରେ କେବଳ 6 ହଜାର 566ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ 194 ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 56…
ଭୁବନେଶ୍ୱର : ରାଜ୍ୟ ସରକାର ଓ ଘରୋଇ ବସ ସଂଘର ସହମତି ପରେ ଆଜିଠାରୁ ବସ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା ପାଇଁ ଦେଶରେ ଗତ ମାର୍ଚ୍ଚ 25 ତାରିଖଠାରୁ ଲକଡାଉନ ହେବା ପରେ ସାଧାରଣ ବସ ପରିବହନ ସେବା ପ୍ରଭାବିତ ହୋଇଛି । ଗତକାଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ବସ୍ ଚାଲିବା ନେଇ ନିଷ୍ପତ୍ତି ନେଇଛି। 14 ହଜାର ବସ୍ରୁ ପ୍ରଥମ ଦଫାରେ 50 ପ୍ରତିଶତ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି। ଆଜି ସକାଳୁ ସ୍ଥାନୀୟ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରୁ ଏକ ବସ ବୌଦ୍ଧ ଅଭିମୁଖେ ବାହାରିଛନ୍ତି। ବସଟି ଛାଡ଼ିବା ପୂର୍ବରୁ ସାଇଟାଇଜ କରାଯାଇଥିଲା। ଏହା ପରେ ଏଥିରେ 15 ଜଣ ଯାତ୍ରୀ ବସିଥିଲେ। ଭୁବନେଶ୍ୱରରୁ ଯଦିଓ ବସ ସେବା ବାହାର ଜିଲ୍ଲାକୁ ଆରମ୍ଭ ହୋଇଛି, ଅନ୍ୟ ଜିଲ୍ଲାରେ ଏହା ଏବେ ଅସୁବିଧା ରହିଛି। କଟକସ୍ଥିତ ବାଦାମବାଡ଼ି ବସଷ୍ଟାଣ୍ଡରେ…
କେଦାର ମିଶ୍ର ବିହାରର ମୁଜାଫରପୁର ରେଳ ଷ୍ଟେସନ। ଭାରତ ସରକାର ଚଳାଇ ଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗୁଜରାଟ ରୁ ଆସି ବିହାରରେ ପହଞ୍ଚିଲା ବେଳକୁ ଅଧା ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଷ୍ଟେସନରେ ଓହ୍ଲାଇ ପ୍ଲାଟଫର୍ମରେ ପାଦ ଦେଉ ଦେଉ ପ୍ରାଣ ଛାଡି ଗଲା ଦୁଇ ଜଣଙ୍କର। ମୃତ ମା’ର ଶବ ପାଖରେ ବଡ ବିକଳରେ ତାକୁ ଉଠାଇବାର ଚେଷ୍ଟା କରୁଛି ଏକ କୁନି ପୁଅ। ଅବୋଧ ଶିଶୁ ଆଉ ଜାଣେନା ଯେ ଭୋକ ବିକଳରେ ମରି ଯାଇ ଥିବା ତାର ମା ଆଉ ଉଠିବ ନାହିଁ। ଏ ଦୃଶ୍ୟ କଣ ନୂଆ ଭାରତର? କେବଳ ବିହାର ର ମୁଜାଫରପୁର ନୁହଁ, ଆଜି ସାରା ଦେଶରେ ଏମିତି ବିକଳ ଚିତ୍ର ସବୁଠି। କରୋନା ଭୂତାଣୁ ର ସଙ୍କ୍ରମଣ ରୋକିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କର ଲକ ଡାଉନ ଆଜି କୋଟି କୋଟି ଗରିବ ଭାରତୀୟଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। ରାସ୍ତାରେ…
ମୁମ୍ବାଇ : କରୋନାର ମହାସଂକଟ ସମୟରେ ଦେଶର କିଛି ଜାଗାରେ ପ୍ରତ୍ୟେକ ଦିନ ଅଗ୍ନିକାଣ୍ଡର ଘଟଣା ସାମ୍ନାକୁ ଆସୁଛି। ମୁମ୍ବାଇର ମରିନ୍ ଡ୍ରାଇଭ୍ ନିକଟସ୍ଥ ହୋଟେଲ୍ ଫର୍ଚ୍ୟୁନ୍ରେ ନିଆଁ ଲାଗିଥିବାର ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତି ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ହୋଟେଲର ଦ୍ବିତୀୟ ମହଲାରେ ନିଆଁ ଲାଗି ଏହା ଚତୁର୍ଥ ମହଲା ପର୍ଯ୍ୟନ୍ତ ବ୍ୟାପିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ହୋଟେଲ୍ରେ ରହୁଥିବା 25 ଜଣ ରେସିଡେଣ୍ଟ ଡାକ୍ତରଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି ନିଆଁ ଲାଗିବାର ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥି ସହିତ ହୋଟେଲରେ ରହୁଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇ ନଥିବା ଜଣାଯାଇଛି। (ଏଜେନ୍ସି)
ବରଗଡ : ବରଗଡରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ଘର ବରଗଡ ବରପାଲି ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି। ଆକ୍ରାନ୍ତ ଜଣଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସେ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2କୁ ବୃଦ୍ଧି ହୋଇଛି ବୋଲି ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି।
କୋଲକାତା : ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କ ପତ୍ନୀ ହସିନ୍ ଜହାଁଙ୍କ ହଟ୍ ଭିଡିଓ ଭାଇରାଲ୍ ହୋଇଛି । ଏକ ମଡେଲିଂ ସୁଟ୍ ସମୟର ଏହି ଭିଡିଓକୁ ହସିନ୍ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି । ସାମିଙ୍କ ଠାରୁ ଅଲଗା ହେବା ପରେ ହସିନ୍ ନିଜ ମଡେଲିଂ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଜଳିବା ପାଇଁ ପ୍ରସ୍ତୁତ ହୋଇଯାଅ ବୋଲି କ୍ୟାପ୍ସନ୍ ସହିତ ହସିନ୍ ଏହି ଭିଡିଓଟିକୁ ପୋଷ୍ଟ କରିଥିଲେ । https://www.instagram.com/p/CACPFNpgvli/?utm_source=ig_embed&utm_campaign=embed_video_watch_again ଉଲ୍ଲେଖଯୋଗ୍ୟ ଯେ, ଉଭୟ ସାମି ଏବଂ ହସିନ୍ ପରସ୍ପର ଠାରୁ ଅଲଗା ହେବା ପରଠାରୁ ନିଜ ନିଜ କ୍ୟାରିୟରରେ ବ୍ୟସ୍ତ ଅଛନ୍ତି । ସାମି ନିଜକୁ ଦିନିକିଆ ଏବଂ ଟେଷ୍ଟ ଦଳର ପ୍ରମୁଖ ବୋଲର ଭାବରେ ସାବ୍ୟସ୍ତ କରିଥିବା ବେଳେ ହସିନ୍ ମଡେଲିଂ ଏବଂ ଆକ୍ଟିଂରେ ଆଗକୁ ବଢୁଛନ୍ତି । ହସିନ୍ଙ୍କୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଥିବା ବେଳେ ସେ ଏହାକୁ ଭୃକ୍ଷେପ…
ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ବଗଡା ଗ୍ରାମ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବଣିକୁନ୍ଦ ମଠରେ ଏକ ନୂତନ ଶିବଲିଙ୍ଗ ପ୍ରତିଷ୍ଠା କରାଯାଇଛି । କରୋନା ମହାମାରୀ କାୟା ବିସ୍ତାର କରିଥିଲା ବେଳେ କରୋନାରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ମାନେ ମିସି 10 ଦିନରେ ନୂତନ ଶିବ ମନ୍ଦିର ପ୍ରତିଷ୍ଠା କରାଇଛନ୍ତି । ଜଗନ୍ନାଥପୁର, ଢିଅସାହି , ହରିଜନପଡାର ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ସମସ୍ତ ନୀତି ନିୟମକୁ ପାଳନ କରାଯାଇ ତିନିଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସେହିପରି ପୂଜାର୍ଚ୍ଚନା ସମୟରେ ସାମାଜିକ ଦୂରତ୍ବର ମଧ୍ୟ ପାଳନ କରାଯାଇଥିଲା ।
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ନେଇ ବିଶ୍ବ ସମୁଦାୟ ସମ୍ମୁଖରେ ନିନ୍ଦିତ ହେଉଥିବା ଚୀନ୍ ଜାଣିଶୁଣି ଭାରତ ସହିତ ସୀମା ବିବାଦରେ ଲିପ୍ତ ରହୁଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଭିକେ ସିଂ ମତ ଦେଇଛନ୍ତି । କରୋନା ଭାଇରସ୍ କାରଣରୁ ଚାଇନା ସମଗ୍ର ବିଶ୍ବର ରାଡାରରେ ରହିଛି । ଏହା ଉପରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ନେଇ ସିଂ କହିଛନ୍ତି । ପୂର୍ବରୁ ଲଦାଖରେ ଏବଂ ସିକ୍କିମ୍ ପାଙ୍ଗଙ୍ଗରେ ଉଭୟ ପକ୍ଷର ସେନା ପରସ୍ପର ସହିତ ଲଢେଇ କରିଥିଲେ । ଏହା ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ନୂତନ ୟୁନିଟ୍ ପ୍ରସ୍ତୁତ କରାଯାଇଛି । ତେବେ ଚୀନ୍ର ରାଷ୍ଟ୍ରଦୂତ କହିଛନ୍ତି ଉଭ ରାଷ୍ଟ୍ର ପରସ୍ପରର ଶତ୍ରୁ ନୁହନ୍ତି, ବରଂ ପରସ୍ପର ପାଇଁ ସୁଯୋଗ । ହାତୀ ଏବଂ ଡ୍ରାଗନ ଗୋଟିଏ ମଞ୍ଚରେ ନାଚି ପାରିବ । ଅପରପକ୍ଷରେ ଆମେରିକୀୟ ରାଷ୍ଟ୍ରପତି…
ଭୁବନେଶ୍ବର : କିଛି ଦିନ ପୂର୍ବରୁ କମିଶନରେଟ ପୋଲିସ୍ର ଜନୈକ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ଆକ୍ରାନ୍ତ ଏହି ଅଧିକାରୀ ଜଣକ ଆଜି ସୁସ୍ଥ ହୋଇ ଫେରିବା ପରେ କମିଶନରେଟ କାର୍ଯ୍ୟାଳୟ ବାହାରେ ତାଙ୍କୁ ସ୍ବାଗତ କରାଯାଇଛି । ପୋଲିସ୍ ପକ୍ଷରୁ ତାଙ୍କୁ ତାଳି ବଜାଇ ସ୍ବାଗତ କରାଯାଇଥିବା ବେଳେ ସ୍ବୟଂ କମିଶନର ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ । ଏହାପରେ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସ୍ମିଟ୍ କରି ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବ ପାଇଁ ନିବେଦନ କରିଥିଲେ ।
ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ନୂତନ ବାୟୁସେନା ୟୁନିଟ୍ କାର୍ଯ୍ୟକ୍ଷମ କରାଯାଇଛି । ସୁଲୁର ସ୍ଥିତ ଏୟାରବେସ୍ରେ ଭାରତୀୟ ବାୟୁସେନାର ନୂତନ ୟୁନିଟ୍ ଫ୍ଲାଇଙ୍ଗ ବୁଲେଟ୍କୁ କାର୍ଯ୍ୟକ୍ଷମ କରାଯାଇଛି । ଏହା ସହିତ ବୁଧବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୋରିଆ ଏକ ତେଜସ୍ ବିମାନ ଉଡାଇଛନ୍ତି । ସୁଲୁର ସ୍ଥିତ ଏୟାର ବେସ୍ରେ ବାୟୁସେନା ମୁଖ୍ୟ ଏହି ଲାଇଟ୍ଓ୍ବେଟ୍ ବିମାନଟିକୁ ଉଡାଇଥିଲେ । (ଏଜେନ୍ସି)
ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଆଜି ୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି 5 ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ବଲାଙ୍ଗିର । ଏହି ସବୁ ଜିଲ୍ଲାକୁ ବତ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ଭୁବନେଶ୍ବର : ରାଜ୍ୟରେ ଆଉ 79 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସକାଳେ ରାଜ୍ୟରେ 76 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 79 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଭଦ୍ରକର ସର୍ବାଧିକ 28 ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ 11, ଯାଜପୁରରୁ 5ଜଣ ଏବଂ ବାଲେଶ୍ବରରୁ 17 ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ବ୍ୟତିତ ପୁରୀରୁ 7 ଜଣ, କଟକରୁ 4, କେନ୍ଦୁଝରରୁ 3 ଏବଂ ଖୋର୍ଦ୍ଧା ଓ ବଲାଙ୍ଗୀରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 771ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 812ରେ ପହଞ୍ଚିଛି ।
ମୁମ୍ବାଇ : ଦ୍ବିତୀୟ ଥର ପାଇଁ ପ୍ଲାଜ୍ମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଜୋଆ ମୋରାନୀ । କୋଭିଡ୍-19 ପରୀକ୍ଷଣ ପାଇଁ ମୋରାନୀ ନିଜର ପ୍ଲାଜ୍ମା ଦାନ କରିଛନ୍ତି । ମୁମ୍ବାଇର ନାୟାର ହସ୍ପିଟାଲରେ ନିଜର ପ୍ଲାଜ୍ମା ଦାନ କରିଛନ୍ତି ଜୋୟା । ମଙ୍ଗଳବାର ପ୍ଲାଜ୍ମା ଦାନ କରିଥିବା ବେଳେ ଟ୍ବିଟ୍ କରି ଏହା ଘୋଷଣା କରିଥିଲେ ଜୋୟା । ଜୋୟାଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ବେଶ୍ ସମର୍ଥନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜୋୟା, ତାଙ୍କ ଭଉଣୀ ସାଜା ଏବଂ ପିତା କରିମ୍ ମୋରାନୀ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ସ୍ଥାୟୀ ଜମା ଉପରେ 40 ବେସିସ ପଏଣ୍ଟ ମହ୍ରାସ କରିଛି ଏସ୍ବିଆଇ । ଗୋଟିଏ ମାସ ମଧ୍ୟରେ ଏହା କ୍ରମାଗତ ଦ୍ବିତୀୟ ଥର ପାଇଁ ସ୍ଥାୟୀ ଜମା ଉପରେ ସୁଧହାର ହ୍ରାସ । ଏହି ସୁଧହାର ହ୍ରାସ ପରେ ରେପୋରେଟ୍ 4 ପ୍ରତିଶତ ରହିଛି । ସେହିପରି 2 କୋଟିରୁ ଅଧିକ ସ୍ଥାୟୀ ଜମା ଉପରେ ସୁଧହାର 50 ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ 12 ତାରିଖରେ ଆସନ୍ତା ତିନି ବର୍ଷ ପାଇଁ ସ୍ଥାୟୀ ଜମା ଉପରେ ସୁଧହାରକୁ 20 ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା । ଆଜିର ଘୋଷଣା ପରେ 7-45 ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ 2.90 ପ୍ରତିଶତର ସୁଧ ମିଳିବ । 46-179 ଦିନ ପର୍ଯ୍ୟନ୍ତ ଜମା ରାଶି ଉପରେ 3.90 ପ୍ରତିଶତର ସୁଧହାର ରଖାଯାଇଛି…
ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚାଲିବ । ଏ ସମ୍ପର୍କରେ ଘୋଷଣା କରିଛନ୍ତି ବସ୍ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ବୁଧବାର ବସ୍ ମାଲିକ ସଂଘର ବୈଠକ ପରେ ଏହି ଘୋଷଣା କରାଯାଇଛି । ବସ୍ରେ ଯେତିକି ସିଟ୍ ଥିବ ସେତିକି ଯାତ୍ରୀ ଯିବେ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିୟମ କରାଯାଇଛି । ବସ୍ରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
ଭୁବନେଶ୍ବର : ଆଜିଠୁ କଟକରେ ଖୋଲିବ ସମସ୍ତ ପାର୍କ । ସକାଳ 7ଟାରୁ 10ଟା ଏବଂ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ ପାର୍କ ଖୋଲିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି । ତେବେ ପାର୍କରେ ରହିଥିବା ଜିମ୍ ଉପକରଣର ବ୍ୟବହାର ଉପରେ ରୋକ୍ ଲଗାଯାଇଥିବା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବର ପାଳନକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛୋଟ ଛୁଆଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

