କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବୋନସ୍‌

Published: May 30, 2020, 7:59 pm IST

ଭୁବନେଶ୍ବର : ବୋନସ ପାଇବେ କେନ୍ଦୁପତ୍ର ତୋଳାଳି । ଏ ସମ୍ପର୍କରେ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଲକଡାଉନ ଓ କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ପ୍ରୟାସ ଦ୍ବାରା ପ୍ରାୟ 7.89 ଲକ୍ଷ କେନ୍ଦୁପତ୍ର ତେଳାଳି ଉପକୃତ ହେବେ ।

ପଞ୍ଜୀକୃତ କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ ଅଣପଞ୍ଜୀକୃତ କେନ୍ଦୁପତ୍ର ତୋଳାଳିମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ଉପକୃତ ହେବେ । ରାଜ୍ୟରେ ଏବେ 17444 ଜଣ ଅଣପଞ୍ଜୀକୃତ କେନ୍ଦୁପତ୍ର ତୋଳାଳି କାମ କରୁଛନ୍ତି । ଏମାନଙ୍କୁ ମଧ୍ୟ 5 ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କୁ ପାଣି ବୋତଳ କିଣିବାକୁ 200 ଟଙ୍କା ଲେଖାଏଁ ଦେବେ । ଏହି ଆର୍ଥିକ ସହାୟତା ଡିବିଟି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ବୋଲି କୁହାଯାଇଛି ।

Related posts