Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମାନିଆ ପ୍ରବାସୀ : ବାଲୁଗାଁ ପାଖରେ ଚେନ୍‌ ପୁଲିଂ କରି ଓହ୍ଲାଇଲେ 44 ପ୍ରବାସୀ
ଆଜିର ଖବର

ଅମାନିଆ ପ୍ରବାସୀ : ବାଲୁଗାଁ ପାଖରେ ଚେନ୍‌ ପୁଲିଂ କରି ଓହ୍ଲାଇଲେ 44 ପ୍ରବାସୀ

May 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଲକ୍‌ଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଟ୍ରେନ୍‌ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ କିଛି କିଛି ସ୍ଥାନରେ ଚେନ୍‌ ଟାଣି ଫେରାର୍‌ ହେଉଥିବାର ଖବର ଶୁଣିବାକୁ ମିଳୁଛି ।  ପ୍ରାୟ ପ୍ରତ୍ୟେକ ଦିନ ଏପରି ଘଟଣା ଘଟୁଛି । ଆଜି ପୁଣି ଚେନ୍‌ ପୁଲ୍‌ କରି ଟ୍ରେନ୍‌ରୁ ଓହ୍ଲାଇଗଲେ 44 ପ୍ରବାସୀ। ଚେନ୍ନାଇ-ଖୋର୍ଦ୍ଧା ରୋଡ୍‌ ଯାଉଥିବା ଶ୍ରମିକ ଟ୍ରେନ୍‌ର ଚେନ୍‌ ପୁଲ୍‌ କରିଛନ୍ତି ପ୍ରବାସୀମାନେ। ପ୍ରବାସୀମାନେ  ଧୂଆଁଳ ଫାଟକ ପାଖରେ ଚେନ୍‌ ପୁଲ୍‌ କରି ଓହ୍ଲାଇଥିବାର ସୂଚନା ରହିଛି। ଏହି ପ୍ରବାସୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 32 ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 12 ଜଣ ରହିଛନ୍ତି । ପ୍ରବାସୀଙ୍କ ଚେନ୍‌ ପୁଲିଂ କରିଥିବାବେଳେ ସିଙ୍ଗେଶ୍ବର ସରପଞ୍ଚ ଏହା ସମ୍ପର୍କରେ  ପୋଲିସ୍‌ଙ୍କୁ ଖବର ଦେଇଥିଲେ । ଏହା ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକକୁ ଅଟକ ରଖିଥିଲେ । ଗାଡି ଯୋଗେ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତର ପ୍ରବାସୀଙ୍କୁ ନେଉଛନ୍ତି ବୋଲି କହିଛନ୍ତି ବାଲୁଗାଁ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ । ତେବେ  ଏ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ଓ ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳର ପ୍ରବାସୀମାନଙ୍କୁ ନେବା ପାଇଁ କେହି ଆସିନଥିବାବେଳେ ସେମାନଙ୍କୁ ଅପେକ୍ଷା କରି ରହିଛନ୍ତି ବାଲୁଗାଁ ପୋଲିସ୍‌ ।

ଚେନ୍‌ ପୁଲିଂ ପ୍ରବାସୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବାୟୁ ଗୁଣବତ୍ତା ଡିଜିଟାଲ୍ ପ୍ରଦର୍ଶନ ବ୍ୟବସ୍ଥା ଉଦ୍‌ଘାଟିତ

September 23, 2026

ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

September 23, 2026

ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ

September 23, 2026
Latest News

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବାୟୁ ଗୁଣବତ୍ତା ଡିଜିଟାଲ୍ ପ୍ରଦର୍ଶନ ବ୍ୟବସ୍ଥା ଉଦ୍‌ଘାଟିତ

September 23, 2026

ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

September 23, 2026

ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ

September 23, 2026

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.