Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟ ସରକାର ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଦୀର୍ଘ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦବୀ ଖାଲି ପଡିଛି। ଶେଷ ଥର ପାଇଁ ବିଜେଡି ନେତା ସଂଜୟ ଦାସ ବର୍ମା ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ। ଏଥିରେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ସାଧୁ ନେପାକଙ୍କୁ ସଦସ୍ୟ କରାଯାଇଥିଲା। ନିୟମ ଅନୁସାରେ ରାଜ୍ୟ ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ଏବଂ 14 ଜଣ ସଦସ୍ୟ ରହିବେ। ହେଲେ ଦୀର୍ଘ ବର୍ଷ ଧରି ଏହି ବୋର୍ଡରେ ପଦବୀ ଖାଲି ପଡିଛି।

Read More

ପୁରୀ: ଆଜି ମହାପ୍ରଭୃଙ୍କର ସୁନାବେଶ। ମହଣ ମହଣ ସୁନାରେ ଝଟକୁଛନ୍ତି ତିନିଠାକୁର। ପ୍ରଭୃ ବଳଭଦ୍ର, ମା ସୁଭଦ୍ରା ଏବଂ ପ୍ରଭୃ ଜଗନ୍ନାଥଙ୍କ ସୁନାବେଶ ଦେଖି ଭକ୍ତ ହୋଇଛି ବିଭୋର। ଆଜି ରାତି ଏଗାରଟା ପର୍ଯ୍ୟନ୍ତ ଏହି ସୁନାବେଶ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ଧରି ସୁନାବେଶ କରାଯାଇଥିଲା। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ର ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁନାବେଶରେ ସଜ୍ଜିତ କରିଥିଲେ। ଭକ୍ତମାନେ ସୁରୁଖୁରରୁ ଶ୍ରୀଜିୟୁଙ୍କ ଦର୍ଶ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Read More

ଭୁବନେଶ୍ବର: ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ରାଜନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ବିବେକାନନ୍ଦ ବାରିକ, ଆମ୍ଲେଶ ଦାସ, ଶିଶିର ମହାପାତ୍ର, ଜଗା ବେହେରା, କୃଷ୍ଣଚନ୍ଦ୍ର ପୃଷ୍ଟି, ଆଚାର୍ଯ୍ୟ ବିହାର ମହିଳା ସମିତିର ସଭାପତି ପୁଜାରିଣୀ ମହାନ୍ତି, ଉପସଭାପତି ରୀତା ମହାନ୍ତି, ସମ୍ପାଦିକା ବବିତା ମହାନ୍ତି, ସୁକାନ୍ତ ବାରିକ, ଲିଙ୍ଗା ମାଝୀ, ଅମରେଶ ସାମନ୍ତ, ଝୁମର ସ୍ୱାଇଁ ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାସ୍ଥିତ ଅମର୍ଦା ରୋଡ୍‌ (ରାସଗୋବିନ୍ଦପୁର) ବିମାନବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ଅମର୍ଦା ରୋଡ୍‌ ବିମାନବନ୍ଦରରେ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହିତ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଉଭୟ ମନ୍ତ୍ରୀ ସହମତ ହୋଇଥିଲେ। ଏଥି ସହିତ ଝାରସୁଗୁଡ଼ା ବିମାନବନ୍ଦରର ସର୍ବାଙ୍ଗୀନ ବିକାଶ ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ମୟୂରଭଞ୍ଜର ଅମର୍ଦା ରୋଡ଼୍‌ ବିମାନବନ୍ଦର ୪୦ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଯ୍ୟ କରୁଥିଲା। ପୂର୍ବରୁ ଏହାର ୧୧ ହଜାର ଫୁଟର କଂକ୍ରିଟ୍‌…

Read More

ଭୁବନେଶ୍ବର: ଆଜି ବିଜେଡି ସମାନ୍ତରଳାରେ ଗଠନ କରିଛି ଏକ ଛାୟା ମନ୍ତ୍ରୀ ମଣ୍ଡଳ। ସେମାନେ ମନ୍ତ୍ରୀ ପଦବାଚ୍ୟ ହେବେ ନାହିଁ, ହେଲେ ସେମାନେ ସେହି ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବେ। ଏ ନେଇ ଆଜି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନାମ ତାଲିକା। ଏହି ତାଲିକାରେ ବିଜେଡିର ପଚାଶ ଜଣ ବିଧାୟକଙ୍କୁ ଦିଆଯାଇଛି ବିଭିନ୍ନ ବିଭାଗ। ସେମାନେ ହେଲେ ଏ ସଂପର୍କରେ ବିରୋଧୀ ଦଳର ନେତାଙ୍କ ତରଫରୁ ଯେଉଁ ବିବୃତି ଦିଆଯାଇଛି ତାହା ହେଲା, ‘ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥ ର ଜାଗ୍ରତ ପ୍ରହରୀ। ବିଧାନସଭା ରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭା ରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ଓଡିଶ ବାସୀଙ୍କ…

Read More

ଭୁବନେଶ୍ବର: ଅଭିମାନିନୀ ଏ ଅମାନିଆ ଢେଉ…., ଏ ଜୀବନ ମାନେ ନୁହେଁ ଆହା…, ମା ତୁମେ ମମତାର ସୀମା ହୀନ ସାଗର…ଏହିପରି ବେଶ ଶ୍ରୁତିମଧୁର ଗୀତରେ ଭରପୁର ଓଡିଆ ଚଳଚିତ୍ରଟି ହେଉଛି ଉଲକା। ସେତେବେଳେ ଏହି ଗୀତଗୁଡିକ ବେଶ ଚହଳ ପକାଇଥିଲା। 1981 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳିଚିତ୍ରଟି ଯଦି କେହି ଏବେ ଦେଖିବାର ଇଚ୍ଛା ପ୍ରକାଶ କରନ୍ତି ତେବେ ତାଙ୍କ ପାଇଁ ଆସିଛି ଏକ ଅପୂର୍ବ ସୁଯୋଗ। ଏହି ଲୋକପ୍ରିୟ ଚଳଚିତ୍ରଟିକୁ ବହୁ କଷ୍ଟରେ ଓଡିଶା ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍ ପକ୍ଷରୁ ଉଦ୍ଧାର କରାଯାଇଛି। ଚଳଚିତ୍ରଟି ହଲରୁ ଅପସରି ଯିବା ପରେ ତାହାର କୌଣସି ପତ୍ତା ମିଳିଲା ନାହିଁ। ହେଲେ ଫୋରମର ପ୍ରତିଷ୍ଠାତା ତଥା ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ପ୍ରଚେଷ୍ଠାରେ ଚଳଚିତ୍ରଟି ପୁନଃଉଦ୍ଧାର କରାଯାଇଛି। କିନ୍ତୁ ଏହାର ରିଲ୍ ର ସ୍ଥିତି ଭଲ ନ ଥିବାରୁ ତାହା ଦେଖିବା ସମ୍ଭବ ନ ଥିଲା। ତେବେ ଫୋରମ…

Read More

କଟକ: ଆଜି କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେବାରେ ଲାଗିଛି। ସେଠାରେ ହାଉସ ସର୍ଜନ ଏବଂ ନର୍ସିଂ ଷ୍ଟାଫ ମଧ୍ୟରେ ବିବାଦ ପାଇଁ ସ୍ବାସ୍ଥ୍ୟ ସେବାରେ ବ୍ୟାଘତ ସୃଷ୍ଟି ହୋଇଛି। ତେବେ କେତେକ ଜରୁରୀ କ୍ଷେତ୍ରରେ ଏହି ସେବା ଜାରୀ ରହିଛି। ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଆଜି ହାଉସ ସର୍ଜନମାନେ ସେବା ଛାଡି ଆନ୍ଦୋଳନ କରୁଛନ୍ତି। ଘଟଣାରୁ ଜଣାପଡିଛି ଯେ, ଗତକାଲି ଜଣେ ରୋଗୀଙ୍କୁ ରକ୍ତ ଦେବା ନେଇ ନର୍ସିଂ ଷ୍ଟାଫ ଏବଂ ହାଉସ ସର୍ଜନଙ୍କ ମଧ୍ୟରେ କଥାକଟା କଟି ହୋଇଥିଲା। ଯାହା ପରବର୍ତ୍ତି ସମୟରେ ଉଗ୍ର ରୂପ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ହାଉସ ସର୍ଜନଙ୍କ ମଧ୍ୟରେ ଉତ୍ତେଜନ ସୃଷ୍ଟି ହୋଇଥିଲା। ଫଳରେ ଆଜି ସେମାନେ ଚିକିତ୍ସା ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Read More

ପୁରୀ: ଆଜି ହେଉଛି ମହାପ୍ରଭୃଙ୍କର ସୁନାବେଶ ଏବଂ ଆସନ୍ତାକାଲି ମହାପ୍ରଭୃଙ୍କ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ଏସବୁକୁ ନେଇ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ଆକର୍ଷଣୀୟ ବାଲୁକା କଳା। ଯାହାକୁ ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହିକଳାରେ ସୁଦର୍ଶନ ପ୍ରଭୃ ଜଗନ୍ନାଥଙ୍କ ଏକ ବାଲୁକା ପ୍ରତିକୃତି କରିଛନ୍ତି। ସେଥିରେ ସେ ସୁନାର ମୁକୁଟ ତିଆରି କରିଛନ୍ତି। ଏଥିରେ ଏପରି ବାଲୁକା ରଂଗ ଦିଆଯାଇଛି ତାହା ସତ ସୁନା ପରି ଝଟକିବାରେ ଲାଗିଛି। ସେହିପରି ରତ୍ନ ଭଣ୍ଡାରରେ ଥିବା ବିଭିନ୍ନ ସୁର୍ଣ୍ଣ ଅଳଙ୍କାରର ଏକ ପ୍ରତିକାତ୍ମକ ବାଲୁକା କଳା ତିଆରି କରିଛନ୍ତି। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀରେ ଭିଡ ଥିବା ବେଳେ ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇପାରିଛି।

Read More

ପୁରୀ: ଆଜି ହେଉଛି ତିନିଠାକୁରଙ୍କ ସୁନାବେଶ। ଆଜି ଶ୍ରୀଜିୟୁ ହମଣ ମହଣ ସୁନାରେ ବିଭୂଷିତ ହୋଇ ରଥ ଉପରେ ଝଟକିବେ। ସେଥିପାଇଁ ଆଜି ରଥ ଉପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟାରେ ଆରମ୍ଭ ହେବ ସୁନାବେଶ। ଏହି ବେଶକୁ ଭକ୍ତମାନେ ରାତି ଦଶଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ତିନିଠାକୁର ସୁନାର କିରଟୀ, ରତ୍ନ ଖଚିତ ମାଳ, ତାବିଜ ମାଳି, ହରଡାମାଳି, କଦମ୍ବା ମାଳି, ସ୍ବର୍ଣ୍ଣ ହସ୍ତ ପାଦ ସହିତ ବିଭିନ୍ନ ସୁବର୍ଣ୍ଣ ଆଭୁଷଣ ସହିତ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ଯଦି ନୀତିକାନ୍ତି ଶିଘ୍ର ହୋଇଯାଏ ତେବେ ଅପରାହ୍ନ ତିନିଟାରୁ ସୁନା ବେଶ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମଧ୍ୟ ପ୍ରଦେଶରେ ଲାଡଲି ବେହେନ ପରି ଏବେ ଆସିଲା ଲାଡଲା ଭାଇ। ତେବେ ଏହି ଯୋଜନା ଲାଗୁ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ଆଜି ପବିତ୍ର ଏକାଦଶୀରେ ସେ ମନ୍ଦିର ଦର୍ଶନ କରିବା ପରେ ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଯେଉଁ ଛାତ୍ର ଦ୍ବାଦଶ ପାଶ କରିଥିବେ ସେମାନଙ୍କୁ ମାସିକ ୬୦୦୦ ଟଙ୍କା ଟଙ୍କା ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଡିପ୍ଲୋମା ପାଶ କରିଥିଲେ ସେମାନଙ୍କୁ ୮୦୦୦ ଟଙ୍କା ଏବଂ ସ୍ନାତ୍ତକ ପାଶଙ୍କୁ ୧୦୦୦୦ ହଜାର ଟଙ୍କା ମାସିକ ପ୍ରଦାନ କରାଯିବ। ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ। ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବେକାରୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଯୋଜନା ଗୁଡିକୁ ତ୍ୱରାନ୍ୱିତ କରି ସହର ଗୁଡିକରେ ଲୋକଙ୍କ ପାଇଁ ଆଧୁନିକ ସୁବିଧାର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଯୋଜନା ଗୁଡିକର ସୁବିଧା ପାଉଥିବା ହିତାଧିକାରୀ ଚୟନ କ୍ଷେତ୍ରରେ ତଥା କର୍ମସଂସ୍ଥାନ ପ୍ରଦାନ କ୍ଷେତ୍ରରେ ଓଡିଶାର ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ସହର ଗୁଡିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଉପରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ସହରର ଗରିବ ଲୋକଙ୍କ ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧାର ବିକାଶ କରାଯାଇ ପାରିବ। ସେମାନେ ସୁବିଧାରେ ରହି ସହରରେ ସେବା ଯୋଗାଇ ଦେବା ସହ ଜୀବିକ ଅର୍ଜନ ମଧ୍ୟ କରିପାରିବେ। ସେହିପରି ଭୁବନେଶ୍ୱରର ଦୟା ୱେଷ୍ଟ କେନାଲର ସମସ୍ୟା ସମ୍ପର୍କରେ ବୌଠକରେ ଆଲୋଚନା କରାଯାଇଥିଲା। ୩୪ କି.ମି…

Read More

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଲା। ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ। ମୁମ୍ବାଇରୁ ମୁରଲୀଧରଙ୍କ ମର ଶରୀର ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନ ଥିଲା। ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର ଆମ୍ବୁଲାନ୍‌ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ମୁରଲୀଧରଙ୍କ ମର ଶରୀର ତାଙ୍କ ଗ୍ରାମରେ ପହଞ୍ଚିବ। ଆଜି ସଂଧ୍ୟାରେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଓ ସଚିବ ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକ ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ ରାଜ୍ୟରେ ବିଭାଗ ଅଧିନରେ ଥିବା ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଓଡ଼ିଶାରେ ଆଗାମୀ ୨୦୨୪-୨୫ ସାଧାରଣ ବଜେଟ ଉପସ୍ଥାପନାର ରୂପରେଖ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଏଥି ସହିତ ଆଗାମୀ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ନୀତି ଆୟୋଗର ୯ ତମ ସାଧାରଣ ପରିଷଦ ବୈଠକ” ଏବଂ ନଭେମ୍ବର ୨୦୨୪ରେ ହେବାକୁ ଥିବା “ ୪ର୍ଥ ଜାତୀୟ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ” ରେ ଆଲୋଚ୍ୟ ପ୍ରସଙ୍ଗ “ବିକଶିତ ଭାରତ ଅ ୨୦୪୭” ପରିପ୍ରେକ୍ଷୀରେ ରାଜ୍ୟର କାର‌୍ୟ୍ୟସୂଚୀ (ଏଜେଣ୍ଡା) ସଂପର୍କିତ ତଥ୍ୟ ପ୍ରଦାନ କରିବା ସଂପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ‘ନିରନ୍ତର ବିକାଶ ଲକ୍ଷ୍ୟ-ଭାରତ-ସୂଚକାଙ୍କ-୨୦୨୩-୨୪’ ରେ ଓଡ଼ିଶାର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବା ସହ ବିକଶିତ ଭାରତ, ନିରନ୍ତର ବିକାଶ…

Read More

ମେଲାନିଷ୍ଟିକ୍ ବାଘ ସଫାରି: ରାଜ୍ୟରେ ବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ନିକଟ ବାରିପଦାରେ ପ୍ରଥମ ଥର ପାଇଁ ବାଘ ସଫାରି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିବା ପରେ ଉଭୟ ଏନ୍‍ଟିସିଏ ଓ ସିଜେଡ୍ଏ ସଦସ୍ୟଙ୍କୁ ନେଇ ଗଠିତ ବୈଷୟିକ କମିଟି ଜୁନ୍ ମାସରେ ବାରିପଦା ନିକଟରେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ବୋଲି ବନ ବିଭାଗ ବନ୍ୟପ୍ରାଣୀ ଶାଖା ସୂତ୍ରରୁ ପ୍ରକାଶ। ସେମାନଙ୍କ ଗସ୍ତ ସମୟରେ ପ୍ରସ୍ତାବିତ ସଫାରିର ଏକ ଡିପିଆର କମିଟିକୁ ପ୍ରଦାନ କରାଯାଇଥିଲା। ତେବେ କମିଟି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଜଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି…

Read More

ଭୁବନେଶ୍ବର: ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶନାମା/ସର୍କୁଲାର/ଗାଇଡଲାଇନ୍/ବିଜ୍ଞପ୍ତିକୁ ବିଚାରକୁ ନ ନେଇ ସରକାର ଷ୍ଟାର୍ଟଅପ୍ ଓଡ଼ିଶାକୁ ଆର୍ଥିକ କ୍ଷମତା ଅନୁସରଣ କରି ଏହାର ସୁଚାରୁରୂପେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଯେକୌଣସି ପ୍ରକାରର ଖର୍ଚ୍ଚ ଯଥା ଯୋଜନାବଦ୍ଧ/ଅଣ-ଯୋଜନାବଦ୍ଧ, ପୁନରାବୃତ୍ତି/ଅଣ-ପୁନରାବୃତ୍ତି, ରାଜସ୍ୱ/ପୁଞ୍ଜି ଇତ୍ୟାଦି ଏବଂ ଯେକୌଣସି ଉଦ୍ଦେଶ୍ୟରେ ଅର୍ଥାତ୍ ପରାମର୍ଶଦାତା ନିୟୋଜିତ କରିବା, ସେବା ନିଯୁକ୍ତି କିମ୍ବା ଆଉଟସୋର୍ସିଂ, ନିର୍ମାଣ କାର୍ଯ୍ୟ, ସାମଗ୍ରୀ ଓ ସେବା କ୍ରୟ, ନୂତନ ପ୍ରକଳ୍ପ ହାତକୁ ନେବା ଇତ୍ୟାଦି ପାଇଁ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ୧ କୋଟି ଟଙ୍କା ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି। ଏ ନେଇ ରାଜ୍ୟ ବିଜେପି ତରଫରୁ ଏହି ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ ଆସନ୍ତା ୧୯ ଏବଂ ୨୦ ତାରିଖରେ ପୁରୀରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ସେଥିରେ ଶ୍ରୀ ନଡ୍ଡା ଯୋଗଦେବେ। ପୁରୀର ବ୍ଲ ଲିଲି ହୋଟେଲରେ ଏହି ବୈଠକ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ୧୯ ତାରିଖ ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ। ଅପରାହ୍ନ ୨ଟା ୩୦ରେ କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ ହେବ ଏବଂ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ରାଜ୍ୟର ସବୁ ନେତା ଉପସ୍ଥିତ ରହିବେ। ଏଥିରେ ଚଳିତ ବିଧାନସଭା ଏବଂ ଲୋକସଭା ନିର୍ବାଚନର ସଂଯୋଜକ, ଜିଲ୍ଲା ସାଧାରଣ ସଂପାଦକ, ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ…

Read More

Ratna Bhandar: ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ ଆସନ୍ତା 18 ତାରିଖ ଗୁରୁବାର ଦିନ ରତ୍ନ ଭଣ୍ଡାର ଖୋଲାଯିବ। ସେଥିପାଇଁ ଏକ ଶୁଭ ମୂହୁର୍ତ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ତାହା ହେଲା ଗୁରୁବାର ଦିନ ସକାଳ 9 ଟା 52 ରୁ 12ଟା 15 ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ପୂର୍ବରୁ ଯେଉଁ କମିଟ ରତ୍ନ ଭଣ୍ଡାରକୁ ଯାଇଥିଲେ ସେମାନେ ହିଁ ଗୁରୁବାର ଦିନ ଭିତର ରତ୍ନ ଭଣ୍ଡାରକୁ ଯିବେ। ସେମାନେ ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଧୁକ ଏବଂ ଆଲମିରାରେ ଥିବା ସମସ୍ତ ଅଳଙ୍କାର ସେହିପରି ଅସ୍ଥାୟୀ ସ୍ଥାନରେ ରଖାଯିବ। ସମସ୍ତ ଅଳଙ୍କାର ଭିତର ରତ୍ନ ଭଣ୍ଡାରରୁ ଆସିବା ପରେ ତାହାର ମରାମତି ପାଇଁ ଏଏସଆଇଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ…

Read More

ପୁରୀ: ଶେଷରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ହେଲେ ପୁରା ଭିତରକୁ ନ ଯାଇ ସେହି ପାଖରେ କମିଟ ସଦସ୍ୟ ଲାଇଟ ମାରି ଦେଖିଲେ। ସେ ଭିତରେ ଭର୍ତ୍ତି ହୋଇଛି ସିନ୍ଧୁକ ଆଉ ଆଲମିରା। ସେସବୁରେ ମହଣ ମହଣ ସୁନା ଅଳଙ୍କାର ଥିବାର ଅନୁମାନ କରିଛି କମିଟ। ହେଲେ ସଂଧ୍ୟା ହୋଇ ଯାଇଥିବାରୁ ସେଗୁଡିକ ଖୋଲି ଦେଖିବା ସମ୍ଭବ ନ ଥିଲା। ସମସ୍ତ କାର୍ଯ୍ୟ ସାରି ମନ୍ଦିର ବାହାରକୁ ଆସିବା ପରେ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ। ସେ କହିଛନ୍ତି ଯେ, ଆଜି ନିର୍ଦ୍ଧାରିତ ସମୟରେ ସମସ୍ତ ସଦସ୍ୟ ମନ୍ଦିର ଭିତରେ ପ୍ରବେଶ କରି ରତ୍ନ ଭଣ୍ଡାର ନିକଟକୁ ଯାଇଥିଲେ। ସେଠାରେ ପୂଜାପାଠ ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିଲା। ସେଥିରେ ତିନୋଟି ତାଲା ପଡିଥିଲା। ତିନୋଟି ଚାବିରେ ତାହାକୁ ସମସ୍ତଙ୍କ ଉପସ୍ଥିତିରେ ଖୋଲାଗଲା। ସେଗୁଡିକ ମନ୍ଦିର ଭିତରେ ଥିବା ଏକ ସ୍ଥାନକୁ…

Read More

ପୁରୀ: ରତ୍ନ ଭଣ୍ଡାର ଖୋଲିବା ପରେ ଘଟିଲା ଏକ ଅଘଟଣ। ତାହା ହେଲା ଯେ, ରତ୍ନ ଭଣ୍ଡାର ଖୋଲିବା ପରେ ସେଠାରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର। ସେ ଶ୍ବାସ ପ୍ରଶ୍ବା, ନେବାରେ କଷ୍ଟ ଅନୁଭବ କଲେ। ଫଳରେ ସେ ସେଠାରେ ବସି ପଡିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ସି ବି କେ ମହାନ୍ତି ତାଙ୍କର ଚିକିତ୍ସା କରିଥିବାର ସୂଚନା ମିଳିଛି। ତେବେ ଏସପି ପିନାକ ମିଶ୍ର ବାହାରକୁ ଆସି ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସେମିତି କିଛି ଘଟି ନାହିଁ। ମୁଁ ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇଛି। ଯାହା କୁହାଯାଉଛି ତାହା ମିଛ କଥା ବୋଲି ଖୋଦ ପିନାକ ମିଶ୍ର କହିଛନ୍ତି। ତେବେ ସେ ସାମାନ୍ୟ ଅସୁସ୍ଥ ହୋଇପଡିବା ପରେ ଠିକ ହୋଇଥିବାର ଅନୁମାନ କରାଯାଉଛି।

Read More

ପୁରୀ: ଶେଷରେ ବହୁ ବାଦବିବାଦ ପରେ ଖୋଲିଛି ରତ୍ନ ଭଣ୍ଡାର। ପ୍ରଥମେ ଶ୍ରୀଲୋକନାଥଙ୍କ ନିକଟରେ କରାଯାଇଥିଲା ପୂଜାପାଠ। ଏହାପରେ ମା ବିମଳା ଏବଂ ମା ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆସିବା ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଛି। ଏହା ନିର୍ଦ୍ଧାରିତ ସମୟ ୧ ଟା ୨୮ ମିନଟରେ ଖୋଲିବା ପରେ ବାହାର ରତ୍ନ ଭଣ୍ଡାରକୁ ତଦାରଖ କରିଛନ୍ତି କମିଟ। ବାହାର ରତ୍ନ ଭଣ୍ଡାର ବିଭିନ୍ନ ସମୟରେ ପ୍ରଭୃ ସୁନାବେଶ ବେଳ ଖୋଲାଯାଇଥାଏ। ଏହାର ତିନୋଟି ତାଲା ରହିଛି। ଏହି ତିନୋଟି ତାଲାର ତିନୋଟି ଚାବି ତିନି ଜଣଙ୍କ ପାଖରେ ଥାଏ। ଗୋଟିଏ ଗଜପତି ମହାରାଜା, ଗୋଟିଏ ଶ୍ରୀମନ୍ଦିର ପ୍ରଶାସକ ଏବଂ ଆଉ ଏକ ଚାବି ଭଣ୍ଡାର ମେକାପଙ୍କ ପାଖରେ ରହେ। ଏହାପରେ ଭିତର ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରୟାଶ ଆରମ୍ଭ ହୋଇଥିବାର ଜଣାପଡିଛି। ସେହି ଭିତର ରତ୍ନଭଣ୍ଡାରେ କଣ ରହିଛି ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Read More