Author: Samikhsya Bureau

ରଞ୍ଜିତ ପଣ୍ଡା କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ କାଠ। କରୋନାକୁ ନେଇ ସମସ୍ତେ ଘରେ ଥିବାବେଳେ, ଏମାନେ ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଝାଉଁ ଜଙ୍ଗଲ। ଉପକୂଳର ସୁରକ୍ଷା କବଚ କ୍ଷତିଗ୍ରସ୍ତ ହେଉ ହେଉଥିବା ବେଳେ ପ୍ରଶାସନ ପାଖରେ ନାହିଁ ଖବର। ଚୋରା କାଠ ମାଫିଆଙ୍କୁ ସୁହାଇଛି କରୋନା ଲକ୍ ଡାଉନ। ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଶହ ଶହ ଝାଉଁ ଗଛ। ଏହି ଦୃଶ୍ୟ ହେଉଛି ପାରାଦ୍ବୀପ ସମୁଦ୍ର କୂଳର। ପାଖରେ ଥିବା ଷଣ୍ଢକୁଦ ବସ୍ତିର କିଛି ମହିଳାଙ୍କୁ ଲଗାଇ କାଠ ମାଫିଆ ଲୁଟ୍ କରୁଛନ୍ତି ଝାଉଁ ଜଙ୍ଗଲ। ରାସ୍ତା ଶୁନ ଶାନ ଥିବା ବେଳେ ଏମାନେ କିନ୍ତୁ ଲୁଟିବାରେ ବ୍ୟସ୍ତ। ପାଖାପାଖି ୬ ଏକରରୁ ଉର୍ଦ୍ଧ୍ବ ଝାଉଁ ଜଙ୍ଗଲ ଏବେ ସଫା ହୋଇ ଯାଇଛି। ସ୍ବଳ୍ପ ମୂଲ୍ୟରେ ଏହି…

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ସମସ୍ତ ନିର୍ମାଣ କାରୀ ସଂସ୍ଥା ତଥା ବିଭିନ୍ନ କମ୍ପାନୀ ଗୁଡିକ ହଠାତ୍ ବନ୍ଦ ହୋଇଛି। ଏହା ଫଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଉକ୍ତ କମ୍ପାନୀରେ କାମ କରୁଥିବା ଶ୍ରମିକ। କଟକ ଜିଲ୍ଲା ନରସିଂହପୁର ବ୍ଲକର ଓଡ଼ସିଙ୍ଗା, କାଠଖୁଣ୍ଟ, ଡିମିରିଆ ତଥା ବ୍ଲକର ବିଭିନ୍ନ ଗ୍ରାମରୁ ଶ୍ରମିକ ମାନେ ଚେନ୍ନାଇ ଯାଇ ସେଠାରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି । କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଲକଡାଉନ ଯୋଗୁଁ ଭୋକ ଉପାସରେ ରହିଥିବା ବେଳେ ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଯେଉଁ କମ୍ପାନୀରେ କାମ କରୁଥିଲେ କମ୍ପାନୀ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କ ବେତନ ମଧ୍ୟ ମିଳିନାହିଁ । ଏଭଳି ଦୁସ୍ଥ ସ୍ଥିତିରୁ…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁନଥିଲେ। ଏବେ ମୁଗ ଅମଳ ସମୟ ହୋଇଥିବାରୁ ଏଇ କେଇଟା ଦିନ ହେବ ଲୋକମାନେ ଘରୁ ବାହାରି ମୁଗ ଓପାଡିବା ଆରମ୍ଭ କରୁଥିଲେ ହେଲେ ହଠାତ୍ ଆସିଲା କାଳବୈଶାଖି ଘଡଘଡି ସହିତ ପ୍ରବଳ ବର୍ଷା । ଉଜାଡି ଦେଲା ମୁଗ ଫସଲ। ବିଲରେ ଆଣ୍ଠୁଏ ପାଣି ହେବା ସହିତ ଭାସୁଛି ମୁଗଗଛ। ଚାଷୀ ପାଣିରୁ ଛାଣୁଛି ମୁଗଗଛ। ଏହିପରି ପ୍ରତିବର୍ଷ ଧାନ ହେଉ କି ମୁଗ ଅମଳ ସମୟରେ କାଳବୈଶାଖି ପରି ପ୍ରାକୃତିକ ବିପର୍ଯ୍ୟୟ ଆସି ଉଜାଡି ଦେଉଛି ଫସଲ। ଚଳିତବର୍ଷ ଏହି କାଳବୈଶାଖି ଏକପ୍ରକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା କୁହାଯାଉଛି। ଏହି କାଳବୈଶାଖିରେ ଜଗତସିଂହପୁରର କନକପୁର, ତେନ୍ତୁଳିପଦା, ଗୋବିନ୍ଦପୁର, କୋଷ୍ଟିମଲ୍ଲିକାପୁର, କଟରା, ଗରାମ, ତୁଳଙ୍ଗ, ତରଜଙ୍ଗା, ପିପ୍ପଳମାଧବ, ବୋଧେଇ, କୃଷ୍ଣାନନ୍ଦପୁର, ବିଶନପୁର, କନିମୁଳ, ଦାଇଁଲୋ, ମୁଳସିଂ ସମେତ…

Read More

ଭୁବନେଶ୍ବର : ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଅପରାହ୍ନ 5.30 ଯାଏଁ 16ଟି ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ସୁନ୍ଦରଗଡ, ସମ୍ବଲପୁର, ନୂଆପଡା, ଦେବଗଡ, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କଟକ, ପୁରୀ ଏବଂ ମୟୁରଭଞ୍ଜରେ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ପୁରୀ ଓ ଭୁବନେଶ୍ବର ବାସୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି ।

Read More

ଭୁବନେଶ୍ବର : ସଂସଦୀୟ ପାଣ୍ଠିରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନବୀନଙ୍କୁ ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡାର ସାଂସଦ ରହିଥିବା ସମୟରେ 1000 ଲୋକଙ୍କ ବସିବା ଭଳି ଏକ ବହୁମୁଖୀ ସଭାଗୃହ ନିର୍ମାଣ କରିଥିବା ବେଳେ 15ରୁ ଅଧିକ ବହୁମୁଖୀ ଗୃହ ଏବଂ 24ରୁ ଅଧିକ ମିନି ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ । ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସମାପ୍ତ ହେବାକୁ ଯାଉଥିବାରୁ ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ଓଡିଶାବାସୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ଅଧିକ କ୍ବାରେଣ୍ଟିନ୍‌ ସେଣ୍ଟରର ଆବଶ୍ୟକତା ପଡିବ ତେଣୁ ଏହି ପ୍ରକଳ୍ପ ଗୁଡିକୁ ବ୍ୟବହାର କରିବା ପାଇଁ ବୈଜୟନ୍ତ ଅନୁରୋଧ କରିଛନ୍ତି ।

Read More

ନୂଆଦିଲ୍ଲୀ : ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ 2007 ଟି 20 ବିଶ୍ବକପ୍‌ର ସ୍ମୃତିକୁ ରୋମନ୍ଥନ କରିଛନ୍ତି । ଇଂଲଣ୍ଡ ପେସ୍‌ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ମାରିଥିବା 6 ଛକ୍କା ସମ୍ପର୍କରେ ବିବିସିର ଏକ ପଡକାଷ୍ଟରେ ପ୍ରକାଶ କରିଛନ୍ତି । ଏହି ମ୍ୟାଚ୍‌ ପରେ ଷ୍ଟୁଆର୍ଟଙ୍କ ପିତା କ୍ରିସ୍‌ ବ୍ରଡ୍‌ଙ୍କ ସହିତ ଆଲୋଚନା ସମ୍ପର୍କରେ ଯୁବରାଜ ନିଜ ପଡକାଷ୍ଟରେ ପ୍ରକାଶ କରିଛନ୍ତି । ଫ୍ଲିଣ୍ଟଫ୍‌ଙ୍କ ସହିତ ଯୁକ୍ତିତର୍କ ପରେ ବ୍ରଡ୍‌ଙ୍କୁ 6 ଛକ୍କା ମାରିଥିଲେ ଯୁବରାଜ । ଏହି ମ୍ୟାଚ୍‌ରେ ଯୁବରାଜ 14ଟି ବଲ୍‌ରୁ 58 ରନ୍‌ ସଂଗ୍ରହ କରିଥିଲେ । ଭାରତ ଏହି ମ୍ୟାଚ୍‌ରେ 18 ରନ୍‌ରେ ବିଜୟୀ ହୋଇଥିଲା । ମ୍ୟାଚ୍‌ର ପରବର୍ତ୍ତୀ ଦିନ କ୍ରିସ୍‌ ବ୍ରଡ୍‌ଙ୍କ ରୁମ୍‌କୁ ଆସିଥିଲେ । ତୁମେ ମୋ ପୁଅର କ୍ୟାରିୟର ଅଳ୍ପକେ ଶେଷ କରି ଦେବାକୁ ଯାଉଥିଲ ବୋଲି କହିବା ସହିତ ଯୁବରାଜଙ୍କ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା 35ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 35 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି ।

Read More

ନୂଆଦିଲ୍ଲୀ : ସିବିଆଇ କବ୍‌ଜାକୁ ଆସିଛନ୍ତି ଓ୍ବାଧଓ୍ବାନ୍‌ ବ୍ରଦର୍ସ । ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର ଓ୍ବାଧଓ୍ବାନ୍‌ ବ୍ରଦର୍ସଙ୍କୁ ସିବିଆଇ ମହାବଳେଶ୍ବରରୁ ରବିବାର ଗିରଫ କରିଛି । ଉଭୟଙ୍କୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଉଥିବା ନେଇ ମୁମ୍ବାଇ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପ୍ରକାଶ କରିଛନ୍ତି । ଉଭୟଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଛି । ଓ୍ବାଧଓ୍ବାନ ଭ୍ରାତାଙ୍କୁ ଅଣାଯିବା ନେଇ ସିବିଆଇକୁ ସମସ୍ତ ସହାୟତା ପ୍ରଦାନ କରୁଛି ସତାରା ପୋଲିସ୍‌ । ଓ୍ବାଧଓ୍ବାନ ଭ୍ରାତାଙ୍କ ଗିରଫଦାରୀ ସମ୍ପର୍କରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଲକ୍‌ଡାଉନ୍‌ ସତ୍ତ୍ବେ ଓ୍ବାଧଓ୍ବାନ ଭ୍ରାତା ଏପ୍ରିଲ୍‌ 9 ତାରିଖରେ ଖଣ୍ଡାଲାରୁ ମହାବଳେଶ୍ବର ଯିବା ନେଇ ଅନେକ ବିବାଦ ଦେଖା ଦେଇଥିଲା । (ଏଜେନ୍ସୀ)

Read More

ମଣିପୁରୀ : ଉତ୍ତରପ୍ରଦେଶର ମଣିପୁରୀରେ ଜଣେ ମହିଳା ନିଜ ଦୁଇ ଶିଶୁଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ନିଜର ଦୁଇ ଶିଶୁଙ୍କୁ ନିଆଁ ଲଗାଇବା ପରେ ମହିଳା ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ଭାତୁଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ମହିଳାଙ୍କ ପତି ଉପସ୍ଥିତ ନଥିବା ବେଳେ ପଡୋଶୀ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଅଧିକ ପୋଡି ଯାଇଥିବାରୁ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ତିନି ଜଣଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Read More

ଜୟପୁର : ଦେଶରେ କରୋନାକୁ ନେଇ ସଙ୍କଟ ଲାଗି ରହିଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । କ୍ବାରାଣ୍ଟାଇନ୍‌ ହୋମ୍‌ରେ ରହିଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ତିନି ଦିନ ଧରି ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ରବିବାର ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ରବିବାର ଦିନ ସଓ୍ବାଇ ମାଧୋପୁର ଥାନାରେ ଅଭିଯୋଗ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଜବରଦସ୍ତି କ୍ବାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିବା ନେଇ ପୋଲିସ୍‌ ସୂଚନା ପ୍ରଦାନ କରିଛି । ମହିଳା ଜଣଙ୍କୁ ଅନ୍ୟ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବା ବେଳେ କରୋନା ପାଇଁ ନମୂନା ସଂଗ୍ରହ କରାଯାଇଛି । (ଏଜେନ୍ସି)

Read More

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଥିବା ବେଳେ ଆଜି ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ସାନିଟାଇଜ୍‌ କରାଯାଇଛି । ଆରପିଏଫ୍‌ ଏବଂ ଓଡିଶା ପୋଲିସ୍‌ର ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି ସାନିଟାଇଜ୍‌ କାର୍ଯ୍ୟକ୍ରମ କରାଯାଉଥିଲା । ବିଭିନ୍ନ ଆର୍‌ପିଏଫ୍‌ ପୋଷ୍ଟ ସହିତ ସମୁଦାୟ ଷ୍ଟେସନ୍‌ ପରିସରକୁ ସାନିଟାଇଜ୍‌ କରାଯାଇଥିଲା ।

Read More

ଭୁବନେଶ୍ବର : ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଲକ୍‌ଡାଉନ୍‌ ହଟିବା ପରେ ବସ୍ ଜରିଆରେ ଶ୍ରମିକ ମାନଙ୍କୁ ବସ୍‌ ଜରିଆରେ ରାଜ୍ୟକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି । ପଞ୍ଜୀକରଣ ପରେ ସମସ୍ତଙ୍କୁ ଫେରାଇ ଅଣାଯିବା ସହିତ କ୍ବାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡିଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱକୁ ଘାଇଲା କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ ପଡିନାହିଁ। ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ରାଜ୍ୟ ମଧ୍ୟ କରୋନା ଆକ୍ରାନ୍ତରେ ସେଞ୍ଚୁରି ମାରିସାରିଲାଣି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ଏବେ ଏହାର ପ୍ରଭାବ ଦିନ ମଜୁରିଆ, ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଛି। ତେବେ ସେମାନଙ୍କ ପେଟର ଭୋକକୁ ଦେଖି ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ରାସନ କାର୍ଡ ଧାରୀ ମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ସେଥିରେ ବଳି ପଡୁଛନ୍ତି ରାସନ କାର୍ଡ ରୁ ବାଦ ପଡିଥିବା ଲୋକେ। ଏଭଳି ଅବସ୍ଥାରେ ଏବେ ସେମାନଙ୍କ ନିକଟରେ ପହଂଚି ପେଟକୁ ଆହାର ଯୋଗାଇଦେବା…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ସମୟରେ ମନ୍‌ ମୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍‌-19 ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ କରିଛନ୍ତି । କୋଭିଡ୍‌19 ମୁକାବିଲାରେ ସମଗ୍ର ଦେଶବାସୀ ଏକତ୍ର ହୋଇଛନ୍ତି । ଦେଶର ପ୍ରତ୍ୟେକ ନାଗରିକ କରୋନା ମୁକାବିଲାର ଜଣେ ଜଣେ ଯୋଦ୍ଧା ତେଣୁ ସମସ୍ତେ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌ରେ ଯୋଗଦାନ କରିବା ଉଚିତ୍‌ । ବର୍ତ୍ତମାନ ସୁଦ୍ଧା 1.25 କୋଟି ଭାରତୀୟ ଏହି ଓ୍ବେବ୍‌ସାଇଟ୍‌ରେ ଯୋଗ ଦେଇଛନ୍ତି । ଭାରତୀୟ ମାନେ କରୋନା ସହିତ ଲଢୁଛନ୍ତି ଏହା ବ୍ୟତିତ ଅନାହାର ଏବଂ ଦାରିଦ୍ର୍ୟ ସହିତ ମଧ୍ୟ ଲଢିବାକୁ ପଡୁଛି । କରୋନା ସମୟରେ ଦେଶବାସୀ ଦୃଢ ଭାବରେ କରୋନାର ମୁକାବିଲା କରୁଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଗତକାଲି ଦେଶରେ ନୂତନ…

Read More

ଆଜମଗଡ : କରୋନା ମହାମାରୀ ସହ ଲଢିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ସମେତ ବିବାହ, ବ୍ରତଘର, ଭୋଜି ଭାତ ଆଦିକୁ ବନ୍ଦ ରଖାଯାଇଛି । କିନ୍ତୁ ଏହି ଲକ୍ ଡାଉନ୍‌ ସମୟରେ ବହୁ ଲୋକେ ସାମାଜିକ ଦୂରତ୍ବ ରଖି ବିବାହ କରୁଛନ୍ତି । କେହି କେହି ଏହାକୁ ଅଣଦେଖା ମଧ୍ୟ କରୁଛନ୍ତି । ଏହି ଲକ୍ ଡାଉନ୍‌ ସମୟରେ ବିବାହ କରିବା ନବଦମ୍ପତିକୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଦୁହିଁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ପୂରା ଗ୍ରାମକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ୟୁପିର ଆଜଗମଡର ଏହି ନବଦମ୍ପତି ବିବାହ କରି ରାଜସ୍ଥାନ ଚାଲି ଆସିଥିଲେ । ଏଡାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଦୁହେଁ କରୋନା ପଜିଟିଭ୍‌ ମିଳିବା ପରେ ସେମାନେ…

Read More

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହୋଇଥାଏ। ଏପରିକି ଏହି ଅକ୍ଷୟ ତୃତୀୟାରେ ଚାଷକାମ ଆରମ୍ଭ କଲେ ଭଲ ଫଶଲ ଅମଳ ହେବ ବୋଲି ପୂର୍ବରୁ ବିଶ୍ବାସ ରହିଛି। ସେହିପରି ଏହି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରେ ଧନସଂପତ୍ତି ବୃଦ୍ଧି ଘଟିବ ବୋଲି ମଧ୍ୟ ବିଶ୍ବାସ ରହିଛି। ସେଥିପାଇଁ ଅନେକ ଏହିଦିନ ସୁନାରୂପା ମଧ୍ୟ କିଣିଥାନ୍ତି। ହେଲେ ସେ ସବୁ ବିଶ୍ବାସକୁ ଭାଙ୍ଗି ଚୁରମାର କରିଦେଇଛି କରୋନା ଭାଇରସ। କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ଲାଗୁ ହୋଇଛି ଲକ ଡାଉନ। ଫଳରେ ଦୋକାନବଜାର ସଂପୂର୍ଣ୍ଣ ବନ୍ଦ ରହିଛି। ଏପରି ପରିସ୍ଥିତିରେ ସୁନା ବେପାରୀମାନେ ଯେଉଁ ଆଶା ରଖିଥିଲେ ସେଥିରେ ଫସର ଫାଟିଯାଇଛି। ସୁନା ବ୍ୟବସାୟୀ ସଂଘର ସଦସ୍ୟଙ୍କ ଅନୁସାରେ ସରକାର ବିଭିନ୍ନ ଦୋକାନ ବନ୍ଦ କରିବା ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ହେଲେ ସେଥିରେ ସୁନା ଦୋକାନ…

Read More

ଭୁବନେଶ୍ୱର:  ରାଜ୍ୟର ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ 60 ଘଣ୍ଟିଆ ଲକ୍‌ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ 23 ତାରିଖରୁ ରାତ୍ରି 10ଟାରୁ 60 ଘଣ୍ଟିଆ ସଟ୍ ଡାଉନ ଘାେଷଣା କରାଯାଇଥିଲା। ସଟ୍‌ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ ବୋଲି ସୂଚନା ରହିଛି। ଲକ୍ ଡାଉନ୍‌ ସମୟରେ କେନ୍ଦ୍ର ନିର୍ଦ୍ଦେଶ ମୁତାବକ କିଛି ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏହିକ୍ରମରେ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ କିଛି ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ଏହି ତିନୋଟି ଜିଲ୍ଲାରେ ସଟ୍‌ଡାଉଡ଼ ଉଠିବା କ୍ଷଣି କିଛି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।  ତେବେ ଅନୁମତି ଦିଆଯାଇଥିବା ଦୋକାନଗୁଡିକ ମଧ୍ୟରେ ରହିଛି – ବହି ଦୋକାନ, ମୋଟର ସାଇକେଲ୍ ଗ୍ୟାରେଜ୍, ରଡ୍ ସିମେଣ୍ଟ ଦୋକାନ, ତେଜରାତି ଦୋକାନ, ପରିବା ଦୋକାନ । ଏହି ସମସ୍ତ ଦୋକାନ ସକାଳ 6ରୁ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ବଢିବାରେ ଲାଗିଛି । ଆଜି ରାଜ୍ୟରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂଖ୍ୟା 103କୁ ବୃଦ୍ଧି ହୋଇଛି । ଏହି ନୂତନ ତିନି ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଓଡ଼ିଶାର ମୋଟ୍‌ 30 ଟି ଜିଲ୍ଲା ମଧ୍ୟରୁ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରୁ 47ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ଜଣେ ମୃତ ହୋଇଥିବାବେଳେ 23 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଗତକାଲି ରାତ୍ରିରୁ ଏହି ଜିଲ୍ଲାରୁ 6ଜଣ ନୂତନ ଭାବେ ଚିହ୍ନଟ…

Read More

ବିଜୟଓ୍ବାଡା : ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ସମୟରେ ଅବସର ସମୟ ବିନିଯୋଗ କରିବା ପାଇଁ କିଏ ଲୁଡୁ ତ କିଏ ତାସ୍‌ର ସାହାରା ନେଉଛି । କିନ୍ତୁ ଏବେ ଏହି ତାସ୍‌ ଖେଳିବା ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇପଡିଛି । ଏହି ତାସ୍‌ ଖେଳିବା ଚକ୍କରରେ 24 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । କୃଷ୍ଣାଜିଲ୍ଲାର ଅଧିକାରୀ ମୋହମ୍ମଦ ଇମ୍‌ତିଆଜ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ମତରେ ବିଜୟଓ୍ବାଡାର ଜଣେ ଟ୍ରକ୍‌ ଚାଳକ ଯୋଗୁଁ ବହୁ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରାୟ 40 ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସହରର କୃଷ୍ଣ ଲଙ୍କା ଅଞ୍ଚଳରେ ସମୟ ବିତାଇବା ପାଇଁ ଜଣେ ଟ୍ରକ ଚାଳକ ବନ୍ଧୁ ଓ ପଡେଶୀ ସହିତ ମିଶି କରି ତାସ୍‌ ଖେଳୁଥିଲେ । ସେହି ସମୟରେ ମହିଳାମାନେ…

Read More

ସିଓଲୋ: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଲି ନାହିଁ। ହେଲେ ତାଙ୍କର ଗତକାଲି ରାତିରୁ ପରଲୋକ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେତେକ ତାଙ୍କର ଡାକ୍ତରଖାନାରେ ଥିବା ଫଟୋକୁ ସେୟାର କରିବାରେ ଲାଗିଛନ୍ତି। ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ଖବର ମିଳି ନ ଥିବାର ଜଣାପଡିଛି। ହେଲେ ନିର୍ଭରଯୋଗ୍ୟ ସୂଚନା ଅନୁସାରେ କିମ୍ ଜଙ୍ଗ ଏକ ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତି ଦେଖି ଚାଇନ ତରଫରୁ ଏକ ମେଡିକାଲ ଟିମ ପଠାଯାଇଛି ବୋଲି କୁହାଗଲା। ଏହି ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ଜଣାପଡିଛି। ହେଲେ ଏ ନେଇ ଉତ୍ତର କୋରିଆ ତରଫରୁ…

Read More