ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କ କାରଣରୁ ମକ୍କାଯାତ୍ରା ଉପରେ କଟକଣା ଲଗାଇଛି ସାଉଦି ଆରବ । ସମଗ୍ର ବିଶ୍ବରେ କୋରୋନାର ଭୟାବହତା ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା 3100 ଅତିକ୍ରମ କରିଛି । ବିଶ୍ବର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସାଉଦି ଆରବ ପକ୍ଷରୁ ମକ୍କାଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଏହି ଭାଇରସ୍ ସଙ୍କ୍ରମଣ ସମ୍ଭାବନା ଅଧିକ ରହିଥିୁବାରୁ ସାଉଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ପ୍ରଭାବରେ ଭାରତରେ 28 ଜଣ ସଙ୍କ୍ରମିତ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସଙ୍କ୍ରମିତ 28 ଜଣଙ୍କ ମଧ୍ୟରେ 15 ଜଣ ଇଟାଲୀ ନାଗରିକ ରହିଥିବା ଜଣାପଡିଛି । (ଏଜେନ୍ସି)
Author: Samikhsya Bureau
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭଡ଼ାରେ ରହୁଥିବା ଜନୈକା ମହିଳାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି । ବେଆଇନ ଭାବରେ ମହିଳାଙ୍କୁ ଘରଡ଼ିହ ଏବଂ ବିଜୁ ପକାଘର ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମାନ ଘଟଣାକୁ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା । ମାତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜନୈକ ସ୍ଥାନୀୟ ବ୍ୟକ୍ତି ହାଇକୋର୍ଟରେ ଅଭିଯୋଗ କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ଯଦୁପୁର ଗ୍ରାମର ସ୍ନେହଲତା ପ୍ରଧାନ ନାମକ ଜନୈକା ମହିଳା ତାଙ୍କ ପରିବାର ସହିତ ପାରାଦୀପର ବିଭିନ୍ନ ଶିଳ୍ପାଞ୍ଚଳରେ ଜିବୀକା ନିର୍ବାହ କରନ୍ତି ।…
ଜୋର୍ଡାନ୍ : ଜୋର୍ଡାନ୍ର ଆମ୍ମାନରେ ଅନୁଷ୍ଠିତ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ବିଜୟୀ ହୋଇ କ୍ବାର୍ଟରରେ ପହଞ୍ଚିଛନ୍ତି ଭାରତୀୟ ବକ୍ସର ସାକ୍ଷୀ ଚୌଧୁରୀ । 57 କିଗ୍ରା ବର୍ଗରେ ମୁକାବିଲା କରୁଥିବା ସାକ୍ଷୀ ଜୋର୍ଡାନରେ ଅନୁଷ୍ଠିତ ଏସିଆନ୍/ଓନେସିଆନ୍ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଏସିଆନ୍ ରୌପ୍ୟ ବିଜୟିନୀ ନିଲାଓ୍ବାନ୍ ଟେକାଉସୁଏପ୍ଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି । 19 ବର୍ଷୀୟା ଏହି ପୂର୍ବତନ ଜୁନିୟର ବିଶ୍ବ ଚାମ୍ପିୟନ୍ ଚମତ୍କାର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି 4-1ରେ ବିଜୟୀ ହୋଇଥିଲେ । ଏହି ବିଜୟ ସହିତ ସାକ୍ଷୀ ଟୋକିଓ ଟିକେଟ୍ରୁ ଦୁଇ ପାଦ ପଛରେ ରହିଛନ୍ତି । (ଏଜେନ୍ସି)
ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଡାକ୍ତର ରହିଥିବା 25 ବର୍ଷୀୟ ଦୀପକ ରାଠୀ ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ଏହା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇ ମାମଲା ରୁଜୁ ନକରିବାକୁ ପ୍ରବର୍ତ୍ତାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଯୁବତୀଙ୍କର ଏକ ବାଥ୍ରୁମ୍ର ଭିଡିଓ ଜରିଆରେ ବ୍ଲାକମେଲ କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ହରିୟାଣାର ଦୀପକ ରାଠୀଙ୍କୁ ଗିରଫ କରିଥିଲା । (ଏଜେନ୍ସି)
ରାଜକୋଟ : ଗୁଜରାଟକୁ 92 ରନ୍ରେ ପରାସ୍ତ କରି ରଣଜୀ ଟ୍ରଫି ଫାଇନାଲ୍ରେ ପ୍ରବେଶ କରିଛି ସୌରାଷ୍ଟ୍ର । ଏହି ମ୍ୟାଚ୍ରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକତ୍ 7 ଓ୍ବିକେଟ୍ ଅକ୍ତିଆର କରିବା ସହିତ 21 ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଚଳିତ ସିଜିନ୍ରେ ଉନାଦକତ୍ 65 ଓ୍ବିକେଟ ଅକ୍ତିଆର କରି 1998-99 ମସିହାରେ ଡୋଡା ଗଣେଷଙ୍କ 62 ଓ୍ବିକେଟ ରେକର୍ଡକୁ ଭାଙ୍ଗିଛନ୍ତି । ଏହି ମ୍ୟାଚ୍ରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି 304 ରନ୍ କରିଥିବା ବେଳେ ଗୁଜରାଟ 252 ରନ୍ରେ ଅଲ୍ଆଉଟ ହୋଇଥିଲା । ଜବାବରେ ସୌରାଷ୍ଟ୍ର 66 ରନ୍ରେ 5 ଓ୍ବିକେଟ୍ ହରାଇଥିବା ବେଳେ ଅର୍ପିତ ବାସବଦାଙ୍କ 139 ରନ୍ ବଳରେ ସୌରାଷ୍ଟ୍ର 274 ରନ୍ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ମଧ୍ୟ 63 ରନ୍ରେ 5 ଓ୍ବିକେଟ୍ ହରାଇଥିଲେ । ଅଧିନାୟକ ପାର୍ଥିବ ପଟେଲ(93) ଏବଂ ଚିରାଗ ଗାନ୍ଧୀ(96)ଙ୍କ ମଧ୍ୟରେ 137 ରନ୍ର…
ବେଙ୍ଗାଲୁରୁ : ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ପକ୍ଷରୁ ଏହାର ନୂତନ ସ୍ୟାଟେଲାଇଟ୍ ଉତ୍କ୍ଷେପଣକୁ ସ୍ଥଗିତ କରାଯାଇଛି । ଇସ୍ରୋର ଜିଓ ଇମେଜିଂ ସ୍ୟାଟେଲାଇଟ୍ ଜିସାଟ୍-1ର ଉତ୍କ୍ଷେପଣକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ 5 ତାରିଖ ସନ୍ଧ୍ୟାରେ ଏହି ସ୍ୟାଟେଲାଇଟ୍ର ଉତ୍କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଏହାକୁ ସ୍ଥଗିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍ଶୀଘ୍ର ନୂତନ ଉତ୍କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । 2268 କିଗ୍ରାର ଏହି ଉପଗ୍ରହଟି କୃଷି, ବନ୍ୟବିଭାଗ, ଖଣି, ବିପର୍ଯ୍ୟୟ ଚେତାବନୀ, ବରଫ ସ୍ତର ଏବଂ ସମୁଦ୍ରପତନ ନିର୍ଣ୍ଣୟରେ ବ୍ୟବହୃତ ହେବ । (ଏଜେନ୍ସି)
ମୁମ୍ବାଇ : ଇସକ୍ଜାଦେ ଯୋଡି ଅର୍ଜୁନ୍ କପୁର୍ ଏବଂ ପରିଣୀତି ଚୋପ୍ରା ପୁଣିଥରେ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସନ୍ଦୀପ ଔର ପିଙ୍କି ଫରାର୍ରେ ଉଭୟ ନଜର ଆସିବାକୁ ଯାଉଛନ୍ତି । ବୁଧବାର ଏହି ଫିଲ୍ମଳର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଉଭୟଙ୍କ ପ୍ରଦର୍ଶନକୁ ସମସ୍ତେ ପସନ୍ଦ କରିଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ଚରିତ୍ରର ନାମ ପିଙ୍କି ଦାହିୟା ରହିଛି ଯିଏକି ଦିଲ୍ଲୀ ପୋଲିସ୍ରେ କାର୍ଯ୍ୟ କରନ୍ତି । https://youtu.be/vHiLZkR6rSg ଅନ୍ୟପକ୍ଷରେ ପରିଣୀତିଙ୍କ ଚରିତ୍ରର ନାମ ସନ୍ଦୀପ କୌର ରହିଛି । ଜୟଦୀପ ଅଲାହାଟ୍, ନୀନା ଗୁପ୍ତା ଏବଂ ରଘୁବୀର ଯାଦବ ଫିଲ୍ମର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଭୟା କାଣ୍ଡ ଅଭିଯୁକ୍ତଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା ପାଇଁ ଆବେଦନ କରାଯାଇଛି । ନିର୍ଭୟା କାଣ୍ଡର ଅନ୍ୟତମ ଅଭିଯୁକ୍ତ ପଓ୍ବନ ବର୍ମାର ରାଜକ୍ଷମା ଆବେଦନ ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ପଟିଆଲା ହାଉସ୍ କୋର୍ଟରେ ତିହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟତମ ଅଭିଯୁକ୍ତ ପଓ୍ବନର ରାଜକ୍ଷମା ଗୁରୁବାର ଖାରଜ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମାର୍ଚ୍ଚ 3 ତାରିଖରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆ ଉପରୁ କଟକଣା ହଟାଯାଇଛି । ପୂର୍ବରୁ 2ଜି ମୋବାଇଲ ସେବା ଲାଗୁ ହୋଇଥିବା ବେଳେ ବୁଧବାର ସୋସିଆଲ ମିଡିଆ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିୟମ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଶାଲୀନ୍ କବ୍ରା ଏହି ପ୍ରତିବନ୍ଧକ ହଟାଇବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟିଥିଲେ ମଧ୍ୟ ଇଣ୍ଟରନେଟ୍ ସେବା 2ଜି ହିଁ ରହିବ ବୋଲି ଘୋଷଣା କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସତର୍କ ସୂଚନାକୂ ନାପସନ୍ଦ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ଲୁଚାଇବା ପାଇଁ ଦେଶରେ କୋରୋନା ଭାଇରସ୍ର ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ମମତା ଅଭିଯୋଗ କରିଛନ୍ତି । ଦେଶର କିଛି ତଥାକଥିତ ଗଣମାଧ୍ୟମ ଏବଂ କେନ୍ଦ୍ର ସରକାର ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି କୋରୋନାରେ ନୁହେଁ ବରଂ ବିଜେପି କର୍ମୀଙ୍କ ଦ୍ବାରା ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ଟି 20 ରାଙ୍କିଙ୍ଗରେ ଏକନମ୍ବର ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ଶେଫାଳି ବର୍ମା । ବୁଧବାର ଆଇସିସି ପକ୍ଷରୁ ପ୍ରକାଶକିତ ଟି 20 ରାଙ୍କିଙ୍ଗରେ ଶେଫାଳି ପ୍ରଥମ ସ୍ଥାନରେ ରହିଛନ୍ତି । ଚଳିତ ଟି 20 ବିଶ୍ବକପ୍ରେ ନିଜର ଚମତ୍କାର ପ୍ରଦର୍ଶନ କାରଣରୁ ଶେଫାଳିଙ୍କୁ ଏକ ନମ୍ବର ସ୍ଥାନ ମିଳିଛି । 16 ବର୍ଷୀୟ ଶେଫାଳି 18ଟି ଟି 20 ମ୍ୟାଚ୍ ଖେଳିଥିବା ବେଳେ 485 ରନ୍ ସଂଗ୍ରହ କରିଥିବା ବେଳେ 19ଟି ସ୍ଥାନ ଲମ୍ଫ ପ୍ରଦାନ କରିଛନ୍ତି । ଶେଫାଳି ଚଳିତ ଟି 20 ବିଶ୍ବକପ୍ରେ 4ଟି ମ୍ୟାଚ୍ରୁ 161 ଷ୍ଟ୍ରାଇକ୍ ରେଟ୍ରେ 161 ରନ୍ ସଂଗ୍ରହ କରିଛନ୍ତି । ଶେଫାଳିଙ୍କ ବ୍ୟତିତ ସ୍ମୃତି ମାନ୍ଧନା 4ର୍ଥରୁ ଷଷ୍ଠ ଏବଂ ଜେମିମା ରଡ୍ରିଗ୍ଜ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ।…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବିଗତ ଦୁଇ ଦିନ ହେବ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଯାଇଛି। ଗତକାଲି ବିଜ୍ଞାନ ବିଭାଗ ର ପରୀକ୍ଷା ଆରମ୍ଭ ହୋଇଥିବାସ୍ଥଳେ ଆଜି କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି ସମୟରେ ବାଣପୁର-ବାଲୁଗାଁ ଅଞ୍ଚଳର ପ୍ରତ୍ୟେକ କଲେଜ ସମ୍ମୁଖରେ ଗତ ଦୁଇଦିନ ହେଲା ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ଦ୍ୱାରା ଏହା ଅଧୀନରେ ଥିବା ସମସ୍ତ ୭ ଗୋଟି ଯୁକ୍ତ ଦୁଇ ଜୁନିଅର ମହାବିଦ୍ୟାଳୟ ଯଥା ଗୋଦାବରୀଶ ଜୁନିଅର ମହାବିଦ୍ୟାଳୟ, ବାଣପୁର, ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ, ନାଚୁଣୀ ଜୁନିଅର ମହାବିଦ୍ୟାଳୟ, ନାଚୁଣୀ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ବାଣପୁର, ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା, ପି.ବି.ବି ଜୁନିଅର କଲେଜ, ଆଙ୍କୁଲା ଓ କାଳିଜାଇ ଜୁନିଅର କଲେଜ, ବାଲୁଗାଁ ରେ ପରୀକ୍ଷାର୍ଥୀ ମାନଙ୍କୁ ଅଭିନବ ଉପାୟରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ଜିଏସ୍ଟି ଆୟରେ ଅଭିବୃଦ୍ଧି ଘଟିଛି । ମଙ୍ଗଳବାର ଓଡିଶା ଅର୍ଥବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏପ୍ରିଲ୍ 2019ରୁ ଫେବୃୟାରୀ 2020 ମଧ୍ୟରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡିଛି । ପୂର୍ବବର୍ଷର ଜିଏସ୍ଟି ଆୟ 24325.79 କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷର ଆୟ 27044.79 କୋଟି ଟଙ୍କା ରହିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଜିଏସ୍ଟି ଆୟରେ 11.18 ପ୍ରତିଶତର ଅଭିବୃଦ୍ଧି ଘଟିଛି ।
ମହାରାଷ୍ଟ୍ର : ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ-ଏନ୍ସିଆରରେ ଏହି ମାମଲା ଆସିବା ପରେ କେନ୍ଦ୍ର ଓ ଦିଲ୍ଲୀ ସରକାର ଏବେ ପୂରା ଆକ୍ସନମୋଡକୁ ଆସିଛନ୍ତି। ଏହି ଭାଇରସ୍କୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ ବେଶ୍ ଭୟ କରୁଛନ୍ତି। କରୋନା ଭାଇରସ୍ କାରଣରୁ ଚଳିତ ହୋଲି ମିଳନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଥିବାବେଳେ ସାଂସଦମାନେ ମଧ୍ୟ ଏହାକୁ ନେଇ ବେଶ୍ ସତର୍କ ରହୁଥିବାର ଦେଖାଯାଇଛି। ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍ପି ନବନୀତ ରାଣା ସଂସଦକୁ ମାସ୍କ୍ ପିନ୍ଧି ଆସିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ ୧୮ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଇଟାଲୀରୁ ଆସିଥିବା ଲୋକ ରହିଛନ୍ତି। ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ସୂଚନା ଜାରି ହୋଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର ସୂଚନା ଦେଇଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରରେ ବର୍ତ୍ତମାନ ମାଳ ମାଳ ଘରୋଇ କ୍ଳିନିକ୍ ଖୋଲୁଛି । ଡ଼ାକ୍ତରମାନଙ୍କ ବେପାରୁଆ ମନୋଭାବ ଏବଂ ଭିତ୍ତିଭୂମି ନଥିବା କ୍ଲିନିକ୍ ଯୋଗୁଁ ନିରୀହ ରୋଗୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଫେବୃୟାରୀ ୧୭ରେ ଲାଞ୍ଜିପଲ୍ଲି ଅଂଚଳର ଏଶ୍ୱର୍ଯ୍ୟ ସିଂଦେଓଙ୍କ ଗୁରୁଦେବ ହସ୍ପିଟାଲ୍ରେ ମୃତ୍ୟୁର ସଠିକ୍ ତଦନ୍ତ ସହ ସଂପୃକ୍ତ ଡ଼ାକ୍ତର ଏବଂ କ୍ଲିନିକ୍ ମାଲିକଙ୍କୁ ଗିରଫ ଦାବିରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଲାଞ୍ଜିପଲ୍ଲି ଅଂଚଳବାସୀ ଏବଂ ମୃତକଙ୍କ ପରିବାର ଲୋକ ପକ୍ଷରୁ ଡ଼ିଆଇଜି ଅଫିସରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ଏନେଇ ଏକ ବିକ୍ଷୋଭ ପ୍ରଦର୍ଶନ କମାପଲ୍ଲୀ ଓଭରବ୍ରିଜ୍ ନିକଟରୁ ବାହାରି ଡ଼ିଆଇଜି କାର୍ଯ୍ୟାଳୟ ନିକଟକୁ ଯାଇଥିଲା। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ଆଦେଶନାମା ପ୍ରକାରେ ଜିଲ୍ଲା ଟାସ୍କ ଫୋର୍ସ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନେଇ ଗଠନ କରାଯାଇଛି । ଉକ୍ତ…
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ର ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଚଳିତ ହୋଲି ମିଳନ ସମାରୋହରେ ସାମିଲ୍ ହେବେ ନାହିଁ। କରେନା ଭାଇରସ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି । ‘ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ବହୁ ଲୋକ ଏକତ୍ରିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମୋଦି। ଭିଡ ଜରିଆରେ ଏହି ଭାଇରସ୍ ବ୍ୟାପିବାର ପ୍ରବଳ ଆଶଙ୍କା ଥାଏ। କରୋନା ଭାଇରସ୍ରେ ଆତଙ୍କରେ ଚୀନ୍ ସମେତ 18ଟି ଦେଶରେ ସ୍ବାସ୍ଥ୍ୟ ସଂକଟ ବଢି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ପ୍ରତ୍ୟେକ ବର୍ଷ ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥା’ନ୍ତି। ଏହି ଅବସରରେ ସାଧାରଣ…
ପ୍ରୟାଗରାଜ : ପ୍ରୟାଗରାଜଠାରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି । ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବେଶ୍ ଚର୍ଚ୍ଚାରେ ରହିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସ୍ରେ ଅଭିଯୋଗ କଲେ । ପୋଲିସ୍ ଯୁବକ ଜଣକୁ ଚାପୁଡା ମାରିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା । ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ…
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଳିଆପଟଠାରେ ଗତକାଲି ଦ୍ୱିତୀୟ ବାର୍ଷିକ ମୁକ୍ତ ମଂଚ ନାଟକ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆୟୋଜକ ହାପିକ୍ଳବର ସଭାପତି ବାବସ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ବକ୍ତବ୍ୟ ପ୍ରଦାନ କରି କଳିଆପାଟ ଅଂଚଳ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ହେଉଥିବା ଲବଣାସତ୍ୟାଗ୍ରହ ଆନ୍ଦୋଳନରେ ଅଂଚଳର ନେତୃତ୍ୱ ଗ୍ରହଣ କରିଥିବା ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ରାଜସ୍ୱ ବିଭାଗର ଅଧିକାରୀ ତ୍ରିଭୁବନ ଜୟସିଂହ ବକ୍ତବ୍ୟ ପ୍ରଦାନ କରି ସାହିତ୍ୟ, ସଂସ୍କୃତି, ଭାଇଚାର, ଏକତା ତଥା ପାରସ୍ପରିକ ସହଯୋଗର ପ୍ରାଣକେନ୍ଦ୍ର ଗାଁ ହୋଇଥିବାରୁ ସମସ୍ତେ ପୁଣି ଗାଁକୁ ଫେରିଯିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପାଦକ ସବୀର କୁମାର ସାମଲ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ନନ୍ଦିନୀ ପଣ୍ଡା, ସମିତିସଭ୍ୟା ପୁଷ୍ପଲତା ବେହେରା, ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ପ୍ରିୟଦର୍ଶିନୀ, କଳ୍ପନା…
ଉତ୍ତରପ୍ରଦେଶ : ଦୁଷ୍କର୍ମ ପରି ଘଟଣା ଆମ ଦେଶରୁ ଥମିବାର ନାଁ ନେଉନାହିଁ । ଆଇନ କଡାକଡି ହେଲେ ମଧ୍ୟ ଅପରାଧୀମାନେ ଏଭଳି ପାପ କାର୍ଯ୍ୟରୁ ନିବୃତ୍ତ ରହୁନାହାନ୍ତି । ଆଜିର ସମୟରେ ନିଜ ପରିଚିତ ଲୋକଙ୍କ ପାଖରେ ମଧ୍ୟ ଝିଅଟିଏ ସୁରକ୍ଷିତ ରହୁଥିବାର ମନେ ହେଉନାହିଁ। ଉତ୍ତରପ୍ରଦେଶରେ ନିଜ ସମ୍ପର୍କୀୟମାନଙ୍କ ଦ୍ବାରା ଦୁଇ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ଖବର ମିଳିଛି । ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ନାବାଳିକାଙ୍କ ବୟସ ଯଥାକ୍ରମେ 9 ଓ 10 ବର୍ଷ । 22 ବର୍ଷୀୟ ଅଭିଯୁକ୍ତ ମଣ୍ଟୁ ଓ ତାଙ୍କ ସାଙ୍ଗ ଅମିତ୍ ଦୁହେଁ ନାବାଳିକାଙ୍କ ଏଭଳି ହୀନ କାମ କରୁଥିବାର ପୀଡ଼ିତାଙ୍କ ପରିବାର କହିଛନ୍ତି । ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ପୁଲୀସ୍ ଅଧୀକ୍ଷକ ଦୁଇ ପୀଡ଼ିତାଙ୍କ ମେଡ଼ିକାଲ୍ ଚେକ୍…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥନୀୟ କୋଚିଳାମଠଠାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକ ସଂଯୋଜକ ବିଷ୍ଣୁଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ବକ୍ତବ୍ୟ ପ୍ରଦାନକରି ସଙ୍ଗଠନର ନେତୃତ୍ୱ ନେବାକୁ ହେଲେ ବିଭିନ୍ନ ଗୁଣାବଳୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଜଗତସିଂହପୁରଠାରେ ଏବଂ ଅପ୍ରେଲ ମାସ ୨୬ ତାରିଖରେ ଭୂବନେଶ୍ୱରରେ ବୁଲବୁଲ, ଫନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କାଳିଆ ଯୋଜନାରେ ଚାଷୀ ମାନଙ୍କୁ ତୁରନ୍ତ ସାମିଲ କରିବା ସହିତ ପ୍ରୋତ୍ସାହନ ଦେବା ଦାବୀରେ ଚାଷୀମାନଙ୍କର ଧରଣା ଏବଂ ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ସଭାରେ ଘୋଷଣା କରାଯାଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତ, ଜଗତସିଂହପୁର ଜିଲ୍ଲା ସଞ୍ଜୋଜକ ଦୂର୍ଗାପ୍ରସାଦ ସ୍ୱାଇଁ , ଚାଷୀ ସଙ୍ଗଠକ ବାବୁରାମ…
ଝାଡଖଣ୍ଡ: ଜଣେ ମହିଳା ପ୍ରାୟ ଚାଳିଶ ବର୍ଷ ଧରି ପେନ୍ସେନ୍ ପାଇଁ ଆବେଦନ କରି ଆସୁଥିଲେ, କିନ୍ତୁ ପାଇପାରୁନଥିଲେ । ବହୁ ଦହଗଞ୍ଜ ହେବା ପରେ ସେ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ପଚାଶ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ମହିଳାଙ୍କୁ ଦଶ ପ୍ରତିଶତ ସୁଧ ସହିତ ପେନସେନ୍ ପ୍ରଦାନ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଡକ୍ଟର ଏସ.ଏନ୍ ପାଥକଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ପେନ୍ସେନ ଦେବା ରାଜ୍ୟସରକାରଙ୍କ କାମ । ସରକାରୀ କର୍ମଚାରୀଙ୍କ ଯୋଗୁଁ ଏତେ ଦିନ ପର୍ଯ୍ୟନ୍ତ ପେନସନ୍ ବିଚାରାଧୀନ ଥିଲା। ଦଶ ପ୍ରତିଶତ ସୁଧ ସହିତ ଆବେଦନକାରୀଙ୍କୁ ପେନ୍ସନ୍ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଚିକା କର୍ତ୍ତା ଜସୁମତି ପିଙ୍ଗୁଆଙ୍କ ସ୍ବାମୀ ସିଂହଭୂମ୍ ଜିଲ୍ଲାର ଟକ୍କର ବାପ୍ପା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ…