ଭୁବନେଶ୍ବର : ତିନି ଜିଲ୍ଲାର ଲୋକେ ସଟ୍ ଡାଉନ୍ ଘୋଷଣା ପରେ ଡିଜିପିଙ୍କ ଅପିଲ୍। ଟୁଇଟ୍ ଯୋଗେ ଅପିଲ୍ କଲେ ପୋଲିସ୍ ଡିଜି ଅଭୟ। ତିନି ଜିଲ୍ଲାର ଲୋକେ ସଟ୍ ଡାଉନ୍ ପାଳନ କରିବାକୁ ଅପିଲ୍ କଲେ। ସଟ୍ ଡାଉନ୍ ଉଲ୍ଲଂଘନ କଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଡିଜିପି। ସୂଚନାଯୋଗ୍ୟ, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି। 60 ଘଣ୍ଟା ପାଇଁ ଲକ୍ ଡାଉନ୍ ନିୟମ ଘୋଷଣା କରାଯାଇଛି। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡା ସବୁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସଟ୍ଡାଉନ୍ ବେଳେ କେହି ବାହାରକୁ ନ ବାହାରିକୁ ତାଗିଦ୍ କରାଯାଇଛି। ସରକାରଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଲୁଚାଇବେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ କୁହାଯାଇଛି।
Author: Samikhsya Bureau
ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ ମନ୍ଦିର, ମସଜିଦ୍ ଚର୍ଚ୍ଚ ଓ ଗୁରୁଦ୍ବାର ତଥା ସମସ୍ତ ତୀର୍ଥସ୍ଥଳୀକୁ ବନ୍ଦ କରିଛନ୍ତି । କିନ୍ତୁ ପାକିସ୍ତାନ ଟିକେ ଭିନ୍ନ ଧରଣର ଲକ୍ ଡାଉନ୍ ନିୟମ ପାଳନ କରୁଛି। ଏଠାରେ ସ୍କୁଲ କଲେଜ, ମଲ୍ ସବୁ ବନ୍ଦ ରହିଛି । କିନ୍ତୁ ମସଜିଦ୍ ଖୋଲା ରହିଛି। ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 200 ଟପିଛି। ସେହିପରି 2300ରୁ ଉର୍ଦ୍ଧ୍ବ ଲୋକେ ସୁସ୍ଥ ହୋଇଛନ୍ତି। ପାକିସ୍ତାନର ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ଅପ୍ରେଲ୍ 18 ତାରିଖରେ ଘୋଷଣା କରିଥିଲେ ଯେ, ରାମଜାନ୍ ମାସର ସନ୍ଧ୍ୟା ସମୟରେ ନମାଜ ପଢିବା ପାଇଁ ମସ୍ଜିଦ୍ ଖୋଲା ରହିବ। ନାଗରିକ ଓ ଧର୍ମଗୁରୁଙ୍କ ମସ୍ଜିଦ୍ ଆସିବାକୁ ନେଇ ନିୟମ ପାଳନ…
ନୂଆଦିଲ୍ଲୀ : ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ମାସ୍କ ତିଆରି କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମାସ୍କ ତିଆରି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଏହି ଫଟୋଟିକୁ ସେୟାର କରିଛନ୍ତି । https://twitter.com/i/status/1253210591403139073 ଦେଶର ପ୍ରଥମ ମହିଳାଙ୍କ ଏପରି ଉଦ୍ୟମ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆସନ୍ତୁ ଆମେ ସମସ୍ତେ ଭାରତୀୟ ଏକାଠୀ ହୋଇ କୋଭିଡ୍-୧୯ ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ବୋଲି ଧର୍ମେନ୍ଦ୍ର ଟ୍ବିଟ୍ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳର ଏକ ଗଳିରୁ 46 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଅଞ୍ଚଳର ଏଚ୍ ବ୍ଲକର ଗଳିରୁ ଏହି ସମସ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଚ୍ ବ୍ଲକର ତିନୋଟି ଗଳିକୁ ଅପ୍ରେଲ୍ 14 ତାରିଖରେ ସିଲ୍ କରାଯାଇଥିଲା । ଏହି 46ଜଣଙ୍କୁ ନରେଲାର କ୍ବାରେଣ୍ଟିନ୍ ସେଣ୍ଟରକୁ ନିଆଯାଇଛି । ଜାହାଙ୍ଗିରୀପୁରୀଠାରୁ ଏହା ତୃତୀୟ ବୃହତ୍ତ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜାହାଙ୍ଗିରୀପୁରୀର ସି ବ୍ଲକରୁ 31ଟି ମାମଲା ଆସିଥିଲା । ସେହିପରି ଜାହାଙ୍ଗିରୀପୁରୀ ଥାନା ଅଞ୍ଚଳରେ ଜଣେ ପୋଲିସ ଏସ୍ଆଇ, ତାଙ୍କ ପତ୍ନୀ ଓ 7 ପୋଲିସ୍ କର୍ମୀଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜହାଙ୍ଗିରୀପୁରୀରେ ଅଲଗା ଅଲଗା ଅଞ୍ଚଳରେ 89ଟି ମାମଲା ସାମ୍ନାକୁ ଆସିଛି । ସେହିପରି ବୁଧବାର ଦିନ ଜାମା ମସ୍ଜିଦ୍ ଅଞ୍ଚଳରୁ ଜଣେ ପରିବାରର 11 ଜଣ କରୋନାରେ ସଂକ୍ରମିତ ହୋଇଥିବାର…
ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି। ଭଦ୍ରକ, ବାଲେଶ୍ବର, ଯାଜପୁରରେ କରୋନା ସ୍ଥିତି ଚିନ୍ତାଜନକ ରହିଥିବାରୁ ଆଜି ମୁଖ୍ୟ ଶାସନ ସଚିବ ଏହି ତିନୋଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟ୍ଡାଉନ୍ର ଘୋଷଣା କରିଛନ୍ତି। ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ର ଘୋଷଣା କରାଯାଇଛି। ଆଜି ରାତ୍ରି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ର ଘୋଷଣା କରାଯାଇଛି। ଏହି ସଟ୍ ଡାଉନ୍ ପାଇଁ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ପୂର୍ବରୁ ଥରେ ଭଦ୍ରକ ସଟ୍ ଡାଉନ୍ ହୋଇଥିଲା।୫ ଦିନରେ ଏହି ତିନୋଟି ଜିଲ୍ଲାରୁ ୨୮ଟି ପଜିଟିଭ୍ ମିଳିଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଟ୍ ଡାଉନ୍ର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍ ଚିନ୍ତା ବଢାଉଥିବାବେଳେ ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ସୀମା ସିଲ୍ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ…
ବବ୍ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟର ଆଜି ଦିନ ପ୍ରାୟ ଏଗାରଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେଇଥିବାବେଳେ ପୁଅ ଗୁରୁତର ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୁତାବକ ମ.ରାମପୁର ମାଛିବନ୍ଧ ପଡ଼ାର ସଚିନ କାଲସାଏ ନିଜ ପାଞ୍ଚ ବର୍ଷର ପୁଅ ବାବୁସାନଙ୍କ ସହିତ ଯାଉଥିବା ବେଳେ ବାଇକ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏମ.ରାମପୁର ପଟରୁ ତୁଜୁଙ୍ଗ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ବାଇକଟି ପିଟି ହୋଇ ଯାଇଥିଲା । ସଚିନଙ୍କ ମୁଣ୍ଡରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । 5 ବର୍ଷୀୟ ବାବୁସାନଙ୍କୁ ତୁଜୁଙ୍ଗ ଗ୍ରାମର ବୃନ୍ଦାବନ ନାଗ ନିଜ ବାଇକରେ ଏମ. ରାମପୁର ଡ଼ାକ୍ତରଖାନାକୁ ନେଇଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ…
ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ସକାଳ 8ଟାରୁ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକଙ୍କ ପାଇଁ ସକାଳ 8ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ଏହି ସୂଚନା ପ୍ରଦାନ କରିଥିବା ବେଳେ 5ଟି ସହରରେ ଏହି ନୂତନ ନିୟମ ଲାଗୁ କରାଯିବ ନାହିଁ । କଟକ, ପୁରୀ, ଛତ୍ରପୁର, କୋରାପୁଟ, ଭୁବନେଶ୍ବରରେ ବ୍ୟାଙ୍କ ପୂର୍ବ ସମୟ ଅନୁଯାୟୀ ପରିଚାଳିତ ହେବ ।
ଭୁବନେଶ୍ବର : କୋଭିଡ଼୍-୧୯ ମହାମାରୀ ପରିପ୍ରେକ୍ଷିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାମାନଙ୍କୁ ସୁବିଧା ଯୋଗାଇବା ସହ ଲଜିଷ୍ଟିକ୍ ସହାୟତା ଯୋଗାଇଦେବା ନିମନ୍ତେ ରେଳ କର୍ତ୍ତୃପକ୍ଷ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମଧ୍ୟରେ ପଣ୍ୟ ଓ ପାର୍ସେଲ୍ ଟ୍ରାଫିକ୍ କ୍ଷେତ୍ରରେ ବିଳମ୍ବଶୁଳ୍କ, ରହଣି ମାହାସୁଲ, ଗଦାମାରିବା, ଦୃଢ଼କରି ରଖିବା ଏବଂ କଣ୍ଟେନର୍ ଟ୍ରାଫିକ୍ ନିମନ୍ତେ ବିଳମ୍ବଶୁଳ୍କ ଓ ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି କରିବ ନାହିଁ । ଏହି ନିର୍ଦ୍ଦେଶାବଳୀ ୨୨ ମାର୍ଚ୍ଚ ରୁ ୩ ମେ, ୨୦୨୦ ମଧ୍ୟରେ ଲାଗୁ ହେବ । ଉପଭୋକ୍ତାମାନଙ୍କୁ ଗୁଡ଼୍ସେଡ଼୍କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜିକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍ଟ୍ରୋନିକ୍ ପଞ୍ଜିକରଣ (ଇ.ଆଇ.ଡି.), ଇଲେକ୍ଟ୍ରୋନିକ୍ସ ଟ୍ରାନ୍ସ୍ମିସନ୍ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍) ମାଧ୍ୟମରେ ରେଲୱେ ରସିଦ୍ ପ୍ରଦାନ ଏବଂ ପଣ୍ୟ ବିତରଣ ଇ.ଟି.ଆର୍.ଆର୍ର ଇ-ସରେଣ୍ଡର ମାଧ୍ୟମରେ…
ନୂଆଦିଲ୍ଲୀ : କରୋନା ମୁକାବିଲା କାରଣରୁ ଦେଖାଦେଇଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଆସନ୍ତା ଜାନୁୟାରୀ 1,2020 ଠାରୁ ଜୁଲାଇ 2021 ପର୍ଯ୍ୟନ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ପେନ୍ସନ୍ ଧାରୀଙ୍କ ନିମନ୍ତେ ଏହି ନିୟମ ଲାଗୁ କରାଯିବ । ତେବେ ପୂର୍ବ ପ୍ରଦତ୍ତ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାସରେ 4 ପ୍ରତିଶତର ମହଙ୍ଗା ଭତ୍ତା ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ପ୍ରାୟ 27 ହଜାର କୋଟିର ଅର୍ଥ ସଞ୍ଚୟ କରାଯିବ । (ଏଜେନ୍ସି)
ଭୁବନେଶ୍ବର, ବର୍ତ୍ତମାନ ଲକ ଡାଉନ ପାଇଁ ସାରା ରାଜ୍ୟର ଜନଜୀବନ ଠପ ହୋଇଯାଇଛି। ରାସ୍ତାଘାଟ ଶୂନଶାନ। ଏପରି ପରିସ୍ଥିତିରେ ଚିତ୍ରକର ମାନେ ରାସ୍ତା ଉପରେ ବିଭିନ୍ନ କରୋନା ସଚେତନତା ଚିତ୍ର ଆଙ୍କି ଲୋକଙ୍କୁ କରୁଛନ୍ତି ସତର୍କ।
ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଦୁଇ କରୋନା ଆକ୍ରାନ୍ତ। ବାଲେଶ୍ବର ଜିଲ୍ଲାରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଦୁଇ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି କି ନାହିଁ ତାର ତଦନ୍ତ ସହିତ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ମହିଳା ଏବଂ 36 ବର୍ଷୀୟ ପୁରୁଷ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ : ବିଗତ 14 ଦିନ ମଧ୍ୟରେ ଦେଶର 78ଟି ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ପକ୍ଷରୁ ପ୍ରେସ୍ ମିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ସୁଦ୍ଧା ସମୁଦାୟ 4257 ରୋଗୀ କରୋନା ମୁକ୍ତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସମୁଦାୟ ଆକ୍ରାନ୍ତଙ୍କର ପ୍ରାୟ 19.89 ପ୍ରତିଶତ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 21,393ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 681 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 4257 ଜଣ ସୁସ୍ଥ ହୋଇ ସାରିଛନ୍ତି । ମହାରାଷ୍ଟ୍ର ମୃତ୍ୟୁସଂଖ୍ୟାରେ ଆଗୁଆ ରହିଥିବା ବେଳେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 1409 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ଭୁବନେଶ୍ବର, ଆଜି ଅପରାହ୍ନ 5 ଟା ସୁଦ୍ଧା ରାଜ୍ୟର ପାଞ୍ଚୋଟି ସ୍ଥାନରେ କାଳ ବୈଶାଖୀ ହେବ। ଏହି ସମୟରେ ପ୍ବନ ସହିତ ଘଡଘଡି ଏବଂ ବିଜୁଳ ମାରିବ ବୋଲି ଆର୍ଥ ନେଟୱର୍କ ସୂଚନା ଦେଇଛି। ଆର୍ତ ନେଟୱାର୍କ ମାଧ୍ୟମରେ ନିର୍ଦ୍ଧିଷ୍ଠ ଭାବେ କେଉଁ ସ୍ଥାନରେ ଏବଂ କେତେବେଳେ ଏହି କାଳ ବୈଶାଖୀ ହେବ ତାହା ଜଣାପଡିଯାଇଥାଏ। ସେହି ଅନୁସାରେ ଆଜି ରାଜ୍ୟର ଦୁଇଟି ଜିଲ୍ଲାରେ ପାଞ୍ଚୋଟି ସ୍ଥାନରେ ଏହି କାଳବୈଶାଖୀ ହେବ ବୋଲି ଜଣାପଡିଛି। ଆଜିର ଆର୍ଥ ନେଟୱାର୍କ ସୂଚନା ଅନୁସାରେ ଯେଉଁ ଦୁଇଟି ଜିଲ୍ଲାରେ ଏହି କାଳ ବୈଶାଖୀ ଦେଖାଦେବ ତାହା ହେଲା ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲା। ବାଲେଶ୍ବରର ଦୁଇଟି ସ୍ଥାନରେ ଏହା ହେବ ବୋଲି ଜଣାପଡିଛି। ସେଗୁଡିକ ହେଲା ସୋର ଏବଂ ସିମୁଳିଆ ବ୍ଲକ। ସେହିପରି ଭଦ୍ରକର ତିହିଡି,ବାସୁଦେବପୁର ଏବଂ ଭଦ୍ରକ ବ୍ଲକରେ ଏହି କାଳବୈଶାଖୀ ଦେଖାଦେବ।
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ଗୋପୀନାଥପୁରର ମହାନଦୀ ଅବବାହିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ନିକଟସ୍ଥ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକ ଜଗବନ୍ଧୁ ମହାରଣା ଓରଫ ପପୁ (୨୬)ଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ବଡମ୍ବା ଦମକଳ ବାହିନୀ ଦୀର୍ଘ ତିନି ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ଯୁବକଙ୍କ ଶବ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ବଡମ୍ବା ନିଜିଗଡର ୪ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ବାବା ସିଂହନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ୪ ଜଣ ଯୁବକ ନଦୀରେ ଭାସି ଯାଇଥିଲେ। ୩ ଜଣ ଯୁବକ ପହଁରି କୂଳକୁ ଆସିଥିବା ବେଳେ ଜଗବନ୍ଧୁ ମହାରଣା ପହଁରା ଜାଣିନଥିବାରୁ ଗଭୀର ଜଳରାଶିର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେସଙ୍ଗେ ବଡମ୍ବା ଦମକଳ ବାହିନୀ ଏବଂ ବଡମ୍ବା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଦମକଳ ବାହିନୀ…
ଚିକାଗୋ: ଅବିଶ୍ବାସ ହେଲେ ବି ସତ। ଆମେରିକାର ଜଣେ ବ୍ୟକ୍ତି 6 ହଜାର ଟଙ୍କାର ରାସନ୍ କିଣି ପ୍ରଦାନ କରିଛନ୍ତି 8 ଲକ୍ଷ ଟଙ୍କା। ଚିକାଗୋର ଏକ ଜେନେରାଲ ଷ୍ଟୋରରୁ ଜଣେ ବ୍ୟକ୍ତି 90 ଡଲାରର ସାମଗ୍ରୀ କିଣିଥିଲେ ମାତ୍ର ତାଙ୍କୁ 11552 ଡଲାରର ବିଲ୍ ପ୍ରଦାନ କରିବାକୁ ପଡିଥିଲା। 6800 (90.96 ଡଲାର) ଟଙ୍କାର ବିଲ୍ ପାଇଁ ଉକ୍ତ ବ୍ୟକ୍ତିଙ୍କୁ 8.79 ଲକ୍ଷ ଟଙ୍କା (11552 ଡଲାର) ବିଲ୍ ପ୍ରଦାନ କରିବାକୁ ପଡିଥିଲା। ନିକ୍ ବ୍ଲାନୁଶା ନାମକ ଏହି ବ୍ୟକ୍ତି ଜଣକ ମାରିଆନୋ ଗ୍ରୋସରୀ ଷ୍ଟୋରରୁ ଜିନିଷ କିଣୁଥିବା ବେଳେ ଏହି ଘଟଣା ଘଟିଥିଲା। ପରବର୍ତ୍ତୀ ସମୟରେ ଗ୍ରୋସରୀ ଷ୍ଟୋର ପକ୍ଷରୁ ବଳକା ଅର୍ଥ ଫେରସ୍ତ କରାଯାଇଥିଲା। (ଏଜେନ୍ସି)
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ ସାଇଟ ରୁ ଜଣା ପଡୁଛି। ଏହି ନୂଆ ଚାରି ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। ଆଜି ସକାଳେ ଭୁବନେଶ୍ବରର ଜଣେ ନୂଆ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ରେ ପହଞ୍ଛିଛି। ୩୩ ଜଣ କରୋନା ମୁକ୍ତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ଆକ୍ରାନ୍ତ ତିନି ମହିଳାଙ୍କ ବୟସ ୪୮, ୭୪ ଏବଂ ୮୦ ରହିଥିବା ବେଳେ ଯୁବକଙ୍କ ବୟସ ୨୧ ରହିଛି। ୪ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି।
ଲକ୍ଷ୍ନୌ : ଲକ୍ଡାଉନ୍ ସମୟରେ ମଧ୍ୟ ଦେଶରେ ମହିଳା ସୁରକ୍ଷିତ ନୁହନ୍ତି । ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ସହିତ ଏହାର ଭିଡିଓ ସୁଟିଂ କରାଯାଇଛି । ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି । ଉତ୍ତର ପ୍ରଦେଶର ସୀତାପୁରରେ ବୁଧବାର ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି । 13 ବର୍ଷୀୟା ବାଳିକା ଜଣକ ଶୌଚ ହେବା ପାଇଁ ଯାଇଥିବା ସମୟରେ 6 ଜଣ ଅଭିଯୁକ୍ତ ନାବାଳିକାକୁ ଉଠାଇ ନେଇଥିଲେ । ଦୁଇ ଜଣ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଭିଡିଓ ଭାଇରାଲ୍ କରିବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ୍ 2 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଜଣ…
ରଞ୍ଜିତ ପଣ୍ଡା କୁଜଙ୍ଗ: କୋଭିଡ୍ -୧୯ ମହାମାରୀ ସମୟରେ ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୟସ୍କ ବ୍ୟକ୍ତି ମାନଙ୍କ ମୁଣ୍ଡ ପିଛା ଦୁଇ ବେଳା ହିସାବରେ ୬୦ ଟଙ୍କା ରହିଥିବା ବେଳେ (୧୨ବର୍ଷ ରୁ କମ )୪୫ ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ତେବେ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରେ ମୋଟ୍ ଉପରେ ୧୪୦୦ରୁ ୧୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି । ମାତ୍ର ଏହି ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏପରିକି କିଛି ଦିନ ହେଲାଣି କୁଜଙ୍ଗ ବ୍ଲକ୍ ମହ୍ଲାସାହି ପଞ୍ଚାୟତରେ ଗରିବଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନରେ ଘୋଟଲା କରାଯାଉଛି। ତାହା ପୁଣି ମଧ୍ୟାହ୍ନରେ ଭାତ ଓ ଡାଲି , ରାତି ବେଳେ ଖାଲି ପାଉଁରୁଟିତ କେତେବେଳେ ୪ ପଟ…
ଦେବାଶିଷ ପାଢୀ କୋରେଇ : କୋରେଇ ବ୍ଲକରେ ଚଳିତ ମାସ 20ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି ସକାଳୁ ବୈତରଣୀ ରୋଡ୍କୁ ସମ୍ପୂର୍ଣ୍ଣ ଭାବରେ ସଟ୍ଡାଉନ୍ କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତିରେକ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମକୁନ୍ଦୁପୁର , ନିସଂଗପୂର୍ ଓ ମଥୁରାପୁର୍ ଗ୍ରାମ ସମେତ ମଥୁରାପୁର୍ ନିକଟରେ ବୈତରଣୀ ସେତୁକୁ ଲକ୍ଡାଉନ୍ରେ ରଖାଯାଇଥିବା ବେଳେ ବୈତରଣୀ ରୋଡ଼ ଅଗ୍ନିଶମ ବିଭାଗ ଓ ବରୁଣ୍ଡେଇ ପକ୍ଷରୁ ବୈତରଣୀ ରୋଡ଼ ବଜାରକୁ ସାନିଟାଇଜ୍ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବରୁଣ୍ଡେଇ ସରପଞ୍ଚ ସୌଭାଗ୍ୟ କୁମାର ମହାନ୍ତି ବିଭିନ୍ନ ଅଞ୍ଚଳ ବୁଲି ମାସ୍କ ବଣ୍ଟନ କରିଥିଲେ ।
ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଲକ୍ଡାଉନ୍କୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଲକ୍ଡାଉନ୍ର ପ୍ରଥମ ପର୍ଯ୍ୟାୟରେ ଦେଶରେ 12 କୋଟି ଲୋକ ନିଜ ଚାକିରି ହରାଇଛନ୍ତି । ମାର୍ଚ୍ଚ 25ରୁ ଏପ୍ରିଲ୍ 14 ମଧ୍ୟରେ ପ୍ରାୟ 12 କୋଟି ଲୋକ ନିଜର ଚାକିରି ହରାଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି । ଲକ୍ଡାଉନ୍ ଉଠିବା ପରେ ଦେଶ ଗଭୀର ଅର୍ଥନୈତିକ ସଙ୍କଟ ମଧ୍ୟକୁ ଚାଲିଯିବ । ଏହି ପରସ୍ଥିତିରୁ ଉଦ୍ଧାର ପାଇବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାନ ଗୁଡିକୁ ରିହାତି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ପରିବାରକୁ 7500 ଟଙ୍କାର ସହାୟତା ରାଶି ପଠାଇବା ପାଇଁ ଦାବି କରିଛନ୍ତି । ଚାଷୀ, ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକ ମାନେ ଲକ୍ଡାଉନ୍ରେ ସର୍ବାଧିକ ପ୍ରଭାବିତ ତେଣୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯିବା ଉଚିତ୍ ବୋଲି…

