Author: Samikhsya Bureau

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଭାରତୀୟ ଦଳକୁ ଗାଦିଚ୍ୟୁତ କରି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଭାରତ ଏକ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିଥିବା ବେଳେ ପ୍ରଥମ ଦୁଇ ସ୍ଥାନ ଅଧିକାର କରି ନେଇଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ । ବର୍ତ୍ତମାନ ସମସ୍ତ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିବା ବେଳେ 2016-17ର ପ୍ରଦର୍ଶନକୁ ଚଳିତ ରାଙ୍କିଂରୁ ବାଦ ଦିଆଯାଇଛି । ଅଷ୍ଟ୍ରେଲିଆ 116 ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 115 ପଏଣ୍ଟ ଏବଂ ଭାରତ 114 ପଏଣ୍ଟରେ ରହିଛି । ଦିନିକିଆରେ ବିଶ୍ବ ଚାମ୍ପିୟନ୍‌ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ 127 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ 119 ପଏଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟ ପରେ…

Read More

ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଛି । ଯାଜପୁରର ବେହେରାପାଟଣାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣଙ୍କ 30 ବର୍ଷର ପୁରୁଷ ବୋଲି ଜଣାପଡିଛି । ଯାଜପୁରରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ପରସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏହାକୁ ମିଶାଇ ଯାଜପୁରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । ଏହି ଯୁବକ ଜଣକ କଲିକତାରୁ ଫେରିଥିବା ଜଣାପଡିଛି ।

Read More

ଭୁବନେଶ୍ବର/ଥିରୁଅନନ୍ତପୁରମ୍‌ : କେରଳରୁ ଓଡିଶା ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ । ପ୍ରାୟ 1000 ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଟ୍ରେନ୍‌ଟି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ । କୋଚିର ଆଲୁଭାରୁ ଯାତ୍ରା ଆରମ୍ଭ କରି ଟ୍ରେନ୍‌ଟି ଭୁବନେଶ୍ବରରେ ପହଞ୍ଚିବ । କେରଳରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ । ଶୁକ୍ରବାର ସନ୍ଧ୍ୟା 6ଟାରେ ଏହି ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିବ । ଟ୍ରେନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।

Read More

ଭୁବନେଶ୍ବର : ରାଜ୍ୟରୁ ଆହୁରି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଦୁଇ ନୂତନ ପଜିଟିଭ୍‌ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ପୁରୁଷ ଏବଂ ଜଣେ 75 ବର୍ଷୀୟ ମହିଳା ରହିଛନ୍ତି । ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ରୁ ବାହାରିଥିବା ବେଳେ ଉଭୟଙ୍କର କୋଲକାତା ଲିଙ୍କ ରହିଛି । ପୁରୁଷ ଜଣକ କୋଲକାତା ଫେରନ୍ତା ହୋଇଥିବା ବେଳେ ମହିଳା ଜଣଙ୍କ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ।

Read More

ହାଇଦ୍ରାବାଦ/ନୂଆଦିଲ୍ଲୀ : ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଛି ଏକ ସ୍ବତନ୍ତ୍ର ଟ୍ରେନ୍‌ । ପ୍ରାୟ 12 ଶହ ଶ୍ରମିକଙ୍କୁ ନେଇ ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନ୍‌ଟି ରାଞ୍ଚିର ହାଟିଆ ପର୍ଯ୍ୟନ୍ତ ଯାତ୍ରା କରିବ । ଲିଙ୍ଗମପଲ୍ଲୀ ଷ୍ଟେସନ୍‌ରୁ ଭୋର 5ଟା ସମୟରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିବା ବେଳେ ରାତି 11ଟାରେ ଏହା ହାଟିଆରେ ପହଞ୍ଚିବ । ଏହି ନନ୍‌ଷ୍ଟପ୍‌ ଟ୍ରେନ୍‌ଟିରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ ଧ୍ୟାନ ଦିଆଯାଇଛି । ଟ୍ରେନ୍‌ର ପ୍ରତ୍ୟେକ ବଗିରେ 72 ଜଣଙ୍କ ପରିବର୍ତ୍ତେ 54 ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିବେ ।(ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି 2ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀରର ଲେଖାରିଆ ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 145ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 22 ଏବଂ 18 ବର୍ଷ ବୋଲି ଜଣାପଡିଛି । ଉଭୟ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ 40 ଦିନିଆ ଲକ୍‌ଡାଉନ ଜାରି କରାଯାଇଛି। ମେ ତିନି ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମାପ୍ତ ହେବ । ଏହି ଲକ୍‌ ଡାଉନ୍‌ ଯୋଗୁଁ  ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  3ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । ଏହି  ତାଲିକା ସମସ୍ତ ରାଜ୍ୟର ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପଠାଇଛନ୍ତି।  ଏହି ତାଲିକାରେ  ଓଡ଼ିଶାର ତିନୋଟି  ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଛି। ଓଡ଼ିଶାର ରେଡ୍‌  ଜୋନରେ ରହିଛି  ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ 6ଟି ଜିଲ୍ଲା ଅଛନ୍ତି। ସେଗୁଡିକ ହେଲା…

Read More

କେଦାର ମିଶ୍ର ମଇ ୩ ତାରିଖରେ ଲକ ଡାଉନକୁ ୪୦ ଦିନ ପୂରିବ। ତେବେ ଲକ ଡାଉନ ସହିତ କରୋନା ମୁକାବିଲାର ସଂପର୍କକୁ ଆମେ କେମିତି ଦେଖିବା, ତାହା ଆଜି ବଡ ପ୍ରଶ୍ନ। ସରକାର କହୁଛନ୍ତି, ଲକ ଡାଉନ ଯୋଗୁଁ ସଂକ୍ରମଣ ସୀମିତ ରହିଛି। ଠିକ କଥା, ତେବେ କରୋନାର ସୀମା କଣ? ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅବଶ୍ୟ ରହିଛି, ହେଲେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ସେ ମୂଲ୍ୟ ଯେ ପୂରା ଦେଶକୁ ଉଜାଡି ଦେଇପାରେ, ସେ ପ୍ରଶ୍ନ ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଉଛି। ଜୀବନ ବଞ୍ଚାଇବାକୁ ଯାଇ କୋଟି କୋଟି ଲୋକଙ୍କର ଜୀବିକା ଉଜାଡି ଦେଲେ, ଜୀବନ ସୁରକ୍ଷିତ ରହିବାର କୌଣସି ସମ୍ଭାବନା ଆଜି ଦିଶୁନାହିଁ। କରୋନା ବିରୋଧରେ ଏକ ଲମ୍ବା ଲଢେଇରେ ଆଜି ଜୀବନ ଆଉ ଜୀବିକା ଉଭୟେ ସୁରକ୍ଷିତ ରହିବା ଜରୁରୀ। ଲକ ଡାଉନ ଆଜି ପୂରା ଦେଶପାଇଁ ଏକ…

Read More

ଭଦ୍ରକ : ରାନ୍ଧିଆ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଝାରଖଣ୍ଡ ଷଢେଇକଳା ଅଞ୍ଚଳର ବୋଲି ସୂଚନା ରହିଛି । ଏପ୍ରିଲ୍‌ 25 ତାରିଖରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବାବେଳେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ମୃତଦେହକୁ ଜବତ କରିଛି । ସମ୍ପ୍ରତି ରାଜ୍ୟର ଭଦ୍ରକ, ଯାଜପୁର, ବାଲେଶ୍ବରର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ତିନୋଟି ଅଞ୍ଚଳରେ କୋଲକତା ଲିଙ୍କ୍‌ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଭଦ୍ରକରେ ଏପର୍ଯ୍ୟନ୍ତ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା 19ରେ ପହଞ୍ଚିଛି । ସେହିପରି କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଜୋନ୍‌ ତାଲିକାରେ ଓଡ଼ିଶାର ତିନୋଟି ଜିଲ୍ଲାକୁ ରେଡ୍‌ ଜୋନରେ ରଖାଯାଇଛି । ଭଦ୍ରକ ଜିଲ୍ଲା ଏହି ରେଡ୍‌ ଜୋନ୍‌ରେ ରହିଛି ।

Read More

ପଞ୍ଜାବ : ପଞ୍ଜାବରେ ଏନ୍ଆରଆଇ ଓ ତବଲିଗ୍‌ ଜମାତ ପରେ  ଶିଖ୍‌ ତୀର୍ଥଯାତ୍ରୀମାନେ କରୋନା ଭାଇରସ ଶିକାର ହେଉଛନ୍ତି । ରାଜ୍ୟରେ ଗୁରୁବାର ଆସିଥିବା ସୂଚନା ଅନୁସାରେ 167ଟି ମାମଲା ଆସିଥିବାବେଳେ ଏଥିରୁ 148ଜଣ ଶିଖ୍‌ ତୀର୍ଥଯାତ୍ରୀ ରହିଛନ୍ତି । ଯେଉଁମାନେ ମହାରାଷ୍ଟ୍ରର ନାନ୍ଦୋଡ୍‌ରୁ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ତୀର୍ଥଯାତ୍ରୀମାନେ ଅପ୍ରେଲ 26 ତାରିଖ ପୂର୍ବରୁ ପଞ୍ଜାବ ଫେରିଥିଲେ । ତୀର୍ଥଯାତ୍ରୀମାନେ ନିଜ ବାହନରେ ପଞ୍ଜାବ ଫେରିଥିଲେ । ଏହି ସଂକ୍ରମିତ ତୀର୍ଥଯାତ୍ରୀଙ୍କ ମଧ୍ୟରେ 76ଜଣ ଅମୃତସରରୁ ରହିଥିବାବେଳେ 38 ଜଣ ଲୁଧିଆନା ଓ 10 ଜଣ ମହୋଲୀର ରହିଛନ୍ତି ।  ଗତ ତିନି ଦିନରେ ମୋଟ୍‌ 3500 ଜଣ ତୀର୍ଥଯାତ୍ରୀ ନାନ୍ଦେଡରୁ ପଞ୍ଜାବକୁ ଫେରିଛନ୍ତି । ନାନ୍ଦେଡରେ ରହିଥିବା ହଜୁର୍‌ ସାହିବ ଗୁରୁଦ୍ବାରରେ ପ୍ରାୟ 3700 ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ ବୋଲି ସୂଚନା ରହିଥିଲା । ରାଜ୍ୟସରକାର ଏହି ତୀର୍ଥଯାତ୍ରୀଙ୍କ ଫେରାଇ ଆଣିବା ପାଇଁ…

Read More

ଉତ୍ତରପ୍ରଦେଶ : ଲକ୍‌ ଡାଉନ୍‌ ଚାଲୁ ରହିଥିବା ସତ୍ତ୍ବେ ଦେଶରେ କରୋନା ବ୍ୟାପକ ଭାବରେ ବଢିବାରେ ଲାଗିଛି। ତବଲିଗ୍‌ ଜମାତୀଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମିତ ସଂଖ୍ୟାରେ ଅଚାନକ ବୃଦ୍ଧି ଘଟିଥିଲା। ସେହିପରି ଦେଶରେ ରହିଥିବା ତବିଲିଗ୍‌ ଜମାତୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇ ଉପଚାର କରାଯାଉଛି।  ଉତ୍ତରପ୍ରଦେଶରେ କ୍ବାରେଣ୍ଟାଇନରେ ରଖାଯାଇଥିବା 11 ଜମାତୀଙ୍କୁ ଜେଲ୍‌କୁ ପଠାଯାଇଛି। ଜେଲ୍‌ ପଠାଯାଇଥିବା ଜମାତୀଙ୍କ ମଧ୍ୟରେ 9 ଥାଇଲାଣ୍ଡର ରହିଛନ୍ତି। ଉତ୍ତରପ୍ରଦେଶ ଶାହାଜହାଁପୁରରେ ରହିଥିବା ସମସ୍ତ 11 ଜମାତୀଙ୍କୁ ରିମାଣ୍ଡରେ ନିଆଯାଇ ଅସ୍ଥାୟୀ ଜେଲରେ ରଖାଯାଇଛି। ଥାଇଲାଣ୍ଡର ଜମାତୀଙ୍କ ବିରୋଧରେ ବିଦେଶୀ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ। ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି। କରୋନା ମାମଲା ସାମ୍ନାକୁ ଆସିବା ପରେ ପୋଲିସ୍‌ ଏକ ମାଦ୍ରାସରୁ ତାଙ୍କୁ ଧରିଥିଲେ। ଏ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ପରେ  ଥାଇଲାଣ୍ଡ ନିବାସୀ ଏକ ଜମାତୀ କରୋନାରେ ସଂକ୍ରମିତ ହେବାର ସୂଚନା ରହିଥିଲା। କରୋନା ପଜିଟିଭ୍‌ ଆସିବା ପରେ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 35 ହଜାର ପାର୍‌ କରିସାରିଛି । ସ୍ବାସ୍ଥ୍ୟବିଭାଗ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 35 ହଜାର 43ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା 1,147ରେ ପହଞ୍ଚିଛି। ସେହିପରି 8 ହଜାର 889ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ 10 ହଜାର ପାର କରିଛି। ଏଠାରେ 10 ହଜାର 498ଟି ମାମଲା ସୃଷ୍ଟି ହୋଇଛି। ସେହିପରି 459ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି 1773ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପରେ ଗୁଜୁରାଟରେ ଅଧିକ କରୋନା ରୋଗୀ ରହିଛନ୍ତି। ଏଠାରୁ 4395ଟି ମାମଲା ଆସିଥିବାବେଳେ 214 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 3500 ଡେଇଁଥିବାବେଳେ 59ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ 2660 ଜଣ ସଂକ୍ରମିତ ହୋଇଥିବାବେଳେ 137ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ 2584 ଜଣ ସଂକ୍ରମିତ ହୋଇଥିବାବେଳେ 58ଜଣଙ୍କର ମୃତ୍ୟୁ…

Read More

ଭୁବନେଶ୍ବର: ଆଜି ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ବାଲେଶ୍ବର ଜିଲ୍ଲାର 58 ବର୍ଷୀୟ ପୁରୁଷ। କୋଲକାତାରୁ ଫେରିଥିଲେ। ତାଙ୍କର ଲକ୍ଷଣ ନଥିଲା। ସାମ୍ପଲ୍‌ ସଂଗ୍ରହ ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏହା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ତଥ୍ୟ ଦିଅନ୍ତୁ ବୋଲି  ସରକାର ଅନୁରୋଧ କରିଛନ୍ତି। ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକେ ଲୁଚିବା ଅନୁଚିତ ବୋଲି କହିଛନ୍ତି ସରକାର।  ସେମାନେ ନମୁନା ପରୀକ୍ଷଣ ପାଇଁ ଆଗେଇ ଆସନ୍ତୁ। ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଥାଇପାରନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଦ୍ବାରା ସଂକ୍ରମଣ ବଢିବାର ଆଶଙ୍କା ରହିଛି। ସେମାନେ ସ୍ଥାନୀୟ ବିଡିଓ/ତହସିଲଦାର/ସରପଞ୍ଚଙ୍କୁ ଯୋଗାଯୋଗ କରନ୍ତୁ। ଘରେ ଆଇସୋଲେସନ୍‌ରେ ରହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

Read More

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଏପର୍ଯ୍ୟନ୍ତ 33 ଲକ୍ଷ 8 ହଜାର 233ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଲକ୍ଷ 35 ହଜାର 105ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 10 ଲକ୍ଷ 42 ହଜାର 826 ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ବ୍ରିଟି୍‌ଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସଂକ୍ରମିତ ହୋଇ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ରୁଷ୍‌ର ପ୍ରଧାନମନ୍ତ୍ରୀ ମିଖାଇଲ୍‌ ମିସୁସ୍ତିନ୍‌ ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେ ଏହି ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ସେ ଏବେ ସେଲ୍ଫ ଆଇସୋଲେସନ୍‌ ରହିବା ସହିତ ଏନେଇ ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ୍‌ଙ୍କୁ ଭିଡିଓ କନଫରେନସିଂ ଜରିଆରେ ଅବଗତ କରାଯାଇଛନ୍ତି । ଏବେ ମିଖାଇଲ୍‌ଙ୍କ କାର୍ଯ୍ୟ ଆଣ୍ଡ୍ରେ ବେଲେସୋଓ୍ବେ ସମ୍ଭାଳିବେ । ରୁଷ୍‌ରେ ସଂକ୍ରମିତଙ୍କ ସଂଖ୍ୟା 1,06,498ରେ ପହଞ୍ଚିଛି । ସେହିପରି ଦେଶରେ 1,073ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ…

Read More

ମୁଜାଫରନଗର : ଦେଶରେ କରୋନା ମୁକାବିଲା ଲାଗି ଲକ୍‌ ଡାଉନ ଜାରି ରହିଛି । କିନ୍ତୁ ଏହି ଲକ୍‌ ଡାଉନ୍‌ ସମୟରେ ବହୁ ଜାଗାରେ ଅଜବ ଅଜବ ଘଟଣା ମାନ ଘଟୁଥିବାର ଦେଖାଯାଉଛି। କେହି କେହି ପୋଲିସ୍‌ ଆଖିରେ ଧୂଳି ଦେଇ ନିଜ କାମ କରୁଛନ୍ତି । ଏମିତି ଏକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଛି । ଏଠାରେ ଖୌତଲୀ ବିଧାନସଭା କ୍ଷେତ୍ରରୁ ଜଣେ ଯୁବକ ବିବାହ କରିବା ପାଇଁ କି ପ୍ରକାର ଫନ୍ଦି କରିଛନ୍ତି, ତାହା ଏବେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ ବିବାହ କରିବା ପାଇଁ ଯୁବକ ଜଣକ ନିଜକୁ ମିଛରେ ରୋଗୀ ଭାବେ ଅବିହିତ କରିଥିଲା  ଏବଂ ଆମ୍ବୁଲାନ୍ସ ସାହାଯ୍ୟରେ ଗାଜିଆବାଦର ଶହୀନଗର ଯାଇ ବଧୂକୁ ନେଇକି ଆସିଲା । ଯୁବକ ଜଣକ ନିଜ ପିତା ଓ ଜଣାଶୁଣା ଆମ୍ବୁଲାନ୍ସ ଡ୍ରାଇଭର ସାହାଯ୍ୟରେ ଏପରି କାମ କରିପାରିଛି । ତେବେ…

Read More

ଭୁବନେଶ୍ବର : ରାଜ୍ୟରୁ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 20କୁ ବୃଦ୍ଧି  ହୋଇଥିବାବେଳେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 143କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 101 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 41 ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟରେ ଏଯାବତ୍‌ 34 ହଜାର 133 ଆରଟି ପିସିଆର ଟେଷ୍ଟ ହୋଇଛି ବୋଲି ସୂଚନା ରହିଛି।

Read More

ନୂଆଦିଲ୍ଲୀ : ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍‌ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ଘୁଞ୍ଚାଇ ଦେଇଛି । କୋଭିଡ୍‌-19 ମହାମାରୀ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟିର ରଖି ପରୀକ୍ଷା ନିମେନ୍ତ ଅନଲାଇନ ଆବେଦନ ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଏନଟିଏକୁ ପରାମର୍ଶ ଦେଇଥିଲେ । ଏହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ ପରୀକ୍ଷାର ଆବେଦନ ସମୟ ସୀମାକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନ୍ୟାସନାଲ କାଉନସିଲ ଫର ହୋଟେଲ ମ୍ୟାନେଜମେଣ୍ଟ ପାଇଁ ଆବେଦନ ସମୟ ସୀମା ଆଜି ଶେଷ ହେଉଥିବା ବେଳେ ଏବେ ତାହାକୁ ମେ 15 ଯାଏ ବୃଦ୍ଧି କରାଯାଇଛି। ସେହିପରି ଇଗ୍‌ନୋ ପିଏଚଡି ପ୍ରବେଶିକା ପରୀକ୍ଷା, ଆଇସିଏଆର-2020, ଜେଏନ୍‌ୟୁ ପ୍ରବେଶିକା ପରୀକ୍ଷା-2020 ଆବେଦନ ତାରିଖକୁ ମେ…

Read More

କଟକ : କଟକ ଚାଉଳିଆଗଞ୍ଜ ଓଭରବ୍ରିଜ୍‌ ନିକଟରେ ଆମ୍ବୁଲାନ୍ସ ଓଲଟି ପଡିଥିଲା । ଆମ୍ବୁଲାନ୍ସଟି ଡିଭାଇଡରରେ ପିଟି ହୋଇ ଓଲଟି ପଡିଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଯାଜପୁରରୁ ଭୁବନେଶ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ଯାଉଥିଲା । ଦୁର୍ଘଟଣାରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । ଆମ୍ବୁଲାନ୍ସରେ ଥିବା ତିନି ଜଣଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଗଲା । ଦୁର୍ଘଟଣା ପରେ ରାସ୍ତାକୁ ସିଲ୍‌ କରି ସାନିଟାଇଜ୍‌ କରିଛି ପ୍ରଶାସନ । ଦୁର୍ଘଟଣାଗସ୍ତ ଆମ୍ବୁଲାନ୍ସକୁ ମଧ୍ୟ ସାନିଟାଇଜ୍‌ କରାଯାଇଛି । ସାନିଟାଇଜ୍‌ କାରଣରୁ ଆମ୍ବୁଲାନ୍ସରେ କରୋନା ଆକ୍ରାନ୍ତ ଥିବା ସନ୍ଦେହ । ଆମ୍ବୁଲାନ୍ସରେ ଯାଜପୁରର କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି ।

Read More

ପିଣ୍ଟୁ  ବିଷୋୟୀ ବେଗୁନିଆପଡା : ବେଗୁନିଆପଡା ବ୍ଳକ ଅନ୍ତର୍ଗତ କୋଦଳାଠାରେ ଗତକାଲି ପୋଖରୀରେ ବୁଡି ଜଣେ 64 ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଥିଲେ। ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ଆର୍ଥିକ ସହାୟତା ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବ୍ୟକ୍ତି ଜଣକ ପୋଖରୀକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଫେରିବାରେ ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ପୋଖରୀରେ ଏକ ମୃତ୍ୟୁ ଶରୀର ଭାସୁଥିବା ଖବର ପାଇ ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Read More

ଉତ୍ତରପ୍ରଦେଶ : କରୋନା ପାଇଁ ସାରା ଭାରତରେ ଲକ୍‌ ଡାଉନ ଜାରି ରହିଥିବାବେଳେ ସମ୍ପତ୍ତି ବିବାଦ ଯୋଗୁଁ ଜଣେ ଯୁବକ ନରହନ୍ତା ପାଲଟିଛି। ସମ୍ପତ୍ତି ଲୋଭରେ ଯୁବକ ଜଣକ ଛଅ ଜଣଙ୍କୁ ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ତୀକ୍ଷ୍ଣ ହତିଆର ସାହାଯ୍ୟରେ ପରିବାରର ସମସ୍ତ ଛଅ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବରେ ବେକ କାଟି ହତ୍ୟା କରିଛି। ଅଭିଯୁକ୍ତ ଜଣକ ଏତେ ସମ୍ପତ୍ତି ଲୋଭରେ ମାତ୍ରାରେ ଅନ୍ଧ ହୋଇ ଯାଇଥିଲେ ଯେ, ଦୁଇ ନିରୀହ ଶିଶୁଙ୍କୁ ମଧ୍ୟ ଛାଡି ନଥିଲେ। ଏହି ସାମୂହିକ ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଲକ୍ଷ୍ନୌର ବନ୍ଥରା ଥାନା ଅଞ୍ଚଳରେ ଏହି ସାମୂହିକ ହତ୍ୟାକାଣ୍ଡ ଘଟିଛି। ଗୌଦୋଲୀ ଗ୍ରାମରେ ଅଜୟ ନାମକ ଜଣେ ଯୁବକ ତୀକ୍ଷ୍ଣ ଅସ୍ତ୍ର ଦ୍ବାରା ନିଜ ମା-ବାପା, ଭାଇ-ଭାଉଜ, ଝିଆରୀ-ପୁତୁରାର ବେକ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛନ୍ତି  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଦ୍ବୟ ରାଉରକେଲାର ବୋଲି ସୂଚନା ରହିଛି । ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା 41କୁ ବୃଦ୍ଧି ହୋଇଛି । ଆଜି ଯାଜପୁରରୁ 17 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତ ସଂଖ୍ୟା 142ରେ ପହଞ୍ଚିଛି ।

Read More