12 ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ଛାଡିଲା ସ୍ବତନ୍ତ୍ର ଟ୍ରେନ୍‌

Published: May 1, 2020, 1:14 pm IST

ହାଇଦ୍ରାବାଦ/ନୂଆଦିଲ୍ଲୀ : ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଛି ଏକ ସ୍ବତନ୍ତ୍ର ଟ୍ରେନ୍‌ । ପ୍ରାୟ 12 ଶହ ଶ୍ରମିକଙ୍କୁ ନେଇ ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନ୍‌ଟି ରାଞ୍ଚିର ହାଟିଆ ପର୍ଯ୍ୟନ୍ତ ଯାତ୍ରା କରିବ । ଲିଙ୍ଗମପଲ୍ଲୀ ଷ୍ଟେସନ୍‌ରୁ ଭୋର 5ଟା ସମୟରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିବା ବେଳେ ରାତି 11ଟାରେ ଏହା ହାଟିଆରେ ପହଞ୍ଚିବ । ଏହି ନନ୍‌ଷ୍ଟପ୍‌ ଟ୍ରେନ୍‌ଟିରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ ଧ୍ୟାନ ଦିଆଯାଇଛି । ଟ୍ରେନ୍‌ର ପ୍ରତ୍ୟେକ ବଗିରେ 72 ଜଣଙ୍କ ପରିବର୍ତ୍ତେ 54 ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିବେ ।(ଏଜେନ୍ସି)

Related posts